ଆସନ୍ତୁ ଜାଣିବା ରକ୍ଷା ବନ୍ଧନକୁ ନେଇ ଚିତ୍ତାକର୍ଷକ କିମ୍ବଦନ୍ତୀ
Advertisement

ଆସନ୍ତୁ ଜାଣିବା ରକ୍ଷା ବନ୍ଧନକୁ ନେଇ ଚିତ୍ତାକର୍ଷକ କିମ୍ବଦନ୍ତୀ

rakshya bandhan 2022: ଆଜି ହେଉଛି ଭାଇ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ରକ୍ଷା ବନ୍ଧନ(Rakshya Bandhan)। ଭଉଣୀଟିଏ ସୁରକ୍ଷାର ସୂତାଖିଅ ସଦୃଶ୍ୟ ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ସାରା ଜୀବନ ପାଇଁ ଭାଇକୁ ତାର ରକ୍ଷା କବଚ ଭାବେ ବନ୍ଧନରେ ବାନ୍ଧି ପକାଏ। ରକ୍ଷା ବନ୍ଧନର ପୌରାଣିକ ଆଖ୍ୟାନ(Mythology), ଇତିହାସ(History) ଏବଂ ଓୌପନିବେଶିକ ଅତିତ(Colonial Past) ସହିତ ବିଭିନ୍ନ ସମ୍ବନ୍ଧ ରହିଛି। ଏଠାରେ ବିଭିନ୍ନ ଯୁଗ ସହିତ ଜଡିତ ରାକ୍ଷୀର କେତେକ କିମ୍ବଦନ୍ତି ସହିତ ଆପଣଙ୍କୁ ଆମେ ପରିଚିତ କରାଇବୁ। 

ପ୍ରତୀକାତ୍ମକ ଛବି

Rakshya Bandhan 2022: ଭାରତ ଏକ ସଂସ୍କୃତି ସମ୍ପନ୍ନ ଦେଶ। ଏଠାରେ ବାର ମାସରେ ତେର ପର୍ବ। ହେଲେ କୋରୋନା ସମୟ ବର୍ଷ ଧରି ଏହା ଉପରେ ରୋକ ଲଗାଇଥିଲା। ଧିରେ ଧିରେ କୋଭିଡର ପ୍ରୋକୋପ କମିବା ସହିତ ପୁନଶ୍ଚ ସମସ୍ତ ସଂସ୍କୃତି ତାର ସ୍ଥିତାବସ୍ଥା ଫେରିପାଇଛି। ଏହି ପରିପ୍ରେକ୍ଷିରେ ଚଳିତ ବର୍ଷ ବେଶ ଧୂମଧାମରେ ପାଳିତ ହେଉଛି ରକ୍ଷା ବନ୍ଧନ। ଆଜି ହେଉଛି ଭାଇ ଭଉଣୀଙ୍କ ଅତୁଟ ବନ୍ଧନର ପର୍ବ ରକ୍ଷା ବନ୍ଧନ। ଭଉଣୀଟିଏ ସୁରକ୍ଷାର ସୂତାଖିଅ ସଦୃଶ୍ୟ ଭାଇ ହାତରେ ରାକ୍ଷୀଟିଏ ବାନ୍ଧି ସାରା ଜୀବନ ପାଇଁ ଭାଇକୁ ତାର ରକ୍ଷା କବଚ ଭାବେ ବନ୍ଧନରେ ବାନ୍ଧି ପକାଏ। ତେଣୁ, ରକ୍ଷା ବନ୍ଧନର ଅବଧାରଣା ଏବଂ ତା ସହିତ ଜଡିତ ଭାବନା ବିଷୟରେ ଆଲୋଚନା କରିବାର ଆଜି ହେଉଛି ପ୍ରକୃଷ୍ଠ ସମୟ । ଆଉ ଏହା ମଧ୍ୟ ଭାରତୀୟ ସଂସ୍କୃତିର ସୁନ୍ଦରତା ଏବଂ ଅଖଣ୍ଡତାକୁ ବହନ କରିଥାଏ। ରକ୍ଷା ବନ୍ଧନର ପୌରାଣିକ ଆଖ୍ୟାନ(Mythology), ଇତିହାସ(History) ଏବଂ ଓୌପନିବେଶିକ ଅତିତ(Colonial Past) ସହିତ ବିଭିନ୍ନ ସମ୍ବନ୍ଧ ରହିଛି। ଏଠାରେ ବିଭିନ୍ନ ଯୁଗ ସହିତ ଜଡିତ ରାକ୍ଷୀର କେତେକ କିମ୍ବଦନ୍ତି ସହିତ ଆପଣଙ୍କୁ ଆମେ ପରିଚିତ କରାଇବୁ। 

