ରବିବାର ‘ପ୍ରେମ ନା ପାଗଳପଣ’ର ପ୍ରିମିୟର
Advertisement

ରବିବାର ‘ପ୍ରେମ ନା ପାଗଳପଣ’ର ପ୍ରିମିୟର

ଲକ୍ ଡାଉନ ପରେ ପ୍ରଥମ ଓଡିଆ ଫିଲ୍ମର ସ୍କିନିଂ । ଜୀ ସାର୍ଥକ ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ ‘ପ୍ରେମ ନା ପାଗଳପଣ’ ର ସ୍କ୍ରିନିଂ ଆଜି ଅନୁଷ୍ଠିତ ହୋଇଛି । ଏହି ପ୍ରଥମ ସ୍କ୍ରିନିଂ ପାର୍ଟିରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ବହୁ ଆର୍ଟିଷ୍ଟ, ଟେକନିସିଆନ୍ ପ୍ରମୁଖ ସାମିଲ ହୋଇଥିଲେ ।&nbs

ରବିବାର ‘ପ୍ରେମ ନା ପାଗଳପଣ’ର ପ୍ରିମିୟର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଲକ୍ ଡାଉନ ପରେ ପ୍ରଥମ ଓଡିଆ ଫିଲ୍ମର ସ୍କିନିଂ । ଜୀ ସାର୍ଥକ ବ୍ୟାନରରେ ନିର୍ମିତ ଓଡିଆ ଫିଲ୍ମ ‘ପ୍ରେମ ନା ପାଗଳପଣ’ ର ସ୍କ୍ରିନିଂ ଆଜି ଅନୁଷ୍ଠିତ ହୋଇଛି । ଏହି ପ୍ରଥମ ସ୍କ୍ରିନିଂ ପାର୍ଟିରେ ଚଳଚ୍ଚିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମେତ ନିର୍ଦ୍ଦେଶକ, ପ୍ରଯୋଜକ ବହୁ ଆର୍ଟିଷ୍ଟ, ଟେକନିସିଆନ୍ ପ୍ରମୁଖ ସାମିଲ ହୋଇଥିଲେ । 

ଭୁବନେଶ୍ୱର ମଞ୍ଚେଶ୍ୱର ଅଞ୍ଚଳରେ ଏକ ରିସୋର୍ଟରେ ହୋଇଥିବା ଏହି ପାର୍ଟିରେ କୋଭିଡ କଟକଣାକୁ ଅନୁଯାୟୀ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ସଭିଏଁ ଫିଲ୍ମକୁ ଉପଭୋଗ କରିଥିଲେ । ତେବେ ଦୀର୍ଘ ମାସ ପରେ ଏବଂ ଲକ୍ ଡାଉନ ସଟ୍ ଡାଉନ ପରେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳରେ ୨୦ ଦିନ ଧରି ସୁଟିଂ କରାଯାଥିଲା । 

ଫିଲ୍ମ ପରେ କୋଭିଡ ଭିତରେ ସୁଟିଂ ଓ ଆକ୍ଟିଂକୁ ନେଇ କଳାକାର ମାନେ ସେମାନଙ୍କ ଅନୂଭୂତି ବଖାଣିବା ସହ ଏହି ଫିଲ୍ମ ଦ୍ବାରା ଏକ ନୂଆରା ସ୍ବାଦ ଦେଖିବାକୁ ମିଳିବ ବୋଲି କହିଛନ୍ତି । ଏହି ଫିଲ୍ମରେ ବିଶ୍ବଜିତ ଗଡନାୟକଙ୍କ ନିର୍ଦ୍ଦେଶନା ଦେଇଥିବା ବେଳେ ମୁଖ୍ୟ ନାୟକ ଭୂମିକାରେ ଆକାଶ ଦାୟ ନାୟକ ଏବଂ ନାୟିକା ଭୂମିକାରେ ଲିପ୍ସା ଅଭିନୟ କରିଛନ୍ତି । ଆସନ୍ତା ରବିବାର ସଂଧ୍ୟା ୬ଟା ୩୦ ମିନିଟରେ ଜୀ ସାର୍ଥକରେ ଏହି ଫିଲ୍ମ ପ୍ରସାରଣ ହେବ ।