Advertisement
Article Detail0/zeeodisha/odisha679861
Zee OdishaOdisha LifeStyle and Othersଆପଣଙ୍କ ମାନସିକ ଚିନ୍ତା ଦୂର କରିବେ ମହିଳା

ଆପଣଙ୍କ ମାନସିକ ଚିନ୍ତା ଦୂର କରିବେ ମହିଳା

 ଆମେ ଆପଣଙ୍କୁ କିଛି ସୁତ୍ର ଦେବୁ, ଯାହା ଆପଣଙ୍କ ମାନସିକ ଚିନ୍ତା ଦୂର କରିବ ।  ଦେଖିବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଆପଣଙ୍କ ଜୀବନରେ ଏମିତି ସମୟ ଆସେ, ଯେତେବେଳେ ଆପଣ ଚିନ୍ତାରେ ରୁହନ୍ତି । ଆପଣଙ୍କ ମନ ଭିତରେ ଅନେକ ଦ୍ୱନ୍ଦ ସୃଷ୍ଟି ହୁଏ । କୌଣସି କାର୍ଯ୍ୟକୁ କରିବା ପାଇଁ ଉଦ୍ୟମ ତ କରନ୍ତି, ହେଲେ ବିଫଳ ହୁଅନ୍ତି । ସେତେବେଳେ ଆପଣ ବିଚଳିତ ହେବା ସ୍ୱାଭାବିକ କଥା । ଆଉ ସେହି ସମୟରେ ଆପଣ ଅଶାନ୍ତି ଭିତରେ ଗତି କରନ୍ତି ଓ ଅସ୍ତବ୍ୟସ୍ତ ହୋଇଯାଆନ୍ତି । ଜୀବନରେ ସବୁ ଥାଇ ମଧ୍ୟ କିଛି ନଥିବା ଭଳି ଅନୁଭବ କରନ୍ତି । ଏହି ପରିସ୍ଥିତିରେ ଆପଣ କ'ଣ କରିବେ କିଛି ବୁଝି ପାରନ୍ତି ନାହିଁ ।

ତେବେ ଆମେ ଆପଣଙ୍କୁ କିଛି ସୁତ୍ର ଦେବୁ, ଯାହା ଆପଣଙ୍କ ମାନସିକ ଚିନ୍ତା ଦୂର କରିବ ।  ଦେଖିବେ ଆପଣଙ୍କ ସବୁ ସମସ୍ୟାର ସମାଧାନ ହୋଇଯିବ ।

ନାରୀକୁ କେବେ  ଅସମ୍ମାନ କରନ୍ତୁ ନାହିଁ । ଯଥା ସମ୍ଭବ ସମ୍ମାନ ଦିଅନ୍ତୁ । କାରଣ ନାରୀମାନଙ୍କୁ ଅସମ୍ମାନ ଓ ଅପମାନିତ କଲେ ଆପଣ ସମସ୍ୟାରେ ପଡିବେ । କାରଣ ଆପଣଙ୍କ ଜୀବନରେ ଜାତକର ଭୂମିକା ବହୁ ଗୁରୁତ୍ବପୂର୍ଣ୍ଣ । ଆପଣଙ୍କ ଜାତକରେ ଚନ୍ଦ୍ର ଯଦି ବୃଷ, କର୍କଟ, ବୃହସ୍ପତିର ମିତ୍ର ଘରେ ଉପସ୍ଥାନ ରହିଛନ୍ତି, ତେବେ ଆପଣ ମାନସିକ ଶାନ୍ତି ମିଳିବ। କିନ୍ତୁ ଯେତେ ବେଳେ ଚନ୍ଦ୍ର ବିଛା, ବୁଦ୍ଧ, ବୃହସ୍ପତିଙ୍କ ଷଷ୍ଠ କିମ୍ବା ଅଷ୍ଟମ ଘରେ ରହିଥାଆନ୍ତି ସେତେବେଳେ ମାନସିକ ଅଶାନ୍ତି ଓ ମାନସିକ ଅସ୍ଥିରତା ସୃଷ୍ଟି ହୁଏ । ତେଣୁ ଏହି ବିପଦ ବେଳେ ମହିଳା ବା ନାରୀମାନେ ଆପଣଙ୍କ ସାହା ଭରସା ହୋଇଥାନ୍ତି । 

Add Zee News as a Preferred Source

ତେଣୁ ମାଆ,ମାଉସୀ, ଭଉଣୀମାନଙ୍କୁ ସମ୍ମାନ ଦେବା ଓ ସବୁ କ୍ଷେତ୍ରରେ ନାରୀମାନଙ୍କୁ ସହଯୋଗ କରିବାକୁ ହେବ । କାହିଁକିନା ଚନ୍ଦ୍ର ହେଉଛନ୍ତି ସ୍ତ୍ରୀକାରକ ଗ୍ରହ । ତେଣୁ ନାରୀକୁ ଅସମ୍ମାନିତ କଲେ ଆପଣଙ୍କ କ୍ଷତି ହୋଇପାରେ । ଆପଣ ସୋମବାର ଦିନ ଶିବ ମନ୍ଦିର ଯାଇ ଶିବଲିଙ୍ଗ ଉପରେ ପାଣି ଢାଳି ପୂଜା କରନ୍ତୁ । ଓମ୍ ନମ୍ଃ ଶିବାୟ ମନ୍ତ୍ର ଜପ କରନ୍ତୁ । ଝିଅମାନେ ପାଦରେ ରୂପା ଧାତୁରେ ମୋଟା ପାଉଁଜି ପିନ୍ଧନ୍ତୁ ଓ ବିବାହିତ ନାରୀ ମଧ୍ୟମ ଆଙ୍ଗୁଠିରେ ରୂପା ଧାତୁରେ ଝୁଣ୍ଟିକା ପିନ୍ଧନ୍ତୁ । ଚନ୍ଦ୍ର ଶୀତଳ ରହିବେ ଆପଣଙ୍କ ମାନସିକ ସ୍ଥିତି ଭଲ ରହିବ ।

About the Author