'orissa'ପାଇଁ ଚର୍ଚ୍ଚାରେ ରାମ ଗୋପାଲ ବର୍ମା, ଅପ୍ସରାଙ୍କୁ କହିଲେ ଓଡ଼ିଶାର ଝଡ଼...

ବଲିଉଡ଼ର ଆଗଧାଡ଼ିର ନିର୍ଦ୍ଦେଶକଙ୍କ ଓଡ଼ିଶା ପ୍ରତି ଅପମାନ ଜନକ ମନ୍ତବ୍ୟ...

'orissa'ପାଇଁ ଚର୍ଚ୍ଚାରେ ରାମ ଗୋପାଲ ବର୍ମା, ଅପ୍ସରାଙ୍କୁ କହିଲେ ଓଡ଼ିଶାର ଝଡ଼...

ନୂଆଦିଲ୍ଲୀ: ଚର୍ଚ୍ଚାରେ ବଲିଓଡ଼ିର ଖ୍ୟାତନାମା ନିର୍ଦ୍ଦେଶକ ରାମ ଗୋପାଲ ବର୍ମା ଏବେ ଚର୍ଚ୍ଚାରେ। ସିନେମାର ନିର୍ଦ୍ଦେଶନା ହେଉ ଅବା କାହାଣୀକୁ ନେଇ ସେ ଯେତିକି ଚର୍ଚ୍ଚିତ ନୁହଁନ୍ତି, ଟ୍ୱିଟକୁ ନେଇ ସେ ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ଟ୍ରେଣ୍ଡିଂରେ ରହିଥାନ୍ତି। ଏବେ ମଧ୍ୟ ସେହି ଟ୍ୱିଟ ପାଇଁ ଚର୍ଚ୍ଚାରେ ରହିଛନ୍ତି ରାମଗୋପାଲ ବର୍ମା ବା RGV। RGV ନିକଟରେ ଓଡ଼ିଶାକୁ ନେଇ ଟ୍ୱିଟରରେ କିଛି ମତ ଦେଇଥିଲେ। 

ଶ୍ରୀ ବର୍ମା ଟ୍ୱିଟ ଯୋଗେ କହିଥିଲେ କି, ଅପ୍ସରାଙ୍କୁ ଭେଟିବା ପୂର୍ବରୁ ମୁଁ ଓଡ଼ିଶା ସମ୍ପର୍କରେ କେବେ ବି ଶୁଣିନଥିଲା। ୧୯୯୯ ମସିହା ବାତ୍ୟା ପରେ କେବେ ବି ଓଡ଼ିଶା ସମ୍ପର୍କରେ ଶୁଣିବାକୁ ପାଇନଥିଲି। ଅପସରାଙ୍କୁ ଭେଟିବା ପରେ ଓଡ଼ିଶାରେ ବି ଅପସରାଙ୍କ ଭଳି ଝଡ଼ ରହିଛନ୍ତି ବୋଲି ଜାଣିବାକୁ ପାଇଲି। ଓଡ଼ିଶା ବହୁତ ସୁନ୍ଦର ହୋଇଥିବା ନିଶ୍ଚିତ ବୋଲି ସେ ଟ୍ୱିଟ କରିଥିଲେ। ତେବେ ଏହି ବାର୍ତ୍ତାରେ ଓଡ଼ିଶାର ନାଁକୁ ମଧ୍ୟ ଭୁଲ ଭାବେ ଉପସ୍ଥାପିତ କରିଥିଲେ।

ଏଠାରେ କହି ରଖୁଛୁ ଯେ, ଅପ୍ସରା ହେଉଛନ୍ତି ବଲିଉଡ଼ର ଜଣେ ନବାଗତା ଅଭିନେତ୍ରୀ। ପୂର୍ବରୁ ହାତ ଗଣତି ସିନେମା କରିସାରିଛନ୍ତି। ତାମିଲ ଚଳଚ୍ଚିତ୍ରରେ ମଧ୍ୟ ଅପ୍ସରା କାର୍ଯ୍ୟ କରିସାରିଛନ୍ତି। କିନ୍ତୁ ଅପ୍ସରା ଜଣେ ଓଡ଼ିଆ। ଓଡ଼ିଶାରେ ତାଙ୍କର ଜନ୍ମ ହୋଇଥିଲେ ମଧ୍ୟ ବର୍ତ୍ତମାନ ସେ ହାଇଦ୍ରାବାଦରେ ବସବାସ କରୁଥିବା ସୂଚନା ମିଳିଛି। RGV କହିଛନ୍ତି କି, ଅପ୍ସରା ଡେରାଡୁନରେ ବଢିଛନ୍ତି, କିନ୍ତୁ ସେ ହାଇଦ୍ରାବାଦରେ ବସବାସ କରୁଛନ୍ତି। କିନ୍ତୁ ତାଙ୍କର ଜନ୍ମ ଓଡ଼ିଶାରେ ବୋଲି ସେ କହିଥିଲେ।  ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ଆଗାମୀ ସିନେମା 'ଥ୍ରୀଲର'ରେ ଅପ୍ସରାଙ୍କୁ ଦେଖିବାକୁ ପାଇବେ ଦର୍ଶକ। 

ତେବେ ଅପ୍ସରାଙ୍କ ବୋଲ୍ଡନେସକୁ ନେଇ ରାମଗୋପାଲ ବର୍ମା ବେଶ କଡ଼ା ଭାଷାରେ ଓଡ଼ିଶା ପ୍ରତି ଟିପ୍ପଣୀ ଦେଇଥିଲେ। ଏପରିକି ଅପ୍ସରାଙ୍କୁ ଓଡ଼ିଶାର ଝଡ ବୋଲି ରାମଗୋପାଲ ବର୍ମା କହିଥିଲେ। ଶ୍ରୀ ବର୍ମାଙ୍କ ଏହି ଟ୍ୱିଟ ସାମ୍ନାକୁ ଆସିବା ପରେ ଟ୍ରୋଲ ହେବାରେ ଲାଗିଛନ୍ତି ସେ। କଡ଼ା ଭାଷାରେ ତାଙ୍କୁ ୟୁଜର ଟ୍ରୋଲ କରୁଥିବା ଦେଖିବାକୁ ମିଳିଛି। ପ୍ରଥମତଃ ଓଡ଼ିଶାର ନାଁକୁ ଠିକ ଭାବେ ନ ଲେଖିଥିବାରୁ ବେଶ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଟ୍ୱିଟର ୟୁଜରକାରୀ। 

ସେପଟେ ଅପ୍ସରାଙ୍କର କିଛି ବୋଲ୍ପନେସ ଫଟୋକୁ ମଧ୍ୟ ଟ୍ୱିଟ କରିଥିଲେ ଆରଜିବି। ଏହି ଫଟୋ ଗୁଡ଼ିକୁ ସୋସିଆଲ ମିଡ଼ିଆରେ ଅପ୍ସରାଙ୍କୁ ମଧ୍ୟ ଟ୍ୟାଗ କରିଥିଲେ। ଏହି ଟ୍ୱିଟ କରିବାର କିଛି ସମୟ ମଧ୍ୟରେ ଅପ୍ସରାଙ୍କ ଫ୍ୟାନ ଫଲୋୟର୍ସଙ୍କର ସଂଖ୍ୟା ମଧ୍ୟ ବେଶ ବଢିଯାଇଛି।