ସଞ୍ଜୟଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ
Advertisement
Article Detail0/zeeodisha/odisha707906

ସଞ୍ଜୟଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ

ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ଟିଭି ଦୁନିଆରୁ ବଲିଉଡରେ ପାଦ ରଖିଥିବା ସୁଶାନ୍ତଙ୍କର ଗତମାସ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ମୃତଦେହ ମିଳିଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ପୁଙ୍ଖ

ସଞ୍ଜୟଙ୍କ ବୟାନ ରେକର୍ଡ କଲା ବାନ୍ଦ୍ରା ପୋଲିସ

ନୂଆଦିଲ୍ଲୀ: ବଲିଉଡର ଅଭିନେତା ସୁଶାନ୍ତ ସିଂ ରାଜପୁତ ୩୪ ବର୍ଷ ବୟସରେ ଦୁନିଆକୁ ଅଲବିଦା କହିଛନ୍ତି। ଟିଭି ଦୁନିଆରୁ ବଲିଉଡରେ ପାଦ ରଖିଥିବା ସୁଶାନ୍ତଙ୍କର ଗତମାସ ୧୪ ତାରିଖରେ ବାନ୍ଦ୍ରାସ୍ଥିତ ତାଙ୍କ ଘରୁ ମୃତଦେହ ମିଳିଥିଲା। ତେବେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ସମ୍ପର୍କରେ ପୋଲିସ ସବୁ ଦିଗରୁ ତଦନ୍ତ ଜାରି ରଖିଛି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ପୋଲିସ ଅଭିନେତା ରହୁଥିବା ବିଲ୍ଡିଂର ସିସିଟିଭି ରେକର୍ଡିଂ ମଧ୍ୟ ନେଇଛି।

ପୋଲିସର ସୂଚନାନୁସାରେ, ସୁଶାନ୍ତ ସିଂ ରାଜପୁତଙ୍କ ଘରେ କୌଣସି ସିସିଟିଭି କ୍ୟାମେରା ଲଗାଯାଇ ନାହିଁ, ଯେଉଁ ପରିସ୍ଥିତିରେ ପୋଲିସ ତାଙ୍କ ବିଲ୍ଡିଂରେ ଲଗାଯାଇଥିବା ସିସିଟିଭି କ୍ୟାମେରାର ରେକର୍ଡିଂକୁ କଏଦ କରିଛି। ଏଥି ସହ ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସଞ୍ଜୟ ଲୀଲା ଭନସାଲୀଙ୍କ ବାନ୍ଦ୍ରା ପୋଲିସ ଷ୍ଟେସନରେ ବିବୃତ୍ତି ରେକର୍ଡ କରିଛି ପୋଲିସ। ସଞ୍ଜୟଙ୍କୁ ପ୍ରାୟ ଘଣ୍ଟା ଘଣ୍ଟା ଧରି ପୋଲିସ ପଚରାଉଚରା କରିଥିଲା, ଯେଉଁଥିରେ ସେ କହିଥିଲେ ଯେ ସେ ତାଙ୍କ ଚାରିଟି ଚଳଚ୍ଚିତ୍ରରେ ସୁଶାନ୍ତଙ୍କୁ କାଷ୍ଟ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଡେଟ୍ ମ୍ୟାଚ୍ ନ ହେବାରୁ ତାଙ୍କୁ ଏହି ଫିଲ୍ମରେ ଅନ୍ୟ କଳାକାରଙ୍କୁ କାଷ୍ଟ କରିବାକୁ ପଡିଲା।

ସୁଶାନ୍ତ ସିଂ ରାଜପୁତ (Sushanta Singh Rajput) ମାମଲା ପୋଲିସକୁ ଫୋରେନସିକ୍ ରିପୋର୍ଟକୁ ଅପେକ୍ଷା କରିଛି। ଏହା ବ୍ୟତୀତ ମୁମ୍ବାଇ ପୋଲିସ ସୁଶାନ୍ତ ସିଂ ରାଜପୁତଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ନୋଡାଲ ପାଇବାକୁ ଅପେକ୍ଷା କରିଛି। ସୂଚନାଯୋଗ୍ୟ ପୋଲିସ ସୁଶାନ୍ତ ମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ୩୪ ଜଣଙ୍କୁ ଜେରା କରିସାରିଲାଣି। ଅଭିନେତାଙ୍କ ମୃତ୍ୟୁ ପରଠାରୁ ତାଙ୍କ ପ୍ରଶଂସକମାନେ ସୋସିଆଲ ମିଡିଆରେ ସିବିଆଇ ତଦନ୍ତ ଦାବି କରିଥିଲେ। ପ୍ରଶଂସକଙ୍କ ସହ ରୂପା ଗାଙ୍ଗୁଲି, ଶେଖର ସୁମନ ଏବଂ ବହୁ କଳାକାର ମଧ୍ୟ ସୁଶାନ୍ତ ସିଂ ରାଜପୁତ ମାମଲାରେ ସିବିଆଇ ତଦନ୍ତ ଦାବି କରିଛନ୍ତି।

;