Operation Sindoor Live Updates: ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ନେଲା ଭାରତ। ମଧ୍ୟ ରାତ୍ରୀରେ ଆକ୍ରମଣ କରିଛି ଭାରତ। ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଜୋରଦାର ରକେଟ୍ ମାଡ଼ କରାଯାଇଛି। ଆକାଶ ମାର୍ଗରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର କେବଳ ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଛି। ରାତି ପ୍ରାୟ ୧ଟା ବେଳେ ହୋଇଥିବା ଏହି ଆକ୍ରମଣର ନାଁ ରହିଛି ‘ଅପରେସନ୍ ସିନ୍ଦୁର’। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜ୍ଜୁ ଏବଂ ଭାରତୀୟ ସେନା ପକ୍ଷରୁ ଏ ସମ୍ବନ୍ଧରେ ‘ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି।
Trending Photos
)
Operation Sindoor Live Updates: ପହଲଗାମ ଆତଙ୍କବାଦୀ ଆକ୍ରମଣର ବଦଲା ନେଲା ଭାରତ। ମଧ୍ୟ ରାତ୍ରୀରେ ଆକ୍ରମଣ କରିଛି ଭାରତ। ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଜୋରଦାର ରକେଟ୍ ମାଡ଼ କରାଯାଇଛି। ଆକାଶ ମାର୍ଗରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର କେବଳ ଆତଙ୍କୀ ଶିବିର ଉପରେ ଏହି ଆକ୍ରମଣ କରାଯାଇଛି। ରାତି ପ୍ରାୟ ୧ଟା ବେଳେ ହୋଇଥିବା ଏହି ଆକ୍ରମଣର ନାଁ ରହିଛି ‘ଅପରେସନ୍ ସିନ୍ଦୁର’। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜ୍ଜୁ ଏବଂ ଭାରତୀୟ ସେନା ପକ୍ଷରୁ ଏ ସମ୍ବନ୍ଧରେ ‘ଏକ୍ସ’ ହ୍ୟାଣ୍ଡଲରେ ସୂଚନା ଦେଇଛନ୍ତି।
Operation Sindoor Live Updates: ନୃସଂଶ ହତ୍ୟାର କଡ଼ା ଜବାବ: ଅମର ଅରୋଡା
ପଞ୍ଜାବ ଆପ ସଭାପତି ଏବଂ ରାଜ୍ୟ ମନ୍ତ୍ରୀ ଅମନ ଆରୋରା କହିଛନ୍ତି ଯେ ଗତକାଲି ପହଲଗାମରେ ୨୬ ଜଣଙ୍କ ନିର୍ମମ ହତ୍ୟାର ଭାରତୀୟ ସେନା ଏବଂ ଦେଶବାସୀ ଉପଯୁକ୍ତ ଜବାବ ଦେଇଛନ୍ତି... ପାକିସ୍ତାନ ସହିତ ପଞ୍ଜାବର ସୀମାକୁ ଦୃଷ୍ଟିରେ ରଖି ସମସ୍ତ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଦ୍ୱିତୀୟ ପ୍ରତିରକ୍ଷା ଧାଡି ଭାବରେ ପଞ୍ଜାବ ପୋଲିସକୁ ପ୍ରସ୍ତୁତ ରଖାଯାଇଛି। ସୀମାନ୍ତ ଜିଲ୍ଲାଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି। ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ସାର୍ବଜନୀନ ସମାବେଶ ଏବଂ କାର୍ଯ୍ୟକ୍ରମଗୁଡ଼ିକୁ ବାତିଲ କରାଯାଇଛି...ପଞ୍ଜାବ ସରକାର ଭାରତ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ପରାମର୍ଶକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରୁଛି।
Operation Sindoor Live Updates: ରାଷ୍ଟ୍ରପତିଙ୍କୁ ଭେଟିବାକୁ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ଦ୍ରୌପଦୀଙ୍କୁ ଭେଟିବାକୁ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ। ପ୍ରଧାନମନ୍ତ୍ରୀ ମୋଦୀ ଅପରେସନ ସିନ୍ଦୂର ସମ୍ପର୍କରେ ସୂଚନା ଦେବାକୁ ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ।
Operation Sindoor Live Updates: ସେନା ଉପରେ ଗର୍ବିତ: ପ୍ରିୟଙ୍କା ଗାନ୍ଧୀ
ଅପରେସନ ସିନ୍ଦୂର ଉପରେ ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଥିଲେ ଯେ ଆମେ ଆମ ସେନା ଉପରେ ଅତ୍ୟନ୍ତ ଗର୍ବିତ। ଆମର ସାହସୀ ସୈନିକମାନେ ଆମର ସ୍ୱାଧୀନତା ଏବଂ ଅଖଣ୍ଡତାକୁ ରକ୍ଷା କରନ୍ତି। ଭଗବାନ ସେମାନଙ୍କୁ ରକ୍ଷା କରନ୍ତୁ ଏବଂ ଧର୍ଯ୍ୟ ଏବଂ ସାହସର ସହିତ ଚ୍ୟାଲେଞ୍ଜର ସାମ୍ନା କରିବା ପାଇଁ ସେମାନଙ୍କୁ ଅପାର ସାହସ ଦିଅନ୍ତୁ।
Operation Sindoor Live Updates: ସ୍ୱାମୀଙ୍କୁ ଠିକ ନ୍ୟାୟ ମିଳିଛି: ଶୁଭମ ଦ୍ୱିବେଦୀଙ୍କ ପତ୍ନୀ
