• ରାଜ୍ୟରେ ବ୍ୟାପକ ହେବ 'ମୋ-ସ୍କୁଲ୍ ଅଭିଯାନ'
  • ବ୍ରହ୍ମପୁରରେ ଗୁଳିକାଣ୍ଡ । ବେଗୁନିଆପଡ଼ା ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କୁ ଗୁଳିମାଡ଼ ।
  • ଘଟଣାସ୍ଥଳରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ମୃତ୍ୟୁ ।
  • ତାଣ୍ଡବକୁ ନେଇ ମହାତାଣ୍ଡବ । ଟ୍ୱିଟରରେ ଟ୍ରେଣ୍ଡ କଲା #UNistal_Amazon ।
  • ପୁରୀରେ ସର୍ବସାଧାରଣ ଦର୍ଶନ ଆଡି ସାମୟିକ ବନ୍ଦ
  • ସ୍କୁଲ ଫି କୋହଳ କରିବାକୁ ରାଜ୍ୟ ସରକାର ।
  • ରାତି ପାହିଲେ ଶପଥ ନେବେ ବାଇଡେନ ।
  • ବରିଷ୍ଠ ଟେଲି ଅଭିନେତା ରବି ମିଶ୍ରଙ୍କ ପରଲୋକ । ଆଜି ସକାଳେ ହୃଦଘାତ ଆସିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ମସ୍ତିଷ୍କରେ ଯୁଦ୍ଧର ବିଭିଷିକା, ବଢୁଛି ଆତ୍ମହତ୍ୟା

ଆଜି ୨୯ତମ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ। ୧୯୯୨ ମସିହାଠୁ ଏହି ଦିବସକୁ ପାଳନ କରାଯାଉଛି।

ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ: ମସ୍ତିଷ୍କରେ ଯୁଦ୍ଧର ବିଭିଷିକା, ବଢୁଛି ଆତ୍ମହତ୍ୟା

ଜଣେ ସୁସ୍ଥ ମଣିଷ କହିଲେ କେବଳ ହୃଷ୍ଟପୃଷ୍ଟ ଓ ନିରୋଗୀଙ୍କୁ ବୁଝାଏ ନାହିଁ। ଯାହାଙ୍କ ଉଭୟ ଶାରିରୀକ ଓ ମାନସିକ ସ୍ୱାସ୍ଥ୍ୟ ଠିକ ଅଛନ୍ତି, ତାହାଙ୍କୁ ଆମେ ପ୍ରକୃତରେ ଜଣେ ସୁସ୍ଥ ମଣିଷ କହିପାରିବା। କିନ୍ତୁ ବର୍ତ୍ତମାନ ସମୟରେ ବିଶ୍ୱର ଅର୍ଦ୍ଧାଧିକ ଲୋକ ମାନସିକ ରୋଗରେ ପୀଡିତ ଅଛନ୍ତି।

ଲୋକଙ୍କୁ ମାନସିକ ସ୍ୱାସ୍ଥ୍ୟର ଆବଶ୍ୟକତା ଓ ଏହାର ଚିକିତ୍ସା ସମ୍ପର୍କରେ ସଚେତନ କରବା ନିହାତି ଆବଶ୍ୟକ। ସେଥିପାଇଁ ପ୍ରତିବର୍ଷ ଅକ୍ଟୋବର ୧୦ ତାରିଖରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଉଛି। ଜାତିସଙ୍ଘ ଓ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଅନୁମୋଦନ କ୍ରମେ ୧୯୯୨ ମସିହାରୁ ୱାର୍ଲ୍ଡ ଫେଡେରସନ ଅଫ ମେଣ୍ଟାଲ ହେଲ୍ଥ ଆନୁକୂଲ୍ୟରେ ଏହି ଦିବସ ପାଳନ ହେଉଛି। ବିଶ୍ୱର ପ୍ରାୟ ୧୫୦ଟି ଦେଶ ଫେଡେରସନର ସଦସ୍ୟ ଅଛନ୍ତି।

"ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି"।  "ଯଦି ଜଣଙ୍କର ମାନସିକ ଭାବେ ସୁସ୍ଥ ନାହାନ୍ତି, ତେବେ ସେହି ସୁସ୍ଥତାର କୌଣସି ମୂଲ୍ୟ ନାହିଁ"। ଏଭିଳି ଅନ୍ୟ ଉକ୍ତି ଆମେ ବହିରେ ପଢିଛୁ କିମ୍ବା କାହାଠାରୁ ଶୁଣିଛୁ। ଆଉ ଏହି କଥାଟି ବି ସତ। ଡାକ୍ତରଙ୍କ କହିବାନୁସାରେ ଜଣେ ସୁସ୍ଥ ମଣିଷ ଉଭୟ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ରହିଥାଏ।

