ସୁଶାନ୍ତଙ୍କ ବାପାଙ୍କ ବିରୋଧରେ ରିଆ ଆଣିଲେ ଅଭିଯୋଗ

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏବେ ବିହାର ପୋଲିସ ହାତରେ। ପୂର୍ବରୁ ଏକ ଏଡ଼ିଆର ବା ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ(ADR)ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ପାଟନାରେ ଏକ ମାମଲା ରୁଜୁ କରିବା ପରେ ପାଟନା ପୋଲିସ ମହାରାଷ୍ଟ୍ରରେ ତନାଘନା ଆରମ୍ଭ କରିଛି। ତଦନ୍ତକୁ ଜୋରଦାର କରିଛି। 

ସୁଶାନ୍ତଙ୍କ ବାପାଙ୍କ ବିରୋଧରେ ରିଆ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ଏବେ ବିହାର ପୋଲିସ ହାତରେ। ପୂର୍ବରୁ ଏକ ଏଡ଼ିଆର ବା ଆକ୍ସିଡେଣ୍ଟାଲ ଡେଥ ରିପୋର୍ଟ(ADR)ରୁଜୁ କରି ତଦନ୍ତ ଜାରି ରଖିଛି। ତେବେ ସୁଶାନ୍ତଙ୍କ ବାପା କେକେ ସିଂହ ପାଟନାରେ ଏକ ମାମଲା ରୁଜୁ କରିବା ପରେ ପାଟନା ପୋଲିସ ମହାରାଷ୍ଟ୍ରରେ ତନାଘନା ଆରମ୍ଭ କରିଛି। ତଦନ୍ତକୁ ଜୋରଦାର କରିଛି। କେକେ ସିଂହ ସୁଶାନ୍ତଙ୍କୁ ଆତ୍ମହତ୍ୟା କରିବା ପାଇଁ ଉସୁକାଇବା ସହିତ ଅନ୍ୟ ଗୁରୁତର ଅଭିଯୋଗ ତାଙ୍କ ମାମଲାରେ କରିଛନ୍ତି।

ସୂଚନା ଯୋଗ୍ୟ ଗତ ଜୁନ ମାସ ୧୪ ତାରିଖରେ ସୁଶାନ୍ତଙ୍କ ମୃତଦେହ ବାନ୍ଦ୍ରା ସ୍ଥିତ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥାରେ ପୋଲିସକୁ ମିଳିଥିଲା। ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ବାନ୍ଦ୍ରା ପୋଲିସ ଅନୁଧ୍ୟାନ ଆରମ୍ଭ କରିଛି। ସେପଟେ ବିହାର ପୋଲିସ ମୁମ୍ବାଇରେ ପହଞ୍ଚିବା ପରେ ତନାଘନା ଆରମ୍ଭ କରିଛି। ଏପରିକି ରିଆଙ୍କୁ ଜେରା ପାଇଁ ବାରମ୍ବାର ପ୍ରୟାସ ଆରମ୍ଭ କରିଛି। ମାତ୍ର ରିଆଙ୍କୁ ପାଇନଥିବା ନେଇ ବିହାର ପୋଲିସ ସୂଚନା ଦେଇଛି। 

ସେପଟେ ରିଆ ଚକ୍ରବର୍ତ୍ତି ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି। ରିଆ ସୁପ୍ରିମକୋର୍ଟରେ ସୁଶାନ୍ତଙ୍କ ପିତାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛନ୍ତି। ତାଙ୍କ ମାମଲାରେ ସେ ଦର୍ଶାଇଛନ୍ତି କି, ବିହାରରେ ରୁଜୁ ହୋଇଥିବା ମାମଲାକୁ ମହାରାଷ୍ଟ୍ରକୁ ସ୍ଥାନାନ୍ତର କରାଯାଉଛ। ସେଠାରେ ସୁଶାନ୍ତଙ୍କ ବାପାଙ୍କ ଚାପରେ ମାମଲାର ତଦନ୍ତ ସଠିକ ଢଙ୍ଗରେ ହୋଇ ପାରିବ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି କି, ମୋ  ବିରୋଧରେ ହୋଇଥିବା ମାମଲା ସମ୍ପୂର୍ଣ୍ଣ ଭିତ୍ତିହୀନ। ଉଦ୍ଦେଶ୍ୟମୁଳକ ଭାବେ ମୋତେ ଫସାଇବା ପାଇଁ ଏଭଳି ମାମଲା କରାଯାଇଛି। 

ଆହୁରି ମଧ୍ୟ କୁହାଯାଇଛି ଯେ, ରିଆ ୨୦୧୨ ମସିହାରୁ ବଲିଉଡ଼ରେ ଜଣେ ସକ୍ରିୟ ଅଭିନେତ୍ରୀ ଭାବରେ କାର୍ଯ୍ୟ କରିଆସୁଛନ୍ତି। ବିଚିତ୍ର ତଥ୍ୟ ଓ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ମାମଲା ରୁଜୁ କରାଯ଼ାଇଛି। ସୁଶାନ୍ତଙ୍କ ପିତା କୃଷ୍ଣା କିଶୋର ସିଂହ ଏଭଳି ମାମଲା କରି ଭୁଲ ଉପାୟରେ ଫସାଇବାକୁ ଉଦ୍ୟମ କରାଯାଉଛି ବୋଲି ରିଆ ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି। ରିଆ ତାଙ୍କ ଅଭିଯୋଗ ପତ୍ରରେ ଆହୁରି ମଧ୍ୟ କହିଛନ୍ତି କି, ସୁଶାନ୍ତଙ୍କ ସହ ସେ ରହୁଥିଲେ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କୁ ହତ୍ୟା ଓ ବଳାତ୍କାର ଭଳି ଧମକ ମଧ୍ୟ ମିଳୁଥିବା ନେଇ ଅଭିଯୋଗ ପତ୍ରରେ ଦର୍ଶାଯାଇଛି।