)
ନୂଆଦିଲ୍ଲୀ: ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ତଦନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ସିଧାସଳଖ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ଅଳକା ପ୍ରିୟା ଦାୟର କରିଥିବା ଏକ ଜନସ୍ୱାର୍ଥ ମାମଲା ବିପକ୍ଷରେ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି କି, ପୋଲିସକୁ ତାହାର କାମ କରିବାକୁ ଦିଆଯାଉ। ତେବେ ଏହି ଜନସ୍ୱାର୍ଥମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧାସଳଖ ମନା କରିଦେଇଥିଲେ।
ଏଠାରେ କହି ରଖୁଛୁ ଯେ, ଏହା ପୂର୍ବରୁ ମହାରାଷ୍ଟ୍ର ସରକାର ମଧ୍ୟ ସିବିଆଇ ତଦନ୍ତକୁ ମଧ୍ୟ ସିଧାସଳଖ ମନା କରିଦେଇଥିଲେ। ମହାରାଷ୍ଟ୍ରର ଗୃହମନ୍ତ୍ରୀ ଜୀ ନ୍ୟୁଜକୁ କହିଥିଲେ କି, ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁର ପ୍ରଥମ ଦିନରୁ ହିଁ ତଦନ୍ତ ଜାରି ରଖିଛି। ଯାହା ବି ଗୁଜବ ହେଉ ଅବା ତଥ୍ୟ ସାମ୍ନାକୁ ଆସିଛି ମୁମ୍ବାଇ ପୋଲିସ ସେ ସବୁର ତଦନ୍ତ ଟିକିନିକି ଭାବେ ମୁମ୍ବାଇ ପୋଲିସ ଜାରି ରଖିଛି। ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ପୋଲିସ ମିଳିମିଶି ଲଗାତାର ଭାବେ ଏହି ମାମଲା ଉପରେ କାର୍ଯ୍ୟ ଜାରି ରଖିଛନ୍ତି। ମୁମ୍ବାଇ ପୋଲିସ ଓ ମହାରାଷ୍ଟ୍ର ପୋଲିସର ସମଗ୍ର ଦେଶରେ ସ୍ୱତନ୍ତ୍ର ପରିଚୟ ରହିଛି।
ଗୃହମନ୍ତ୍ରୀ ସଞ୍ଜୟ ଝା ଆହୁରି ମଧ୍ୟ କହିଛନ୍ତି କି, ସୁଶାନ୍ତ ସିଂହଙ୍କ ପରିବାର ସଦସ୍ୟ ଯଦି ସିବିଆଇ ତଦନ୍ତ ଚାହୁଁଛନ୍ତି, ତେବେ ବିହାର ସରକାର ତାଙ୍କୁ ଏଦିଗରେ ସାହାଯ୍ୟ କରିବ ବୋଲି ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ମହାରାଷ୍ଟ୍ର ସରକାରଙ୍କୁ ଇଗୋ ଛାଡ଼ିଦେବା ଉଚିତ। ସମସ୍ତେ ସୁଶାନ୍ତଙ୍କ ପରିବାରକି କିଭଳି ନ୍ୟାୟ ମିଳିବ ସେନେଇ ସମସ୍ତଙ୍କ ଲକ୍ଷ୍ୟ ଏକ ହେବା ଉଚିତ ବୋଲି ସେ କହିଛନ୍ତି।