Advertisement
Article Detail0/zeeodisha/odisha1914621
Zee OdishaOdisha LifeStyle and OthersVastu Tips: ଘରର ଏହି କୋଣରେ ବାସ୍ତୁ ଦୋଷ କରେ ସ୍ୱାସ୍ଥ୍ୟ ଖରାପ

Vastu Tips: ଘରର ଏହି କୋଣରେ ବାସ୍ତୁ ଦୋଷ କରେ ସ୍ୱାସ୍ଥ୍ୟ ଖରାପ

Vastu Tips: ସମସ୍ତେ ଚାହାନ୍ତି ନିଜ ଛାତ ତଳେ ଶାନ୍ତିର ସହିତ ଜୀବନ । ବାସ୍ତୁଶାସ୍ତ୍ର ଅନୁସାରେ ଘର କେବଳ ଆମକୁ ରହିବାକୁ ସ୍ଥାନ ପ୍ରଦାନ କରେନାହିଁ,ଘର ଭିତର ଓ ଆଖପାଖର ଶକ୍ତି ମଧ୍ଯ ଆମ ଜୀବନକୁ ପ୍ରଭାବିତ କରିଥାଏ । ତେଣୁ ଭଲ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ତଥା ସମୃଦ୍ଧି ପାଇଁ ଘରେ ପଂଚତତ୍ୱର ସନ୍ତୁଳନର ଆବଶ୍ୟକତା ରହିଛି । ଅନ୍ୟପକ୍ଷରେ ଘର ବାସ୍ତୁଦୋଷ ଥିଲେ ଜୀବନରେ ଅସ୍ଥିରତା ଲାଗି ରହିଥାଏ । ଆମଦାନୀ କମ ହୁଏ । ଖର୍ଚ୍ଚ ବଢିଥାଏ । ଏହା ସହିତ ଆକସ୍ମିକ ବିପଦ ପଡିଥାଏ । ଘରେ ବାସ୍ତୁଦୋଷ ରହିବା ଦ୍ୱାରା ପରିବାର ସଦସ୍ୟ ସବୁବେଳେ ରୋଗଗସ୍ତ ହୁଅନ୍ତି । ତେଣୁ ଘରର କୋଣ ପ୍ରତି ବିଶେଷ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି । ଆସନ୍ତୁ ଜାଣିବା କେଉଁ କୋଣରେ ସମସ୍ୟା ଥିଲେ କ’ଣ ସମସ୍ୟା ସୃଷ୍ଟି ହୁଏ ।

ସୌଜନ୍ୟ- ସୋସିଆଲ ମିଡି଼ଆ

ଐଶନ୍ୟ କୋଣ:

ଏହି ଦିଗରେ ବାସ୍ତୁଦୋଷ ରହିଲେ ଘରର ପୁରୁଷ ସଦସ୍ୟ ଅଧିକ ସମସ୍ୟାରେ ପଡ଼ନ୍ତି ।ଘରର ଐଶାନ୍ୟ କୋଣରେ ବେଡରୁମ୍ ଥିଲେ ନିଦ୍ରା ହିନତା,ଦୁଃସ୍ୱପ୍ନ,ସ୍ମୃତିହ୍ରାସ,ମସ୍ତିଷ୍କ ବିକାର,ରକ୍ତଚାପ ଆଦି ହୁଏ । ଦମ୍ପତିଙ୍କୁ ଭୁଲରେ ମଧ୍ଯ ଏଭଳି ଘରେ ଶୋଇବା କଥା ନୁହେଁ । ସେହିଭଳି ଐଶନ୍ୟ କୋଣରେ ଯଦି ରୋଷେଇ ଘର ଥିବ ତେବେ ମାନସିକ ଚାପ ଓ ରୋଗ ବୃଦ୍ଧିର କାରଣ ହେବ । ପରିବାର ସଦସ୍ୟଙ୍କଠାରେ ପେଟ ଓ ବାୟୁରୋଗ ହୋଇଥାଏ । ଭୂଖଣ୍ଡର ଐଶନ୍ୟ କୌଣରେ ଯଦି ଘର କରନ୍ତି ତେବେ ମହିଳାଙ୍କଠାରେ ଯୌନ ରୋଗ ଓ ସେମାନଙ୍କ ପ୍ରଜନନ କ୍ଷମତା ପ୍ରଭାବିତ ହୋଇଥାଏ ।

