TEA Biscuits Combination: ସକାଳୁ ଖାଲି ପେଟରେ ଚା ସହ ବିସ୍କୁଟ୍ ଖାଉଛନ୍ତି? ତାହାଲେ ପଢି ନିଅନ୍ତୁ ଏହି ରିପୋର୍ଟ୍
Advertisement

TEA Biscuits Combination: ସକାଳୁ ଖାଲି ପେଟରେ ଚା ସହ ବିସ୍କୁଟ୍ ଖାଉଛନ୍ତି? ତାହାଲେ ପଢି ନିଅନ୍ତୁ ଏହି ରିପୋର୍ଟ୍

TEA Biscuits Combination: ମାନନ୍ତୁ ବା ନ ମାନନ୍ତୁ ଅନେକ ଲୋକେ ଚା ସହ ବିସ୍କୁଟ୍ ଖାଇବାକୁ ବହୁତ ପସନ୍ଦ କରିଥାଆନ୍ତି । କେତେକ ଲୋକେ ତ ଚା ନ ପିଇଲେ କାମ କରିପାରନ୍ତି ନାହିଁ । ସକାଳୁ ଉଠିବା ମାତ୍ରେ ବହୁ ଲୋକ ଆଗ ଚା ଖୋଜିଥାଆନ୍ତି । କିନ୍ତୁ ଏହା କେତେ ବିପଜ୍ଜନକ ତାହା ଆପଣ ଜାଣିଛନ୍ତି କି? ଖାଲି ପେଟରେ ଚା- ବିସ୍କୁଟ୍ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । 

 TEA Biscuits Combination: ସକାଳୁ ଖାଲି ପେଟରେ ଚା ସହ ବିସ୍କୁଟ୍ ଖାଉଛନ୍ତି? ତାହାଲେ ପଢି ନିଅନ୍ତୁ ଏହି ରିପୋର୍ଟ୍

TEA Biscuits Combination: ଆମ ଦେଶରେ ଚା ଏମିତି ଏକ ପାନୀୟ ଅଟେ ଯାହା ଏକ ମୁଡ଼ ବୁଷ୍ଟର ଭାବେ କାମ କରିଥାଏ । ମାନନ୍ତୁ ବା ନ ମାନନ୍ତୁ ଅନେକ ଲୋକେ ଚା ସହ ବିସ୍କୁଟ୍ ଖାଇବାକୁ ବହୁତ ପସନ୍ଦ କରିଥାଆନ୍ତି । କେତେକ ଲୋକେ ତ ଚା ନ ପିଇଲେ କାମ କରିପାରନ୍ତି ନାହିଁ । ସକାଳୁ ଉଠିବା ମାତ୍ରେ ବହୁ ଲୋକ ଆଗ ଚା ଖୋଜିଥାଆନ୍ତି । ଆଉ କେତେକ ଲୋକେ ସକାଳୁ ଚା ସହ ବିସ୍କୁଟ୍ ଖାଇବାକୁ ପସନ୍ଦ କରିଥାଆନ୍ତି । କିନ୍ତୁ ଏହା କେତେ ବିପଜ୍ଜନକ ତାହା ଆପଣ ଜାଣିଛନ୍ତି କି? ଖାଲି ପେଟରେ ଚା- ବିସ୍କୁଟ୍ ଖାଇବା ଆପଣଙ୍କ ପାଇଁ କ୍ଷତିକାରକ ହୋଇପାରେ । ଚା ସହ ବିସ୍କୁଟ୍ ଖାଇବା ଦ୍ବାରା ହୁଏତ ଆପଣ କିଛି ସମୟ ପାଇଁ ଏନରଜେଟିକ୍ ଅନୁଭବ କରୁଥିବେ ବା ଆପଣଙ୍କ ମାଣ୍ତ ଫ୍ରେସ ହେଉଥିବ, କିନ୍ତୁ ଦୀର୍ଘ ସମୟ ଧରି ଏପରି କଲେ ଏହା ଆପଣଙ୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ । ଯଦି ଆପଣ ଚା- ବିସ୍କୁଟ୍ ଫ୍ୟାନ ତାହାଲେ ଜାଣି ରଖନ୍ତୁ ଏହା ଆପଣଙ୍କ ଶରୀର ପାଇଁ କେତେ କ୍ଷତିକାରକ ହୋଇପାରେ । ଚା- ବିସ୍କୁଟ୍ କମ୍ବୋରେ କ୍ୟାଲୋରୀ ଭରି ରହିଛି ଯାହା ଆପଣଙ୍କ ଓଜନ ବଢାଇପାରେ ।

