• ସିବିଏସଇ ଦ୍ୱାଦଶ ରେଜଲ୍ଟ ପ୍ରକାଶିତ
  • ଦ୍ୱାଦଶରେ ପାସ୍ ହାର ୯୯.୩୭ ପ୍ରତିଶତ
  • ୯୯.୧୩ପ୍ରତିଶତ ଛାତ୍ର, ୯୯.୬୭ ପ୍ରତିଶତ ଛାତ୍ରୀ ପାସ୍
  • ଡେଙ୍ଗୁକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ଡିଏମଇଟିଙ୍କ ପ୍ରତିକ୍ରିୟା
  • ବସ୍ତି ନୁହେଁ ସମ୍ଭ୍ରାନ୍ତ ଅଞ୍ଚଳରେ ଡେଙ୍ଗୁ ଅଧିକ ବ୍ୟାପୁଛି
  • ଆପାର୍ଟମେଣ୍ଟ,ପ୍ଲାଷ୍ଟିକ୍, ଫୁଲକୁଣ୍ଡରେ ପାଣି ଜମିରହୁଛି
  • ଏସବୁରେ ପାଣି ଜମି ରହିବାରୁ ମଶା ବଢୁଛନ୍ତି
  • ଚାଷ ଆରମ୍ଭରୁ ଚିନ୍ତାରେ ଚାଷୀ
  • ଧାନ ଚାଷ ଆଗେଇ ନେବାକୁ ମିଳୁନି ୟୁରିୟା ସାର
  • ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ବିଦ୍ୟୁତ ଦୁର୍ଘଟଣାରେ ୬ ଓଡି଼ଆ ମୃତ

Bollywood-Vaccine ମଧ୍ୟରେ ଗଢି ଉଠିଲା ନିବିଡ ସମ୍ପର୍କ

ଅତୀତରେ ବର୍ଷା ହେଉଥିଲା, ଲୋକମାନେ ସାମୋସାକୁ ମନେ ପକାଉଥିଲେ ଏବଂ ଟ୍ୱିଟର ଟାଇମଲାଇନ୍ ସାମୋସରେ ଭରପୂର ଥିଲା। ସୋମବାର ମଧ୍ୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସମାନ ରଙ୍ଗ ଦେଖାଇଲା। ଏଥର କୋରୋନା ଟିକା ଏବଂ କିଛି ବଲିଉଡ ଫିଲ୍ମର ନାମ ଟାର୍ଗେଟରେ ଥିଲା। 

Bollywood-Vaccine ମଧ୍ୟରେ ଗଢି ଉଠିଲା ନିବିଡ ସମ୍ପର୍କ
ସୌ- ସୋସିଆଲ ମିଡିିଆ

ନୂଆଦିଲ୍ଲୀ: ଯେକୌଣସି ସମୟରେ ସୋସିଆଲ ମିଡିଆରେ କିଛି ବି ହୋଇପାରେ। ଅତୀତରେ ବର୍ଷା ହେଉଥିଲା, ଲୋକମାନେ ସାମୋସାକୁ ମନେ ପକାଉଥିଲେ ଏବଂ ଟ୍ୱିଟର ଟାଇମଲାଇନ୍ ସାମୋସରେ ଭରପୂର ଥିଲା। ସୋମବାର ମଧ୍ୟ ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ସମାନ ରଙ୍ଗ ଦେଖାଇଲା। ଏଥର କୋରୋନା ଟିକା ଏବଂ କିଛି ବଲିଉଡ ଫିଲ୍ମର ନାମ ଟାର୍ଗେଟରେ ଥିଲା। 

ଭାରତରେ ବିଶ୍ୱର ସର୍ବବୃହତ ଟିକା ଅଭିଯାନ ଚାଲିଛି। ଦେଶର ସମସ୍ତ ନାଗରିକଙ୍କୁ ମାଗଣାରେ ଟିକା ଯୋଗାଇ ଦେବାକୁ ସରକାର ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ଏକ ନିର୍ଦ୍ଧିଷ୍ଟ ଟାର୍ଗେଟ ରଖି ଟିକାକରଣ କାର୍ଯ୍ୟକ୍ରମକୁ ବୁଷ୍ଚ କରାଯାଉଛି। ଏହାରି ମଧ୍ୟରେ ଟିକାକୁ ଉତ୍ସାହିତ ଥିବା ଟ୍ୱିଟର ୟୁଜର୍ସମାନେ ଆକ୍ଟିଭ୍ ହୋଇଯାଇଛନ୍ତି। ସେମାନେ ଟିକାକରଣ, ଏହାର ସ୍ଲଟ୍ ଏବଂ ଟିକା ପାଇବାରେ ଅସୁବିଧାକୁ ବିଭିନ୍ନ ଫିଲ୍ମର ନାମ ସହିତ ଯୋଡି ମିମ୍ ତିଆରି କରିଛନ୍ତି। ଏକୁଡିକ ଯେତିକି ମଜାଳିଆ ସେତିକି ଇନଫର୍ମିଟିଭ୍ ମଧ୍ୟ ହୋଇଛି।

ୟୁଜର୍ସମାନେ #VaccineMovieTitles ବ୍ୟବହାର କରୁଥିଲେ। ସେମାନେ ଫିଲ୍ମର ନାମ ସହିତ ଯୋଡି ଲେଖିଛନ୍ତି, 'Vaccine Side Effect', 'Kabhi Covishield kabhi Covaxine', 'Hum Vaccine Le Chuke Sanam, 'Half vaccinated', 'Fifty side effects of vaccine' ଓ 'Once upon a time in Vaccine centre'। 

ମୋଟ ଉପରେ, କହିବାକୁ ଗଲେ ୟୁଜର୍ସମାନେ ସୋମବାର ଟିକାକରଣର ପ୍ରତ୍ୟେକ ଦିଗକୁ ବହୁତ ଉପଭୋଗ କରିଥିଲେ। ସାହିଦ କପୁରଙ୍କ ଚଳଚ୍ଚିତ୍ରର ନାମ ସବୁଠୁ ମଜାଦାର ଥିଲା। ତାଙ୍କର ହିଟ୍ ଫିଲ୍ମ 'କବୀର ସିଂ' ଦୁଇ ବର୍ଷ ପୂରଣ କରିଛି। ଆକ୍ଟର ଏଥିପାଇଁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। କିନ୍ତୁ ଟିକା ଚଳଚ୍ଚିତ୍ର ନିର୍ମାତାମାନେ ଏହି ଚଳଚ୍ଚିତ୍ରକୁ ମଧ୍ୟ ଛାଡି ନାହାଁନ୍ତି।  ଜଣେ ୟୁଜର୍ 'Covi Singh' ଲେଖିଥିଲେ, ସେହିଭଳି ଅନ୍ୟଜଣେ ୟୁଜର୍ Jab We Mate ଭଳି JAB We Mate ଲେଖିଥିଲେ। ଲୋକମାନେ ଏହି ଟ୍ରେଣ୍ତକୁ ଖୁବ ପସନ୍ଦ କରିଛନ୍ତି।