)
ମେଷ:ମେଷ ରାଶିଙ୍କ ପାଇଁ ଆଜିର ଦିନଟି ଶୁଭମୟ ରହିବ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂରିଭୂତ ହେବ। ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ଦିନଟି ଭଲରେ କଟିବ। ନିଜେ ଅସୁବିଧା ଭିତରେ ଚଳୁଥିଲେ ମଧ୍ୟ ବନ୍ଧୁଙ୍କ କାମରେ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ମନସ୍ଥ କରିବେ। ଯାତ୍ରା ସମୟରେ ସାବଧାନତା ଅବଲମ୍ବନ କରିବା ଜରୁରୀ। ସାମୟିକ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇପାରେ।
ବୃଷ: ଆଜି କୌଣସି କାରଣକୁ ନେଇ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ଅବହେଳାର ଶୀକାର ହେବେ। ପୂର୍ବ ନିର୍ଦ୍ଧାରିତ ଆନୁଷ୍ଠାନିକ କାମରେ ସହଯୋଗୀର ଭୂମିକା ନିର୍ବାହ କରି ପ୍ରଶଂସିତ ହୋଇପାରନ୍ତି। ଦୀର୍ଘଦିନରୁ ଭଲ ସମ୍ପର୍କ ଥାଇ ମଧ୍ୟ ଦେଖି ପାରି ନ ଥିବା ପ୍ରିୟବନ୍ଧୁଟିର ସାନ୍ନିଧ୍ୟ ଲାଭରୁ ଖୁସୀ ହେବେ।
ମିଥୁନ: ଆଜି କର୍ମକ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ପଡ଼ିପାରେ। ଯେତେ ଭଲ କାମ କଲେ ମଧ୍ୟ ଆପଣ ସମସ୍ତଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହେବେ ନାହିଁ। ବ୍ୟବସାୟୀରେ ଅଗ୍ରଗତି କରିବେ।
ବନ୍ଧୁଙ୍କ ସାହାଯ୍ୟ,ସହଯୋଗ ପାଇ ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସମର୍ଥ ହେବେ।
କର୍କଟ: ଆଜି କୌଣସି କାରଣରୁ ପରିବାରରେ ଯୁକ୍ତି ତର୍କଜନିତ ମତାନ୍ତରଜନିତ ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ବି ଅଶାନ୍ତିର ବାତାବରଣ ଦେଖିବାକୁ ମିଳିବ। କୌଣସି ବନ୍ଧୁ ପ୍ରତିଶ୍ରୁତି ଦେଇ ମଧ୍ୟ ଆସି ନ ପାରନ୍ତି। ନୂତନ ଯୋଜନାରମ୍ଭ ସକାଶେ ସାଥୀଙ୍କ ସହ ଆଲୋଚନା କଲେ ଉପକୃତ ହେବେ। ପିଲାମାନଙ୍କ କଳହକୁ କେନ୍ଦ୍ରକରି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି।
ସି˚ହ: ଆଜି ଶିଳ୍ପ, ବାଣିଜ୍ୟ, ପରିବହନ, ପ୍ରଶାସନିକ କ୍ଷେତ୍ରରେ କାର୍ଯ୍ୟରତ ଲୋକଙ୍କ ପାଇଁ ଦିନଟି ଶୁଭ ରହିବ। ଦୁର୍ବଳ ଆର୍ଥିକ ସ୍ଥିତି ହଠାତ୍ ବଦଳିଯିବା କାରଣରୁ ଅନେକ ଆଶା ଓ କଳ୍ପନା ମନରେ ଜାଗି ଉଠିବ। ପାରିବାରିକ ଅସ୍ଥିରତା ଦୂର କରିବାରେ ଶୁଭଚିନ୍ତକ ମାର୍ଗଦର୍ଶକ ସାଜିପାରନ୍ତି। ସଂନ୍ଧ୍ୟା ସମୟରେ କୌଣସି ପ୍ରକାର ସଙ୍ଗୀତ ସମାରୋହ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ୍ ହୋଇପାରନ୍ତି।
କନ୍ୟା: ଆଜି ସକାଳୁ ସକାଳୁ ପ୍ରିୟଜନଙ୍କ ସହ ଭ୍ରମଣରେ ନୂତନ ସ୍ଥାନକୁ ପିକନିକ୍ ଯାଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ପ୍ରଲୋଭନ ପ୍ରତିଶ୍ରୁତି ଦେଇ ଆପଣଙ୍କୁ କାମରେ ନିୟୋଜିତ କରିବେ। ପାରିବାରିକ କ୍ଷେତ୍ରରୁ ସମର୍ଥନ ଲାଭ କରି ଅଭିଳଷିତ କାମକୁ ଶେଷ ପର୍ଯ୍ୟାୟକୁ ନେବାପାଇଁ ଶ୍ରବଣା ଚେଷ୍ଟିତ ହୋଇପାରନ୍ତି।
ତୁଳା: ଆଜି କର୍ମକ୍ଷେତ୍ରରେ ଅଧିକ କାମ ଚାପ ରହିବ। ଫଳରେ ମାନସିକ ଶାନ୍ତି ଅକ୍ଷୁଣ୍ଣ ହେବ। ସାମୂହିକ ଆଲୋଚନା ପରିସରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟରତ ଥିବା ଲୋକେ ପ୍ରଶଂସା ବା କୌଣସି ସଭା ସମିତିରେ ସମ୍ମାନୀତ ହୋଇପାରନ୍ତି। କୌଣସି ଶୁଭେଚ୍ଛୁଙ୍କ ଅବଦାନ ଅବିସ୍ମରଣୀୟ ରହିବ।
ବିଛା: ଆଜି ସକାଳୁ ଦେବ ଦର୍ଶନର ଯୋଗ ରହିଛି। ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ। ଯାନବାହନରେ ଯିବା ଆସିବା ସମୟରେ କୌଣସି ଦାମୀ ଜିନିଷପତ୍ର ହଜିପାରେ। ସାହିତ୍ୟ, ସଂଗୀତ, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସୁନାମ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିବେ। ହେଲେ,ବାଣିଜ୍ୟ ବ୍ୟବସାୟରେ ବାଧା ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ନିକଟରେ ମନକଥା ଲୁଚାଇ ରଖିପାରିବେ ନାହିଁ , କିନ୍ତୁ କହିସାରିବା ପରେ ମନସ୍ତାପ କରିବେ।
ଧନୁ:ଆଜି କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବା ସହ ବ୍ୟବସାୟୀଙ୍କ ଲାଗି ଦିନଟି ଅନୁକୂଳ ରହିବ। ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ। ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ଆପଣଙ୍କ ପୂର୍ବ ଯୋଜନା ଅନୁଯାୟୀ କର୍ମ ଯଥାବିଧି ସମ୍ପନ୍ନ ହେବାରେ କୌଣସି ପ୍ରତିବନ୍ଧକ ରହିବନାହିଁ। ପୁରାତନ ରୋଗର ପୀଡ଼ା ଆପଣଙ୍କୁ ନିରୁତ୍ସାହିତ କରିବ। ବନ୍ଧୁ ଗହଣରେ ଭୁଲ୍ ବୁଝାମଣାଜନିତ ପାରସ୍ପରିକ ବିତର୍କଜନିତ ପରିସ୍ଥିତି ସୃଷ୍ଟି ହୋଇପାରେ।
ମକର: ଆଜି କୌଣସି ପ୍ରକାର ଦୀର୍ଘମିଆଦୀ ଯୋଜନା ଫସର ଫାଟିଯିବା କାରଣରୁ ମନ ଭଲ ରହି ନ ପାରେ। ଆଜି ଇଚ୍ଛା ନ ଥିଲେ ମଧ୍ୟ ହଠାତ୍ ପରିସ୍ଥିତିରେ ପଡ଼ି ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଉପରିସ୍ଥଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ଅବିସ୍ମରଣୀୟ ରହିବ। ସାହିତ୍ୟ, ଗବେଷଣା, କ୍ରୀଡ଼ା କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନ ଦେଲେ ପଶ୍ଚାନ୍ତେ ଅନୁତାପ କରିବାକୁ ସମୟ ପାଇବେ ନାହିଁ। ବନ୍ଧୁଙ୍କ ଅଭିଯୋଗ ସକାଶେ ଚିନ୍ତିତ ରହିପାରନ୍ତି।
କୁମ୍ଭ: ଆଜି ବାଣିଜ୍ୟ ଓ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପାରିବାରିକ କ୍ଷେତ୍ରରେ ବିଭିନ୍ନ ସମସ୍ୟାକୁ କେନ୍ଦ୍ର କରି ମାନସିକ ସ୍ଥିରତା ରହି ନ ପାରେ। ସହକର୍ମୀ ସହଯୋଗର ହାତ ବଢ଼ାଇପାରନ୍ତି। ମାଙ୍ଗଳିକ କାର୍ଯ୍ୟ ଯୋଜନା କରିପାରନ୍ତି। ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତାକରିବେ। ଆଜି ଯେକୌଣସି ବିବାଦୀୟ କଥାରେ କିମ୍ବା ସମସ୍ୟା ଥିବା ଘଟଣାରେ ମୁଣ୍ଡ ନ ପୂରାଇବା ଭଲ।
ମୀନ: ଆଜି କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ କିଛି ଆଶ୍ୱସ୍ତି ସୂଚକ କଥା ଶୁଣି ମନ ହାଲୁକା ହୋଇଯିବ। ବିଶିଷ୍ଟବ୍ୟକ୍ତିଙ୍କ ଅନୁକମ୍ପା ପ୍ରାପ୍ତ ହେବେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିପାରିବେ। ଅର୍ଥ ସଙ୍କଟକୁ ବନ୍ଧୁ ସୁଧାରି ନେବେ। ହେଲେ,ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅନ୍ୟକୁ ସାହାଯ୍ୟ କରିବାକୁ ଯାଇ ନିଜର କାମଟି ଅଟକି ରହିଯିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)