Advertisement
Article Detail0/zeeodisha/odisha768442
Zee OdishaOdisha LifeStyle and OthersIPL 2020: ସୁପର ସଣ୍ଡେର ସୁପର ଫାଇଟରେ ହାଇଦ୍ରାବାଦ-କୋଲକାତା, ମୁମ୍ବାଇ-ପଞ୍ଜାବ ମୁହାଁମୁହିଁ

IPL 2020: ସୁପର ସଣ୍ଡେର ସୁପର ଫାଇଟରେ ହାଇଦ୍ରାବାଦ-କୋଲକାତା, ମୁମ୍ବାଇ-ପଞ୍ଜାବ ମୁହାଁମୁହିଁ

ଆଜି ପୁଣି ଆଇପିଏଲରେ ଖେଳାଯିବ ୨ଟି ହାଇ-ଭୋଲଟେଜ ମ୍ୟାଚ୍। ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଲଢେଇ ହେବ। 

IPL 2020: ସୁପର ସଣ୍ଡେର ସୁପର ଫାଇଟରେ ହାଇଦ୍ରାବାଦ-କୋଲକାତା, ମୁମ୍ବାଇ-ପଞ୍ଜାବ ମୁହାଁମୁହିଁ

ନୂଆଦିଲ୍ଲୀ: ଆଜି ପୁଣି ଆଇପିଏଲରେ ଖେଳାଯିବ ୨ଟି ହାଇ-ଭୋଲଟେଜ ମ୍ୟାଚ୍। ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟରାଇଡର୍ସ ମଧ୍ୟରେ ଲଢେଇ ହେବ। ସେହିପରି ଦ୍ୱିତୀୟ ମ୍ୟାଚରେ ମୁମ୍ୱାଇ ଇଣ୍ଡିଆନ୍ସକୁ ଭେଟିବ କିଙ୍ଗ୍ସ ଇଲେଭେନ ପଞ୍ଜାବ।

ଆବୁଧାବିରେ ହାଇଦ୍ରାବାଦ ଓ କୋଲକାତା ମଧ୍ୟରେ ଖାଳାଯିବ ଆଇପିଏଲର ୩୫ତମ ମ୍ୟାଚ। ଏହି ଗ୍ରାଉଣ୍ଡରେ ଚେଜିଂ ଦଳର ବିଜୟ ରେକର୍ଡ ଅଧିକ। ତେଣୁ ଟସ୍ ପରେ ଉଭୟ କ୍ୟାପଟେନଙ୍କ ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କିନ୍ତୁ ଦିନରେ ମ୍ୟାଚ ଖେଳଯାଉଥିବାରୁ ଗ୍ରାଉଣ୍ଡର ରେକର୍ଡ ବିଷୟରେ କୌଣସି ଟିପ୍ପଣୀ ସଠିକ ବସିବ ନାହିଁ।

ଚେନ୍ନାଇ ବପକ୍ଷ ପ୍ରଦର୍ଶନ ପ୍ରିୟମ ଗାର୍ଗଙ୍କୁ ସମ୍ଭାବ୍ୟ ଏକାଦଶରୁ ବାଦ ଦେଇପାରେ। ଯଦି ଏପରି ହୁଏ ତେବେ ୬ନଂ ପାଇଁ ଅଭିଷେକ ଶର୍ମା ନଚେତ ବିରାଚ ସିଂହଙ୍କ କମବ୍ୟାକ୍ ହେବା ନିଶ୍ଟୟ। ସେପଟେ ଚଳିତ ସିଜିନରେ ୧୫୫ ରନ କରିଥିବା ନିତିଶ ରାଣାଙ୍କୁ କୋଲକାତାରେ ସ୍ଥାନ ପକ୍କା। କିନ୍ତୁ ବୋଲର ସୁନିଲ ନାରିନଙ୍କ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

Add Zee News as a Preferred Source

ଗତ ୬ଟି ମ୍ୟାଚରେ ପାଟ କୁମିନ୍ସ ଖାଲି ହାତରେ ଫେରିଛନ୍ତି। ତାଙ୍କୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ୱିକେଟ ମିଳିନାହିଁ। କୋଲକାତା ବିପକ୍ଷରେ ରୋହିତ ଶର୍ମାଙ୍କ ପରେ ଡେଭିଡ ୱାର୍ଣ୍ଣର ସର୍ବାଧିକ ସ୍କୋର କରିଛନ୍ତି। ସେପଟେ ପାୱାର ପ୍ଲେରେ କୋଲକାତାର ପ୍ରଦର୍ଶନ ବହୁତ ଖରାପ ରହିଛି। ଚଳିତ ସିଜିନରେ ଅନ୍ୟ ଦଳ ତୁଳନାରେ ଲୋଏଷ୍ଟ ରେଟ ଅଛି।

ସେହପରି ଦୁବାଇରେ ଖେଳାଯିବ ଆଜିର ଦ୍ୱିତୀୟ ତଥା ଆଇପିଏଲର ୩୬ତମ ମ୍ୟାଚ। ପଏଣ୍ଟ ଟେବୁଲର ଦ୍ୱିତୀୟରେ ଥିବା ମୁମ୍ବାଇକୁ ଭେଟିବ ପଞ୍ଜାବ। ବର୍ତ୍ତମାନ ସୁଦ୍ଧା ପଞ୍ଜାବ ୮ଟି ମ୍ୟାଚ ଖେଳି ମାତ୍ର ୨ଟିରେ ବିଜୟ ହୋଇଛି। ଆଉ ୪ ପଏଣ୍ଟ ସହ ଟେବୁଲର ସବୁଠୁ ତଳେ ରହିଛି। ପ୍ଲେଅପ ଟିକଟକୁ ନେଇ ଆସଙ୍କାରେ ଥିବା ବେଳେ ଆଜିର ମ୍ୟାଚ ବିଜୟ ହେଲେ ଦଳକୁ ଟିକେ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।

ଦୁବାଇ ପିଚ୍ ସ୍ଲୋ ହୋଇଥିବାରୁ ଚେଜିଂ ପାଇଁ ଦଳଙ୍କୁ ବହୁତ ସଙ୍ଘର୍ଷ କରିବାକୁ ପଡୁଛି। ୧୬୦ ରନର ଟାର୍ଗେଟ ବି ବହୁତ କଷ୍ଟକର ହୋଇପଡୁଛି। କିନ୍ତୁ ଏହାକୁ ଖାତିର କରୁନାହାନ୍ତି ମୁମ୍ୱାଇ ରୋହିତ ଶର୍ମା। କୌଣସି ଗ୍ରାଉଣ୍ଡ ଓ ପରିସ୍ଥିତିରେ ଚେଜିଂ ଆମ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି।

ଡିଫେଣ୍ଡିଂ ଚମ୍ପିଆନ ମୁମ୍ୱାଇରେ ଜେମ୍ସ ପାଟିନସନ, କୃନାଲ ପାଣ୍ଡ୍ୟା ପରି ଉଦୟମାନ ବ୍ୟଟ୍ସମ୍ୟାନ ରେଷ୍ଟ ନେଇପାରନ୍ତି। ସେପଟେ ନିଜ ଏକ୍ସପେରିମେଣ୍ଟକୁ ନେଇ ଦ୍ୱନ୍ଦରେ ପଡିଛି ପଞ୍ଜାବ। କେଉଁ ପ୍ଲେୟାର୍ସଙ୍କୁ ସମ୍ଭାବ୍ୟ ଏକାଦଶରେ ସାମିଲ କରିବ ତାହା ସ୍ପଷ୍ଟ କରିପାରୁନାହିଁ। ତେବେ ଟପ୍ ୭ରେ ତିନିଟି ବାମହାତି ଖେଳାଳି ଥିବା ବେଳେ ଅଫସ୍ପିନରଙ୍କୁ ପଞ୍ଜାବ ଅଧିକ ଗୁରୁତ୍ୱ ଦେବ।