• ଆଜି ଲୌହପୁରୁଷ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୪ତମ ଜୟନ୍ତୀ
  • IPL 2020: ଆଇପିଏଲରେ ଆଜି ଦୁଇଟି ମ୍ୟାଚ
  • ପ୍ରଥମ ମ୍ୟାଚରେ ଦିଲ୍ଲୀ ଓ ମୁମ୍ବାଇ ପରସ୍ପରକୁ ଭେଟିବେ
  • ଦ୍ୱିତୀୟ ମ୍ୟାଚରେ ବାଙ୍ଗାଲୋର-ହାଇଦ୍ରାବାଦ ମୁହାଁମୁହିଁ
  • ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୪୮ ହଜାର ୨୬୮ ଜଣ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟା ମଧ୍ୟରେ ମୋଟ ୫୫୧ ଜଣ ମୃତ୍ୟୁ
  • ୫ଟି ସଚିବଙ୍କ ଲିଙ୍ଗରାଜ ମନ୍ଦିର ଗସ୍ତ, ପରଖିଲେ ସ୍ଥିତି
  • ୮୦%ରୁ ଅଧିକ ଜମି ଅଧିଗ୍ରହଣ ସରିଥିବା ସୂଚନା, ଶିବରାତ୍ରି ପୂର୍ବରୁ ରାସ୍ତା ପ୍ରଶସ୍ତ ହେବା ନେଇ ଯୋଜନା
  • ଆଜି ଉପନିର୍ବାଚନର ଶେଷ ଦିନ

ଯୁବପିଢିଙ୍କୁ ଉଚିତ୍ ଶିକ୍ଷା ଦେବ ସର୍ଟ ଫିଲ୍ନ 'Thank you sir'

ଏମିତି କିଛି ଲଭ୍ , ରୋମାନ୍ସ ଓ ଶିକ୍ଷଣୀୟ କଥାକୁ ନେଇ ମୁକ୍ତିଲାଭ କରିଛି କ୍ଷୁଦ୍ର ଚଳଚିତ୍ର  'Thank You Sir'।

ଯୁବପିଢିଙ୍କୁ ଉଚିତ୍ ଶିକ୍ଷା ଦେବ ସର୍ଟ ଫିଲ୍ନ 'Thank you sir'

ସୌଭାଗ୍ୟ ରଞ୍ଜନ ମିଶ୍ର, ନୂଆଦିଲ୍ଲୀ: ବାପାର କଷ୍ଟ ଉପାର୍ଜିତ ଅର୍ଥକୁ ମନଇଚ୍ଛା ଖର୍ଚ୍ଚ କରିଛି। ପୁଅର ମନକୁ ମଧ୍ୟ କଷ୍ଟ ଦେଇନାହିଁ ବାପା। କିନ୍ତୁ ସମୟ ସୁଅରେ ବଦଳି ଯାଏ ପୁଅ। ପରିବର୍ତ୍ତିତ ହୁଏ ମନ। ଆଉ କାହାଣୀରେ ପଡ଼େ ପୂର୍ଣ୍ଣଛେଦ। ଏଭଳି କିଛି ଲଭ, ରୋମାନ୍ସ, ପାରିବାରିକ କାହାଣୀକୁ ନେଇ ଗତିଶୀଳ ହୁଏ କ୍ଷୁଦ୍ର ଚଳଚ୍ଚିତ୍ର Thank You Sir। 

ଲକଡାଉନ୍ କାରଣରୁ ସିନେମା ହଲ୍ ଗୁଡିକ ବନ୍ଦ ଥିବାବେଳେ  ଦର୍ଶକଙ୍କୁ ଏକ ଭିନ୍ନ ସ୍ୱାଦର ସ୍ୱଳ୍ପ ସମୟର ସିନେମା ଭେଟିଦେଇଛନ୍ତି ନିର୍ଦ୍ଦେଶକ ରାଜେନ୍ଦ୍ର ମହାନ୍ତ । ମାତ୍ର ତିନିଜଣ କଳାକାର ରତନ ମେହେର, ଅଶ୍ୱିନ୍ ତ୍ରିପାଠୀ, ଓ ଦେବିକା ଅରୁନ୍ଧତୀଙ୍କୁ ନେଇ ତିଆରି ହୋଇଛି। ମାତ୍ର ଦୁଇ ଦିନ ମଧ୍ୟରେ ସୁଟିଂ ଶେଷ ହୋଇଥିବା ଏହି କ୍ଷୁଦ୍ର ଚଳଚ୍ଚିତ୍ର କେ୧ ୟୁଟ୍ୟୁବ୍ ଚ୍ୟନେଲ୍ ରେ ମୁକ୍ତିଲାଭ କରିଥିବା ବେଳେ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଥିବା ଦେଖିବାକୁ ମିଳିଛି । ବାପା ପୁଅ ଓ ପ୍ରେମିକାଙ୍କୁ ନେଇ ନିର୍ମାଣ ହୋଇଥିବା ଏହି କ୍ଷୁଦ୍ର ଚଳଚିତ୍ରଟି ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଥିବା ବେଳେ ଦର୍ଶକେ କମେଣ୍ଟ୍ ସେକ୍ସନରେ ଏନେଇ ନିଜ ମତ ରଖିଛନ୍ତି।