ଭାରତରେ ପିଜା, ପାକିସ୍ତାନରେ ଭାରତୀୟ ଥାଳିର ମଜା
Advertisement

ଭାରତରେ ପିଜା, ପାକିସ୍ତାନରେ ଭାରତୀୟ ଥାଳିର ମଜା

ସବୁ ଖାଦ୍ୟକୁ ପଛରେ ପକାଇ ପିଜା ପାଲଟିଛି ନମ୍ବର ୱାନ ଖାଦ୍ୟ ଯାହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରିଥାନ୍ତି । ଗୁଗୁଲ୍ ସନ୍ଧାନରୁ ଏହା ଜଣାପଡିଛି ଯେ, ପ୍ରାୟ ୪୪ ଟି ଦେଶରେ ଲୋକ ପିଜା ଖାଇବାକୁ ସବୁଠାରୁ ଅଧିକ ଭଲପାଇଥାନ୍ତି । 

ଭାରତରେ ପିଜା, ପାକିସ୍ତାନରେ ଭାରତୀୟ ଥାଳିର ମଜା

ନୂଆଦିଲ୍ଲୀ: ଭାରତରେ ବିଭିନ୍ନ ପ୍ରକାରର ସଂସ୍କୃତି ଓ ପରମ୍ପର ଯୋଗୁଁ ବ୍ୟଞ୍ଜନ ମଧ୍ୟ ବିଭିନ୍ନ ପ୍ରକାରର ଦେଖିବାକୁ ମିଳିଥାଏ । ସେମିତି ଯଦି ଦେଖାଯାଏ, ତେବେ ଏତେ ବିକଳ୍ପ ଥାଇ ମଧ୍ୟ ଭାରତୀୟ ମାନେ ଏବେ ଖାସ କରି ନିଜ ସଂସ୍କୃତି ଓ ପରମ୍ପରାକୁ ବଜାୟ ନରଖି ବାହାର ତଥା ବିଦେଶୀ ପରମ୍ପରାକୁ ବେଶି ଆପଣେଇବାରେ ଲାଗିଛନ୍ତି । ଏବେ ଭାରତୀୟ ମାନେ ନିଜ ଖାଇବା ଥାଳି ପରିବର୍ତ୍ତେ ବିଦେଶୀ ଖାଦ୍ୟକୁ ଅଧିକ ପସନ୍ଦ କରୁଥିବା ନେଇ ଜଣାପଡ଼ିଛି । 

ସୂଚନାନୁସାରେ, ଗୁଗୁଲ (Google) ସର୍ଚ୍ଚକୁ ଆଧାର କରି ବିଶ୍ୱର ୧୦୦ଟି ଦେଶର ତାଲିକା ପ୍ରକାଶ ପାଇଛି । ଯେଉଁଥିରେ କେଉଁ ଦେଶର ଲୋକେ କେଉଁ ଖାଦ୍ୟ ଖାଆନ୍ତି ତାହା ଏହି ତାଲିକାରେ ପ୍ରକାଶ କରାଯାଇଛି । ତେବେ ସବୁ ଖାଦ୍ୟକୁ ପଛରେ ପକାଇ ପିଜା (Pizza) ପାଲଟିଛି ନମ୍ବର ୱାନ ଖାଦ୍ୟ ଯାହାକୁ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରିଥାନ୍ତି । ଗୁଗୁଲ୍ ସନ୍ଧାନରୁ ଏହା ଜଣାପଡିଛି ଯେ, ପ୍ରାୟ ୪୪ ଟି ଦେଶରେ ଲୋକ ପିଜା ଖାଇବାକୁ ସବୁଠାରୁ ଅଧିକ ଭଲପାଇଥାନ୍ତି । ତେବେ ଏହି ବିଦେଶୀ ଖାଦ୍ୟ ବା ପିଜା ଉଭୟେ ଆମିଷ (Nonveg) ଓ ନିରାମିଷ (Veg) ର ହୋଇଥାଏ । ସେଥିପାଇଁ ଲୋକେ ଏହାକୁ ନିଜ ମନମୁତାବକ ବେଶି ପସନ୍ଦ କରିଥାନ୍ତି । ବର୍ଷ ୨୦୨୦ରେ, ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ଅଧିକାଂଶ ଦେଶ ଗୁଗୁଲ ସର୍ଚ୍ଚ (Google Search) ରେ ଏହି ବିଦେଶୀ ଖାଦ୍ୟ ପିଜାକୁ ସର୍ଚ୍ଚ କରିଥିବା ଜଣାପଡ଼ିଛି ।

