ଆପଣଙ୍କ ପେଟର ଗ୍ୟାସ୍ ସମସ୍ୟା ଦୂର କରିବ ଏହି ଘରୋଇ ଉପଚାର
Advertisement

ଆପଣଙ୍କ ପେଟର ଗ୍ୟାସ୍ ସମସ୍ୟା ଦୂର କରିବ ଏହି ଘରୋଇ ଉପଚାର

ଯଦି ପେଟ ସହିତ ଜଡି଼ତ ସମସ୍ୟାକୁ ନଜର ଅନ୍ଦାଜ କରାଯାଏ ତେବେ ତାହା ଅତ୍ୟନ୍ତ ଚିନ୍ତାଜନକ ହେବା ସହ ଆଗକୁ ଅନେକ ସମସ୍ୟା ଉପୁଜାଇପାରେ ।

ଆପଣଙ୍କ ପେଟର ଗ୍ୟାସ୍ ସମସ୍ୟା ଦୂର କରିବ ଏହି ଘରୋଇ ଉପଚାର

ନୂଆଦିଲ୍ଲୀ: ଆପଣ ଏ କଥା ନିଶ୍ଚୟ ଜାଣିଥିବା ବା ଅନୁଭବ ମଧ୍ୟ କରିଥିବେ ଆମ ଶରୀରରେ ବିଭିନ୍ନ ରୋଗ ମଧ୍ୟରୁ ପେଟ ସମସ୍ୟା ସମସ୍ତଙ୍କ କ୍ଷେତ୍ରରେ ଦେଖାଦେଇଥାଏ । ଗତ ୨୦ ବର୍ଷ ଭିତରେ ସାମ୍ନାକୁ ଆସିଥିବା ବିଭିନ୍ନ ରିସର୍ଚ୍ଚ ଅନୁଯାୟୀ ଯଦି ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବାକୁ ଚାହୁଁଛନ୍ତି ତେବେ କେବଳ ଯେ, ଶରୀରର ବାହାର ନୁହେଁ ଶରୀରର ଭିତର ଥିବା ଅଙ୍ଗ ମଧ୍ୟ ସୁସ୍ଥ ଓ ଉତ୍ତମ ଅବସ୍ଥାରେ ରହିବା ଦରକାର । ଯଦି ପେଟ ସହିତ ଜଡି଼ତ ସମସ୍ୟାକୁ ନଜର ଅନ୍ଦାଜ କରାଯାଏ ତେବେ ତାହା ଅତ୍ୟନ୍ତ ଚିନ୍ତାଜନକ ହେବା ସହ ଆଗକୁ ଅନେକ ସମସ୍ୟା ଉପୁଜାଇପାରେ ।

ତେବେ ପେଟରେ ଗ୍ୟାସ ସମସ୍ୟା ଦେଖାଯାଏ କାହିଁକି, କାରଣ କିଛି କିଛି ସମୟରେ ଅତ୍ୟଧିକ ରାଗ ଖାଇବା ବା ସ୍ପାଇସି ଫୁଡ୍ (Spicy Food) ଖାଇବା ଦ୍ୱାରା ପେଟରେ ଯନ୍ତ୍ରଣା ଆରମ୍ଭ ହୋଇଯାଏ । ତେଲରେ ଛଣା ବା ମଇଦା ଜନିତ ଖାଦ୍ୟ ମଧ୍ୟ ଗ୍ୟାସ ସମସ୍ୟାର ଏକ ମୂଳ କାରଣ । ତେବେ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି କିଛି ଜଣ ହଠାତ୍ ଔଷଧକୁ ଭରସା କରି ଔଷଧର ପାର୍ଶ୍ୱ ପ୍ରତିକ୍ରିୟାକୁ ନିମନ୍ତ୍ରଣ କରିଥାନ୍ତି । ତେବେ ଚାଲନ୍ତୁ ଜାଣିବା ପେଟ ଯନ୍ତ୍ରଣା ( stomach pain) ବା ଗ୍ୟାସ (Gastric) ସମସ୍ୟାରୁ କେମିତି ମୁକ୍ତି ପାଇପାରିବେ ତାହା ବି ଘରୋଇ ଉପଚାରର ସାହାଯ୍ୟରେ ।