ରାକ୍ଷୀ ଏବଂ ଭାରତର ଓୌପନିବେଶିକ ଅତୀତ (Rakhi and colonial past Of India)

୧୯୦୫ରେ ଯେତେବେଳେ ବେଙ୍ଗଲର ବିଭାଜନ ହେଲା ସେତେବେଳେ ରାଷ୍ଟ୍ରର ମଧ୍ୟ ବିଭାଜନ ହୋଇଥିଲା। ସେତେବେଳେ ନୋବେଲ ପୁରସ୍କାର ବିଜେତା ରବିନ୍ଦ୍ରନାଥ ଟାଗୋର ରକ୍ଷା ବନ୍ଧନ ପାଳନ ଏବଂ ବଙ୍ଗଳାରେ ହିନ୍ଦୁ ଓ ମୁସଲମାନ ମାନଙ୍କ ମଧ୍ୟରେ ପ୍ରେମ ଏବଂ ଏକତା ବୃଦ୍ଧି କରିବା ପାଇଁ ରାକ୍ଷୀ ମହୋତ୍ସବର ଆରମ୍ଭ କରିଥିଲେ। ଏଥିସହିତ ସେମାନଙ୍କୁ ଇଂରେଜ ବିରୋଧରେ ମଧ୍ୟ ସଂଗ୍ରାମ କରିବାକୁ ପ୍ରବର୍ତ୍ତାଇଥିଲେ। ବିଭାଜନ ଯଦିଓ ରାଜ୍ୟକୁ ବିଭାଜିତ କରିଥିଲା ପରନ୍ତୁ, ପଶ୍ଚିମବଙ୍ଗର କେତେକ ସ୍ଥାନରେ ସେହି ପରମ୍ପରା ଆଜି ବି ଜାରି ରହିଛି, ଯେଉଁଠାରେ ଲୋକମାନେ ପୋଡଶୀ କିମ୍ବା ନିକଟ ବନ୍ଧୁଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି। 

ଟାଗୋର ନିମ୍ନଲିଖିତ ଥିବା ରକ୍ଷା ବନ୍ଧନର ପ୍ରତୀକ ରୂପେ ଲେଖିଥିଲେ-

ଆମର ପୂର୍ବ ନିର୍ଦ୍ଧାରିତ ପରିଚୟ
କଣ ତୁମେ ଏତେ ପରାକ୍ରମୀ
ଆମର ବର୍ବାଦୀ କିମ୍ବା ସୁରକ୍ଷାର ଦୁର୍ଦ୍ଦଶା
ତୁମେ ଭାବ ସବୁ ତୁମ ହାତରେ ଅଛି
ତୁମ ଅହଙ୍କାର ଚରମରେ ରହିଛି 

ରାକ୍ଷୀ ଏବଂ ଭାରତର ଇତିହାସ (Rakhi and Indian history )

ଯେତେବେଳେ ମହାନ ସିକନ୍ଦର ଆଲେକଜାଣ୍ଡାର ଖ୍ରୀଷ୍ଟପୂର୍ବ ୩୨୬ରେ ଭାରତ ଉପରେ ଆକ୍ରମଣ କରିଥିଲେ, ତାଙ୍କ ସ୍ତ୍ରୀ ରୋକ୍ସାନା ପୌରବୋଙ୍କ ରାଜା ପୋରସଙ୍କୁ ଏକ ପବିତ୍ର ସୂତା ପଠାଇଥିଲେ ଏବଂ ଯୁଦ୍ଧ ମଇଦାନରେ ତାଙ୍କ ସ୍ବାମୀଙ୍କର କୌଣସି କ୍ଷତି ନହେବା ପାଇଁ ରାଜାଙ୍କୁ କହିଥିଲେ। ହାଇଡେସ୍ପେସ ଯୁଦ୍ଧରେ ପୋରସ ଯେତେବେଳେ ତାଙ୍କ ହାତରେ ରାକ୍ଷୀ ଦେଖିଦେଲେ ସେତେବେଳେ ସେ ସିକନ୍ଦରଙ୍କୁ ଆକ୍ରମଣ କରିବା ବନ୍ଦ କରିଦେଇଥିଲେ। ଯଦିଓ ପୋରସ ଯୁଦ୍ଧ ହାରିଯାଇଥିଲେ ହେଲ ସେ ସିକନ୍ଦରଙ୍କ ସମ୍ମାନ ଜିତିବା ସହିତ ତାଙ୍କ ରାଜ୍ୟର ଗଭର୍ଣ୍ଣର କରାଇଥିଲେ। ଏଥିସହିତ ପୋରସଙ୍କୁ ହାଇଫେସିସ(ବ୍ୟାସ) ପର୍ଯ୍ୟନ୍ତ ବିସ୍ତୃତ ଦକ୍ଷୀଣ-ପୂର୍ବ କ୍ଷେତ୍ର ଉପରେ ତାଙ୍କୁ ପ୍ରଭୃତ୍ବ ଦେଇଥିଲେ ସିକନ୍ଦର। 

