SBI କଲା ସତର୍କ, ଏହି ନମ୍ବରକୁ କରନ୍ତୁ ଇଗ୍ନୋର ନଚେତ୍ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ
X

SBI କଲା ସତର୍କ, ଏହି ନମ୍ବରକୁ କରନ୍ତୁ ଇଗ୍ନୋର ନଚେତ୍ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ

SBI ନିଜ ଗ୍ରାହକଙ୍କୁ ନକଲି କଷ୍ଟମର କେୟାର ନମ୍ବରକୁ କଲ ନକରିବାକୁ  ପରାମର୍ଶ ଦେଇଛି ଓ ଏଥିରୁ ରକ୍ଷା ପାଇବା ପାଇଁ ଏକ ସତର୍କ ସୂଚନା ମଧ୍ୟ ଜାରି କରିଛି ।

SBI କଲା ସତର୍କ, ଏହି ନମ୍ବରକୁ କରନ୍ତୁ ଇଗ୍ନୋର ନଚେତ୍ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଡିଜିଟାଲ କାରବାରର ବୃଦ୍ଧି ସହିତ ସାଇବର ଠକେଇ ମାମଲା ମଧ୍ୟ ବଢିବାରେ ଲାଗିଛି । ଏପରି ସମୟରେ, ଯଦି ଆପଣ ଗୋଟିଏ ଭୁଲ କରୁଛନ୍ତି ତେବେ ସାଇବର ଠକମାନେ ଆପଣଙ୍କ ପୂରା ଆକାଉଣ୍ଟ ଖାଲି କରିଦେବେ । ଏହି ସମୟରେ ଦେଶର ସର୍ବବୃହତ ସାର୍ବଜନୀନ କ୍ଷେତ୍ର ବ୍ୟାଙ୍କ ଏସବିଆଇ (SBI) ଗ୍ରାହକଙ୍କୁ ଏହି ଠକମାନଙ୍କୁ ଠାରୁ କିପରି ନିଜକୁ ରକ୍ଷା କରିପାରିବେ ସେ ବିଷୟରେ ସମୟ ସତର୍କ କରାଇ ଆସୁଛି । ନକଲି କଷ୍ଟମର କେୟାର ନମ୍ବର ସମ୍ପର୍କରେ ଏସବିଆଇ ବର୍ତ୍ତମାନ ଏକ ସତର୍କ ସୂଚନା ଜାରି କରିଛି ।

SBI ଜାରି କଲା ଆଲର୍ଟ
ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏହାର ଅଫିସିଆଲ୍ ଟ୍ୱିଟର ଆକାଉଣ୍ଟରେ ନିକଟରେ ଏକ ଟ୍ୱିଟ୍ କରି ନକଲି କଷ୍ଟମର କେୟାର ବିଷୟରେ ଗ୍ରାହକଙ୍କୁ ସତର୍କ ସୂଚନା ଜାରି କରିଛି । ଏସବିଆଇ ଏହାର ଟ୍ୱିଟରେ ଲେଖିଛି ଯେ ନକଲି କଷ୍ଟମର କେୟାର ନମ୍ବରରୁ ସାବଧାନ ରୁହନ୍ତୁ । ଟ୍ୱିଟରେ ଆହୁରି କୁହାଯାଇଛି ଯେ ସଠିକ୍ କଷ୍ଟମର କେୟାର ନମ୍ବର ପାଇଁ ଏସବିଆଇର ଅଫିସିଆଲ୍ ୱେବସାଇଟ୍ ଭିଜିଟ କରନ୍ତୁ । ଏହା ବ୍ୟତୀତ, ଗୋପନୀୟ ବ୍ୟାଙ୍କିଙ୍ଗ୍ ସୂଚନା କାହା ସହିତ ସେୟାର କରନ୍ତୁ ନାହିଁ ।

ଅଧିକ ପଢ଼ନ୍ତୁ: ଭଲ ନିଦ ପାଇଁ ଶୋଇବା ପୂର୍ବରୁ ପ୍ରତିଦିନ କରନ୍ତୁ ଏହି କାମ, ଆବଶ୍ୟକ ପଡିବ ନାହିଁ ମେଡ଼ିସିନ

ବ୍ୟାଙ୍କ ସେୟାର କରିଛି ଭିଡିଓ
SBI କହିଛି ଯେ ଯଦି ଆପଣଙ୍କ ସହିତ ଏହିପରି କିଛି ଘଟିଛି, ତେବେ ତୁରନ୍ତ ଏହା ଉପରେ ଅଭିଯୋଗ କରନ୍ତୁ । ବ୍ୟାଙ୍କ ଏହାର ଏକ ଗ୍ରାହକଙ୍କୁ ବୁଝାଇବା ପାଇଁ ଏକ ଭିଡିଓ ସେୟାର କରିଛି ଯେ ସାଇବର ଠକ ମାନେ କିପରି ଆପଣଙ୍କର ଗୋଟିଏ ଭୁଲକୁ ଅପେକ୍ଷା କରନ୍ତି ଓ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ପାଇଁ ଏହା ବିପଜ୍ଜନକ ହୋଇପାରେ । ବ୍ୟାଙ୍କ କହିଛି ଯେ କୌଣସି ପ୍ରକାରର ଠକେଇ ପାଇଁ, ଆପଣଙ୍କର ଅଭିଯୋଗକୁ report.phising@sbi.co.in ରେ ପଞ୍ଜୀକୃତ କରନ୍ତୁ କିମ୍ବା ସାଇବର କ୍ରାଇମ ହେଲ୍ପଲାଇନ ନମ୍ବର 155260 କୁ କଲ କରନ୍ତୁ ।

ଅଧିକ ପଢ଼ନ୍ତୁ: ଜାଣନ୍ତୁ କିଏ ଏହି ଚରଣଜିତ ସିଂ ଚନ୍ନି? ଯାହାକୁ ପଞ୍ଜାବରେ CM ଭାବେ ଚୟନ କରିଛି କଂଗ୍ରେସ

ଚୁଟକୀରେ ଖାଲି ହୋଇଯିବ ଆପଣଙ୍କ ଆକାଉଣ୍ଟ
ନକଲି କଷ୍ଟମର କେୟାର ନମ୍ବରକୁ କଲ କଲେ ଠକମାନେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଖାଲି କରିପାରିବେ । ଫୋନରେ ସାଇବର ଠକମାନେ ଆପଣଙ୍କୁ ବ୍ୟକ୍ତିଗତ ସୂଚନା ପାଇଁ ନାମ, ଠିକଣା, ମୋବାଇଲ୍ ନମ୍ବର, ଇମେଲ୍ ଆଇଡି, ଆକାଉଣ୍ଟ ନମ୍ବର, ଡେବିଟ୍ କାର୍ଡ ନମ୍ବର ଏବଂ OTP ପାଇଁ ପଚାରିଥାନ୍ତି । ଏହା ପରେ ଆକାଉଣ୍ଟ ଖାଲି ହୋଇଯାଏ ।

Trending news