Operation Sindoor Live Updates:ଜୀବନ ହରାଇଥିବା ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଆଶାନ୍ୟା କହିଛନ୍ତି ଯେ ମୁଁ ମୋ ସ୍ୱାମୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ମୋର ସମଗ୍ର ପରିବାର ତାଙ୍କ ଉପରେ ବିଶ୍ୱାସ ରଖିଥିଲେ ଏବଂ ସେ (ପାକିସ୍ତାନକୁ) ଯେଉଁଭଳି ପ୍ରତିକ୍ରିୟା ଦେଇଥିଲେ, ତାହା ଆମର ବିଶ୍ୱାସକୁ ବଜାୟ ରଖିଛି। ଏହା ମୋ ସ୍ୱାମୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି। ଆଜି ମୋ ସ୍ୱାମୀ ଯେଉଁଠାରେ ଥାଆନ୍ତୁ, ତାଙ୍କୁ ଶାନ୍ତି ମିଳୁ।
Operation Sindoor Live Updates: ମେ ୧୦ ଯାଏ, ୯ ବିମାନବନ୍ଦରରୁ ବିମାନ ଉଡ଼ାଣ ବନ୍ଦ
ପାକିସ୍ତାନ ଉପରେ ଏୟାରଷ୍ଟ୍ରାଇକ ହେବା ପରେ ଏୟାର ଇଣ୍ଡିଆ ତାର ଉଡାଣକୁ ବାତିଲ କରିଛି। ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରରୁ ଉଡାଣ ବାତିଲ କରିଛି ଏୟାର ଇଣ୍ଡିଆ। ଏହି ୯ଟି ବିମାନ ବନ୍ଦର ମଧ୍ୟରେ ଅମ୍ରିତସର ଓ ଶ୍ରୀନଗରକୁ ମଧ୍ୟ ଉଡ଼ାଣକୁ ବାତିଲ କରିଛି। ଅପରେସନ ସିନ୍ଦୂର ଆକ୍ରମଣ ପରେ ବିମାନବନ୍ଦର କର୍ତ୍ତୃପକ୍ଷ ତରଫରୁ ସୂଚନା ପ୍ରଦାନ କରାଯାଇଥିଲା।
Operation Sindoor Live Updates: ଶାନ୍ତି ରକ୍ଷା କରିବାକୁ ଚୀନର ନିବେଦନ
Operation Sindoor Update : ଶାନ୍ତି ରକ୍ଷା କରିବାକୁ ନିବେଦନ କଲା ଚୀନ। ଭାରତର ଆକ୍ରମଣକୁ ନେଇ ଉଦବେଗ ପ୍ରକାଶ ସହ ଉଭୟ ଭାରତ ଓ ପାକିସ୍ତାନକୁ ଶାନ୍ତି ପ୍ରତିଷ୍ଠା ପାଇଁ ନିବେଦନ କରିଲା। ଉଭୟଙ୍କୁ ପଡ଼ୋଶୀ େବାଲି କହିଲେ ଚୀନ ବୈଦେଶିକ ମୁଖପାତ୍ର କହିଛନ୍ତି, ଚୀନ ସମସ୍ତ ପ୍ରକାର ଆତଙ୍କବାଦକୁ ନିନ୍ଦା କରୁଛି।
Operation Sindoor Live Updates: ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରିଛନ୍ତି ଭାରତୀୟ ସେନା: ଓୱେସୀ
ଅସଦୁଦ୍ଦିନ ଓୱେସି ଅପରେସନ ସିନ୍ଦୂର ଉପରେ କହିଛନ୍ତି ଯେ ପାକିସ୍ତାନରେ ଆତଙ୍କବାଦୀ ଆଡ୍ଡା ଉପରେ ଆମର ପ୍ରତିରକ୍ଷା ବାହିନୀ ଦ୍ୱାରା କରାଯାଇଥିବା ସର୍ଜିକାଲ୍ ଷ୍ଟ୍ରାଇକ୍କୁ ମୁଁ ସ୍ୱାଗତ କରୁଛି। ପାକିସ୍ତାନୀ ଡିପ୍ ଷ୍ଟେଟ୍କୁ କଠୋର ଶିକ୍ଷା ଦେବାକୁ ପଡିବ ଯାହା ଦ୍ଵାରା ଆଉ ଏକ ପହଲଗାମ୍ ଘଟଣା ଆଉ କେବେ ନ ଘଟେ। ପାକିସ୍ତାନର ଆତଙ୍କବାଦୀ ଭିତ୍ତିଭୂମିକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପଡିବ। ଜୟ ହିନ୍ଦ!
Operation Sindoor Live Updates: ଭାରତ ସମର୍ଥନରେ ଆସିଲା ଇଜ୍ରାଏଲ
ପାକିସ୍ତାନ ବିରୁଦ୍ଧରେ ଅପରେସନ ସିନ୍ଦୁର ଉପରେ ଇସ୍ରାଏଲ ପ୍ରତିକ୍ରିୟା ପ୍ରକାଶ କରିଛି। ଇସ୍ରାଏଲ ଟ୍ୱିଟ୍ କରି କହିଛି ଯେ ଇସ୍ରାଏଲ ଭାରତର ଆତ୍ମରକ୍ଷା ଅଧିକାରକୁ ସମର୍ଥନ କରେ। ଆତଙ୍କବାଦୀମାନେ ଜାଣିବା ଉଚିତ ଯେ ନିର୍ଦ୍ଦୋଷ ଲୋକଙ୍କ ବିରୁଦ୍ଧରେ ସେମାନଙ୍କର ଘୃଣ୍ୟ ଅପରାଧରୁ ଲୁଚିବା ପାଇଁ ସେମାନଙ୍କର କୌଣସି ସ୍ଥାନ ନାହିଁ।
Israel supports India’s right for self defense. Terrorists should know there’s no place to hide from their heinous crimes against the innocent. #OperationSindoor
— Reuven Azar (@ReuvenAzar) May 7, 2025
Operation Sindoor Live Updates: ସେନାଙ୍କ ସମର୍ଥନରେ ବୈଦେଶିକ ମନ୍ତ୍ରୀ
ଅପରେସନ ସିନ୍ଦୂର ଉପରେ, ଦେଶର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ତାଙ୍କ X ହ୍ୟାଣ୍ଡେଲରେ ଏକ ଧାଡି ଲେଖି ବିଶ୍ୱକୁ ତାଙ୍କର ଉଦ୍ଦେଶ୍ୟ ବିଷୟରେ ଅବଗତ କରାଇଥିଲେ।
Operation Sindoor Live Updates: ସେନାଙ୍କ ଛୁଟି ବାତିଲ
ଯୁଦ୍ଧ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସେନାଙ୍କ ଛୁଟିକୁ ବାତିଲ କରିଦିଆଯାଇଛି। ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଗୃହମନ୍ତ୍ରୀ ଅମିତ ଶାହ ନିର୍ଦ୍ଦେଶ ଦେଇଛନ୍ତି।
Operation Sindoor Live Updates:ସେନା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏହି ସବୁ ସ୍ଥାନରେ ହୋଇଥିଲା କ୍ଷେପଣାସ୍ତ୍ର ମାଡ଼
ପିଓଜେକେର ନିୟନ୍ତ୍ରଣ ରେଖାଠାରୁ 30 କିଲୋମିଟର ଦୂରରେ ଥିବା ମୁଜାଫରାବାଦର ସୱାଇ ନାଲା କ୍ୟାମ୍ପ ଲସ୍କର-ଏ-ତୈବାର ତାଲିମ କେନ୍ଦ୍ର ଥିଲା।
ମୁଜାଫରାବାଦର ସୈୟଦନା ବିଲାଲ କ୍ୟାମ୍ପ, ଏହା ଜୈଶ-ଏ-ମହମ୍ମଦର ମଞ୍ଚସ୍ଥ କ୍ଷେତ୍ର। ଏହା ଅସ୍ତ୍ରଶସ୍ତ୍ର, ବିସ୍ଫୋରକ ଏବଂ ସାଧାରଣ ବଞ୍ଚିବା ତାଲିମ ପାଇଁ ଏକ କେନ୍ଦ୍ର ମଧ୍ୟ ଥିଲା।
ଗୁଲପୁର କ୍ୟାମ୍ପ, କୋଟଲି: ଏହି LoC 30 କିଲୋମିଟର ଦୂରରେ ଥିଲା | ଏହା ଲସ୍କର-ଏ-ତୈବାର ଘାଟି ଥିଲା, ଯାହା ରାଜୌରୀ ଏବଂ ପୁଞ୍ଚରେ ସକ୍ରିୟ ଥିଲା।
ବାରମାଲା କ୍ୟାମ୍ପ, ବିମ୍ବାର: ଏହା ନିୟନ୍ତ୍ରଣ ରେଖାରୁ 9 କିଲୋମିଟର ଦୂରରେ ଅବସ୍ଥିତ। ଏଠାରେ ଅସ୍ତ୍ରଶସ୍ତ୍ର ପରିଚାଳନା, ପରିଚୟ ପତ୍ର ଏବଂ ଜଙ୍ଗଲ ବଞ୍ଚିବା କେନ୍ଦ୍ର ବିଷୟରେ ତାଲିମ ଦିଆଯାଇଥିଲା।
ଆବାସ କ୍ୟାମ୍ପ, କୋଟଲି: ଏହା ନିୟନ୍ତ୍ରଣ ରେଖାରୁ ୧୩ କିଲୋମିଟର ଦୂରରେ ଅବସ୍ଥିତ। ଲସ୍କର-ଏ-ତୈବାର ଫିଦାୟିନମାନଙ୍କୁ ଏଠାରେ ପ୍ରସ୍ତୁତ କରାଯାଇଥିଲା। ଏହାର କ୍ଷମତା ଥିଲା 15 ଜଣ ଆତଙ୍କବାଦୀଙ୍କୁ ତାଲିମ ଦେବା।
Operation Sindoor Live Updates: ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂ:
ସବାଇ ନାଲା କ୍ୟାମ୍ପ- ଜୈଶ-ଇ-ମହମ୍ମଦର କ୍ୟାମ୍ପ ଥିଲା। ଏଲଓସିଠାରୁ ୩୦ କିଲୋମିଟର ଦୂରରେ ରହିଥିଲା। ୩୦ ଅକ୍ଟୋବର ୨୦୨୪, ୨୪ ଅକ୍ଟୋବରରେ ଗୁଲମର୍ଗ ଏବଂ ୨୨ ଏପ୍ରିଲ ଆକ୍ରମଣରେ ଏହିଠାରୁ ତାଲିମ ଦିଆଯାଇଥିଲା।
Operation Sindoor Live Updates: ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂ:
ଏହି ଏୟାର ଷ୍ଟ୍ରାଇକ ସମୟରେ ପାକିସ୍ତାନର କୌଣସି ସେନା ଠିକଣାକୁ ଟାର୍ଗେଟ କରାଯାଇନଥିଲା। ଏହି ଏୟାର ଷ୍ଟ୍ରାଇକରେ କୌଣସି ସାଧାରଣନାଗରିକ ମୃତାହତ ହୋଇନାହାନ୍ତି।
Operation Sindoor Live Updates: ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂ:
ଧ୍ୱଂସ ହୋଇଥିବା ୬ ଆତଙ୍କବାଦୀ କ୍ୟାମ୍ପ ହେଉଛି ମୁଜାଫରପୁରର ସବାଇ ନାଲା କ୍ୟାମ୍ପ, ସଇଦନା ବିଲାଲ, ଗୁଲପୁର କୋଟଲି, ଭୀମବର ବର୍ଣ୍ଣାଲା ଏବଂ କୋଟଲିର ଆବାସ କ୍ୟାମ୍ପ। ଏହି ୬ କ୍ୟାମ୍ପ ପାକିସ୍ତାନ ଅଧିକୃତ କାଶ୍ମୀର ଅଞ୍ଚଳରେ ଅବସ୍ଥିତ।
Operation Sindoor Live Updates: ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂ:
ପାକିସ୍ତାନ ମଧ୍ୟରେ ଥିବା ସର୍ଜଲକୋଟି ସିଆଲକୋଟରେ ଥିବା ଆତଙ୍କୀ ଆଡ୍ଡା ଉପରେ ମଧ୍ୟ ଆକ୍ରମଣ କରାଯାଇ ମାଟିରେ ମିଶାଯାଇଛି। ୧୮ରୁ ୨୫ କିଲୋମିଟର ମଧ୍ୟରେ ଥିବା ଏହି ଆତଙ୍କୀ ଆଡ୍ଡା ଉପରେ ଭାରତୀୟ ସେନା ଆକ୍ରମଣ କରି ଧ୍ୱସଂ କରିବାରେ ସକ୍ଷମ ହୋଇଛି।
Operation Sindoor Live Updates: ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂ:
ନିର୍ଦ୍ଦୋଷ ନାଗରିକଙ୍କୁ ଯେମିତି କୌଣସି ଅନିଷ୍ଠ ନ ହେବ ସେଥିଲାଗି ବ୍ୟବସ୍ଥା କରାଯାଇଥିଲା।
Operation Sindoor Live Updates: ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂ:
୯ ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଛି। ଏଗୁଡ଼ିକ ତାଲିମ କେନ୍ଦ୍ର ଭାବେ ପରିଚିତ। ଏହିଠାରୁ ଆତଙ୍କୀଙ୍କ କାର୍ଯ୍ୟକଳାପ ଆରମ୍ଭ ହେଉଥିଲା। ଏସବୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ରହିଛି।
Operation Sindoor Live Updates: କର୍ଣ୍ଣେଲ ସୋଫିଆ କୁରେଶୀ ସବିଶେଷ ସୂଚନା ପ୍ରଦାନ କରୁଛନ୍ତି
ଆଜି ହୋଇଥିବା ଏୟାର ଷ୍ଟ୍ରାଇକ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରୁଛନ୍ତି ସୋଫିଆ କୁରେଶୀ।
Operation Sindoor Live Updates: କର୍ଣ୍ଣେଲ ସୋଫିଆ କୁରେଶୀ ସବିଶେଷ ସୂଚନା ପ୍ରଦାନ କରୁଛନ୍ତି
ଆଜି ହୋଇଥିବା ଏୟାର ଷ୍ଟ୍ରାଇକ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରୁଛନ୍ତି ସୋଫିଆ କୁରେଶୀ।
Operation Sindoor Live Updates: ଆରମ୍ଭ ହେଲା ସେନାର ସାମ୍ବାଦିକ ସମ୍ମିଳନୀ
ଆଜି ସକାଳେ ଭାରତ ଏପରି ସୀମାପାର ଆକ୍ରମଣକୁ ଜବାବ ଦେବା, ପ୍ରତିବନ୍ଧକ ଲଗାଇବା ଉଦ୍ଦେଶ୍ୟରେ ନିଜର ଅଧିକାର ପ୍ରୟୋଗ କରିଛି। ଏହା ଅନୁପାତିକ ଓ ଦାୟିତ୍ୱ ସମ୍ପନ୍ନ। ଏହା ଆତଙ୍କବାଦୀ ଭିତ୍ତିଭୂମିକୁ ସମାପ୍ତ କରିବା ଏବଂ ଭାରତକୁ ପଠାଯିବାକୁ ଥିବା ସମ୍ଭାବିତ ଆତଙ୍କବାଦୀଙ୍କ ଅକ୍ଷମ କରିବା ଉପରେ କେନ୍ଦ୍ରୀତ।
Operation Sindoor Live Updates: ଆରମ୍ଭ ହେଲା ସେନାର ସାମ୍ବାଦିକ ସମ୍ମିଳନୀ
୨୫ ଏପ୍ରିଲ ୨୦୨୫ରେ ସଂଯୁକ୍ତ ରାଷ୍ଟ୍ର ପକ୍ଷରୁ ଏକ ପ୍ରସ୍ ବକ୍ତବ୍ୟ ଜାରି କରାଯାଇଥିଲା।ଯେଉଁଥିରେ ଏହି ଆତଙ୍କବାଦୀଙ୍କ ନିନ୍ଦନୀୟ କାର୍ଯ୍ୟକଳାପର ଅପରାଧି, ପ୍ରାୟୋଜକ, ଅର୍ଥନୀତିକ ସହଯୋଗୀଙ୍କୁ ନ୍ୟାୟିକ କାର୍ଯ୍ୟ ଭିତ୍ତିକୁ ଆଣିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ଏ ସନ୍ଦର୍ଭରେ ଦେଖାଯିବା ଆବଶ୍ୟକ।
Operation Sindoor Live Updates: ଆରମ୍ଭ ହେଲା ସେନାର ସାମ୍ବାଦିକ ସମ୍ମିଳନୀ
ପହଲଗାମରେ ଏପ୍ରିଲ 22 ରେ ହୋଇଥିବା ଆକ୍ରମଣ ପାଇଁ ନିଜକୁ ପ୍ରତିରୋଧ ଫ୍ରଣ୍ଟ (TRF) ବୋଲି କୁହାଯାଉଥିବା ଏକ ଗୋଷ୍ଠୀ ଦାୟୀ ବୋଲି ଦାବି କରିଛି। ଏହି ଗୋଷ୍ଠୀ ଜାତିସଂଘ ଦ୍ୱାରା ନିଷିଦ୍ଧ ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ସହିତ ଜଡିତ।
Operation Sindoor Live Updates: ଆରମ୍ଭ ହେଲା ସେନାର ସାମ୍ବାଦିକ ସମ୍ମିଳନୀ
ଟିଆର୍ଏଫ୍ ଏହି ଆକ୍ରମଣ କରିଥିବା କହିଥିଲା। ଯାହା ପାକିସ୍ତାନୀ ସରକାର ସହ ସମ୍ପର୍କ ରଖାଯାଇଛି। ଲସ୍କର ଇ ତୋଇବା ଦ୍ୱାରା ଏହାକୁ ସମର୍ଥନ କରାଯିବା ଏହାକୁ ସ୍ପଷ୍ଟ କରୁଛି।
Operation Sindoor Live Updates: ଆରମ୍ଭ ହେଲା ଭାରତୀୟ ସେନାର ସୂଚନା ପ୍ରଦାନ ସମ୍ମିଳନୀ। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଦେଉଛନ୍ତି ପୂର୍ଣ୍ଣ ବିବରଣୀ।
୨୨ ଏପ୍ରିଲରେ ଆତଙ୍କବାଦରେ ୨୬ ଜଣଙ୍କ ମୃତ୍ୟୁ ହୋଇଛି। ପହଲଗାମ ଆକ୍ରମଣ ଅତ୍ୟଧିକ ବର୍ବରତାପୂର୍ଣ୍ଣ। ପରିବାର ବର୍ଗଙ୍କୁ ଜାଣିଶୁଣି ହତ୍ୟା କରାଯାଇଥିଲା। ଏହା ମଧ୍ୟ ତାଙ୍କୁ କୁହାଯାଇଥିଲା ଯେ; ଫେରିବା ପରେ ସରକାରଙ୍କୁ ଜଣାଇବେ। ଏହା ସାଧାରଣ ସ୍ଥିତିକୁ ବାଧିତ କରିବା ପାଇଁ କରାଯାଇଥିଲା। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଊଲା ପର୍ଯ୍ୟଟନକୁ ପ୍ରଭାବିତ କରିବା।
୨ କୋଟିରୁ ଅଧିକ ପର୍ଯ୍ୟଟକ କଶ୍ମୀର ଆସିଥିଲେ। ବିକାଶ ଓ ପ୍ରଗତିକୁ କ୍ଷତି ପହଞ୍ଚାଇ ପଛରେ ରଖିବା ଏହାର ଉଦ୍ଦେଶ୍ୟ ଥିଲା। ଜମ୍ମୁ ଓ କଶ୍ମୀରରେ ସମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ ଥିଲା। କିନ୍ତୁ ଏହାକୁ ଭାରତ ସରକାର ଓ ଜନତା ବିଫଳ କରିଥିଲେ।
Operation Sindoor Live Updates: ଆରମ୍ଭ ହେଲା ସେନାର ସାମ୍ବାଦିକ ସମ୍ମିଳନୀ
ଆରମ୍ଭ ହେଲା ଭାରତୀୟ ସେନାର ସୂଚନା ପ୍ରଦାନ ସମ୍ମିଳନୀ। ବୈଦେଶିକ ସଚିବ ବିକ୍ରମ ମିସ୍ତ୍ରୀ ଦେଉଛନ୍ତି ପୂର୍ଣ୍ଣ ବିବରଣୀ।
Operation Sindoor Live Updates: ସୀମାବର୍ତ୍ତି ଅଞ୍ଚଳରେ ସମସ୍ତ ସ୍କୁଲ ବନ୍ଦ
ଜମ୍ମୁ, ସାମ୍ବା, କାଠୁଆ, ରାଜୌରୀ ଏବଂ ପୁଞ୍ଚର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନ ଆଜି ବନ୍ଦ ରହିବ। ଧର୍ମଶାଳା, ଲେହ, ଜମ୍ମୁ, ଶ୍ରୀନଗର ଏବଂ ଅମୃତସର ସମେତ ଉତ୍ତର ଭାରତର କିଛି ସ୍ଥାନରେ ବିମାନବନ୍ଦରଗୁଡ଼ିକୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଯାତ୍ରୀମାନଙ୍କୁ ଏହାକୁ ମନରେ ରଖି ସେମାନଙ୍କ ଯାତ୍ରା ଯୋଜନା କରିବାକୁ ଏବଂ ବିମାନର ସ୍ଥିତି ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି।
Operation Sindoor Live Updates: ଭାରତର ଆକ୍ରମଣ ପରେ ହାଇଆର୍ଲଟରେ ଦେଶର ସବୁ ବିମାନବନ୍ଦର
ଅପରେସନ ସିନ୍ଦୂର ପରେ, ଭାରତର ସମସ୍ତ ବାୟୁସେନା ଘାଟି ସଜାଗ ରହିଛି ଏବଂ ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରାଯାଇଛି।
Operation Sindoor Live Updates: ସାମ୍ବାଦିକ ସମ୍ମିଳନୀ କରିବ ଭାରତୀୟ ସେନା
ସକାଳ ୧୦.୩୦ ରେ ହେବାକୁ ଥିବା ଗଣମାଧ୍ୟମ ବ୍ରିଫିଂ ପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କ ବାସଭବନ ଛାଡିଥିଲେ। ଗଣମାଧ୍ୟମ ବ୍ରିଫିଂ ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି।
Foreign Secretary Vikram Misri, Col. Sofiya Qureshi and Wing Commander Vyomika Singh to address the media on #OperationSindoor, shortly pic.twitter.com/8vdT0cTpjv
— ANI (@ANI) May 7, 2025
Operation Sindoor Live Updates: ସାମ୍ବାଦିକ ସମ୍ମିଳନୀ କରିବ ଭାରତୀୟ ସେନା
ଆଉ କିଛି ସମୟ ପରେ ଭାରତୀୟ ସେନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରାଯିବ। ନ୍ୟାସନାଲ୍ ମିଡିଆ ସେଣ୍ଟରରେ ଏହି ସମ୍ମିଳନୀ ଆୟୋଜନ କରାଯାଇଚି। ଏଥିରେ ସମ୍ପୂର୍ଣ୍ଣ ବିବରଣୀ ରଖିବ ଭାରତ।
Operation Sindoor Live Updates: ଅପରେସନ ସିନ୍ଦୂର ଔଷଧ ଭଳି: ପହଲଗାମରେ ମୃତକଙ୍କ ଭାଇ
Kanpur: Brother of Shubham Dwivedi, who was killed in the Pahalgam attack, on #OperationSindoor, says, "The whole nation is thanking Modi ji and our armed forces. People feel that if someone challenges our country in this manner, we must respond with strength. The entire nation… pic.twitter.com/ntfCuwQYO7
— IANS (@ians_india) May 7, 2025
ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ୨୬ ଜଣଙ୍କ ମଧ୍ୟରୁ କାନପୁରର ବ୍ୟବସାୟୀ ଶୁଭମ ଦ୍ୱିବେଦୀ ଜଣେ। ୩୧ ବର୍ଷୀୟ ଶୁଭମ ଦ୍ୱିବେଦୀଙ୍କ ବିବାହ ଚଳିତ ବର୍ଷ ଫେବୃଆରୀ ୧୨ ତାରିଖରେ ହୋଇଥିଲା ଏବଂ ସେ ତାଙ୍କ ପତ୍ନୀଙ୍କ ସହିତ ଛୁଟିରେ କିଛି ସମୟ ବିତାଇବା ପାଇଁ କାଶ୍ମୀର ଯାଇଥିଲେ।
operation sindoor live: ଭାରତକୁ ଡରିଲା ପାକିସ୍ତାନ
ଭାରତକୁ ଡରିଲା ପାକିସ୍ତାନ। ବ୍ଲୁମ୍ବର୍ଗକୁ ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀ ଖ୍ୱାଜା ଆସିଫ୍ଙ୍କ ବୟାନ। କହିଲେ ଭାରତ ଆକ୍ରମଣ ରୋକିଲେ ଆମେ ଜବାବ ଦେବୁ ନାହିଁ।
operation sindoor live: ଭାରତୀୟ ସେନାକୁ ନବୀନଙ୍କ ଅଭିନନ୍ଦନ
ଅପରେସନ୍ ସିନ୍ଦୁରରେ ଆତଙ୍କୀଙ୍କ ବିରୁଦ୍ଧରେ ହୋଇଥିବା ସଫଳ ଆକ୍ରମଣ ପାଇ: ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆଦିଲ୍ଲୀରେ ସେ କହିଛନ୍ତି ‘ ଆମର ସେନା ସଫଳତାପୂର୍ବକ ଆତଙ୍କବାଦୀଙ୍କ ଉପରେ ଆକ୍ରମଣ କରିଥିବା ନେଇ ମୁଁ ସୂଚନା ପାଇଛି। ଏଥିଲାଗି ମୁଁ ସେନାବାହିନୀକୁ ହୃଦୟରୁ ଧନ୍ୟବାଦ ଜ୍ଞାପନ କରୁଛି। ଏହାସହ ନବୀନ ନିଜ ଏକ୍ସ ହ୍ୟାଣ୍ଡଲରେ ‘ଜୟ ହିନ୍ଦ’ ବୋଲି ଉଲ୍ଲେଖ କରିଛନ୍ତି। ନବୀନ ଏବେ ଦିଲ୍ଲୀରେ ରହିଛନ୍ତି। ଆଜି ସକାଳେ ଋଷ ଦୂତାବାସ ପକ୍ଷରୁ ଆୟୋଜିତ ଏକ ସ୍ୱତନ୍ତ୍ର ଫଳକ ଉନ୍ମୋଚନ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ। ଦ୍ୱତୀୟ ବିଶ୍ୱଯୁଦ୍ଧ ସମୟରେ ନାଜିବାଦ ବିରୁଦ୍ଧରେ ଋଷ ସେନାକୁ ସହାୟତା କରିଥିବାରୁ ବିଜୁ ପଟ୍ଟନାୟକଙ୍କ ସ୍ମୃତିଚାରଣ କରାଯାଇଥିଲା।
operation sindoor live:ଭାଇରାଲ ହେଉଛି ପାକିସ୍ତାନରେ ଭାରତର ଆକ୍ରମଣର ଭିଡିଓ
ପହଲଗାମ ଆତଙ୍କବାଦୀ ଆକ୍ରମଣର ଦୁଇ ସପ୍ତାହ ପରେ ଏକ କଡ଼ା ପ୍ରତିଶୋଧମୂଳକ ପଦକ୍ଷେପ ସ୍ୱରୂପ ଭାରତୀୟ ସଶସ୍ତ୍ର ବାହିନୀ ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ନଅଟି ଆତଙ୍କବାଦୀ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି। ଏଥିରେ ଆତଙ୍କବାଦୀ ଗୋଷ୍ଠୀ ଲସ୍କର-ଏ-ତୈବା ଏବଂ ଜୈଶ-ଏ-ମହମ୍ମଦର ଗଡ଼ ଅନ୍ତର୍ଭୁକ୍ତ। ଯେତେବେଳେ ପାକିସ୍ତାନର ଲୋକମାନେ ଶୋଇବାକୁ ପ୍ରସ୍ତୁତ ହେଉଥିଲେ, ହଠାତ୍ ଆକାଶରେ ଅଗ୍ନି ବର୍ଷା ହେଉଥିବାର ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କିଛି ଭିଡିଓରେ ଦେଖିବାକୁ ମିଳୁଛି ଯେ ଭାରତ ଦ୍ୱାରା କ୍ଷେପଣାସ୍ତ୍ର ମାଡ ପରେ ପାକିସ୍ତାନରେ ମଧ୍ୟରାତ୍ରିରେ ମଧ୍ୟ ଆକାଶ ଝଲସୁଥିଲା।
Union Minister Kiren Rijiju tweets, "#OperationSindoor"
