• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

Planetary Transits:ଏହି ରାଶିରେ ଅବସ୍ଥାନ କଲେ ସୂର୍ଯ୍ୟ, ଏକମାସ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ !

ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ମିଥୁନ ରାଶିକୁ ଆସିବା ପରେ ବର୍ଷା ଋତୁ ଆରମ୍ଭ ହୋଇଥାଏ।  ଏହାରି ମଧ୍ୟରେ ରୋଗ  ସଂକ୍ରମଣ ବିପଦ ଅଧିକ ବଢିପାରେ। ଏଥିପାଇଁ ଶରୀର ସମ୍ବନ୍ଧୀୟ ଧ୍ୟାନ ଅଧିକ ରଖାଯିବା ଜରୁରୀ ।  

Planetary Transits:ଏହି ରାଶିରେ ଅବସ୍ଥାନ କଲେ ସୂର୍ଯ୍ୟ, ଏକମାସ ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ !

ନୂଆଦିଲ୍ଲୀ: ଚଳିତ ମାସ ଜୁନ ୧୫ ତାରିଖରେ ବୃଷ ରାଶିରୁ ବାହାରି ମିଥୁନ ରାଶିରେ ପହଞ୍ଚିଛନ୍ତି ସୂର୍ଯ୍ଯ । ଆଉ ଏହା ୧୫ ଜୁଲାଇ ପର୍ଯ୍ୟନ୍ତ ରହିବ । ଏହି ସମୟ ମଧ୍ୟରେ ଘୋର ଅଶୁଭ ଯୋଗ ରହିବ।  ଯଦ୍ୱାରା ଦେଶ ଦୁନିଆକୁ ବହୁ ସମସ୍ୟାର ସାମ୍ନା କରିବାକୁ ପଡ଼ିବ । ଜ୍ୟୋତିଷଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ମିଥୁନ ରାଶିକୁ ଆସିବା ପରେ ବର୍ଷା ଋତୁ ଆରମ୍ଭ ହୋଇଥାଏ।  ଏହାରି ମଧ୍ୟରେ ରୋଗ  ସଂକ୍ରମଣ ବିପଦ ଅଧିକ ବଢିପାରେ। ଏଥିପାଇଁ ଶରୀର ସମ୍ବନ୍ଧୀୟ ଧ୍ୟାନ ଅଧିକ ରଖାଯିବା ଜରୁରୀ ।

ଜ୍ୟୋତିଷଚାର୍ଯ୍ୟଙ୍କ ଅନୁସାରେ ସୂର୍ଯ୍ୟ (Sun) ଙ୍କ ମିଥୁନ ରାଶିକୁ ଆସିବା ଦ୍ୱାରା ୧୫ ଜୁଲାଇ ପର୍ଯ୍ୟନ୍ତ ସୂର୍ଯ୍ୟ-ଶନି ନିଜ ନିଜ ଭିତରେ ଛ ଅଙ୍କ ଓ ଆଠ ଅଙ୍କ ରାଶିରେ ରହିବେ । ସୂର୍ଯ୍ୟ-ଶନି ପରସ୍ପର ମଧ୍ୟରେ ଶତ୍ରୁ ହୋଇଥିବାରୁ ଏହି ସମୟରେ ଅଶୁଭ ଯୋଗ ରହିଥାଏ । ଯଦ୍ୱାରା ଦେଶର ଜନତା ଓ ପ୍ରଶାସନ ମଧ୍ୟରେ ଅବିଶ୍ୱାସ ବଢି ବଢି ଚାଲିବ। ଅନ୍ତଃରାଷ୍ଟ୍ରୀୟ (International) ସ୍ତରରେ ବଡ଼ ବଡ଼ ଦେଶ ମଧ୍ୟରେ ବିବାଦ ମଧ୍ୟ ସୃଷ୍ଟି ହୋଇପାରେ । ଜ୍ୟୋତିଷଚାର୍ଯ୍ୟଙ୍କ ବିଶ୍ୱାସ ଯେ, ଏହି ଅବଧିରେ ଦେଶର ଉତ୍ତର ଓ ଦକ୍ଷିଣ ଭାଗରେ ରୋଗ ସଂକ୍ରମଣ ଅଧିକ ବଢିବା ନେଇ ସମ୍ଭାବନା ରହିଛି । ଦେଶର ଜନତାଙ୍କ ମଧ୍ୟରେ ରୋଗ ଓ ନିଜସ୍ୱ ବିବାଦ ମଧ୍ୟ ବଢିପାରେ । ଅର୍ଥବ୍ୟବସ୍ଥାରେ ମଧ୍ୟ ହାନି ଲାଭ ଦେଖିବାକୁ ମିଳିବ । ତାସହ ଏହି ସମୟ ମଧ୍ୟରେ ପ୍ରାକୃତିକ ବିପର୍ଯ୍ୟର (Natural Calamity) ମଧ୍ୟ ସାମ୍ନା କରିବାକୁ ପଡ଼ିପାରେ।  

