Advertisement
Article Detail0/zeeodisha/odisha760071
Zee OdishaOdisha LifeStyle and Othersମିଲ୍କ ବ୍ୟୁଟି ତମନ୍ନା ଭାଟ୍ଟିଆ କୋରୋନା ପଜିଟିଭ୍

ମିଲ୍କ ବ୍ୟୁଟି ତମନ୍ନା ଭାଟ୍ଟିଆ କୋରୋନା ପଜିଟିଭ୍

କୋରୋନାରେ ସଂକ୍ରମଣ ହୋଇଛନ୍ତି ଟଲିଉଡ ଓ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ସେ ଏବେ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

ମିଲ୍କ ବ୍ୟୁଟି ତମନ୍ନା ଭାଟ୍ଟିଆ କୋରୋନା ପଜିଟିଭ୍

ନୂଆଦିଲ୍ଲୀ: ଫିଲ୍ମ ଇଣ୍ଡଷ୍ଟ୍ରୀର ମିଲକି ଗାର୍ଲ ବା ମିଲ୍କ ବ୍ୟୁଟି ଭାବେ ପରିଚିତ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ କୋରୋନାରେ ସଂକ୍ରମିତ ହୋଇଛନ୍ତି । ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି । ତାଙ୍କର ଚିକିତ୍ସା ହାଇଦ୍ରାବାଦସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚାଲିଛି ବୋଲି ସୂଚନା ମିଳିଛି ।

ହାଇଦ୍ରାବାଦରେ ତମନ୍ନାଙ୍କ ଏକ ୱେବ ସିରିଜର ସୁଟିଂ ଚାଲିଛି । ଗତକାଲି ସେଟରେ ସେ ଅସୁସ୍ଥ ଅନୁଭବ କରିଥିଲେ । ପରେ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା । ଯେଉଁଥିରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା । ଏବେ ସେ ସୁସ୍ଥ ଓ ହସ୍ପିଟାଲରେ ଚିକିତ୍ସତ ହେଉଛନ୍ତି ।

ସେପଟେ ସୁଟିଂ ସେଟରେ ତମନ୍ନାଙ୍କ କଣ୍ଟାକ୍ଟ ଟ୍ରେସି ଚାଲିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଅନଲକ ୪ରେ କେନ୍ଦ୍ର ସରକାର ଇନଡୋର ଓ ଆଉଟ ଡୋର ସୁଟିଂକୁ ଅନୁମତି ଦେଇଥିଲେ । ଏଥିପାଇଁ ଗାଇଡଲାଇନ ବି ଜାରି ହୋଇଥିଲା । ସେଟରେ ଏସ୍ଓପି ଜାରି ହେବା ସତ୍ତ୍ୱେ ତମନ୍ନା କିପରି ପଜିଟିଭ୍ ହେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Add Zee News as a Preferred Source

ସୂଚନାଯୋଗ୍ୟ, ଗତ ଅଗଷ୍ଟରେ ତମନ୍ନାଙ୍କ ବାପା ସନ୍ତୋଷ ଭାଟ୍ଟିଆ ଓ ମାଆ ରଜନୀ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । କିନ୍ତୁ ସେହି ସମୟରେ ଅଭିନେତ୍ରୀଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା ।

About the Author