କାହିଁକି ଚା ସହ ବିସ୍କୁଟ୍ ଖାଇବା ହୋଇଥାଏ କ୍ଷତିକାରକ-

ଡ଼କ୍ଟରଙ୍କ କହିବା ମୁତାବିକ, ଏହି ଖାଦ୍ୟ ମିଶ୍ରଣ ଦ୍ବାରା ପେଟରେ ଚର୍ବି, ଏସିଡ଼ିଟି, ଇନସୁଲିନ ପ୍ରତିରୋଧ ଓ ପେଟ ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି ହୋଇପାରେ । ଯଦି ଆପଣଙ୍କର ଖାଲି ପେଟରେ ଚା ପିଇବା ଅଭ୍ୟାସ ଅଛି ତାହାଲେ ଆପଣଙ୍କୁ ଏହି ସବୁ ସମସ୍ଯା ଭୋଗିବାକୁ ପଡ଼ିପାରେ। ଏହା ହଜମ ପ୍ରକ୍ରିୟାକୁ ଦୋହଲାଇ ଦେଇଥାଏ। ଯାହା କୋଷ୍ଠକାଠିନ୍ୟ ପରି ଗମ୍ଭୀର ସମସ୍ୟା ସୃଷ୍ଟି କରିପାରେ । କେବେଳ ଏତିକି ନୁହେଁ, ଡ଼ାଏଟିସିଆନଙ୍କ କହିବାନୁସାରେ, ଚା- ବିସ୍କୁଟ୍ ଆଇରନ ଓ ଅନ୍ୟାନ ଜରୁରୀ ପୋଷକ ତତ୍ତ୍ବ ଉପରେ ଖରାପ ପ୍ରଭାବ ପକାଇଥାଏ । 

ବିସ୍କୁଟରେ ଥିବା ଚିନିର ପରିମାଣ ଚା ସହିତ ମିଶିବା ପରେ ଚାର ପ୍ରଭାବ ଆହୁରୀ ବଢିଯାଇଥାଏ। ବିସ୍କୁଟ୍ ର ସେଲ୍ଫ ବଢାଇବା ପାଇଁ ପ୍ରିଜରଭେଟିଭ ଭାବେ ମିଶାଯାଇଥାଏ ଯାହା ଦ୍ବାରା ଆମେ ମାସ ମାସ ଧରି ଏହାକୁ ଖାଇପାରୁ । ଟ୍ରାନ୍ସ ଫ୍ୟାଟ୍ ଏଲଡ଼ିଏଲ ବା ଖରାପ କୋଲେଷ୍ଟ୍ରର ସ୍ତର ସହିତ ଜଡ଼ିତ ଯାହା ହୃଦ ରୋଗ(Heart Problems) ଓ ମଧୁମେୟର(Diabetes) ଆଶଙ୍କା ବଢାଇଥାଏ । ବିସ୍କୁଟ୍ ରେ ଥିବା ମାତ୍ରାଧିକ ପରିମାଣର ଚିନି କ୍ୟାରୋରୀକୁ ହ୍ରାସ କରିଥାଏ, ଫଳରେ ଫାଇବରର ଅଭାବ ଯୋଗୁଁ ଏହା ଆମ ଅନ୍ତନଳୀରେ ଏହା ଖରାପ ପ୍ରଭାବ ପଡ଼େ, ଯାହା ଆମ ସ୍ବାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ । ଏପରି ପରିସ୍ଥିତିରେ ଏହି ସବୁ ରୋଗରୁ ମୁକ୍ତି ପାଇବା ପାଇଁ ସକାଳୁ ଖାଲି ପେଟରେ ଚା- ବିସ୍କୁଟ୍ ଖାଆନ୍ତୁ ନାହିଁ ।

ସକାଳୁ ଖାଲି ପେଟରେ ଖାଆନ୍ତୁ ଏହି ସବୁ ଜିନିଷ
୧- ମିଶ୍ରି ପାଣି
୨- ଧନିଆ ମଞ୍ଜି ପାଣି
୩-ଡ଼ାଲଚିନି ସହ ନଡ଼ିଆ ପାଣି
୪- ଆଲୋଭେରା ରସ ( ଘି କୁଆଁରୀ)

Also Read: ଆଜି ଏସବୁ ରାଶି ଉପରେ ହେବ ପ୍ରବଳ ଧନର ବର୍ଷା, ଏହି ୩ଟି ରାଶି ରୁହନ୍ତୁ ସାବଧାନ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର