)
ମେଷ:ଆଜିର ଦିନଟି ଆପଣଙ୍କ ପାଇଁ ଏତେ ଖାସ୍ ରହିବ ନାହିଁ। ବାଣିଜ୍ୟ ଓ ବ୍ୟବସାୟରେ ବିଶେଷ ଅସୁବିଧା ହେବ ନାହିଁ। ହେଲେ,ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ର କରି କଳହ ସୃଷ୍ଟି ହୋଇପାରେ। ଶନିଙ୍କ ବକ୍ର ଦୃଷ୍ଟି ଯୋଗୁଁ ଆତ୍ମୀୟଙ୍କ ନ କାରାତ୍ମକ ଚିନ୍ତାଧାରା ବିବ୍ରତ କରିପାରେ। ନିଜ ବନ୍ଧୁଙ୍କ ସହାୟତା ଲାଭ କରିବେ। ଆର୍ଥିକ କାରବାର ଲାଗି ଦିନଟି ଭଲ ରହିବ ନାହିଁ। ଆଧ୍ୟାତ୍ମିକ ଭାବନା ବୃଦ୍ଧି ହେବ।
ବୃଷ: ଆଜିର ଦିନଟି ଆପଣଙ୍କୁ ମିଶ୍ରିତ ଫଳ ଦେବ। ଶନିଙ୍କ ଅବସ୍ଥିତି କାରଣରୁ କର୍ମକ୍ଷେତ୍ରରେ କାର୍ଯ୍ୟରେ ବିଳମ୍ବ ହେବ।କୌଣସି ପ୍ରକାର କାର୍ଯ୍ୟକୁ ନେଇ ବିଚଳିତ ହୋଇପାରନ୍ତି। ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଯୋଗୁଁ ଅସନ୍ତୁଷ୍ଟ ରହିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ଫଳରେ ମନରେ ଭାବାନ୍ତର ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ନିଜ ପଡ଼ୋଶୀଙ୍କ ସହ ବିବାଦ ଦେଖାଦେଇପାରେ।
ମିଥୁନ: ଦିନଟି ଆନନ୍ଦ ଉଲ୍ଲାସରେ ଅତିବାହିତ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ଲାଗି ଦିନଟି ଅନୁକୂଳ ରହିବ। କର୍ମ କ୍ଷେତ୍ରର ପରିସ୍ଥିତି ସନ୍ତୋଷଜନକ ରହି ନ ପାରେ। ତର୍କ-ବିତର୍କ ଠାରୁ ଦୂରେଇ ରହିବା ଭଲ। ବାଣିଜ୍ୟ ଓ କ୍ରୟ ବିକ୍ରୟ କ୍ଷେତ୍ରରେ କ୍ଷତି ସହିବା ଭଲ। ମନ ବୁଝତ୍ଲା ଭଳି କଥା କହି ପରିସ୍ଥିତି ସୁଧାରି ନେବେ। ଆନନ୍ଦ ଓ ଉତ୍ସାହରେ ଦିନଟି ଉପଭୋଗ କରିବେ।
କର୍କଟ: ଆଜି ବନ୍ଧୁଙ୍କ ଠାରୁ ଉତ୍ସାହ ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରି ସଫଳ ହୋଇପାରନ୍ତି। ପରିବାରରେ ମନର ଅମେଳ ରହିବା କାରଣରୁ ସାମୟିକ ମନ ବିଷାଦଗ୍ରସ୍ତ ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ କୌଣସି କଥାକୁ ନେଇ ବିବାଦ ଦେଖାଦେଇପାରେ। ନିଜ କ୍ୟାରିୟରକୁ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ପୁରୁଣା ସ୍ବାସ୍ଥ୍ୟ ସମସ୍ୟା ପ୍ରାୟତଃ ସୁଧୁରି ଯିବାରୁ ଆଶ୍ୱସ୍ତି ଅନୁଭବ କରିବେ।
ସି˚ହ: ଆଜି ବ୍ୟବସାୟରେ ବାକି ପଡିଥିବା ଜମା ଟଙ୍କା ପାଇବେ। ଅର୍ଥା-ଭାବ ଯୋଗୁଁ କୌଣସି ଗୁରୁତ୍ବପୂର୍ଣ୍ଣ କାମ କରିବାରେ ପଛେଇ ଯାଇପାରନ୍ତି। ପରୋକ୍ଷ ଶତ୍ରୁତାରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବ, ଯାହାକୁ ନେଇ ଟେନସନ୍ ରେ ରହିବେ। ଏବଂ ଦିର୍ଘ ଦିନର ଆଶା ପୂରଣ କରିବାରେ ବନ୍ଧୁ ସାହାର୍ଯ୍ୟ ସହଯୋଗ କରିବେ। ପରକଥାରେ ପଡ଼ି ଭୁଲ୍ ମାର୍ଗ ଅନୁସରଣ କରିପାରନ୍ତି।
କନ୍ୟା: ଆଜି ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଅଶୁଭ ଫଳ ପାଇବେ। ଦିନ ଆରମ୍ଭରୁ କୌଣସି କଥାକୁ ନେଇ ଟେନସନ ଭିତରେ ରହିବେ। ଏବଂ ଦୀର୍ଘ ଦିନରୁ ସ୍ଥଗିତ ରହିଯାଇଥିବା ଅସମ୍ପୂର୍ଣ୍ଣ କାମକୁ ଆଜି ସମ୍ପୂର୍ଣ୍ଣ କରିବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତା ପ୍ରକଟ କରିପାରନ୍ତି। କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କିମ୍ବା ସଭାରେ ଭାଗ ନେଇ ପାରନ୍ତି।