କିନ୍ତୁ ବର୍ତ୍ତମାନ ସମୟରେ ବିଶ୍ୱର ପ୍ରତି ୨ ଜଣରେ ଜଣେ ମାନସିକ ରୋଗରେ ପୀଡିତ ଅଛନ୍ତି। କୌଣସି ନା କୌଣସି କାରଣରୁ ସେମାନେ ସବୁବେଳେ ଚିନ୍ତିତ ଏବଂ ଚାପରେ ରୁହନ୍ତି। ଆଉ ଏହାର ପରିଣାମ ଅତି ଭୟଙ୍କର ହୋଇଥାଏ। ଯାହାର ଏକ ଜ୍ୱଳନ୍ତ ଉଦାହରଣ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କ୍ଷେତ୍ରରେ ଦେଖିବାକୁ ମିଳେ।

ମାନସିକ ଅବସାଦ ଯୋଗୁଁ ନିରନ୍ତର ଆତ୍ୟହତ୍ୟା ଘଟଣା ବଢିଚାଲିଛି। ପାଠ ପଢାଠୁ ଆରମ୍ଭକରି ଅଫିସ କାମ ସବୁଥିରେ ଏକ ଟାର୍ଗେଟ ଦିଆଯାଏ। ଏହାକୁ ପୂରଣ ପାଇଁ ବ୍ୟକ୍ତି ଜଣକ ଚିନ୍ତାରେ ରୁହେ। ସେହପରି ପାରିବାରିକ କଳହ, ସମାଜିକ ବାସନ୍ଦ ମଧ୍ୟ ମାନସିକ ଅବସାଦର ଅନ୍ୟ ଏକ ମୁଖ୍ୟ କାରଣ। ଏକ ଅଧ୍ୟୟନରୁ ଜଣା ପଡିଛି ଯେ, ମାନସିକ ସମସ୍ୟା ଯୋଗୁଁ ପ୍ରତିବର୍ଷ ପ୍ରାୟ ୮ ଲକ୍ଷ ଲୋକ ଆତ୍ୟହତ୍ୟା କରୁଛନ୍ତି।

କୋରୋନା କାଳରେ ମାନସିକ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ମହାମାରୀରେ କୋଟି କୋଟି ଲୋକ ଚାକିରି ବା ଜୀବିକା ହରାଇ ଅବସାଦର ଶିକାର ହୋଇଛନ୍ତି। ଅନେକ ପରିବାରଠୁ ଦୂରେଇ ରହି ନିଜକୁ ଏକୁଟିଆ ଭାବୁଛନ୍ତି। ଯେତେବେଳେ ମଣିଷ ନିଜକୁ ଏକୁଟିଆ ଭାବେ, ସେତେବେଳେ ସେ ମାନସିକ ଅବସାଦରେ ପଡେ। ଆଉ କରୋନା ଟୀକା ନଥିଲା ବେଳେ ସଂକ୍ରମଣ ଓ ଏସମ୍ପର୍କୀତ ମୃତ୍ୟୁ ଲୋକଙ୍କୁ ଆଉ ଅଧିକ ଭୟଭୀତ କରିଛି।

ବିଶ୍ୱରେ ମାନସିକ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବଢି ଚାଲିଛି। କିନ୍ତୁ ରୋଗୀଙ୍କ ଅନୁପାତରେ ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ବା ଚିକିତ୍ସକ ନାହାନ୍ତି। ଯଦି ଆମକୁ ଏହାଠାରୁ ମୁକ୍ତି ପାଇବାକୁ ହେଲେ ଏଥିପାଇଁ ଉପଯ଼ୁକ୍ତ ଭିତ୍ତିଭୂମିର ବିକାଶ କରାବା ଉଚିତ। ଏହା ସହ ସମାଜ ଓ ପରିବାରରେ ରହିଲେ ସମସ୍ୟାର ସମାଧାନ ବାହାରି ପାରିବ। ସେହପରି ଯୋଗ ଓ ପ୍ରାଣାୟମ କରିବା ଦ୍ୱାରା କିଛି ମାତ୍ରାରେ ମାନସିକ ଅବସାଦ ଦୂର ହୋଇଥାଏ।