Also Read: Corona ମୁକାବିଲା: ୩ ଦିନ ଧରି ୩ ଜିଲ୍ଲାରେ ହେବ Serological Survey

ସୂର୍ଯ୍ୟଙ୍କ ମିଥୁନ ରାଶିକୁ ଆସିବା ଦ୍ୱାରା ବୃଷ (Tarus) , ମିଥୁନ (Gemini) , ତୂଳା (Libra) , ଧନୁ (Sagittarius) , କୁମ୍ଭ (Aquarius) ରାଶି ପାଇଁ ଆପୋଷ ବୁଝାମଣାର ସମୟ ରହିବ । ଏହି ୫ଟି ରାଶିର ବ୍ୟକ୍ତିବିଶେଷଙ୍କୁ ଧନ ଲାଭର ସମ୍ଭାବନା ତ ରହିଛି ତା ସହ ବ୍ୟୟ ମଧ୍ୟ ହେବାର ସମ୍ଭାବନା ଦେଖାଦେବ। ଶରୀର ଅସୁସ୍ଥତା ମଧ୍ୟ ଏହି ସମୟ ମଧ୍ୟରେ ଦେଖିବାକୁ ମିଳିବ । କେବଳ ଏତିକି ନୁହେଁ, କର୍ମକ୍ଷେତ୍ରରେ ମଧ୍ୟ ଉତ୍ଥାନ ପତ୍ତନ ଦେଖିବାକୁ ମିଳିବ ।

Also Read: ସ୍ୱାସ୍ଥ୍ୟ ବିଭାଗର ଚିନ୍ତା, Delta plus ଭାରିଏଣ୍ଟ ଯୋଗୁଁ କୋରୋନାର ତୃତୀୟ ଲହର ହୋଇପାରେ ମାରାତ୍ମକ

ଏହି ଏକ ମାସ ମଧ୍ୟରେ କର୍କଟ (Scorpio), ବୃଷ (Tarus)ଓ ମୀନ (Pisces) ଏହି ତିନୋଟି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ସମସ୍ୟା ବଢିପାରେ। ଏହି ତିନୋଟି ରାଶିର ବ୍ୟକ୍ତିବିଶେଷଙ୍କ କର୍ମକ୍ଷେତ୍ରରେ ବାଧା ଉପୁଜିବ । ବିବାଦ ଉପୁଜିବା ସହ ଧନହାନୀ ଓ ଶରୀର ଅସୁସ୍ଥତା ମଧ୍ୟ ଲାଗିରହିପାରେ । ନୂଆ କାମର ଆରମ୍ଭ କରିବାକୁ ହେଲେ ଭାବିଚିନ୍ତି କରିବାକୁ ପଡ଼ିବ । ଧାର କରଜ ନକରିବା ଭଲ । ସେହିପରି ସୂର୍ଯ୍ୟଙ୍କ ମିଥୁନ ରାଶିକୁ ଯିବା ଦ୍ୱାରା ମେଷ, ସିଂହ, କନ୍ୟା ଓ ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ସମୟ ବହୁତ ଭଲ ରହିବ । 

ବିଶେଷ ସୂଚନା: ଜୀ ଓଡ଼ିଶା କେବଳ ଖବର ପ୍ରସାରଣ ଉପରେ ବିଶ୍ୱାସ ରଖେ । ତେବେ ଜ୍ୟୋତିଷ ଜ୍ଞାନ ତଥା ତଥ୍ୟ ଉପରେ ଶତ ପ୍ରତିଶତ କୌଣସି ଭାବେ ଆମେ ଜଡ଼ିତ ନୁହେଁ।