Also Read: ସାବଧାନ ! ପୁରୁଷତ୍ୱ ହ୍ରାସ କରୁଛି କୋରୋନା ଭାଇରସ

ସେହିପରି ପିଜା ପରେ ଚାହିଦା ଅନୁଯାୟୀ, ଦ୍ୱିତୀୟରେ ଅଛି ଚାଇନିଜ୍ ଫୁଡ୍ (Chinese food) ।  ୧୦୦ଟି ଦେଶ ମଧ୍ୟରୁ ପ୍ରାୟ ୨୯ଟି ଦେଶ ଚାଇନିଜ ଫୁଡ ଖାଇବାକୁ ବେଶି ପସନ୍ଦ କରିଥିବା ରିସର୍ଚ୍ଚରୁ ଜଣାପଡ଼ିଛି । ସେହି ଦେଶ ମଧ୍ୟରେ ରହିଛନ୍ତି ଆମେରିକା, ଆୟରଲ୍ୟାଣ୍ଡ, ହଙ୍ଗେରୀ, ଗ୍ରୀସ ଓ ଅଷ୍ଟ୍ରେଲିଆ । କେବଳ ଏହି ଦେଶ ନୁହଁନ୍ତି ଭାରତର ପଡ଼ୋଶୀ ଦେଶ ନେପାଳ ଓ ଶ୍ରୀଲଙ୍କା ମଧ୍ୟ ଚାଇନିଜ୍ ଫୁଡ୍ ଖାଇବାକୁ ଅଧିକ ପସନ୍ଦ କରିଥାନ୍ତି ।

Also Read: ବାପା ମୋବାଇଲ୍ ଲୁଚାଇଲେ ବୋଲି ଝିଅ କରିଦେଲା ଏପରି କାଣ୍ଡ

ଯଦିଓ ଭାରତରେ ଇଟାଲୀୟ ଖାଦ୍ୟ ଅଧିକ ପସନ୍ଦ କରାଯାଏ, କିନ୍ତୁ ପଡୋଶୀ ଦେଶ ଭାରତ (India) , ପାକିସ୍ତାନ (Pakistan), ଇସ୍ରାଏଲ୍ (Israel), ନେଦରଲ୍ୟାଣ୍ଡ (Netherland)ଏବଂ ଆରବ (Arab)  ଭଳି ଦେଶରେ ଭାରତୀୟ ପ୍ଲେଟ (Indian Plate) ର ଅଧିକ ଚାହିଦା ରହିଥିବା ଅନୁସନ୍ଧାନରୁ ଜଣାପଡ଼ିଛି । ତେବେ ଆପଣଙ୍କୁ ଭାରତ ଓ ପାକିସ୍ତାନ ମଧ୍ୟରେ ତିକ୍ତତା ସମ୍ପର୍କରେ କିଛି ଅଛପା ନଥିବ । ହେଲେ ବର୍ଷ ୨୦୨୦ରେ ପାକିସ୍ତାନରେ ସର୍ବାଧିକ ସଂଖ୍ୟକ ଭାରତୀୟ ଥାଳିର ଅର୍ଡର କରାଯାଇଥିବା ଜଣାପଡି଼ଛି।