(Video Source: Kiren Rijiju/X) pic.twitter.com/kdBY2xeHqN
— ANI (@ANI) May 6, 2025
operation sindoor live:ସେନାକୁ ସମର୍ଥନ ଜଣାଇଲେ ଏମକେ ଷ୍ଟାଲିନ
ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନାଙ୍କ ସହିତ ତାମିଲନାଜଡୁ ସର୍ବଦା ଛିଡା ହୋଇଛି ବୋଲି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି। ପହଲଗାମ ଆକ୍ରମଣ ପରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଅପରେସନ ସିନ୍ଦୁର ଉପରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ଆତଙ୍କବାଦ ବିରୋଧରେ ତାମିଲନାଡୁ ଭାରତୀୟ ସେନା ସହିତ ଛିଡା ହୋଇଛି। ସେ କହିଥିଲେ, "ତାମିଲନାଡୁ ଆମ ଦେଶ ପାଇଁ ଆମ ସେନା ସହିତ ଦୃଢ଼ ଭାବରେ ଛିଡା ହୋଇଛି।"
Tamil Nadu stands with the Indian Army against terrorism. With our Army, for our nation. Tamil Nadu stands resolute.#OperationSindoor
— M.K.Stalin (@mkstalin) May 7, 2025
operation sindoor live:ହାଇ ଆର୍ଲଟରେ ଦିଲ୍ଲୀ, ଆଜି ୬ଟି ସ୍ଥାନରେ ହେବ ମକ ଡ୍ରିଲ
ଆଜି ନୂଆଦିଲ୍ଲୀରେ ଯେଉଁ ସ୍ଥାନଗୁଡ଼ିକରେ ମକ୍ ଡ୍ରିଲ୍ କରାଯିବ ସେଗୁଡ଼ିକ ହେଉଛି ଖାନ ମାର୍କେଟ, ଏନଡିଏମସି କାର୍ଯ୍ୟାଳୟ (ନଗରପାଳିକା କେନ୍ଦ୍ର), ଚରକ ମ୍ୟୁନିସିପାଲ୍ ହସ୍ପିଟାଲ, ବସନ୍ତ ବିହାର ଡି-୬ କଲୋନି, ଟି୩ ଟର୍ମିନାଲ (ଆଇଜିଆଇ ବିମାନବନ୍ଦର) ଏବଂ କେଭି ସ୍କୁଲ, ଦିଲ୍ଲୀ କ୍ୟାଣ୍ଟ। ଆପଣଙ୍କୁ କହି ରଖୁଛୁ ଯେ ସ୍କୁଲ ପ୍ରତିନିଧି ନୀରଜ ଗୌର ଏହା ନିଶ୍ଚିତ କରିଛନ୍ତି।
operation sindoor live:ବୀର ଯବାନଙ୍କୁ ସଲାମ, ସେନା ସମର୍ଥନରେ ବାହାରିଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ
ଆପର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରିୱାଲ ଟ୍ୱିଟରରେ ପୋଷ୍ଟ କରିଛନ୍ତି ଯେ ଆମେ ଭାରତୀୟ ସେନା ଏବଂ ଆମର ସାହସୀ ସୈନିକଙ୍କ ଉପରେ ଗର୍ବିତ। ଆତଙ୍କବାଦ ବିରୋଧରେ ଏହି ଲଢ଼େଇରେ ୧୪୦ କୋଟି ଭାରତୀୟ ଭାରତୀୟ ସେନା ସହିତ ଛିଡ଼ା ହୋଇଛନ୍ତି। ଭାରତୀୟ ସେନାର ସାହସ ହେଉଛି ଦେଶର ପ୍ରତ୍ୟେକ ନାଗରିକଙ୍କ ବିଶ୍ୱାସ। ଆମେ ସମସ୍ତେ ଏକାଠି ଅଛୁ - ଆତଙ୍କବାଦ ବିରୁଦ୍ଧରେ ଆମେମାନେ ଏକ।
हमें भारतीय सेना और अपने वीर जवानों पर गर्व है। आतंकवाद के खिलाफ़ इस लड़ाई में 140 करोड़ भारतवासी भारतीय सेना के साथ खड़े हैं। भारतीय सेना का साहस, हर देशवासी का विश्वास है। हम सब साथ हैं—आतंकवाद के खिलाफ़ एकजुट हैं।
जय हिंद, जय भारत।
— Arvind Kejriwal (@ArvindKejriwal) May 7, 2025
operation sindoor live:ସେନାକୁ ସମର୍ଥନରେ ବାହାରିଲେ ସହିଦଙ୍କ ମା'
କର୍ଣ୍ଣାଲର ବାସିନ୍ଦା ସହିଦ ବିନୟ ନରୱାଲଙ୍କ ମା' ଆଶା ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ ଏହା ବହୁତ ଭଲ କଥା ଯେ ମୋଦି ସରକାର ଆତଙ୍କବାଦୀଙ୍କୁ ଉଚିତ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ ସେ ସରକାର ଏବଂ ସେନା ସହିତ ଅଛନ୍ତି ଏବଂ ଦେଶର ଲୋକମାନେ ମଧ୍ୟ ଏହି ନିଷ୍ପତ୍ତିରେ ଏକଜୁଟ ଅଛନ୍ତି।
operation sindoor live: ମୋଦୀଙ୍କ ଠାରୁ ଜବାବ ମାଗିଥିଲେ, ମୋଦୀ ଜବାବ ଦେଲେ: ମନୋଜ
ଅପରେସନ ସିନ୍ଦୂରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ନେତା ମନୋଜ ତିୱାରୀ। ମନୋଜ ତାଙ୍କର ପ୍ରଥମ ପୋଷ୍ଟରେ ଭରତ ମାତା କି ଜୟ ଲେଖିଥିଲେ! ଭାରତ ଆତଙ୍କବାଦକୁ ଶିକ୍ଷା ଦେବାକୁ ଯାଇଛି #operationsindoor, ପ୍ରତ୍ୟେକ ଗୁଳିର ହିସାବ ଦିଆଯିବ, ପ୍ରତ୍ୟେକ ବଳିଦାନର ପ୍ରତିଶୋଧ ନିଆଯିବ। ମନୋଜ ତିୱାରୀ ତାଙ୍କର ଦ୍ୱିତୀୟ ପୋଷ୍ଟରେ ୨୨ ଏପ୍ରିଲରେ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଉଲ୍ଲେଖ କରିଥିଲେ। ସେ ଲେଖିଥିଲେ, ୨୨ ଏପ୍ରିଲରେ ମୋଦିଙ୍କୁ ଏହା କୁହନ୍ତୁ? ମୋଦି ଏହା ୭ ମଇରେ କହିଥିଲେ।
