Advertisement
Article Detail0/zeeodisha/odisha871454
Zee OdishaOdisha LifeStyle and OthersWhatsApp ରେ ଭୁଲରେ ବି କରନ୍ତୁନି ଏମିତି କାମ, ସରକାର ଆଣୁଛନ୍ତି ନୂଆ ନିୟମ

WhatsApp ରେ ଭୁଲରେ ବି କରନ୍ତୁନି ଏମିତି କାମ, ସରକାର ଆଣୁଛନ୍ତି ନୂଆ ନିୟମ

ଯଦିଓ ହ୍ୱାଟସଆପ୍ ପୂର୍ବରୁ ଦାବି କରି ସାରିଛି ଯେ, ଆପଣଙ୍କ ପ୍ରାଇଭେସି ସୁରକ୍ଷିତ ରହିଛି । ହେଲେ ସେପଟେ କିନ୍ତୁ କେନ୍ଦ୍ର ସରକାର ଏକ ନୂତନ ଆଇନ ଆଣିବାକୁ ଯାଉଛନ୍ତି। 

WhatsApp ରେ ଭୁଲରେ ବି କରନ୍ତୁନି ଏମିତି କାମ, ସରକାର ଆଣୁଛନ୍ତି ନୂଆ ନିୟମ

ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟରୁ ଦେଶର ଅଧିକାଂଶ ମୋବାଇଲ୍ ଫୋନ୍ ବ୍ୟବହାରକାରୀ କେବଳ WhatsApp ମେସେଜିଂ ଆପ୍ ବ୍ୟବହାର କରୁଛନ୍ତି। ଏହାମଧ୍ୟ ଠିକ୍ ଯେ, ଅଧିକାଂଶ ଉପଭୋକ୍ତା ମଧ୍ୟ ଗୋପନୀୟତା ନୀତି ସମ୍ବନ୍ଧରେ ହ୍ୱାଟସଆପ୍ ଉପରେ ଖପ୍ପା ଅଛନ୍ତି । ଯଦିଓ ହ୍ୱାଟସଆପ୍ ପୂର୍ବରୁ ଦାବି କରି ସାରିଛି ଯେ, ଆପଣଙ୍କ ପ୍ରାଇଭେସି ସୁରକ୍ଷିତ ରହିଛି । ହେଲେ ସେପଟେ କିନ୍ତୁ କେନ୍ଦ୍ର ସରକାର ଏକ ନୂତନ ଆଇନ ଆଣିବାକୁ ଯାଉଛନ୍ତି। କାରଣ ଆପଣଙ୍କର ଟିକିଏ ଅସାବଧାନତା ଏକ ବଡ଼ ସମସ୍ୟା ହୋଇ ଉପରେ ଖଣ୍ଡା ରୂପରେ ଝୁଲିପାରେ ।

ଟେକ ସାଇଟ  telecomtalk ର ଅନୁସାରେ,ଦେଶରେ ଗୁଜବ ଓ ମିଥ୍ୟା ପ୍ରଚାର କରୁଥିବା ଲୋକଙ୍କ ପ୍ରତି ଲଗାମ କଷିବାକୁ ଚାହୁଁଛନ୍ତି । ଏଥିପାଇଁ ଭାରତ ସରକାର ବର୍ତ୍ତମାନ ଏକ ନୂତନ ଡ୍ରାଫ୍ଟ ପ୍ରସ୍ତୁତ କରିଛନ୍ତି ଯେଉଁମାନେ ହ୍ୱାଟସ୍ ଆପ୍ ରେ ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କୁ ତୁରନ୍ତ ଧରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Also Read: ଆଲର୍ଟ! ଯଦି ଏହା ନ କରିବେ, ତେବେ LIC ରେ ଅଟକି ଯିବ ଆପଣଙ୍କ ସମସ୍ତ ଟଙ୍କା

Add Zee News as a Preferred Source

ସୂଚନା ମୁତାବକ, କେନ୍ଦ୍ର ସରକାର WhatsApp ରୁ Alpha-Numeric Hash Assigning System ଲାଗୁ କରିବାକୁ କହିଛନ୍ତି । ଏହା ଲାଗୁ ହେବା ପରେ ମିଥ୍ୟା ପ୍ରଚାର ଓ ଗୁଜବ ସୃଷ୍ଟି କରୁଥିବା ଲୋକଙ୍କୁ ଚିହ୍ନଟ କରିବାରେ ସଫଳ ଓ ସକ୍ଷମ ହୋଇପାରିବ । ପ୍ରକୃତରେ Alpha-Numeric Hash Assigning System ଦ୍ୱାରା ପ୍ରତି ମେସେଜ ସହ ଏକ ନମ୍ବର ଜେନେରେଟ ହେବ । ସେହି ସିଷ୍ଟମରୁ ମେସେଜ ପଠାଇଥିବା ବ୍ୟକ୍ତିବିଶେଷଙ୍କୁ ଟ୍ରାକ କରାଯାଇପାରିବ । 

Also Read: ଏଣିକି ମୁସଲିମ ବାହାଘରରେ ବାଜିବନି DJ ଓ ବ୍ୟାଣ୍ଡ, ହୋଟେଲ ଉପରେ ବି ଲାଗିଲା କଟକଣା

ବିଶେଷଜ୍ଞଙ୍କ କହିବାନୁସାରେ, ହ୍ୱାଟସ୍ ଆପ୍ ବର୍ତ୍ତମାନ ଏଣ୍ଡ-ଟୁ-ଏଣ୍ଡ ଏନକ୍ରିପସନ୍ ଟେକ୍ନୋଲୋଜି ବ୍ୟବହାର କରୁଛି। ଯେଉଁଥିପାଇଁ କେବଳ ପ୍ରେରକ ଏବଂ ରିସିଭର୍ ବାର୍ତ୍ତା ଦେଖିପାରିବେ । ସରକାର କହିଛନ୍ତି ଯେ ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ଗୋପନୀୟତା ବ୍ୟବସ୍ଥାକୁ ଉଲ୍ଲଂଘନ କରିବ ନାହିଁ। କେନ୍ଦ୍ର ସରକାରଙ୍କ ଏହି ନୂତନ ପ୍ରସ୍ତାବକୁ WhatsApp ଗ୍ରହଣ କରିବାକୁ ଚାହୁଁନାହିଁ। କମ୍ପାନୀ କହିଛି ଯେ, ଏହା ଆପର ଗୋପନୀୟତା ନୀତି ଉଲ୍ଲଂଘନ କରୁଛି। ଭାରତ ସରକାର ଏହି ନୂତନ ପ୍ରସ୍ତାବକୁ ଦେଶର ଆଇନ ଶୃଙ୍ଖଳା ସହ ଯୋଡ଼ିବାକୁ ଚାହୁଁଛନ୍ତି।

About the Author