ଶୋଇବା ପୂର୍ବରୁ ନାଭିରେ ଲଗାନ୍ତୁ ତେଲ, ଦୂର ହୋଇଯିବ ଏସବୁ ସମସ୍ୟା
Advertisement

ଶୋଇବା ପୂର୍ବରୁ ନାଭିରେ ଲଗାନ୍ତୁ ତେଲ, ଦୂର ହୋଇଯିବ ଏସବୁ ସମସ୍ୟା

ଶରୀରର କୌଣସି ଅଂଶରେ ଫୁଲିଗଲେ ଆପଣ ନାଭିରେ ହାଲୁକା ଗରମ ସୋରିଷ ତେଲ ଲଗାଇ ଦିଅନ୍ତୁ । ତେଲ ଲଗାଇବା ଦ୍ୱାରା ଫୁଲିବା ତୁରନ୍ତ ଦୂର ହୋଇଯିବ ଏବଂ ବ୍ୟଥାରୁ ମଧ୍ୟ ଆରାମ ମିଳିବ ।

ଶୋଇବା ପୂର୍ବରୁ ନାଭିରେ ଲଗାନ୍ତୁ ତେଲ, ଦୂର ହୋଇଯିବ ଏସବୁ ସମସ୍ୟା

ନାଭି (Navel) ଶରୀରର କେନ୍ଦ୍ରବିନ୍ଦୁ ହୋଇଥାଏ । ଏଥିପାଇଁ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ନିହାତି ତେଲ (Oil) ଲଗାନ୍ତୁ । ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ ଆଶ୍ଚର୍ଯ୍ୟଜନକ ଉପକାର ମିଳିଥାଏ  । ଏହା ତ୍ୱଚା, ଆଖି ଓ ମସ୍ତିସ୍କ ଲାଗି ଅତ୍ୟନ୍ତ ଉପଯୋଗୀ । ତେବେ ଆସନ୍ତୁ ଜାଣିବା  ରାତିରେ ଶୋଇବା ପୂର୍ବରୁ ନାଭିରେ ତେଲ ଲଗାଇବା ଦ୍ୱାରା ଶରୀରକୁ କେଉଁ ସବୁ ଲାଭ ମିଳିଥାଏ ।

୧. ନାଭିରେ ତେଲ ଲଗାଇବା ଦ୍ୱାରା ଫଟା ଓଠ କୋମଳ ହୋଇଥାଏ । ରାତିରେ ଶୋଇବା ପୂର୍ବରୁ ଅଳ୍ପ ସୋରିଷ ତେଲ ଉଷୁମ କରିନିଅନ୍ତୁ । ଏହାପରେ ଏହାକୁ ନାଭିରେ ଲଗାନ୍ତୁ । ଆଖିକୁ ଆରାମ ମିଳିଥାଏ ଏବଂ ଜ୍ୱଳନ, ବ୍ୟଥାର କଷ୍ଟ ଦୂର ହୋଇଯାଏ।

୨. ଶରୀରର କୌଣସି ଅଂଶରେ ଫୁଲିଗଲେ ଆପଣ ନାଭିରେ ହାଲୁକା ଗରମ ସୋରିଷ ତେଲ ଲଗାଇ ଦିଅନ୍ତୁ । ତେଲ ଲଗାଇବା ଦ୍ୱାରା ଫୁଲିବା ତୁରନ୍ତ ଦୂର ହୋଇଯିବ ଏବଂ ବ୍ୟଥାରୁ ମଧ୍ୟ ଆରାମ ମିଳିବ ।

୩. ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ନାଭିରେ ସୋରିଷ ତେଲ ଲଗାନ୍ତୁ । ଏହା ଚେହେରାର ଉଜ୍ଜଳତା ବଢାଏ । ଏହାସହ ବ୍ରଣ ଓ କଳା ଦାଗ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯାଏ ।

