ଆମେରିକାର ଭାଣ୍ଡରବିଲ୍ଟ ୟୁନିଭରସିଟି ମେଡିକାଲ୍ ସେଣ୍ଟର୍ (VUMC)ର ଏକ ଗବେଷଣାକାର ଦଳ ଅନୁସାରେ, ରିସେପ୍ଟର ପ୍ରୋଟିନର ମାତ୍ରା ଅନୁସାରେ ଜଣେ କୋରୋନା ସଂକ୍ରମଣ ହେବେ କି ନାହିଁ ତାହା ଜଣା ପଡେ। ଏହି ପ୍ରୋଟିନ ମାଧ୍ୟମ ଦେଇ କୋରୋନା ଭାଇରସ ଫୁସଫୁସକୁ ଦୁର୍ବଳ କରେ। ଯାହା ଶରୀରରେ ରିସେପ୍ଟର ପ୍ରୋଟିନର ପରିମାଣ ଅଧିକ ସେ ସଂକ୍ରମିତ ହେବା ସମ୍ଭାବନା ବି ଅଧିକ।
ଛୋଟ ପିଲାଙ୍କ ଠାରେ ରିସେପ୍ଟର ପ୍ରୋଟିନର ସ୍ତର କମ ଥାଏ। ତେଣୁ ସେମାନେ ଶୀଘ୍ର ସଂକ୍ରମିତ ହୁଅନ୍ତି ନାହିଁ। ସେହି ଅଧ୍ୟୟନର ରିପୋର୍ଟ ଜର୍ଣ୍ଣାଲ ଅଫ କ୍ଲିନିକାଲ ଇନଭେଷ୍ଟିଗେସନ୍ ପତ୍ରିକାରେ ପ୍ରକାଶିତ ହୋଇଛି। VUMCର ଗବେଷକ ଜେନିଫର୍ ସୁକ୍ରେ କହିଛନ୍ତି ଯେ, ଶିଶୁ ଏବଂ ଅତି ଛୋଟ ପିଲା କୋରୋନାରେ ସଂକ୍ରମିତ ହେବାର ସମ୍ଭାବନା କମ। ଯଦି ସେମାନଙ୍କ ଠାରେ କୌଣସି ଗୁରୁତର ରୋଗର ଲକ୍ଷଣ ଥାଏ ତେବେ ତାହା ବିପଦ ଜନକ।
ଅନୁସନ୍ଧାନକାରୀମାନେ ରିପୋର୍ଟ କରିଛନ୍ତି ଯେ, କୋରୋନା ଭୂତାଣୁ ଧାରଣ କରିଥିବା ଏକ କଣିକା ଫୁସଫୁସରେ ପ୍ରବେଶ କରେ। ପରେ ସ୍ପାଇକ ପ୍ରୋଟିନ୍ ACE2 ସହ ସଂଯୋଗ ହୁଏ। ତେବେ ଫୁସଫୁସ କୋଷରେ ରିସେପ୍ଚର ପ୍ରୋଟିନ ଥିବାରୁ ଭାଇରସ ଅତି କ୍ଷୀପ୍ରଗତିରେ ତାର ପ୍ରଭାବ ଦେଖାଏ। ତେବେ ବୟସ୍କ ଏବଂ ଛୋଟ ପିଲାଙ୍କ ଫୁସଫୁସରେ ପ୍ରୋଟିନର ମାତ୍ରା ଅଲଗା ଅଲଗା ଥାଏ। ଆଉ ପିଲାଙ୍କ ଠାରେ ପ୍ରୋଟିନର ପରିମାଣ କମ ଥାଏ। ଯାହା ଭାରଇସକୁ ପ୍ରତିହତ କରେ।
ବୌଜ୍ଞନିକମାନେ ଇଣ୍ଟ୍ରାସେଲୁଲାର୍ ଜିନ୍ ଚିହ୍ନଟ କରିବା ପାଇଁ ମୂଷାଙ୍କ ଉପରେ ଗବେଷଣା କରିଥିଲେ। ଏବେ ତାହାକୁ ନିକଟରୁ ଅନୁଧ୍ୟାନ କରିଥିଲେ। ତେବେ ସମୟ ସହିତ ଶରୀରରେ ରିସେପ୍ଟର ପ୍ରୋଟିନ ଥିବା ମୂଷାଙ୍କ ଦେହରେ କୋରୋନା ପ୍ରତିକ୍ରିୟା ଦେଖିବା ମିଳିଥିଲା। କିନ୍ତୁ ଛୋଟ ମୂଷା ସୁସ୍ଥ ରହିଥିଲେ।