୧୦ମ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଲୱେରେ କରିପାରିବେ ଚାକିରି, ଜଲ୍ଦି କରନ୍ତୁ ଆବେଦନ
Advertisement

୧୦ମ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଲୱେରେ କରିପାରିବେ ଚାକିରି, ଜଲ୍ଦି କରନ୍ତୁ ଆବେଦନ

Indian Railway Recruitment 2022: ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଶ୍ଚିତ ଭାବରେ ଏହାର ବିଜ୍ଞପ୍ତିକୁ ଭଲଭାବେ ପଢିନେବା ଉଚିତ । ସେହି ସମସ୍ତ ପ୍ରାର୍ଥୀ ଯେଉଁମାନେ ଦଶମ ପାସ୍ କରିଛନ୍ତି ସେମାନେ ଏହି ନିଯୁକ୍ତି ଭାରତୀୟ ରେଳବାଇ ନିଯୁକ୍ତି-୨୦୨୨ ପ୍ରକ୍ରିୟା ଅଧୀନରେ ଚାକିରି ପାଇପାରିବେ ।

୧୦ମ ପାସ୍ କରିଥିଲେ ବିନା ପରୀକ୍ଷାରେ ରେଲୱେରେ କରିପାରିବେ ଚାକିରି, ଜଲ୍ଦି କରନ୍ତୁ ଆବେଦନ

Indian Railway Recruitment 2022: ଭାରତୀୟ ରେଳବାଇରେ (Indian Railway) ଚାକିରି କରିବାକୁ ଯୋଜନା କରୁଥିବା ଯୁବକମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ଅଛି । ଏଥିପାଇଁ ଭାରତୀୟ ରେଳବାଇ (Indian Railway Recruitment 2022) ଫିଟର, ୱେଲଡର (ଜି ଆଣ୍ଡ ଇ), ମେସିନିଷ୍ଟ, କାର୍ପେଟର, ମେକାନିକ୍ ଏବଂ ଅନ୍ୟ ଟ୍ରେଣ୍ଡସର ଆପ୍ରେଣ୍ଟିସ୍ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ଜାରି କରିଛି । ଯାହା ରେଳବାଇ ନିଯୁକ୍ତି ୨୦୨୨ ଅଧୀନରେ ନିଯୁକ୍ତି ଦିଆଯିବ । ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ସେମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ rcf.indianrailways.gov.in ଭିଜିଟ କରି ଆବେଦନ କରିପାରିବେ । ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାର ଶେଷ ତାରିଖ ୩୧ ଜାନୁଆରୀ ରହିଛି ।

ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://rcf.indianrailways.gov.in/ ରେ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ ସିଧାସଳଖ ଆବେଦନ କରିପାରିବେ । ଏଥିସହ, ଆପଣ ଏହି ଲିଙ୍କ୍ https://rcf.indianrailways.gov.in/uploads/files/Notification_Act_App2021... ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଚେକ କରିପାରିବେ । ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ୬୮ ଟି ପଦବୀ ପୂରଣ ହେବ ।

ଗୁରୁତ୍ୱପୂର୍ଣ୍ଣ ତାରିଖ:
ଆବେଦନ କରିବାର ଶେଷ ତାରିଖ: ୩୧ ଜାନୁଆରୀ ୨୦୨୨

ଖାଲିଥିବା ପଦବୀ ସଂଖ୍ୟା
ଫିଟର୍ -୦୮
ୱେଲଡର୍ (G&E) -୦୨
ମେସିନିଷ୍ଟ-୧୫
ପେଣ୍ଟର (G) -୧୭
କାର୍ପେଣ୍ଟର -୦୫
ମେକାନିକ୍ (ମୋଟର ଯାନ) -୦୩
ଇଲେକ୍ଟ୍ରିସିଆନ-୦୮
ଇଲେକ୍ଟ୍ରୋନିକ୍ ମେକାନିକ୍ -୦୯
ଏସି ଏବଂ ରେଫ୍ରି ମେକାନିକ୍ -୦୧

ଯୋଗ୍ୟତା ମାନଦଣ୍ଡ 
ପ୍ରାର୍ଥୀମାନେ ସର୍ବନିମ୍ନ ୫୦% ମାର୍କ ସହ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ କିମ୍ବା ଏହାର ସମାନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ । ଏହା ସହିତ, ଜାତୀୟ ବୃତ୍ତିଗତ ତାଲିମ ପରିଷଦ ଦ୍ୱାରା ସମ୍ପୃକ୍ତ ଟ୍ରେଡ଼ରେ ଏକ ସାର୍ଟିଫିକେଟ ମଧ୍ୟ ରହିବା ଉଚିତ ।

ଆବେଦନ ଶୁଳ୍କ
ପ୍ରାର୍ଥୀଙ୍କୁ ଆବେଦନ ଶୁଳ୍କ ଭାବରେ ୧୦୦ ଟଙ୍କା ଦେବାକୁ ପଡିବ ।

ଏହା ବି ପଢ଼ନ୍ତୁ: ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ରେଳଯାତ୍ରାକୁ ନେଇ ଜାରି ହେଲା ନୂଆ ଗାଇଡଲାଇନ୍

ଏହା ବି ପଢ଼ନ୍ତୁ: କୋହଲିଙ୍କୁ ଷ୍ଟମ୍ପ୍ ଉପାଡ଼ି ପିଟିବାକୁ ଚାହୁଁଥିଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର; ନିଜେ କହିଲେ କାରଣ

ଏହା ବି ପଢ଼ନ୍ତୁ: ମାତ୍ର ୧ ଟଙ୍କା ପ୍ରିମିୟମ ଦେଇ ଜୀବନ ସାରା ପାଆନ୍ତୁ ୧୨୦୦୦ ଟଙ୍କା, ଜାଣନ୍ତୁ LIC ର ଏହି ପ୍ଲାନ୍