୪. ପେଟ ବ୍ୟଥା ହେଲେ ନାଭିରେ ନଡ଼ିଆ ତେଲ ଲଗାନ୍ତୁ । ନଡ଼ିଆ ତେଲ ନାଭିରେ ଲଗାଇବା ଦ୍ୱାରା ପେଟ ବ୍ୟଥାରୁ ଆରାମ ମିଳିବ । କେବଳ ଏତିକି ନୁହେଁ ନାଭିରେ ତେଲ ଲଗାଇବା ଦ୍ୱାରା ପାଚନ ତନ୍ତ୍ର ମଧ୍ୟ ମଜବୁତ ହେବ ।

୫. ଚେହେରାରେ ବାରମ୍ବାର ବ୍ରଣ ହେଲେ ନାଭିରେ ନିମ ତେଲ ଲଗାନ୍ତୁ । ନିମ ତେଲ ନାଭିରେ ଲଗାଇଲେ ବ୍ରଣ ଆସିବା ବନ୍ଦ ହୋଇଯିବ ଓ ଏହି କାରଣରୁ ଚେହେରାରେ ଥିବା କଳା ଦାଗ ମଧ୍ୟ ଦୂର ହୋଇଯିବ ।

୬. ମହିଳା ମାନଙ୍କର ହରମୋନ ସାଧାରଣତଃ ଅସନ୍ତୁଳିତ ହୋଇଯାଏ । ହରମୋନ ଅସନ୍ତୁଳିତ ହେବାମାତ୍ରେ ଆପଣ ନାଭିରେ ସୋରିଷ ତେଲ ଲଗାନ୍ତୁ । ସୋରିଷ ତେଲ ନାଭିରେ ଲଗାଇବା ଦ୍ୱାରା ହରମୋନ ସନ୍ତୁଳିତ ହୋଇଯାଏ  ।

୭. ଡାଇରିଆ ସମସ୍ୟା ହେଲେ ନାଭିରେ ଯଦି ନଡ଼ିଆ ତେଲ ଲଗାଯାଏ ତାହାଲେ ଡାଇରିଆରୁ ମୁକ୍ତି ମିଳିବ । ଡାଇରିଆ ହେଲେ ନଡ଼ିଆ ତେଲ ନିଜ ନାଭିରେ ଲଗାଇ ଦିଅନ୍ତୁ । ନାଭିରେ ନଡ଼ିଆ ତେଲ ଲଗାଇଲେ ଡାଇରିଆର କଷ୍ଟରୁ ଆରାମ ମିଳିଥାଏ ।

ଏହା ବି ପଢ଼ନ୍ତୁ:-କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ, ଆଖି ବୁଜିଲେ ୨୬୬

ଏହା ବି ପଢ଼ନ୍ତୁ:-ଦଳରେ ଏହି ୩ ଖେଳାଳିଙ୍କୁ ସ୍ଥାନ ଦେଇ ଫସିଲେ କୋହଲି! ଭାଙ୍ଗି ଚୂରମାର୍ ହେଲା କ୍ୟାପଟେନଙ୍କ ସ୍ୱପ୍ନ

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଏହା ବି ପଢ଼ନ୍ତୁ:-ପିଏମ ମୋଦି ଓ ସିଏମ ଯୋଗୀଙ୍କୁ ମିଳିଲା ବୋମାରେ ଉଡ଼ାଇବାର ଧମକ, ତଦନ୍ତ କରୁଛି UP ପୋଲିସ

ଏହା ବି ପଢ଼ନ୍ତୁ:-ପଶୁଙ୍କ ମୃତ୍ୟୁରେ ଲୁହ ଝରାନ୍ତି ନେତା, ୬୦୦ କୃଷକଙ୍କ ମୃତ୍ୟୁ ଉପରେ କାହିଁକି ଅଛନ୍ତି ଚୁପ୍?: ମେଘାଳୟ ରାଜ୍ୟପାଳ