ଦକ୍ଷୀଣ ଦିଗ:
ଏହି ଦିଗରେ ବାସ୍ତୁଦୋଷ ଥିଲେ ଘରର ମହିଳା ସଦସ୍ୟ ଅଧିକ ପ୍ରଭାବିତ ହୋଇଥାନ୍ତି । ସେମାନଙ୍କ ସ୍ୱାସ୍ଥ୍ଯ ଠିକ ରହେନା ।
ଦକ୍ଷୀଣ-ପୂର୍ବ ଦିଗ:
ଏହି ଦିଗରେ କୂଅ,ପାଣିଟାଙ୍କି ରହିବା ଦ୍ୱାରା ଅମାଶୟ,ଫୁସଫୁସ ଆଦି ରୋଗ ଆଶଙ୍କା ବଢିଯାଏ ।
ବାୟୁ କୋଣ:
ଏହି ଦିଗରେ ଭାରି ସାମଗ୍ରୀ ରଖିବା ସ୍ୱାସ୍ଥ୍ଯ ସମସ୍ୟାର କାରକ ହୋଇଥାଏ । ବାୟୁରୋଗ,ଅସ୍ଥିରୋଗ ଓ ମାନସିକ ବିକାର ଆଦି ରୋଗ ବାୟୁକୋଣରେ ଭାରି ସାମଗ୍ରୀ ରଖିବା ଦ୍ୱାରା ଉତ୍ପନ ହୋଇଥାଏ ।
ଦକ୍ଷୀଣ-ପଶ୍ଚିମ କୋଣ:
ଘରର ଏହି କୋଣ ଯଦି ଖାଲି ରୁହେ ତେବେ ପରିବାର ସଦସ୍ୟଙ୍କ ଦୁଃଶ୍ଚିନ୍ତା,ରାଗ ବୃଦ୍ଧି ପାଏ । ହୃଦୟ ରୋଗ,ଗଣ୍ଠି ଯନ୍ତ୍ରଣା,ରକ୍ତହିନତା,ଜଣ୍ଡିସ,ଆଖି ରୋଗ ମଧ୍ଯ ଏହି କାରଣରୁ ସୃଷ୍ଟି ହୁଏ ।
ବ୍ରହ୍ମସ୍ଥାନ:
ଐଶନ୍ୟ କୌଣ ଭଳି ବ୍ରହ୍ମସ୍ଥାନ ମଧ୍ଯ ହାଲୁକା ଓ ସଫା ସୁତୁରା ରହିବା ଆବଶ୍ଯକ । ଏହି କୋଣରେ ଯଦି ଭାରି ସାମଗ୍ରୀ ରୁହେ ତେବେ ପରିବାର ସଦସ୍ୟ ଉନ୍ମାଦର ଶିକାର ହେବେ । ଯେଉଁଥିପାଇଁ ସେମାନଙ୍କ ମାନସିକ ସନ୍ତୁଳନ ବିଗିଡିବାର ଆଶଙ୍କା ରୁହେ ।
ଉତ୍ତର ଦିଗ:
ଏହି କୋଣରେ ବାସ୍ତୁଦୋଷ ରହିବା ଦ୍ୱାରା କୀଡନି ରୋଗ,ରକ୍ତ ସମ୍ବନ୍ଧିତ ରୋଗ,ହାଲିଆ ହେବା ତଥା ଆଣ୍ଠୁ ସମ୍ବନ୍ଧିତ ରୋଗ ଦ୍ୱାରା ପରିବାର ସଦସ୍ୟ ପୀଡିତ ହେବାର ଆଶଙ୍କା ରୁହେ ।
ପୂର୍ବ ଦିଗ:
ଘରର ପୂର୍ବ ଦିଗରେ ବାସ୍ତୁଦୋଷ ରହିଲେ ପରିବାର ସଦସ୍ୟଙ୍କ କ୍ଷେତ୍ରରେ ଚକ୍ଷୁ ସମ୍ବନ୍ଧିତ ରୋଗର ଆଶଙ୍କା ରୁହେ । ଏହା ସହିତ କୌଣସି ସଦସ୍ୟଙ୍କୁ ପାରାଲିସିସ୍ ହେବାର ମଧ୍ଯ ଆଶଙ୍କା ରୁହେ । ସନ୍ତାନ ହାନିର ମଧ୍ଯ ଆଶଙ୍କା ଥାଏ ।
ପଶ୍ଚିମ ଦିଗ:
ପଶ୍ଚିମ ଦିଗରେ ଦୋଷ ଥିଲେ ଯକୃତ,ଗଳା ରୋଗ,ଗାଲବ୍ଲେଡର ରୋଗର ଆଶଙ୍କ ରୁହେ । ଫୁସଫୁସ,ଛାତି ଓ ଚର୍ମର ରୋଗର ଆଶଙ୍କା  ମଧ୍ଯ ବଢିଯାଏ । ।ତେଣୁ ସୁସ୍ଥ ଓ ମାନସିକ ଶାନ୍ତି ପାଇଁ ଘରର ବାସ୍ତୁଦୋଷ ଉପରେ ଦୃଷ୍ଟି ଦିଅନ୍ତୁ । ବାସ୍ତୁଦୋଷକୁ ସଜାଡି ଶାନ୍ତି ଓ ସମୃଦ୍ଧିର ଜୀବନ ଜିଅନ୍ତୁ ।
 
Add Zee News as a Preferred Source

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

About the Author