Also Read: ରୋଷେଇ ଘରେ ଥିବା ଏସବୁ ଜିନିଷରୁ ବଢ଼ାନ୍ତୁ ରୋଗ ପ୍ରତିରୋଧକ ଶକ୍ତି, ମିଳିବ ରୋଗରୁ ମୁକ୍ତି

1- ଅଧା ଚାମଚ ଜୁଆଣି ରେ ଟିକେ କଳାଲୁଣ ମିଶାଇ ଉଷୁମ ପାଣିରେ ପିଅନ୍ତୁ। ଏହାଦ୍ୱାରା ପେଟରେ ଥିବା ଯନ୍ତ୍ରଣା, ଗ୍ୟାସ ଓ ପେଟ ଫୁଲିବା ସମସ୍ୟାରୁ ମୁକ୍ତି ମିଳିଥାଏ ।

2- ଯେତେବେଳେ ବି ପେଟରେ ଯନ୍ତ୍ରଣା ଦେଖାଦେବ ସେତେବେଳେ ଅଦା ଖୁବ ଭଲ କାମରେ ଆସିଥାଏ । ଆସିଡିଟି (Acidity) ହେଲେ ଅଦାର ଛୋଟ ଅଂଶକୁ କାଟି ପାଟି କଳରେ ରଖି ଧିରେ ଧିରେ ଚୋବାନ୍ତୁ ପରେ ଉଷୁମ ପାଣି ପିଅନ୍ତୁ, ନହେଲେ ଉଷୁମ ପାଣିରେ ଅଦା ଛେଚି ପକାଇବା ପରେ ତାକୁ ଛାଣି ସେହି ପାଣିକୁ ପିଇବା ପରେ ଆରାମ ମିଳିଥାଏ। 

3-ଏକ ଗ୍ଲାସ ଉଷୁମ ପାଣି ଚୁଟକିରେ ହେଙ୍ଗୁ (Hing) ଓ ଟିକିଏ ଲୁଣ (Salt) ପକାଇ ପେଟ ଯନ୍ତ୍ରଣା ସମସ୍ୟା ସମୟରେ ପିଇଦିଅନ୍ତୁ ଦେଖିବେ ସାଙ୍ଗେ ସାଙ୍ଗେ ଆପଣଙ୍କୁ ଏ କଷ୍ଟରୁ ମୁକ୍ତି ମିଳିବ ।

4- ସେହିପରି ଅଧା ଚାମଚ ଶୁଖିଲା ଶୁଣ୍ଠିରେ ଟିକିଏ ହେଙ୍ଗୁ ଓ  କଳା ଲୁଣ ଟିକେ ମିଶାଇ ଏକ କପ୍ ଉଷୁମ ପାଣି ପିଅନ୍ତୁ । ଗ୍ୟାସ ସମସ୍ୟାରୁ ଏହାଦ୍ୱାରା ମୁକ୍ତି ମିଳିବ । 

5- ଖାଦ୍ୟ ଖାଇବା ପରେ ଦିନରେ ଓ ରାତିରେ ଗୋଟିଏ ଗୋଟିଏ ଲବଙ୍ଗ (Clove) ଖାଆନ୍ତୁ । ଏହା କରିବା ଦ୍ୱାରା ଆମ୍ବିଳା ହାକୁ଼ଟି ଆସିବା ବନ୍ଦ ହେବା ସହ ଗ୍ୟାସ ସମସ୍ୟା (Gastric Problem) ରୁ ମଧ୍ୟ ମୁକ୍ତି ମିଳିବ ।