• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ଖରାଦିନେ କେମିତି ରହିବେ Healthy ଓ Fit, ଜାଣନ୍ତୁ Tips...

ଖରାଦିନେ ବାରମ୍ବାର ଶୋଷ ଲାଗିବା ସହିତ, ପ୍ରବଳ ଝାଳ ମଧ୍ୟ ବୋହିଥାଏ । ଖରାଦିନେ ଶରୀରକୁ ଫିଟ ରଖିବା ନିହାତି ଜରୁରୀ । ପ୍ରଚଣ ରୌଦ୍ରତାପ ଯୋଗୁଁ ଶରୀରରେ  ଜଳୀୟ ଅଂଶର ମାତ୍ରା କମ ହୋଇଯାଏ ।

ଖରାଦିନେ କେମିତି ରହିବେ Healthy ଓ  Fit, ଜାଣନ୍ତୁ Tips...

ନୂଆଦିଲ୍ଲୀ: ଗ୍ରୀଷ୍ମ ପ୍ରବାହରେ ଛଟପଟ ଜନଜୀବନ । ମଣିଷ ସମାଜ ଠାରୁ ଆରମ୍ଭ କରି ଜୀବଜନ୍ତୁ ପର୍ଯ୍ୟନ୍ତ ସମସ୍ତେ ଏହି ଖରାର ପ୍ରକୋପରେ ରୁନ୍ଧି ହେଉଛନ୍ତି । ଖରା ଦିନ ଆସିବା ଜାଣିବା ମାତ୍ରେ ଚିନ୍ତା ପଶିଯାଏ । କାରଣ ଏହି ଦିନରେ ଇମ୍ୟୁନିଟି ସିଷ୍ଟମ/ ରୋଗ ପ୍ରତିରୋଧକ ଶକ୍ତି ଅଧିକ ପ୍ରଭାବିତ ହୋଇଥାଏ । ଖରାଦିନେ ବାରମ୍ବାର ଶୋଷ ଲାଗିବା ସହିତ, ପ୍ରବଳ ଝାଳ ମଧ୍ୟ ବୋହିଥାଏ । ଖରାଦିନେ ଶରୀରକୁ ଫିଟ ରଖିବା ନିହାତି ଜରୁରୀ । ପ୍ରଚଣ ରୌଦ୍ରତାପ ଯୋଗୁଁ ଶରୀରରେ  ଜଳୀୟ ଅଂଶର ମାତ୍ରା କମ ହୋଇଯାଏ । ଯାହା ଫଳରେ ଅଂଶୁଘାତରେ ଜୀବଜଗତ ସମ୍ମୁଖୀନ ହୋଇଥାଏ ।

ଖରାଦିନେ ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା (Drinking Water) ଜରୁରୀ । ଶରୀରରେ ଜଳୀୟ ଅଂଶ ଥିଲେ ଏହା ଅନେକ୍ ରୋଗ ପ୍ରତିରୋଧ କରିପାରେ । ହେଲେ ସବୁଠାରୁ ବଡ଼ କଥା ହେଉଛି ଖାସ୍ କରି ଖରା ଦିନେ ମସଲା ଯୁକ୍ତ ଖାଦ୍ୟ ଖାଇବାରୁ ଦୂରେଇ ରହିବା ଉଚିତ୍ । ଏବଂ ଫଳମୂଳ, ଜୁସ, ଆଖୁରସ, ଗ୍ଲୁକୋଜ୍, ଥଣ୍ଡା ପାନୀୟ, ପଇଡ଼ ପାଣି ଓ ପଖାଳ ଖାଇବା ଜରୁରୀ । ଏହାଦ୍ୱାରା  ଶରୀରରେ  ଜଳୀୟ ଅଂଶର ମାତ୍ରା ବଜାୟ ରହିବା ସହ ରୋଗ ମଧ୍ୟ ଶରୀର ଠାରୁ ଦୂରେଇ ରହିଥାଏ ।

Also Read: ବ୍ରଣରୁ ମୁକ୍ତି ଦେବ ମହୁ ସହ ତିନୋଟି ଲବଙ୍ଗ, ଜାଣନ୍ତୁ ଚମତ୍କାର ଫାଇଦା

ଅନ୍ୟପଟେ ଖରା ଦିନେ ଚା (Tea) ଓ କଫି  ଠାରୁ ଯେତେ ଦୂରେଇ ରହିବେ ସେତେ ଭଲ। ଖରାଦିନେ ଚା,କଫି ପିଇବା ଦ୍ୱାରା ଏହା ଶରୀରକୁ ଅନେକ କ୍ଷତି ପହଞ୍ଚାଇବା ସହ ଅଲସର୍‌, ପେଟ ଜଳାପୋଡା,ଆସିଡିଟି ଓ ଗ୍ୟାଷ୍ଟ୍ରିକ୍ ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପରେ । ଖରାଦିନେ (Summer Day) ସାଧାରଣତଃ ସବୁଜ ତଟକା ପନିପରିବା,ଫଳମୂଳ ଓ ଦହି ନିଜ ସବୁ ସମୟର ଖାଦ୍ୟରେ ସାମିଲ କରନ୍ତୁ। ଏହାଦ୍ୱାରା ଖରାଦିନେ ଆପଣ ଫିଟ୍ ରହିବା ସହ ରୋଗମୁକ୍ତ ମଧ୍ୟ ରହିପାରିବେ ।

Also Read: ରେଲୱେର ସବୁଠାରୁ ବଡ଼ ପ୍ଲାନ! ୨ ବର୍ଷରେ ସଂପୂର୍ଣ୍ଣ ରୂପେ ବଦଳିଯିବ ଇଞ୍ଜିନ, ଯାତ୍ରୀଙ୍କୁ ହେବ ଏହି ଲାଭ

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଯେପରି ଶୀତଦିନେ ବ୍ୟାୟାମ (Exercise) କରିବା ଜରୁରୀ ସେହିପରି ଗ୍ରୀଷ୍ମ ପ୍ରବାହରେ ଶରୀରକୁ ରୋଗମୁକ୍ତ ରଖିବାକୁ ଏକ୍ସରସାଇଜ୍ କରିବା ନିତ୍ୟାନ୍ତ ଆବଶ୍ୟକ । ଏହା କରିବା ଫଳରେ ଶରୀରରୁ ଝାଳ ନିର୍ଗତ ହୋଇଥାଏ ତଦ୍ୱାରା ଶରୀର ସୁସ୍ଥ ଓ ଫିଟ୍ ରୁହେ (Physical Fitness)