କରୁଛନ୍ତି କି Web WhatsApp ଲଗ ଇନ୍, ତେବେ ଜାଣିରଖନ୍ତୁ କଣ ରହିଛି ନୂଆ ନିୟମ ?
Advertisement

କରୁଛନ୍ତି କି Web WhatsApp ଲଗ ଇନ୍, ତେବେ ଜାଣିରଖନ୍ତୁ କଣ ରହିଛି ନୂଆ ନିୟମ ?

ଏବେ ଯାଏଁ ୱେବ ହ୍ୱାଟସ ଆପକୁ କେବଳ ଆପଣ କମ୍ପ୍ୟୁଟର ସ୍କ୍ରିନରେ QR କୋଡ ଦ୍ୱାରା ସ୍କାନ କରି କନେକ୍ଟ କରିପାରୁଥିଲେ ମାତ୍ର ଏବେଠାରୁ ଏହି ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ । QR କୋଡ ସ୍କାନ ପରେ ପ୍ରଥମେ ଫିଙ୍ଗର ପ୍ରିଣ୍ଟ ଦ୍ୱାରା ଫୋନକୁ ଅନଲକ କରିବାକୁ ପଡ଼ିବ ।

କରୁଛନ୍ତି କି Web WhatsApp ଲଗ ଇନ୍, ତେବେ ଜାଣିରଖନ୍ତୁ କଣ ରହିଛି ନୂଆ ନିୟମ ?

ନୂଆଦିଲ୍ଲୀ:  ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟସଆପ୍ ଏବେ ଅନେକ ନୂଆ ଫିଚର ନେଇ ଆସିବାକୁ ଯାଉଛି । ବ୍ୟବହାରକାରୀଙ୍କ ପ୍ରାଇଭେଟ ସୁରକ୍ଷାକୁ ଧ୍ୟାନରେ ରଖି ହ୍ୱାଟସ ଆପ୍ ରେ ବର୍ତ୍ତମାନ ଚେହେରା କିମ୍ବା ବାୟୋମେଟ୍ରିକ୍ ସ୍କାନିଂ ଫିଚର ରହିବ । ଖବର ଅନୁଯାୟୀ, ୱେବ ହ୍ୱାଟସ୍ ଆପ୍ ସଂସ୍କରଣରେ ଫିଙ୍ଗର ପ୍ରିଣ୍ଟ ସୁରକ୍ଷା ଉପଲବ୍ଧ ହେବ। ଏହାର ଅର୍ଥ ଆପଣଙ୍କ ବ୍ୟତୀତ ଅନ୍ୟ କେହି ଆପଣଙ୍କ ହ୍ୱାଟସ୍ ଆପ୍କୁ କମ୍ପ୍ୟୁଟର ସହିତ ସଂଯୋଗ କରିବାକୁ ସମର୍ଥ ହେବେ ନାହିଁ । ଯାହାଦ୍ୱାରା ଆପଣଙ୍କ ପ୍ରାଇଭେସୀ କେବଳ ଆପଣଙ୍କ ହାତରେ ରହିବ ।

ଏବେ ଯାଏଁ ୱେବ ହ୍ୱାଟସ ଆପ (Web WhatsApp) କୁ କେବଳ ଆପଣ କମ୍ପ୍ୟୁଟର ସ୍କ୍ରିନରେ QR କୋଡ ଦ୍ୱାରା ସ୍କାନ କରି କନେକ୍ଟ କରିପାରୁଥିଲେ ମାତ୍ର ଏବେଠାରୁ ଏହି ନିୟମରେ ପରିବର୍ତ୍ତନ ଦେଖିବାକୁ ମିଳିବ । QR କୋଡ ସ୍କାନ ପରେ ପ୍ରଥମେ ଫିଙ୍ଗର ପ୍ରିଣ୍ଟ (FingerPrint) ଦ୍ୱାରା ଫୋନକୁ ଅନଲକ କରିବାକୁ ପଡ଼ିବ । ଏହାବାଦ୍ ଫେସ୍ ସ୍କାନର (Face Scanner)ର ବିକଳ୍ପ ମଧ୍ୟ ଦେଖିବାକୁ ମିଳିବ ।  ଏହି ଫିଚର ଆସିବା ପରେ ଏଥିରେ ସନ୍ଦେହ ନାହିଁ ଯେ, ବ୍ୟବହାରକାରୀ ନିଜର ଗୋପନୀୟତା (Privacy)କୁ ସୁରକ୍ଷିତ ଭାବେ ରଖିପାରିବେ । ଏହି ଫିଚର ଆସିବା ପରେ କେବଳ ୟୁଜର ହିଁ ନିଜ ହ୍ୱାଟସ ଆପ୍ (WhatsApp) ଖୋଲିପାରିବେ।

Also Read: ୪୦ କୋଟି ଲୋକଙ୍କ ପାଇଁ ଖୁସି ଖବର, ମିଳିବ ପିଏଫର ଲାଭ!

Web WhatsApp ରେ ଏହି ପ୍ରକ୍ରିୟାରେ ଲଗଇନ୍ (LogIn) କଲେ ଏହା ପୂର୍ବାପେକ୍ଷା ଅଧିକ ସୁରକ୍ଷିତ ଓ ତୀବ୍ର ମଧ୍ୟ ରହିବ । ଅନ୍ୟପଟେ ୱେବ ହ୍ୱାଟସଆପ୍ ର ଡିଜାଇନ ମଧ୍ୟ ବଦଳିବା ନେଇ ସୂଚନା ରହିଛି । ତେବେ ଦେଖିବାକୁ ବାକି ରହିଲା ଏହି ନୂଆ ଫିଚର୍ (WhatsApp Feature) ଆସିବା ପରେ ବ୍ୟବହାରକାରୀ କେତେ ଉପକୃତ ହେବେ ।