22 April: मोदी को बता देना ?
07 May: मोदी ने बता दिया #oprationsindoor pic.twitter.com/3Mb2dlPmJ5
— Manoj Tiwari (@ManojTiwariMP) May 6, 2025
operation sindoor live: ୯ଟି ସ୍ଥାନରେ ଭାରତର ଆକ୍ରମଣ, ତାଲିକା ଜାରି କଲା ସେନା
ରାତି ପ୍ରାୟ ୧.୪୪ ମିନିଟରେ ପାକିସ୍ତାନ ଓ ପିଓକେର ୯ଟି ସ୍ଥାନରେ ସେନା ପକ୍ଷରୁ ଆତଙ୍କୀ ଠିକଣା ଉପରେ ଆକ୍ରମଣ କରିଛନ୍ତି ଭାରତୀୟ ସେନା। ପାହଲଗାମ ଆତଙ୍କୀ ଆକ୍ରମଣର କଡ଼ ଜବାବ ଦେଇଛି ଭାରତ। ତେବେ ରାତି ଅଧରେ ହୋଇଥିବା ଏହି ଆକ୍ରମଣରେ ତାଲିକା ଜାରି କରିଛି ଭାରତ।
Summary on the list of 9 targets taken by the Indian Armed Forces under #OperationSindoor in Pakistan, PoK
1. Markaz Subhan Allah Bahawalpur
2. Markaz Taiba, Muridke
3. Sarjal / Tehra Kalan
4. Mehmoona Joya Facility, Sialkot,
5. Markaz Ahle Hadith Barnala, Bhimber,
6. Markaz… pic.twitter.com/vycQ7LGwt5— ANI (@ANI) May 7, 2025
operation sindoor live: ୯ଟି ସ୍ଥାନରେ ବିମାନ ଆକ୍ରମଣ
ପାକିସ୍ତାନ ଓ ପିଓକେର କୋଟଲି, ବାହାବଲପୁର ଏବଂ ମୁଜାଫରାବାଦରେ ଭାରତୀୟ ବାୟୁସେନା ଆକ୍ରମଣ ଏବଂ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସେହି ସମୟରେ, ଭାରତର ବାୟୁସେନା ଆକ୍ରମଣରେ ବିଚଳିତ ପାକିସ୍ତାନ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ଆରମ୍ଭ କରିଛି। ପୁଞ୍ଚ-ରାଜୌରୀ ଅଞ୍ଚଳରେ ସୀମା ପାର କରି ପାକିସ୍ତାନ ଗୁଳିଚାଳନା କରୁଛି। ଅନ୍ତର୍ଜାତୀୟ ସୀମାରେ ବିଏସଏଫକୁ ସତର୍କ ରଖାଯାଇଛି।
operation sindoor live: ସରକାରଙ୍କ ପଦକ୍ଷେପକୁ ସମର୍ଥନ କଲେ ରାହୁଲ, କହିଲେ ଜୟ ଯବାନ
ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅପରେସନ ସିନ୍ଦୁରକୁ ସମର୍ଥନ ଜଣାଇଲେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀ। କହିଲେ ଆମେ ସରକାରଙ୍କ ପଦକ୍ଷେପକୁ ସମର୍ଥନ ଜଣାଉଛୁ। ଆମ ଦେଶର ଯବାନ ବାହାଦୁର ରହିଛନ୍ତି। ଜୟ ଯବାନ
operation sindoor live: ୯ଟି ସ୍ଥାନରେ ବିମାନ ଆକ୍ରମଣ
ଭାରତୀୟ ସେନା ମୋଟ 9ଟି ସ୍ଥାନରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣ ସମୟରେ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନଥିଲା ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଆକ୍ରମଣ ପରେ, ଭାରତୀୟ ସେନା ଏହା ବିଷୟରେ ଟ୍ୱିଟ୍ କରି କହିଛି "ନ୍ୟାୟ ହୋଇଛି, ଜୟ ହିନ୍ଦ"। ସେନା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯିବ। ଭାରତର ଆକ୍ରମଣ ପଡ଼ୋଶୀ ଦେଶ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ କରାଯାଇ ନାହିଁ।
operation sindoor live: ତିନି ସେନା ମୁଖ୍ୟଙ୍କ ସହ କଥା ହେଲେ ପ୍ରତିରକ୍ଷା ମନ୍ତ୍ରୀ
ଅପରେସନ ସିନ୍ଦୂର ସମାପ୍ତ ହେବା ପରେ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତିନି ସେନା ମୁଖ୍ୟଙ୍କ ସହ କଥା ହୋଇଥିଲେ। ଏହି ଆଲୋଚନା ପାକିସ୍ତାନ ବିରୁଦ୍ଧରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ହୋଇଥିଲା।
operation sindoor live: ୯ଟି ଆତଙ୍କୀ ସ୍ଥାନରେ ଭାରତର ଆକ୍ରମଣ
