ଖୁସି ଖବର! ୨୦୦୦ ଟଙ୍କାରୁ କମ୍ ଦାମରେ ମିଳୁଛି Realmeର ଏହି ଫୋନ୍, ଜାଣନ୍ତୁ ଫିଚର୍
Advertisement

ଖୁସି ଖବର! ୨୦୦୦ ଟଙ୍କାରୁ କମ୍ ଦାମରେ ମିଳୁଛି Realmeର ଏହି ଫୋନ୍, ଜାଣନ୍ତୁ ଫିଚର୍

ଖୁବଶୀଘ୍ର Flipkartରେ ଉଭୟ ଫୋନ୍ ଉପଲବ୍ଧ ହେବ। ଅଫଲାଇନ୍ ବଜାରରେ ଖୁଚୁରା ବିକ୍ରୟ ପାଇଁ ଏହି ଉଭୟ  feature phone ଶୀଘ୍ର ଉପଲବ୍ଧ ହେବ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: Realmeର ନୂଆ ସବ୍ ବ୍ରାଣ୍ଡ Dizo ଦୁଇଟି ନୂଆ ଫିଚର ଫୋନ୍ ଲଞ୍ଚ କରିଛି।  Dizo Star 300 ଏବଂ  Dizo Star 500 ହେଉଛି ଦୁଇଟି ନୂତନ feature phone। ଏଗୁଡ଼ିକର ମୂଲ୍ୟ ୨୦୦୦ ଟଙ୍କାରୁ କମ୍ ଅଛି। କିଛି ଦିନ ପୂର୍ବରୁ, Dizo ଅଧୀନରେ ଦୁଇଟି ନୂତନ ଉତ୍ପାଦ Dizo GoPods D ଏବଂ Dizo Wireless ଲଞ୍ଚ କରାଯାଇଥିଲା। ଆସନ୍ତୁ ଜାଣିବା ଏହି ଦୁଇଟି ଫୋନ୍ ବିଷୟରେ କିଛି ବିଶେଷ କଥା।

ଭାରତରେ Realmeର Dizo Star 300ର ମୂଲ୍ୟ ୧୨୯୯ ଟଙ୍କା ଥିବାବେଳେ Dizo Star 500କୁ ୧୭୯୯ ଟଙ୍କାରେ କିଣିପାରିବେ। ଖୁବଶୀଘ୍ର Flipkartରେ ଉଭୟ ଫୋନ୍ ଉପଲବ୍ଧ ହେବ। ଅଫଲାଇନ୍ ବଜାରରେ ଖୁଚୁରା ବିକ୍ରୟ ପାଇଁ ଏହି ଉଭୟ  feature phone ଶୀଘ୍ର ଉପଲବ୍ଧ ହେବ।

Also Read: ଶରୀରର କେଉଁ ଅଙ୍ଗରେ କୁଣ୍ଡେଇ ହେଲେ କ'ଣ ହୁଏ? ଆସନ୍ତୁ ଜାଣିବା

Dizo Star 300ରେ 2550mAh ବ୍ୟାଟେରୀ ଅଛି, ଯାହା ଏକ ଲମ୍ବା ସମୟ ପର୍ଯ୍ୟନ୍ତ ଚାଲିବାର ଦାବି କରାଯାଉଛି। ଷ୍ଟୋରେଜ୍ ପାଇଁDizo Star 300ରେ 32MB ଇଣ୍ଟରନାଲ୍ ଷ୍ଟୋରେଜ୍ ପ୍ରଦାନ କରାଯାଇଛି। ଫୋନରେ ସମୁଦାୟ ୮ଟି ଭାଷା - ଇଂରାଜୀ, ହିନ୍ଦୀ, ତାମିଲ, ବଙ୍ଗାଳୀ, ଗୁଜୁରାଟୀ, ତେଲୁଗୁ, ପଞ୍ଜାବୀ ଏବଂ କନ୍ନଡ ଉପଲବ୍ଧ ଅଛି। ଫଟୋ କ୍ଲିକ୍ କରିବା ପାଇଁ, ଫୋନରେ LED ଫ୍ଲାସ ସହିତ 0.3 ମେଗାପିକ୍ସେଲ କ୍ୟାମେରା ଅଛି। ସ୍କାଏ ବ୍ଲୁ ରଙ୍ଗ ଭ୍ୟାରିଆଣ୍ଟରେ Dizo Star 300 ଉପଲବ୍ଧ ହେବ।

Dizo Star 500ରେ 2.8-ଇଞ୍ଚର ଏକ ବଡ ଡିସପ୍ଲେ ଦିଆଯାଇଛି। ଏଥିରେ 1900mAh ବ୍ୟାଟେରୀ ଅଛି। Dizo Star 300ରେ ବ୍ଲୁଟୁଥ୍, କ୍ୟାଲେଣ୍ଡର, ଆଲାର୍ମ, କାଲକୁଲେଟର, ସାଉଣ୍ଡ ରେକର୍ଡର୍ ଏବଂ ଫାଇଲ୍ ମ୍ୟାନେଜର୍ ଭଳି Features ଉପଲବ୍ଧ। ଏହି ଫୋନରେ LED ଫ୍ଲାସ ସହିତ 0.3MP VGA ପଛ କ୍ୟାମେରା ଅଛି। ଫଟୋ ଷ୍ଟୋର କରିବାକୁ, ଏହି ଫୋନରେ 32MB ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି |