Advertisement
Article Detail0/zeeodisha/odisha2288695
Zee OdishaOdisha LifeStyle and Othersଦେହର Tattoo କ୍ୟାନ୍ସରର କାରଣ ହୋଇପାରେ

ଦେହର Tattoo କ୍ୟାନ୍ସରର କାରଣ ହୋଇପାରେ

Tattoos Cause Cancer: ଆପଣଙ୍କ ଶରୀରର ଟାଟୁରେ ହୋଇପାରେ କ୍ୟାନ୍ସର ଭଳି ରୋଗ। ଜାଣନ୍ତୁ କାରଣ....

Tattoos Cause Cancer (Social media)
Tattoos Cause Cancer (Social media)

ଆଜିର ଫ୍ୟାସନେଟିକ ଯୁଗରେ ସୁନ୍ଦର ଦେଖାଯିବାକୁ କିଏ ବା ନଚାହେଁ? ପିଲା ଠୁ ବୁଢ଼ୀ ନିଜକୁ ସୁନ୍ଦର ଆଉ ୟଙ୍ଗ କରିବାକୁ କିଛିବି ଷ୍ଟାଇଲ ଆପଣେଇ ନେଉଛନ୍ତି।ତେବେ ଏଇ ସୁନ୍ଦର ଯମାନାରେ ଟାଟୁ  ବେଶୀ ଟ୍ରେଡିଂ ରେ ଚାଲିଛି।ଟାଟୁ କରିବା ଏକ ଷ୍ଟାଇଲ ହୋଇଗଲାଣି । ଅଧିକାଂଶ ଲୋକେ ଦେହରେ ଟାଟୁ କରିଥାନ୍ତି । କିନ୍ତୁ ଏହି ଷ୍ଟାଇଲ ପାଇଁ ହୋଇପାରେ କ୍ୟାନ୍ସର ଭଳି ରୋଗ । ଟାଟୁ କରୁଥିବା ଲୋକଙ୍କ ଦେହରେ କ୍ୟାନ୍ସର ହେବାର ଆଶଙ୍କା ମଧ୍ୟ ବୃଦ୍ଧି ହେବାରେ ଲାଗିଛି । ତେବେ ଟାଟୁ ହିଁ ଅନେକ ଲୋକଙ୍କ ପାଇଁ ଏହି ମାରାତ୍ମକ ରୋଗର କାରଣ ପାଲଟିଛି । ତେଣୁ ଟାଟୁ କରିବା ପରମ୍ପରା ବା ଫ୍ୟାଶନ୍ ଏବେ ଲୋକଙ୍କୁ ମୃତ୍ୟୁର ନିକଟକୁ ନେଇଯାଉଛି ।

ତେବେ ଶରୀରରେ ଟାଟୁ କରିବା ବର୍ତ୍ତମାନ ଖୁବ ଲୋକପ୍ରିୟ ହୋଇଥିଲେ ମଧ୍ୟ ଏହା ଏବେକାର ଟ୍ରେଣ୍ଡ ନୁହେଁ । ବହୁ ପୂର୍ବରୁ ଆଦିବାସୀମାନେ ଦେହରେ ଟାଟୁ କରୁଥିଲେ । କିନ୍ତୁ ଷ୍ଟାଇଲ ପାଇଁ ଶରୀରରେ ଟାଟୁ କରିବା ଏବେ ମରଣ ଡାକି ଆଣୁଛି । ରିସର୍ଚ୍ଚ ଅନୁସାରେ, ଟାଟୁ କରୁଥିବା ଲୋକଙ୍କ ମଧ୍ୟରେ ବ୍ୟାପୁଛି ମାରାତ୍ମକ ରୋଗ କ୍ୟାନ୍ସର । ଶରୀରରେ ଟାଟୁ କରିବା ଦ୍ୱାରା କ୍ୟାନ୍ସର ହେବାର ଆଶଙ୍କା ବା ସମ୍ଭାବନା ୨୧% ଅଧିକ ବୃଦ୍ଧି ପାଉଛି । ଏ ନେଇ ରିପୋର୍ଟ ପ୍ରକାଶ କରିଛି ସ୍ୱିଡେନର ଲୁଣ୍ଡ ୟୁନିଭର୍ସିଟି । ଟାଟୁ କରୁଥିବା ଲୋକଙ୍କ ଦେହରେ ଲିମ୍ଫୋମା ବିକଶିତ ହେବାର ଆଶଙ୍କା ୨୧ ପ୍ରତିଶତ ଅଧିକ ରହିଥାଏ । ଏହାବ୍ୟତୀତ ଟାଟୁ ପାଇଁ ଅନ୍ୟାନ୍ୟ ରୋଗ ମଧ୍ୟ ଶରୀରକୁ ଆକ୍ରାନ୍ତ କରିପାରେ ।

ଦିଲ୍ଲୀ ହିନ୍ଦୁରାଓ ହସ୍ପିଟାଲର ଅବସରପ୍ରାପ୍ତ ସିଏମଓ କହିଛନ୍ତି ଯେ, ଟାଟୁ କରିବା ସମୟରେ ସର୍ବଦା ସତର୍କ ରହିବା ଉଚିତ୍ । ଅନ୍ୟ କୌଣସି ବ୍ୟକ୍ତିଙ୍କ ଶରୀରରେ ବ୍ୟହାର ହୋଇଥିବା ସ୍ୟାହି ବା ଛୁଞ୍ଚି ଦ୍ୱାରା ବିଭିନ୍ନ ରୋଗ ସଂକ୍ରମଣର ଆଶଙ୍କା ରହିଥାଏ । ଏହାଦ୍ୱାରା ହେପାଟାଇଟିସ ବି/ସି, ଏଚଆଇଭି ଏବଂ ଲିଭର ଓ ରକ୍ତ କର୍କଟ ମଧ୍ୟ ଗ୍ରାସ କରିପାରେ । ତେବେ ଏହିସବୁ ରିସର୍ଚ୍ଚ ପରେ ଟାଟୁ କରୁଥିବା ଲୋକଙ୍କ ମଧ୍ୟରେ ଜୀବନ-ମୃତ୍ୟୁ ଭୟ ବଢିଯାଇଛି । ଏହି କାରଣ ପାଇଁ ଟାଟୁ ବ୍ୟବସାୟରେ ମଧ୍ୟ ରୋକ ଲାଗିପାରେ ବୋଲି ଆଶା କରାଯାଉଛି ।

Add Zee News as a Preferred Source
About the Author