Short Story In Odia: ଦିନେ ଜଣେ ବ୍ୟକ୍ତି ରାସ୍ତାରେ ଏକୁଟିଆ ଯାଉଥିଲେ...ଏକ ଲମ୍ବା ଦଉଡିରେ ବନ୍ଧା ହୋଇଥିବା ମେଣ୍ଢା ମଧ୍ୟ ତାଙ୍କ ପଛରେ ଯାଉଥିଲା। ଠିକ୍ ସେତିକି ବେଳେ ଜଣେ ଚୋର ତାଙ୍କ ପଛେ ପଛେ ଦଉଡି କାଟି ମେଣ୍ଢାକୁ ନେଇ ସେଠାରୁ ଚମ୍ପଟ ମାରିଥିଲା। ଯେତେବେଳେ ସେହି ବ୍ୟକ୍ତିକୁ ଜଣାପଡ଼ିଲା ଯେ, ମେଣ୍ଢାଟି ନାହିଁ ସେହି ବ୍ୟକ୍ତି ଜଣଙ୍କ ମେଣ୍ଢାକୁ ଖୋଜିବାକୁ ଏଣେ ତେଣେ ଦୌଡ଼ିବାକୁ ଲାଗିଲେ। ନିଜ ମେଣ୍ଢାକୁ ଖୋଜି ଖୋଜି ସେ ଶେଷରେ ଏକ କୂଅ ପାଖରେ ପହଞ୍ଚିଲେ ଯେଉଁଠାରେ ସେ ବହୁତ ଅସୁବିଧାରେ ଦେଖାଯାଉଥିବା ବ୍ୟକ୍ତିଙ୍କୁ ପାଇଲେ। ସେ ଲୋକଟିକୁ ପଚାରିଲେ ସେ ସେଠାରେ କଣ କରୁଛନ୍ତି?


COMMERCIAL BREAK
SCROLL TO CONTINUE READING

ଉତ୍ତର ମିଳିଲା, “ମୋର ବଟୁଆ ଏହି କୂଅରେ ପଡ଼ିଗଲା । ସେଥିରେ ପାଞ୍ଚ ଶହ ରୂପା ମୁଦ୍ରା ଥିଲା। ଯଦି ତୁମେ ମୋ ବଟୁଆ ବା ପର୍ସକୁ କୂଅରୁ ଆଣି ପାରିବ, ମୁଁ ତୁମକୁ ଶହେ ମୁଦ୍ରା ଦେବି । 


ବ୍ୟକ୍ତି ଜଣକ ଭାବିଲେ,  “ଯେତେବେଳେ ଗୋଟିଏ କବାଟ ବନ୍ଦ ହୁଏ, ସେତେବେଳେ ଶହେଟି ନୂଆ କବାଟ ଖୋଲିଯାଏ। ଏହି ମୁଦ୍ରା ସହିତ ମୁଁ ଦଶଟି ନୂଆ ମେଣ୍ଢା କିଣିପାରିବ।


ସେହି ବ୍ୟକ୍ତି ଜଣଙ୍କ ନିଜ ପୋଷାକ ଖୋଲି କୂଅକୁ ଡେଇଁପଡିଲେ। ବାହାରେ ଛିଡ଼ା ହୋଇଥିବା ଲୋକଟି ଡ୍ରେସ ନେଇ ଚମ୍ପଟ ମାରିଲା ଆଉ ସେହି ବ୍ୟକ୍ତିହିଁ ମେଣ୍ଢା ଚୋରାଇଥିଲା।


କାହାଣୀରୁ ଶିକ୍ଷା-: ଅତି ଲୋଭରୁ ମୃତ୍ୟୁ...