• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha LifeStyle and Others
  • /ଆସନ୍ତା ୩୧ରେ ରିଲିଜ ହେବ ଶକୁନ୍ତଳା ଦେବୀ

ଆସନ୍ତା ୩୧ରେ ରିଲିଜ ହେବ 'ଶକୁନ୍ତଳା ଦେବୀ'

ରିଲିଜ ହେଲା ଟ୍ରେଲର...

Edited ByZee Odisha Desk
Published: Jul 15, 2020, 04:31 PM IST|Updated: Jul 15, 2020, 04:31 PM IST
joinshare
ଆସନ୍ତା ୩୧ରେ ରିଲିଜ ହେବ 'ଶକୁନ୍ତଳା ଦେବୀ'

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପାଗ ଖରାପ କାରଣରୁ ଜରୁରୀକାଳୀନ ଅବତରଣ କଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

    ପାଗ ଖରାପ କାରଣରୁ ଜରୁରୀକାଳୀନ ଅବତରଣ କଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର

    2

    ଆସନ୍ତାକାଲି ପୁରୀ ଯାଉଛନ୍ତି କି ? ୫ ଘଣ୍ଟା ବନ୍ଦ ଜଗା ଦର୍ଶନ

    3

    ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

    4

    SBI Clerk Vacancy 2026: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ନିଯୁକ୍ତି ସୁଯୋଗ, କରନ୍ତୁ ଆବେଦନ

    5

    ସ୍ୱାଧୀନତା ଦିବସ ପୂର୍ବରୁ ଦିଲ୍ଲୀରେ ହାଇ ଆଲର୍ଟ, ୧୯ ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀଙ୍କ ପୋଷ୍ଟର ଜାରି

    ନୂଆଦିଲ୍ଲୀ: ବିଦ୍ୟା ବାଲାନଙ୍କ ଅଭିନିତ ଫିଲ୍ମ 'ଶକୁନ୍ତଳା ଦେବୀ'ର ଟ୍ରେଲର ମୁକ୍ତିଲାଭ କରିଛି। ଟ୍ରେଲରରେ ବିଦ୍ୟାଙ୍କୁ ଅନେକ ରୂପରେ ଦେଖିବାକୁ ମିଳୁଛି | ଏହି ଚଳଚ୍ଚିତ୍ରରେ ଶକୁନ୍ତଳା ଦେବୀଙ୍କର ଏକ ଛୋଟ ଝିଅଠାରୁ ଜଣେ ମା ପର୍ଯ୍ୟନ୍ତ ସବୁ ସ୍ତରରେ ବିଦ୍ୟାଙ୍କୁ ଦେଖିବାକୁ ମିଳିବ | ଶକୁନ୍ତଳା ଦେବୀଙ୍କ ସଂଘର୍ଷମୟ ଜୀବନୀ ସମ୍ପର୍କରେ ଦେଖିବାକୁ ମିଳିବ। 

    ହ୍ୟୁମାନ କମ୍ପ୍ୟୁଟର ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି ବିଦ୍ୟା ବାଲାନ। ତେବେ ଶକୁନ୍ତଳା ଦେବୀଙ୍କ ଚରିତ୍ରରେ ବେଶ ନିଖୁଣ ଅଭିନୟ କରିଛନ୍ତି ବିଦ୍ୟା। ପ୍ରତିଟି କ୍ଷେତ୍ରରେ ସଠିକ ଢଙ୍ଗରେ ତୁଲାଇ ପାରିଛନ୍ତି। ଏହି ସିନେମାନେ ବିଦ୍ୟାଙ୍କ ବ୍ୟତୀତ ସାନ୍ୟା ମଲହୋତ୍ରାଙ୍କୁ ମଧ୍ୟ ଦେଖିବାକୁ ମିଳିବ। ସାନ୍ୟା ଏହି ସିନେମାରେ ଶକୁନ୍ତଳାଙ୍କ ଝିଅ ଚରିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି। ଟ୍ରେଲରରେ ଶକୁନ୍ତଳା ଦେବୀ ଓ ତାଙ୍କ ଝିଅଙ୍କ ମଧ୍ୟରେ ଝଗଡ଼ା ଲାଗୁଥିବାର ଦେଖିବାକୁ ମିଳିଛି। 

    ଏହି ସିନେମାଟିକୁ ଅନୁ ମେନନ ନିର୍ଦ୍ଦେଶନା ଦେଇଛନ୍ତି। ସିନେମାନେ ଆସନ୍ତା ୩୧ ତାରିଖରେ ଆମାଜନ ପ୍ରାଇମରେ ରିଲିଜ ହେବ। କୋରୋନା ମହାମାରୀ ସମୟରେ ସିନେମା ଗୁଡ଼ିକ ପ୍ରେକ୍ଷାଳୟରେ ରିଲିଜ ନ ହୋଇ ଓଟିଟି ପ୍ଲାଟଫର୍ମରେ ରିଲିଜ ହେଉଛି। ଶକୁନ୍ତଳା ଦେବୀ ସିନେମାକୁ ନେଇ ଆରମ୍ଭରୁ ହିଁ ଏହାର ପ୍ରାୟୋଜକ ଓଟିଟିରେ ରିଲିଜ ହେବ ବୋଲି କହି ଦେଇଥିଲେ। 

    ଅକ୍ଷୟ କୁମାରଙ୍କ ସିନେମା ମିଶନ ମଙ୍ଗଳରେ ମଧ୍ୟ ବିଦ୍ୟା ବାଲାନ ଜଣେ ବୈଜ୍ଞାନିକଙ୍କ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିଲେ। ଆଉ ଏବେ ଶକୁନ୍ତଳା ଦେବୀ ରିଲିଜ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ବିଦ୍ୟାଙ୍କର ଆଉ ଏକ ସର୍ଟ ଫିଲ୍ମ ନଟଖଟ ମଧ୍ୟ ରିଲିଜ ହୋଇ ସାରିଛି। 

     

     

    Add Zee News as a Preferred Source
    TAGS:
    Vidya Balan
    Shakuntala Devi
    OTT
    Bollywood