)
Putin:
ଜୋର ଯାହାର ମୁଲକ ତାହାର । ଏହି ପୁରୁଣା କଥାର ସତ୍ୟତା ଏବେବି ଅଛି । ଦୁନିଆ ଏବେ ହାତ ଗଣତି କିଛି ଶାସକଙ୍କ ହାତରେ ଖେଳନା । ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସେମାନଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କୁ ଏଥିପାଇଁ ସମାଲୋଚନା କରାଯାଏ ଯେ, ସେ ସମାଲୋଚକଙ୍କୁ ପସନ୍ଦ କରନ୍ତି ନାହିଁ । ଗତ କିଛି ବର୍ଷ ମଧ୍ୟରେ ଜଣକ ପରେ ଜଣେ ପୁଟିନଙ୍କ ସମାଲୋଚକ ଦୁନିଆକୁ ସନ୍ଦିଗ୍ଧ ପରିସ୍ଥିତିର ଅଲବିଦା କହିଛନ୍ତି । ଶୁକ୍ରବାର ଦିନ ପୁତିନଙ୍କର ଆଉ ଜଣେ ପ୍ରତିଦ୍ୱନ୍ଦ୍ୱୀ ତଥା ସମାଲୋଚକ - ଆଲେକ୍ସାଇ ନାଭାଲନିଙ୍କ ମୃତ୍ୟୁ ଖବର ଆସିଛି। କୁହାଯାଉଛି ଯେ 19 ବର୍ଷ କାରାଦଣ୍ଡ ଭୋଗୁଥିବା ନାଭାଲ୍ନି ଜେଲରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁର କାରଣ ଭାବେ ରକ୍ତ ଜମାଟ ବାନ୍ଧିବାକୁ କୁହାଯାଉଛି।
ନାଭାଲନିଙ୍କ ମୃତ୍ୟୁ ଖବର ସାରା ବିଶ୍ୱରେ ଆଲୋଡ଼ନ ସୃଷ୍ଟି କରିଛି। ଇଟାଲୀ, ସ୍ୱିଡେନରୁ ଚେକ ରିପବ୍ଲିକ୍, ନାଟୋ, ଆମେରିକା ନାଭାଲ୍ନିଙ୍କ ମୃତ୍ୟୁ ପାଇଁ ଭ୍ଲାଦିମିର ପୁଟିନଙ୍କୁ ଦାୟୀ କରିଛନ୍ତି। କେବଳ ନାଭାଲିନି ନୁହନ୍ତି ନାଭାଲିନିଙ୍କ ଭଳି ଅନେକ ଏବେ ଋଷର ଜେଲରେ ଶଢୁଛନ୍ତି । କିଛିଙ୍କୁ ହତ୍ୟା ମଧ୍ଯ କରାଯାଇଛି । ଆସନ୍ତୁ ଜାଣିବା ସେହି ବ୍ୟକ୍ତିମାନଙ୍କ ସଂପର୍କରେ ଯେଉଁମାନେ ପୁତିନଙ୍କୁ ସମାଲୋଚନା କରି ଜେଲରେ ଅଛନ୍ତି କିମ୍ବା ଦୁନିଆ ଛାଡି ସାରିଛନ୍ତି ।
ଇଲିଆ ୟାସିନ୍
ରୁଷ ଯୁଦ୍ଧର କଠୋର ସମାଲୋଚକମାନଙ୍କ ମଧ୍ୟରେ ଇଲିଆ ୟାସିନଙ୍କ ନାମ ମଧ୍ୟ ଆସିଛି । ସେ ଦୀର୍ଘ ଦିନ ଧରି ନାଭାଲନିଙ୍କର ସହଯୋଗୀ ଥିଲେ । ଡିସେମ୍ବର 2022 ରେ ୟାସିନଙ୍କୁ ସାଢେ ଆଠ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୟୁଟ୍ୟୁବରେ ଏକ ଲାଇଭ୍ ଷ୍ଟ୍ରିମରେ ୟାସିନ୍ ରୁଷ ସେନା ଦ୍ୱାରା କରାଯାଇଥିବା ଯୁଦ୍ଧ ଅପରାଧର ଯାଞ୍ଚ ପାଇଁ ଆହ୍ୱାନ ଦେଇଥିଲେ ଏବଂ ପୁଟିନଙ୍କୁ ମଧ୍ୟ ତୀବ୍ର ସମାଲୋଚନା କରିଥିଲେ। ଏହା ପରେ ତାଙ୍କ ବିରୋଧେର ମିଥ୍ୟା ପ୍ରଚାର ଆଣି ଜେଲକୁ ପଠାଇ ଦିଆଯାଇଥିଲା ।
ଭ୍ଲାଦିମିର କରମୁର୍ଜା
ଭ୍ଲାଦିମିର୍ କର-ମୁର୍ଜା ଜଣେ ବିରୋଧୀ ରାଜନେତା ତଥା ବିରୋଧୀଦଳର ନେତା ବୋରିସ୍ ନେମତୋଭଙ୍କ ପୂର୍ବତନ ସହାୟକ । ନମେତୋଭଙ୍କୁ 2015 ରେ କେନ୍ଦ୍ରୀୟ ମସ୍କୋରେ ହତ୍ୟା କରା ଯାଇଥିଲା। ଦେଶଦ୍ରୋହ ତଥା ଅନ୍ୟାନ୍ୟ ଅଭିଯୋଗରେ କର-ମୁର୍ଜାଙ୍କୁ 2023 ଏପ୍ରିଲରେ 25 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ୪୩ ବର୍ଷୀୟ କର-ମୁର୍ଜାଙ୍କୁ ଗତ ମାସରେ ସାଇବେରିଆର ଏକ ନୂତନ ପେନାଲ୍ଟି କଲୋନୀକୁ ସ୍ଥାନାନ୍ତର କରାଯାଇଥିଲା । କର-ମୁର୍ଜା ମଧ୍ୟ ଦୁଇଥର ରହସ୍ୟମୟ ବିଷର ଶିକାର ହୋଇଥିଲେ, ଏହି କାରଣରୁ ସେ 2015 ରେ ଏବଂ ପୁଣି 2017 ରେ କୋମାରେ ପ୍ରବେଶ କରିଥିଲେ। ବର୍ତ୍ତମାନ ସେ ସ୍ନାୟୁ ଜନିତ ରୋଗରେ ପୀଡିତ ଅଛନ୍ତି।
ଇଗୋର ଗିର୍କିନ୍
ଇଗୋର ଗିର୍କିନ୍ ଜଣେ ବିଶିଷ୍ଟ ଜାତୀୟତାବାଦୀ ପୂର୍ବତନ ବିଦ୍ରୋହୀ କମାଣ୍ଡର । ସେ ‘ଷ୍ଟ୍ରେଲକୋଭ’ ବା ‘ସୁଟର’ ଭାବରେ ଜଣାଶୁଣା । ଗିର୍କିନ୍ କ୍ରେମଲିନ୍ ର ଜଣେ ବଡ ସମର୍ଥକ ଥିଲେ କିନ୍ତୁ କିଛି ବର୍ଷ ମଧ୍ୟରେ ଏହାର ସବୁଠାରୁ ବଡ ସମାଲୋଚକ ଭାବେ ଉଭା ହୋଇଥିଲେ । 2014 ରେ ଯେତେବେଳେ ପୂର୍ବ ୟୁକ୍ରେନରେ ଯୁଦ୍ଧ ଆରମ୍ଭ ହୋଇଥିଲା, ସେ ଏହାକୁ ସମର୍ଥନ କରିଥିଲେ । 2014 ରେ ୟୁକ୍ରେନ ଆକାଶରେ ମାଲେସିଆ ଏୟାରଲାଇନ୍ସର MH17 ବିମାନ ଉଡାଇବା ଅଭିଯୋଗରେ ଡଚ୍ କୋର୍ଟ ଦ୍ୱାରା ୨୦୨୨ରେ ସେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିବା ତିନି ଜଣଙ୍କ ମଧ୍ୟରୁ ଜଣେ ଥିଲେ। ସେତେବେଳେ ତାଙ୍କୁ ଏହି