କରଣ ଜୋହରଙ୍କୁ ଜେରା କରିପାରେ ମୁମ୍ବାଇ ପୋଲିସ
Trending Photos
)
Sushant Suicide Case: Now Mahesh Bhatt will also be questioned, Karan Johar may also be summoned
Sushant Suicide Case:ମହେଶ ଭଟ୍ଟଙ୍କୁ ଜେରା କରିବ ମୁମ୍ବାଇ ପୋଲିସ
ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ(Sushant Suicide Rajput)ଙ୍କ ଆତ୍ମହତ୍ୟା ମାମଲାରେ ମୁମ୍ବାଇ ପୋଲିସ ବର୍ତ୍ତମାନ ସୁଦ୍ଧା ତଦନ୍ତ ଜାରି ରଖିଛି। ଘଟଣାରେ ସମ୍ପୃକ୍ତ ଲୋକଙ୍କ ବୟାନ ମଧ୍ୟ ଜେରା ସମୟରେ ରେକର୍ଡ କରୁଛି। ଏହି ସଂପର୍କରେ ମହେଶ ଭଟ୍ଟଙ୍କୁ ପଚରାଉଚରା ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଛି। ସର୍ବଶେଷ ସୂଚନା ଅନୁଯାୟୀ, ମହେଶ ଭଟ୍ଟ(Mahesh Bhatt)ଙ୍କ ବୟାନ ସୋମବାର ରେକର୍ଡ ହେବ।
ଏହି ସଂପର୍କରେ କରଣ ଜୋହର(Karan Johar)ଙ୍କୁ ମଧ୍ୟ ଖୁବ ଶୀଘ୍ର ଜେରା କରାଯାଇପାରେ ବୋଲି ମହାରାଷ୍ଟ୍ର(Maharastra) ସରକାରର ଗୃହମନ୍ତ୍ରୀ ଅନିଲ ଦେଶମୁଖ ସ୍ପଷ୍ଟ କରିଛନ୍ତି । ଏହି ମାମଲାରେ କରଣ ଜୋହରଙ୍କ ନାମ କ୍ରମାଗତ ଭାବେ ଚର୍ଚ୍ଚାର ପରିଧିକୁ ଆସୁଥିବାରୁ ତାଙ୍କ ମ୍ୟାନେଜରଙ୍କୁ ପଚରାଉଚରା ପାଇଁ କୁହାଯାଇଛି। ତାଙ୍କୁ ନେପୋଟିଜିମ(Nepotism) ଅଭିଯୋଗ ମଧ୍ୟ ହୋଇଛି। ଜେରା ସମୟରେ ଏ ପ୍ରସଙ୍ଗ ମଧ୍ୟ ଉଠାଇପାରେ ପୋଲିସ ବୋଲି ସେ ସୂଚନା ଦେଇଛନ୍ତି।
ଦେଶମୁଖ କହିଛନ୍ତି କି ତଦନ୍ତ ଚାଲିଛି। ପ୍ରାୟ ୩୭ ଜଣଙ୍କୁ ଜେରା କରାଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କୁ ମଧ୍ୟ ଡକାଯିବ। କରଣ ଜୋହରଙ୍କ ସଚିବଙ୍କୁ ଡକାଯିବ। ଏହା ପରେ ଆମେ କରଣ ଜୋହରଙ୍କୁ ଜେରା ପାଇଁ ବ୍ୟବସ୍ଥା କରାଯାଉଛି। ତାଙ୍କ ମ୍ୟାନେଜରକୁ ମଧ୍ୟ ଜେରା କରାଯାଇ ସାରିଲାଣି | ଯାଞ୍ଚ କରୁଥିବା ବାନ୍ଦ୍ରା ପୋଲିସ ଟିମ ମହେଶ ଭଟ୍ଟଙ୍କୁ ଏ ନେଇ ନୋଟିସ ମଧ୍ୟ କରି ସାରିଛି। ଆସନ୍ତା କାଲି ଥାନାରେ ହାଜର ହେବାକୁ କୁହାଯାଇଛି। ତେବେ ମିଳିଥିବା ସୂଚନା ମୁତାବକ ଆସନ୍ତା କାଲି ଦିନ ୧୨ଟାରେ ହାଜର ହେବାକୁ ପୋଲିସ ସୂଚନା ଦେଇଛି।