ନିଜ ସ୍ବାମୀ ରାଣା ସାଙ୍ଗାଙ୍କ ମୃତ୍ୟୁ ପରେ ରାଣୀ କର୍ଣ୍ଣାବତୀ, ମେଓ୍ବାଡର ଅଧିକାରୀ ହୋଇଥିଲେ ଏବଂ ନିଜ ବଡ ପୁଅ ବିକ୍ରମଜିତଙ୍କ ନାମରେ ସେଠାରେ ଶାସନ କରିଥିଲେ। ଯେତେବେଳେ ଗୁଜୁରାଟର ବାହାଦୂର ଶାହା ଦ୍ବିତୀୟ ଥର ମେଓ୍ବାଡର ଉପରେ ଆକ୍ରମଣ କରିଥିଲେ, ସେତେବେଳେ ରାଣୀ ଅନ୍ୟ ରାଜ୍ୟରୁ ସମର୍ଥନ ଜୁଟାଇବାରେ ଲାଗିଲେ। ସେହି ସମୟରେ କର୍ଣ୍ଣାବତୀ ମୁଗଲ ହୁମାୟୁଁଙ୍କୁ ସହଯୋଗ ପାଇଁ ଲେଖିଥିଲେ ଏବଂ ରାକ୍ଷୀ ପଠାଇ ସୁରକ୍ଷା ମାଗିଥିଲେ। ହୁମାୟୁଁଙ୍କ ପିତା ବାବର ୧୫୨୭ରେ ରାଣା ସାଙ୍ଗାଙ୍କୁ ହରାଇବା ସତ୍ତ୍ବେ ଏବଂ ମୋଗୋଲ ବାଦଶାହ ନିଜେ ଜଣେ ସୈନ୍ୟ ଅଭିଯାନ ମଧ୍ୟରେ ଥିବା ସତ୍ତ୍ବେ ସେ କର୍ଣ୍ଣାବତୀଙ୍କୁ ସାହାଯ୍ୟ ନିମନ୍ତେ ମେଓ୍ବାଡ ଉପରେ ଧ୍ୟାନ ଦେବା ପାଇଁ ସବୁକିଛି ତ୍ୟାଗ କରିଥିଲେ। 

ମୋଗୋଲ ବାଦଶାହାଙ୍କ ହୃଦୟ ଭାଙ୍ଗିଯାଇଥିଲା ଯେତେବେଳେ ସେ ଏହାକୁ ଠିକ ସମୟରେ କରିପାରିନଥିଲେ। ଚିତ୍ତୋଡରେ ରାଜପୁତ ସେନାର ହାର ହେଲା ଏବଂ ରାଣୀ କର୍ଣ୍ଣାବତୀ ଜୋହରର ରାଜପୁତ ରିବାଜଙ୍କ ନିକଟରେ ନିଜକୁ ସମର୍ପଣ କରିଦେଲେ। ପରେ ହୁମାୟୁଁ କର୍ଣ୍ଣାବତୀଙ୍କ ପୁଅ ବିକ୍ରମଜୀତଙ୍କୁ ରାଜ୍ୟ ସମର୍ପି ଦେଇଥିଲେ।  

ରାକ୍ଷୀ ଏବଂ ଭାରତର ପୌରାଣିକ କଥା

ସବୁଠୁ ଅଧିକ ଲୋକପ୍ରିୟ ପୌରାଣିକ ଆଖ୍ୟାନ ମଧ୍ୟରୁ ଗୋଟିଏ ହେଉଛି ଭଗବାନ କୃଷ୍ଣ ଏବଂ ଦ୍ରୌପଦୀଙ୍କ କଥା। ମକର ସଂକ୍ରାନ୍ତି ଦିନ ଯେତେବେଳେ କୃଷ୍ଣଙ୍କ ଛୋଟ ଅଙ୍ଗୁଳି କଟିଯିବାରୁ ବହୁତ ରକ୍ତ ବାହାରିଥିଲା, ଦ୍ରୌପଦୀ ତାଙ୍କ ଶାଢୀର କିଛି ଅଂଶ କାଟି କୃଷ୍ଣଙ୍କ ଅଙ୍ଗୁଳିରେ ବାନ୍ଧି ଦେଇଥିଲେ। ସେତେବେଳେ କୃଷ୍ଣ ଦ୍ରୌପଦୀଙ୍କ ରକ୍ଷା ପାଇଁ ବଚନ ଦେଇଥିଲେ। ଦ୍ରୌପଦୀଙ୍କ ଇଜ୍ଜତ ରକ୍ଷା କରି କୃଷ୍ଣ ପୌରାଣିକ କାହାଣୀରେ ଅମର ହୋଇରହିଯାଇଛି। 

କଣ ଆପଣ ଜାଣିଛନ୍ତି, ପ୍ରଥମ ରକ୍ଷା ବନ୍ଧନ ସ୍ବାମୀ-ସ୍ତ୍ରୀ ପାଳନ କରିଥିଲେ ?