ଦଣ୍ଡରୁ ଉଦ୍ଧାର କରାଯାଇଥିଲା କିନ୍ତୁ ପରେ ପୁଟିନଙ୍କୁ ଅପମାନିତ କରି ଦଣ୍ଡିତ କରାଯାଇଥିଲା। ଗତ ମାସରେ ଜାନୁଆରୀରେ ତାଙ୍କୁ 4 ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ଚାନିଶେଭା, ଓସ୍ତାନିନ ଏବଂ ଫାଡେଭା
ଚାନିଶେଭା, ଓସ୍ତାନିନ ଏବଂ ଫାଡେଭା, ଏହି ତିନିଜଣ ନାଭାଲନି ଆଲେକ୍ସାଇଙ୍କ ସହ ଥିଲେ । ଯେଉଁଥିପାଇଁ ସେମାନେ ଏବେ ଜେଲରେ । ଏହି ତିନିଜଣ ନାଭାଲ୍ନିଙ୍କ ରାଜନୈତିକ ଅଭିଯାନ ସହିତ ଜଡିତ ଥିଲେ ଓ ତାଙ୍କର ଦୁର୍ନୀତି ବିରୋଧୀ ସଂଗଠନ - ଦୁର୍ନୀତି ନିବାରଣ ଫାଉଣ୍ଡେସନ୍ (FBK) ର ପୂର୍ବତନ କର୍ମଚାରୀ। "ଏକ ଉଗ୍ରବାଦୀ ସଂଗଠନ ଗଠନ" ପାଇଁ ଚାନିଶେଭାଙ୍କୁ ଜୁନ୍ ମାସରେ ସାତ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସାଇବେରିଆର ବାର୍ନାଉଲରେ ନାଭାଲାନିଙ୍କ ସ୍ଥାନୀୟ ମୁଖ୍ୟାଳୟ ପରିଚାଳନା କରିବାର ଓଷ୍ଟାନିନଙ୍କର ଦାୟିତ୍। ଥିଲା। ଜୁଲାଇରେ ତାଙ୍କୁ ଏକ “ଉଗ୍ରବାଦୀ ସମ୍ପ୍ରଦାୟ” ରେ ଭାଗ ନେଇଥିବାରୁ ନଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ସେହିଭଳି ସାଇବରିଆର ଟମସ୍କ ଅଞ୍ଚଳରେ ଥିବା FBK ର ପୂର୍ବତନ ମୁଖ୍ୟ ଫାଦେଇଭାଙ୍କୁ ଏକ ଉଗ୍ରବାଦୀ ସଂଗଠନ ଚଳାଉଥିବା ଅଭିଯୋଗରେ ଡିସେମ୍ବର ମାସରେ ସାଢେ ନଅ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ନାଭାଲନିଙ୍କ ଓକିଲ ବି ଜେଲରେ
ଅକ୍ଟୋବରରେ ନାଭାଲନିଙ୍କ ତିନି ଓକିଲଙ୍କୁ ଏକ "ଉଗ୍ରବାଦୀ ଗୋଷ୍ଠୀ" ସହ ଲିଙ୍କ ଥିବା ସନ୍ଦେହରେ ଗିରଫ କରାଯାଇଥିଲା। ଉକ୍ତ ଆଇନଜୀବୀମାନେ ଜେଲରେ ଥିବା ନାଭାଲିନିଙ୍କ ସହିତ ମିଶି ଉଗ୍ରବାଦୀ କାର୍ଯ୍ୟକଳାପ ଚଳାଉଥିଲେ । ନାଭାଲିନି ଏହି ଦାବିକୁ ହାସ୍ୟାସ୍ପଦ ବୋଲି ଖଣ୍ଡନ କରିଛନ୍ତି। ରୁଷର ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ ଏହି ମାସରେ ନାଭାଲିନିଙ୍କର ଆଉ ଦୁଇ ଓକିଲଙ୍କୁ ନିଜ ତାଲିକାରେ ଅନ୍ତର୍ଭୁକ୍ତ କରିଛନ୍ତି । ସେମାନଙ୍କର ନାମ ହେଉଛି ଓଲଗା ମିଖାଇଲୋଭା ଏବଂ ଆଲେକ୍ସଜାଣ୍ଡାର୍ ଫେଡୁଲୋଭ । ଉଭୟ ବର୍ତ୍ତମାନ ଋଷ ବାହାରେ ଥିବା ବିଶ୍ୱାସ କରାଯାଏ।
ସନ୍ଦିଗ୍ଧ ମୃତ୍ୟୁ
ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିବା ଲୋକଙ୍କ ମୃତ୍ୟୁ ମଧ୍ୟ ନୂଆ କଥା ନୁହେଁ। ପୁତିନଙ୍କ ବିରୋଧରେ ଯାଇଥିବା ଅନେକ ବ୍ୟକ୍ତିଙ୍କର ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି ।
• ଗତ ବର୍ଷ ଏକ ବିମାନ ଦୁର୍ଘଟଣାରେ ରୁଷର ବେସରକାରୀ ସେନା ୱାଗ୍ନରର ମୁଖ୍ୟ ୟେଭେଗେନି ପ୍ରିଗୋଜିନ୍ଙ୍କର ମୃତ୍ୟୁ ହୋଇଥିଲା। ପ୍ରିଗୋଜିନ୍ ସେହି ବ୍ୟକ୍ତି, ଯାହାର ନେତୃତ୍ୱରେ ୱାଗନର୍ ଗ୍ରୁପ୍ ପୁଟିନଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ। ଏହି ଦୁର୍ଘଟଣା ପରେ ଏଥିପାଇ ରାଷ୍ଟ୍ରପତି ପୁଟିନଙ୍କୁ ଦାୟୀ କରାଯାଇଥିଲା । ତାଙ୍କ ନିର୍ଦ୍ଦେଶରେ ଋଷ ଗୁଇନ୍ଦା ସଂଗଠନ ପ୍ରିଗୋଜିନଙ୍କୁ ହତ୍ୟା ଋଷୀୟ ବ୍ୟବସାୟୀ ପାଭେଲ ଆଣ୍ଟୋନୋଭ ପର୍ଯ୍ୟଟକ ଭାବରେ ଭାରତ ଆସିଥିଲେ। ଓଡ଼ିଶାର ରାୟଗଡରେ ଥିବା ଏକ ହୋଟେଲରେ ରହୁଥିଲେ। ସେହି ହୋଟେଲରେ ତାଙ୍କର ସନ୍ଦିଗ୍ଧ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଆଣ୍ଟୋନୋଭ ୟୁକ୍ରେନ ଯୁଦ୍ଧକୁ ବିରୋଧ କରୁଥିଲେ । ତାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ଆଣ୍ଟୋନୋଭଙ୍କ ଦଳର ଅନ୍ୟ ଜଣେ ସଦସ୍ୟ ଭ୍ଲାଦିମିର ବୁଦାନୋଭଙ୍କର ରାୟଗଡ ହୋଟେଲରେ ସନ୍ଦେହଜନକ ମୃତ୍ୟୁ ହୋଇଥିଲା ।
• ସେପ୍ଟେମ୍ବର 1, 2022 ରେ ଗୋଟିଏ ତୈଳ କମ୍ପାନୀ ଲୁକୋଏଲର ସଭାପତି ରବିଲ ମାଗାନୋଭଙ୍କର ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ହୋଇଥିଲା।