Short Story In Odia: କାହିଁକି କୁହାଯାଏ କେବଳ ଆଖିରେ ଦେଖି ନିଷ୍ପତ୍ତି ନେବା ଭୁଲ୍ !
Short Story In Odia: କାହାଣୀ ଶୁଣିବାକୁ କାହାକୁ ବା ଭଲ ନଲାଗେ। ବ୍ୟସ୍ତବହୁଳ ଜୀବନରେ ସମସ୍ତେ ଏବେ ଫୋନର ବ୍ୟବହାର ଅଧିକ କରୁଛନ୍ତି। ଆଉ ସେ ଜେଜେ ମା କାହାଣୀ ଶୁଣିବାକୁ ମିଳୁନି। ଏବେ ସଭିଁଏ କାହାଣୀ ପଢିବାକୁ ହେଲେ ଗୋଟିଏ କ୍ଲିକରେ ଫୋନରୁ ବୁଢୀ ମା କାହାଣୀ ସଂଗ୍ରହ କରିନେଉଛନ୍ତି। ଆଉ ଏହି ଚାହିଦାକୁ ନେଇ ଜୀ ଓଡ଼ିଶା ପରିବାର ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ଏଣିତକି ପ୍ରତିଦିନ ଏକ କୁନି କାହାଣୀକୁ ଆମେ ସ୍ଥାନ ଦେବାକୁ ଯାଉଛୁ। ପଞ୍ଚତନ୍ତ୍ର କାହାଣୀ ଠାରୁ ଆରମ୍ଭ କରି ନୀତିଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ପାଇପାରିବେ ଗୋଟିଏ କ୍ଲିକ୍ ରେ...
Short Story In Odia: ଏକଦା, ଏକ ମରୁଭୂମିରେ, ଏକ ଗୋଲାପ ଗଛ ଥିଲା ଯାହା ନିଜର ସୁନ୍ଦର ରୂପ ପାଇଁ ବହୁତ ଗର୍ବ କରୁଥିଲା। ସେହି ଗଛର ଏକମାତ୍ର ଅଭିଯୋଗ ଥିଲା ଯେ ଏହା ଏକ ଅସୁନ୍ଦର କାକଟସ୍ ଗଛ ସେହି ଗୋଲାପ ଗଛ ପାଖରେ ବଢୁଥିଲା। ପ୍ରତିଦିନ ସୁନ୍ଦର ଗୋଲାପ କାକଟସ୍ କୁ ଅପମାନିତ କରୁଥିଲା ଏବଂ କାକଟସ୍ ଚେହେରାରେ ତାଙ୍କୁ ପରିହାସ କଲାବେଳେ କାକଟସ୍ ବି ଚୁପ୍ ରହୁଥିଲା ।
ଚାରିପାଖରେ ଥିବା ଅନ୍ୟ ସମସ୍ତ ଉଦ୍ଭିଦ ଗୋଲାପକୁ ଶାନ୍ତ କରିବାକୁ ଚେଷ୍ଟା କରୁଥିଲେ, ହେଲେ କଣ ହେବ ଗୋଲାପ ନିଜ ଗର୍ବରୁ କେବେ ବି ଓହରୁ ନଥିଲା । କିଛିଦିନ ମଧ୍ୟରେ ପ୍ରବଳ ଉତ୍ତାପ କାରଣରୁ ମରୁଭୂମି ଶୁଖିଗଲା, ଏବଂ ଉଦ୍ଭିଦ ଓ ଗଛ ମାନଙ୍କ ପାଇଁ ପାଣି ରହିଲା ନାହିଁ । ଗୋଲାପ ଫୁଲ ଶୀଘ୍ର ଶୁଖିବାକୁ ଲାଗିଲା । ଏହାର ସୁନ୍ଦର ପାଖୁଡ଼ା ଗୁଡ଼ିକ ଶୁଖିଗଲା। ଏକଦା ଖରାବେଳେ ଗୋଲାପ ଗଛ କିଛି ଦେଖିଲା । ଏକ ପକ୍ଷୀ କାକଟସ ଗଛରେ ଲାଗି ପାଣି ପିଉଛି। ଏହା ଦେଖି ଗୋଲାପକୁ ଆହୁରି ଶୋଷ ଲାଗିଲା । ସେ ସଙ୍କୋଚ ନକରି କାକଟସକୁ ପାଣି ମୁନ୍ଦାଏ ମାଗିଲା । ଦୟାଳୁ କାକଟସ ସାଙ୍ଗେ ସାଙ୍ଗେ ହଁ ମାରିଲା । ଏହାପରେ ଗୋଲାପକୁ ନିଜର ଭୁଲ ବୁଝାପଡ଼ିଲା। ଉଭୟେ ଉଭୟେକୁ ସାହାଯ୍ୟ କରିବା ଫଳରେ ସେହି ଗରମ ଦିନକୁ ଅତି ସହଜରେ ପାର୍ କରିନେଲେ।
କାହାଣୀରୁ ଶିକ୍ଷା-: ଛୋଟ କି ଅସୁନ୍ଦର ଦେଖି ଘୃଣା କରିବା ପାପ...ସେହି ଜିନିଷ କେବେ ନା କେବେ ଆମକୁ ସାହାଯ୍ୟ କରିବେ ନିଶ୍ଚିତ।