Short Story In Odia: ଗାଁରେ ଜଣେ ବୃଦ୍ଧ ରହୁଥିଲେ। ସେ ଦୁନିଆର ସବୁଠାରୁ ଦୁର୍ଭାଗ୍ୟଶାଳୀ ଲୋକମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ଅଜବ ଗଜବ କାରନାମା କାରଣରୁ ପୁରା ଗାଁ ବିରକ୍ତ ସହ ଥକି ଯାଇଥିଲା। କାରଣ ସେ ସର୍ବଦା ଦୁଃଖୀ ରହୁଥିଲେ, ସେ ନିରନ୍ତର ଅଭିଯୋଗ କରୁଥିଲେ ଏବଂ ସର୍ବଦା ଖରାପ ମନୋଭାବରେ ଥିଲେ। ତାଙ୍କର ଖରାପ ବ୍ୟବହାର ହେତୁ ଲୋକ ମାନେ ତାଙ୍କ ପାଖକୁ ଯିବାକୁ ଡ଼ରୁଥିଲେ।


COMMERCIAL BREAK
SCROLL TO CONTINUE READING

ଯିଏବି ତାଙ୍କୁ ଭେଟିଲା ତାର ସେହିଦିନ ଅଶୁଭ ବୋଲି ବିବେଚନା କରାଯାଏ। ତାଙ୍କ ପାଖରେ ଖୁସି ହେବା ଅସ୍ୱାଭାବିକ ଏବଂ ଏପରିକି ଅପମାନଜନକ ଥିଲା। ଏତେ ଦୁଃଖୀ ଥିବାରୁ  ସେ ଅନ୍ୟମାନଙ୍କୁ ଦୁଃଖି କରିବାକୁ ପଛାଉନଥିଲେ।


କିନ୍ତୁ ଦିନେ, ଯେତେବେଳେ ସେ ଅଶୀ ବର୍ଷର ହୋଇଗଲେ, ଏକ ଅଦ୍ଭୁତ ଘଟଣା ଘଟିଲା । ଏହିକଥା ଲୋକଙ୍କ ମଧ୍ୟରେ ନିଆଁ ପରି ବ୍ୟାପିଗଲା । 


ସେହି ବୃଦ୍ଧ ଜଣକ ଆଜି ଖୁସି ଥିଲେ। ସେ କୌଣସି କଥାରେ ବି ଅଭିଯୋଗ କରୁନଥିଲେ। ବରଂ ପ୍ରଥମ ଥର ସେ ହସୁଥିଲେ। ଏମିତିକି ତାଙ୍କ ମୁହଁ ବହୁତ ଉଜ୍ୱଳ ଦେଖାଦେଉଥିଲା। ଏହା ଦେଖି ଗାଁର ସବୁ ଲୋକ ଏକାଠି ହୋଇଗଲେ । ଆଉ ସମସ୍ତେ ସେହି ବୃଦ୍ଧ ଲୋକକୁ ପଚାରିଲେ ଆପଣଙ୍କୁ କଣ ହେଲା ?


ଜବାରେ ବୃଦ୍ଧ ଲୋକଟି କହିଲା-କିଛି ଖାସ୍ କଥା ନୁହେଁ...୮୦ ବର୍ଷ ହେଲା ଖୁସିକୁ ଖୋଜୁଛି... ଏହା ନିରର୍ଥକ, ମୁଁ କେବେ ଖୁସି ପାଇଲି ନାହିଁ । ଏବଂ ତା’ପରେ ମୁଁ ସୁଖ ବିନା ବଞ୍ଚିବାକୁ ଏବଂ ଜୀବନକୁ ଉପଭୋଗ କରିବାକୁ ସ୍ଥିର କଲି। ତେଣୁ ମୁଁ ବର୍ତ୍ତମାନ ଖୁସି ଅଛି। ”


କାହାଣୀରୁ ଶିକ୍ଷା-: ଜୀବନକୁ ଆନନ୍ଦରେ ବଞ୍ଚିବା ଶିଖ...ଖୁସି ଖୋଜିଲେ ଖୁସି ମିଳେନି...