ତୁଳା: ଆଜି ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ନଚେତ୍ କୌଣସି ପ୍ରକାର ଅଘଟଣର ସାମ୍ନା କରିପାରନ୍ତି। ଆର୍ଥିକ ସ୍ଥିତି ଠିକ୍ ରହିବାରୁ ମାନସିକ ସ୍ଥିତି ପ୍ରଫୁଲ୍ଲିତ ରହିବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ସହକର୍ମୀଙ୍କ ସହଯୋଗରୁ କର୍ମକ୍ଷେତ୍ରରେ ଅଗ୍ରଗତି ଦ୍ରୁତ ହୋଇପାରେ। ଭାବୁଥିବେ ଗୋଟିଏ କଥା ହେଲେ, କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ।
ବିଛା: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ। କଳା,ସାହିତ୍ୟ,ସାମ୍ବାଦିକତା ଓ ବାଣିଜ୍ୟ କ୍ଷେତ୍ରରେ କାର୍ଯ୍ୟରତ ଲୋକେ କର୍ମକ୍ଷେତ୍ରରୁ ଶୁଭଫଳ ପାଇବେ। ନିଜ ପରିସରସ୍ତ ଅଧିକାରୀଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ। ଯାତ୍ରା ସମୟରେ ଜଣେ ଅପରିଚିତ ବ୍ୟକ୍ତିଙ୍କ ଠାରୁ ସାହାର୍ଯ୍ୟ ସହଯୋଗ ପାଇବେ। ଏବଂ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଏବଂ ସ୍ବାସ୍ଥ୍ୟରେ ଉନ୍ନତି ଆସିବ।
ଧନୁ: ଆଜିର ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ।ଯେ-କୌଣସି ପରିସ୍ଥିତିରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।
ମାଙ୍ଗଳିକ କାମରେ ଯୋଗ ଦେବେ। ସାମାଜିକ ସ୍ତରରେ ସମସ୍ୟା ନିରାକରଣ ପାଇଁ ଚେଷ୍ଟିତ ହେବେ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।କର୍ମକ୍ଷେତ୍ରରେ ଚେଷ୍ଟା କରୁଥିବା କାମରେ ଅବଶ୍ୟ ସଫଳତା ପାଇବେ। ପରିବାର ସଦସ୍ୟଙ୍କ ସହିତ ଆଲୋଚନା ଅନୁଯାୟୀ ଆଜିର କାମଗୁଡ଼ିକ ସବୁ ଠିକ୍ ଠିକ୍ ହୋଇଯିବ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତିରୁ ମନ ଖୁସି ରହିବ।
ମକର: ଆଜି କୌଣସି କଥାକୁ ହାଲୁକାରେ ନିଅନ୍ତୁନି,ନଚେତ୍ କ୍ଷତିରେ ପଡିବେ। ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। କୌଣସି କାରଣରୁ ପରିବାରରେ ଅଶାନ୍ତି ଦେଖାଦେବ। ନିର୍ମାଣ, ସଭାସମିତି, ରାଜନୀତିରେ କାର୍ଯ୍ୟରତ ଲୋକେ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବ। ଆଶା କରିଥିବା ଦିଗରୁ ଖୁସି ଖବର ପାଇବେ।
କୁମ୍ଭ: ଆଜି ବାଣିଜ୍ୟ ଓ ବ୍ୟବସାୟ ସଫଳତା ହାସଲ କରିପାରିବେ। ନୂତନ କର୍ମାରମ୍ଭ ଲାଗି ଦିନଟି ଶୁଭ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ଅନାବଶ୍ୟକ କଥାର ପୁନରାବୃତ୍ତିରୁ ଦୂରେଇ ରହିବା ଆପଣଙ୍କ ଲାଗି ଭଲ। ଆବଶ୍ୟକତା ପୂରଣ ସକାଶେ କରଜ କରିବାକୁ ବାଧ୍ୟ ହେବେ। ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ମୀନ: ଶିଳ୍ପ ଓ ବାଣିଜ୍ୟ କ୍ଷତ୍ରରେ ଅଗ୍ରଗତି କରିବେ। ତର୍କ-ବିତର୍କଜନିତ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ବୃଦ୍ଧି ପାଇବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ। ସନ୍ତାନଙ୍କ ସ୍ବାସ୍ଥ୍ୟ ଖରାପ ହେଉଥିବାରୁ ବ୍ୟସ୍ତତା ବଢ଼ିଯିବ। ଭଲ-କାମ କରି ମଧ୍ୟ ପରିବାରରେ ଅଭିଯୋଗର ସମ୍ମୁଖୀନ ହେବେ। ମାତ୍ରାଧିକ ଭ୍ରମଣ ଯୋଗୁ ଆଳସ୍ୟ ଅନୁଭବ କରିପାରନ୍ତି।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)