ଅଭିନେତ୍ରୀ ତନୁଶ୍ରୀଙ୍କ Makeup କରି ପୁରସ୍କାର ଜିତିଲେ ସମ୍ବଲପୁରର ସୁନିତା
Advertisement

ଅଭିନେତ୍ରୀ ତନୁଶ୍ରୀଙ୍କ Makeup କରି ପୁରସ୍କାର ଜିତିଲେ ସମ୍ବଲପୁରର ସୁନିତା

ମସ୍ତ ରାଉଣ୍ଡରେ ଉତ୍କୃଷ୍ଟତା ପ୍ରତିପାଦନ କରି ସମ୍ବଲପୁରର ଝିଅ ସୁନିତା ରାଜୀଵ ସୋନି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା (Tanushree Dutta) ଙ୍କ ବେଷ୍ଟ ଟ୍ରଫି ସହ ସାର୍ଟିଫିକେଟ ହାସଲ କରିଛନ୍ତି।

ଅଭିନେତ୍ରୀ ତନୁଶ୍ରୀଙ୍କ Makeup କରି ପୁରସ୍କାର ଜିତିଲେ ସମ୍ବଲପୁରର ସୁନିତା

ସମ୍ବଲପୁର: ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତାଙ୍କ Makeup କରି Best Celebrity Makeup artist ପୁରସ୍କାର ଜିତିଲେ ସମ୍ବଲପୁରର ସୁନିତା ରାଜୀଵ ସୋନି। କୋଭିଡ ନିୟମକୁ ପାଳନ କରି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି।

ଚଳିତ ମାସ ଅପ୍ରେଲ ୧୫ ତାରିଖରେ ଦେଶର ରାଜଧାନୀ ନୂଆଦିଲ୍ଲୀର ଏକ ହୋଟେଲରେ 'Golden Wings Award Season 3' ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ଭାରତର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୩୦୦ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ସମସ୍ତ ରାଉଣ୍ଡରେ ଉତ୍କୃଷ୍ଟତା ପ୍ରତିପାଦନ କରି ସମ୍ବଲପୁରର ଝିଅ ସୁନିତା ରାଜୀଵ ସୋନି, ଅଭିନେତ୍ରୀ ତନୁଶ୍ରୀ ଦତ୍ତା (Tanushree Dutta) ଙ୍କ ବେଷ୍ଟ ଟ୍ରଫି ସହ ସାର୍ଟିଫିକେଟ ହାସଲ କରିଛନ୍ତି।

Also Read: 'ବିକାଶକୁ ବିରୋଧ ନୁହେଁ, ବିକଳ୍ପ ପାଇଁ ସଙ୍ଘର୍ଷ'

ସୁନିତା ରାଜୀଵ ସୋନି ଏହି ସଫଳତା ପାଇଁ ଖୁସି ଜାହିର କରିଥିବା ବେଳେ ଆଗକୁ ମଧ୍ୟ ତାଙ୍କର ଏହି ସଫଳତାର ଯାତ୍ରା ଜାରି ରହିବ ବୋଲି କହିଛନ୍ତି। ତାଙ୍କର ଏହି ସଫଳତା ପଛରେ ତାଙ୍କ ପରିବାରର ବହୁତ ସହଯୋଗ ରହିଛି। ତାଙ୍କର ସ୍ୱାମୀ ତାଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିଥିବା ସହ ସବୁବେଳେ ତାଙ୍କ ସହିତ ରହିଥିବା ସୁନିତା କହିଛନ୍ତି। 

fallback

ସେ ଆହୁରି କହିଛନ୍ତି ଯେ, ମହିଳାମାନଙ୍କ ଠାରେ ଅନେକ ପ୍ରତିଭା ରହିଥାଏ। ତାଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ପରିବାରର ବହୁତ ବଡ଼ ଭୂମିକା ରହିଛି। ପରିବାରର ସହଯୋଗ ପାଇଲେ ମହିଳାମାନେ ସ୍ୱାବଲମ୍ବୀ (Women Empowerments) ହେବା ସହ ନିଜ ଅଞ୍ଚଳ ପାଇଁ ମଧ୍ୟ ଗୌରବ ଆଣିବେ ଏଥିରେ ସନ୍ଦେହ ନାହିଁ।

Also Read: ଅବିକଶିତ ସନ୍ତାନକୁ ଧରି ସ୍ୱାମୀର ଠିକଣା ସନ୍ଧାନରେ ଅଫସାନା

ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ପରିବାର ଲୋକ ସହାୟତା କରନ୍ତୁ। ହୁଏତ ଆପଣଙ୍କ ଘରେ ମଧ୍ୟ କେହି ଲୁକ୍କାୟିତ ପ୍ରତିଭା ରହିଥାଇ ପାରନ୍ତି ବୋଲି ସୁନିତାଙ୍କ ସ୍ୱାମୀ ରମାକାନ୍ତ ସୋନି କହିଛନ୍ତି।