ନୂଆଦିଲ୍ଲୀ: ଆମ ଦେଶରେ ଗୋଟିଏ ଟଙ୍କାର ମୂଲ୍ୟ ଆମ ପାଇଁ ଅଧିକ ମୂଲ୍ୟବାନ ହୋଇ ନଥାଏ । ଅନ୍ୟପକ୍ଷେ ବିଶ୍ୱର ଏପରି କେତେକ ଦେଶ ରହିଛି, ଯେଉଁଠି ଆମ ଦେଶର ମୁଦ୍ରା (Indian Currency) ମୂଲ୍ୟ ସେହି ଦେଶଗୁଡିକରେ ବହୁତ ଅଧିକ ହୋଇଥାଏ । ଆମେ ସାଧାରଣତଃ କହିଥାଏ ବର୍ତ୍ତମାନ ସମୟରେ ଗୋଟିଏ ଟଙ୍କାର କୌଣସି ମୂଲ୍ୟ ନାହିଁ କିନ୍ତୁ ଅନ୍ୟ ଦେଶରେ ଏହି ଗୋଟିଏ ଟଙ୍କାରେ ବହୁତ କିଛି ମିଳିଥାଏ ।
ବିଶ୍ୱରେ ବହୁ ଦେଶରେ ଭାରତୀୟ ମୁଦ୍ରାର ମୂଲ୍ୟ (Indian currency) ସେହି ଦେଶଗୁଡିକର ମୁଦ୍ରା ମୂଲ୍ୟ ଠାରୁ ଅଧିକ ରହିଛି । କିନ୍ତୁ ଆମେ ଯେଉଁ ଦେଶ କଥା କହୁବାକୁ ଯାଉଛୁ, ସେହି ଦେଶରେ ଭାରତୀୟ ଗୋଟିଏ ଟଙ୍କାର ମୂଲ୍ୟ ହେଉଛି ୩୦୦ ଟଙ୍କାରୁ ଅଧିକ ।
ଅଧିକ ପଢ଼ନ୍ତୁ:-ଅଧିକ ଶୋଇବାରୁ ହୋଇଥାଏ ଏହି ୫ଟି କ୍ଷତି, ରଖନ୍ତୁ ଏହାର ଖାସ୍ ଧ୍ୟାନ
ସେହି ଦେଶର ନାଁ ହେଉଛି ଭିଏତନାମ(Vietnam । ଏହି ଦେଶର ମୁଦ୍ରାର ନାମ ହେଉଛି ଡାଙ୍ଗ (Dong), ଯାହା ଭାରତୀୟ ମୁଦ୍ରା (Indian currency) ର ମୂଲ୍ୟ ଠାରୁ ବହୁତ ଦୁର୍ବଳ । ବର୍ତ୍ତମାନ ସମୟରେ ଭାରତୀୟ ଗୋଟିଏ ଟଙ୍କାର ମୂଲ୍ୟ ଭିଏତନାମରେ 337.08 ଭିଏତନାମୀ ଡାଙ୍ଗ (Vietnam Currency) ସହ ସମାନ । ଯଦି ଆପଣ ଏହି ସୌନ୍ଦର୍ଯ୍ୟମୟ ଦେଶରେ ଭ୍ରମଣ କରିବାକୁ ଚାହୁଛନ୍ତି । ତେବେ ଅତି ଅଳ୍ପ ଖର୍ଚ୍ଚରେ ନିଜ ଛୁଟି ଭିଏତନାମାରେ କାଟି ପାରିବେ । ଏହି ଦେଶର ମୁଖ୍ୟ ଧର୍ମ ହେଉଛି ବୌଦ୍ଧ ।