ଖୁବ ଶୀଘ୍ର ରିଲିଜ ହେବ 'ଲକ୍ଷ୍ମୀବମ', ସୁଟିଂ ବିଦ୍ୟାଙ୍କୁ ଏଭଳି ପ୍ରପୋଜ କରିଥିଲେ ଅକ୍ଷୟ...

ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଲକ୍ଷ୍ମୀ ବମ୍'କୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗତବର୍ଷ ଅକ୍ଷୟଙ୍କୁ 'ହାଉସ୍ଫୁଲ୍ 4'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।

ଖୁବ ଶୀଘ୍ର ରିଲିଜ ହେବ 'ଲକ୍ଷ୍ମୀବମ', ସୁଟିଂ ବିଦ୍ୟାଙ୍କୁ ଏଭଳି ପ୍ରପୋଜ କରିଥିଲେ ଅକ୍ଷୟ...

ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ 'ଲକ୍ଷ୍ମୀ ବମ୍'କୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଗତବର୍ଷ ଅକ୍ଷୟଙ୍କୁ 'ହାଉସ୍ଫୁଲ୍ 4'ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଥିଲା ​​। 'ହାଉସଫୁଲ୍ 4'ର ପ୍ରମୋସନ ପାଇଁ ଫିଲ୍ମର ପୁରା ଟିମ ' ଦି କପିଲ୍ ଶର୍ମା 'ଶୋ’ରେ ସାମିଲ ହୋଇଥିଲେ । କପିଲ ଶର୍ମା ସୋରେ ରିତେଶ ଦେଶମୁଖ ସିନେମା 'ହେ ବେବି' ସୁଟିଂ ସେଟରେ ମସ୍ତି କରୁଥିବାର ସମ୍ପର୍କରେ ପୋଲ ଖୋଲିଥିଲେ। 

ଯେତେବେଳେ ଫିଲ୍ମ 'ହେ ବେବି'ର ସୁଟିଂ ଚାଲିଥିଲା, ଅକ୍ଷୟ କୁମାର ତାଙ୍କ ଫୋନ୍‌ରେ ବିଦ୍ୟା ବାଲାନ୍‌ଙ୍କୁ ଆଇ ଲଭ୍ ୟୁ ମେସେଜ୍ କରିଥିଲେ ବୋଲି ରିତେଶ ଦେଶମୁଖ କହିଥିଲେ। ଏହି ବାର୍ତ୍ତା ପରେ ବିଦ୍ୟା ଏକ ସ୍ମାଇଲ ପଠାଇଲେ । ଏହି ବିଷୟରେ ଜାଣିବା ପରେ ରିତେଶ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ସେ କହିଥିଲେ ଯେ,, ବିଦ୍ୟାଙ୍କ ଫୋନ୍ ମଧ୍ୟ ଅକ୍ଷୟ କୁମାରଙ୍କ ସହିତ ଥିଲା, ଯେଉଁଥିପାଇଁ ଏହି ସମସ୍ତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ମୁଁ ଆପଣଙ୍କୁ କହିବି ଯେ ଫିଲ୍ମ ‘ହେ ବେବି’ ରେ ଅକ୍ଷୟ କୁମାର, ରିତେଶ ଦେଶମୁଖ, ଫରଦୀନ ଖାନ ଏବଂ ବିଦ୍ୟା ବାଲାନ ନଜର ଆସିଥିଲେ।

ଯେତେବେଳେ ଅକ୍ଷୟ କୁମାର ତାଙ୍କ ଚଳଚ୍ଚିତ୍ରର ପ୍ରମୋସନ ପାଇଁ କପିଲ ଶର୍ମା ଶୋ’ରେ ପହଞ୍ଚନ୍ତି, ସେତେବେଳେ ସେ ତାଙ୍କ ସହ ଜଡିତ ଅନେକ ମଜାଳିଆ କାହାଣୀ ଶୁଣିବାକୁ ମିଳିଥାଏ । ଅକ୍ଷୟ କୁମାର ସେଟରେ କାମ କରିବା ପାଇଁ ଅତ୍ୟନ୍ତ ଗମ୍ଭୀର, କିନ୍ତୁ ଖାଲି ସମୟରେ ମଧ୍ୟ ସେ ବହୁତ ମଜା କରନ୍ତି । ସୂଚନାଯୋଗ୍ୟ ଅକ୍ଷୟ କୁମାର ଲକ୍ଷ୍ମୀ ବମ ବ୍ୟତୀତ ପୃଥ୍ୱୀରାଜ, ସୂର୍ଯ୍ୟବଂଶୀ, ଓ ଅନ୍ତରଙ୍ଗୀରେ ନଜର ଆସିବେ।