ଏହା ଆଶ୍ଚର୍ଯ୍ୟଜନକ ଲାଗେ, କିନ୍ତୁ ଏହି ପର୍ବର ଉତ୍ପତ୍ତି ପ୍ରଥମେ ସ୍ବାମୀ-ସ୍ତ୍ରୀଙ୍କ ଠାରୁ ହୋଇଥିଲା। ଯେତେବେଳେ ଦେବତା ଏବଂ ରାକ୍ଷସଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା ଭଗାବନ କୃଷ୍ଣ, ଭଗବାନ ଇନ୍ଦ୍ରଙ୍କ ପତ୍ନୀଙ୍କୁ ଇନ୍ଦ୍ରଙ୍କ ହାତରେ ଏକ ରକ୍ଷାସୂତା ବାନ୍ଧିବାକୁ କହିଥିଲେ। ଏହା ଶ୍ରାବଣ ପୂର୍ଣ୍ଣିମା ଦିନ ହୋଇଥିଲା ଏବଂ ସେବେଠାରୁ ରକ୍ଷାବନ୍ଧନ ପାଳିତ ହୋଇଆସୁଛି। 

ଯେତେବଳେ ମୃତ୍ୟୁର ଦେବତା ଜମ ନିଜ ଭଉଣୀ ଯମୁନାଙ୍କୁ ସାକ୍ଷାତ କରିବାକୁ ନଯିବାରୁ ଜମୁନା ୧୨ ବର୍ଷ ପର୍ଯ୍ୟନ୍ତ ଗଙ୍ଗାଙ୍କ ଠାରୁ ସହଯୋଗ ମାଗିଥିଲେ। ଗଙ୍ଗାଙ୍କ ଠାରୁ ତାଙ୍କ ଭଉଣୀ ବିଷରେ ଶୁଣିବା ପରେ ଜମ ଯମୁନା ଯାତ୍ରା ପାଇଁ ସ୍ଥିର କରିଥିଲେ। ନିଜ ଭାଇର ଆଗମନରେ ପ୍ରସନ୍ନ ହୋଇ ଯମୁନା ଜମଙ୍କ ପାଇଁ ଏକ ବଡ ଆୟୋଜନ କରିବା ସହିତ ତାଙ୍କ ହାତରେ ରାକ୍ଷୀ ବାନ୍ଧିଥିଲେ। ଜମ ପ୍ରସନ୍ନ ହୋଇ ଉପହାର ସ୍ବରୂପ ତାଙ୍କୁ କଣ ଦରକାର ଭଉଣୀ ଯମୁନାଙ୍କୁ ପଚାରିଥିଲେ। ଆଉ ସେ ମାଗିଥିଲେ ଯେ, ତାଙ୍କ ଭାଇ ଯେତେ ଶୀଘ୍ର ସମ୍ଭବ ତାଙ୍କୁ ଭେଟିବାକୁ ଆସନ୍ତୁ। ତାଙ୍କ ଭଉଣୀଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କୁ ଆଜୀବନ ବୋହିବାକୁ ଆଶୀର୍ବାଦ ଦେଇଥିଲେ। ଫଳସ୍ବରୂପ ଗଙ୍ଗା-ଯମୁନା ଆଜି ବି କଳକଳ ଶବ୍ଦ କରି ଅବିରତ ବୋହିଚାଲିଛି।

ଯଦିଓ ଏହି ପର୍ବ ବୈଦିକ ଯୁଗରେ ଆରମ୍ଭ ହୋଇଥିଲା ତଥାପି ଆଜିବି ରାକ୍ଷୀ ତାର ଅସ୍ତିତ୍ବ ବଜାୟ ରଖିଛି। ପୌରାଣିକ ଆଖ୍ୟାନର ସୂତାଖିଅ ଠାରୁ ଆରମ୍ଭ କରି ଆଜିର ଡିଜିଟାଲ ରାକ୍ଷୀ ପର୍ଯ୍ୟନ୍ତ ଭଉଣୀଟିଏ ଆଜିବି ଚାତକ ପରି ଚାହିଁବସିଥାଏ ଭାଇ ହାତରେ ସେହି ଭଲପାଇବାର ପ୍ରତୀକକୁ ରୋପଣ କରିବା ପାଇଁ। ଆଉ ଭଣୀର ପ୍ରତ୍ୟେକ ବିପଦରେ ସାଥିରେ ଠିଆ ହେବା ପାଇଁ କରିଥାଏ ପଣ।