ଭାରତୀୟ ସେନା ମୋଟ 9ଟି ସ୍ଥାନରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣ ସମୟରେ କୌଣସି ପାକିସ୍ତାନୀ ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯାଇ ନଥିଲା ବୋଲି ଭାରତୀୟ ସେନା ସ୍ପଷ୍ଟ କରିଛି। ଆକ୍ରମଣ ପରେ, ଭାରତୀୟ ସେନା ଏହା ବିଷୟରେ ଟ୍ୱିଟ୍ କରି କହିଛି "ନ୍ୟାୟ ହୋଇଛି, ଜୟ ହିନ୍ଦ"। ସେନା ଏହା ମଧ୍ୟ ସ୍ପଷ୍ଟ କରିଛି ଯେ କେବଳ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯିବ। ଭାରତର ଆକ୍ରମଣ ପଡ଼ୋଶୀ ଦେଶ ସହିତ ଯୁଦ୍ଧ କରିବା ଉଦ୍ଦେଶ୍ୟରେ କରାଯାଇ ନାହିଁ।
operation sindoor live: ସୋଶାଲ୍ ମିଡିଆରେ ମିଛ ଓ ବିଭ୍ରାନ୍ତିକର ସୂଚନା ପ୍ରସାରଣ କରୁଛି ପାକିସ୍ତାନ
Pak Spreading Fake News on Social media: ସୋଶାଲ୍ ମିଡିଆରେ ମିଛ ଓ ବିଭ୍ରାନ୍ତିକର ସୂଚନା ପ୍ରସାରଣ କରୁଛି ପାକିସ୍ତାନ। ଭାରତର ଆକ୍ରମଣ ପରେ ପାକିସ୍ତାନ ଭାରତୀୟ ବ୍ରିଗେଡ୍ ହେଡ୍କ୍ୱାର୍ଟର ଉପରେ ଆକ୍ରମଣ କରିଥିବା ଖବର ପ୍ରସାରଣ କରାଯାଉଛି। ଏହା ସମ୍ପୂର୍ଣ୍ଣ ମିଛ ଓ ଗୁଜବ ବୋଲି କହିଛି ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ସେହିପରି କିଛି ପାକିସ୍ତାନ ସମର୍ଥକ ଭାରତର ଅପରେସନ୍ ସିନ୍ଦୂର ପରେ ପାକିସ୍ତାନ ବାୟୁସେନା ଦ୍ୱାରା ଶ୍ରୀନଗର ବିମାନ ବନ୍ଦରରେ ଆକ୍ରମଣ ସୂଚନା ଦିଆଯାଉଛି। ପାକିସ୍ତାନର ଖାଇବର ପଖତୁନ୍ଖ୍ୱାରେ ୨୦୨୪ର ଏକ ଭିଡିଓକୁ ଶେୟାର କରି ଏହାକୁ ଶ୍ରୀନର ବିମାନବନ୍ଦର ବୋଲି ଦର୍ଶାଇବାକୁ କିଛି ସୂତ୍ର ଚେଷ୍ଟା କରିଛନ୍ତି। ଏହାକୁ ସମ୍ପୂର୍ଣ୍ଣ ମିଛ ଓ ବିଭ୍ରାନ୍ତିକର ବୋଲି କହିଛି ଭାରତ।
ଭାରତର ହମଲା ପରେ ପାକିସ୍ତାନରେ ହଲଚଲ। ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସୀ ଘୋଷଣା। ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡ଼ାଣ ବନ୍ଦ। କାର୍ଯ୍ୟାନୁଷ୍ଠାନ ବାବଦରେ ବିଶ୍ୱକୁ ଅବଗତ କଲା ଭାରତ। ଆମେରିକା, ବ୍ରିଟେନ୍, ରୁଷକୁ ଜଣାଇଲେ ଭାରତ। ସାଉଦି ଆରବକୁ ଅବଗତ କଲା ଭାରତ। ଆମେରିକାକୁ ଜଣାଇଲେ NSA ଅଜିତ ଡୋଭାଲ୍। ୧୫ରୁ ଅଧିକ ବୈଠକ କଲେଣି NSA ଅଜିତ ଡୋଭାଲ୍।
ସୁଖୋଇ ଓ ରାଫେଲରୁ ଆତଙ୍କୀ ଶିବିରରେ ଆଟାକ୍ । ଏୟାରଷ୍ଟ୍ରାଇକରେ ୮ ସୁଖୋଇ, ୪ ରାଫେଲ୍ ସାମିଲ୍ । ବ୍ରହ୍ମୋସ ମିସାଇଲରେ ଆତଙ୍କୀ ଆଡ୍ଡା ଛାରଖାର। ଭାରତର ହମଲା ପରେ ପାକିସ୍ତାନରେ ହଲଚଲ। ଲାହୋର ଏୟାରପୋର୍ଟକୁ ଏମର୍ଜେନ୍ସୀ ଘୋଷଣା। ୪୮ ଘଣ୍ଟା ଲାହୋର ଏୟାରପୋର୍ଟରୁ ବିମାନ ଉଡ଼ାଣ ବନ୍ଦ। ଆତଙ୍କୀ ଆଡ୍ଡା ଉପରେ ଭାରତର ସମସ୍ତ ୯ ଟାର୍ଗେଟ ସଫଳ। ପାକିସ୍ତାନରେ ୪ ଓ PoKରେ ୫ଟି ଠିକଣାରେ ହମଲା।
ଜମ୍ମୁ ଓ କଶ୍ମୀର ସୀମାନ୍ତ ଅଞ୍ଚଳରେ ଥିବା ୫ ଜିଲ୍ଲାର ସମସ୍ତ ସ୍କୁଲ୍ କଲେଜକୁ ବନ୍ଦ ଘୋଷଣା। ବର୍ତ୍ତମାନର ଯୁଦ୍ଧ ପରିସ୍ଥିତିକୁ ନଜରରେ ରଖି ପ୍ରଶାସନ ପକ୍ଷରୁ ଏହି ବନ୍ଦ ଘୋଷଣା କରାଯାଇଛି। ଏହିକ୍ରୟମରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଭାରତ ପକ୍ଷରୁ ଗତକାଲି ରାତିରେ ପାକିସ୍ତାନର ୯ ଆତଙ୍କୀ ଶିବିର ଉପରେ ଆକ୍ରମଣ କରାଯାଇଛି। ଲସ୍କର ଇ ତୋଇବା ଏବଂ ଜୈଶ ଏ ମହମ୍ମଦ ଆତଙ୍କୀ ସଂଗଠନର ବିଭିନ୍ନ ଶିବିର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି ଭାରତ।
ସାଧାରଣ ନାଗରିକଙ୍କୁ ବିଭିନ୍ନ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉଛି। ବିଭିନ୍ନ ସ୍ଥାନରେ ନିରାପଦ ବଙ୍କରକୁ ଯାଉଛନ୍ତି ସୀମାନ୍ତ ଭାରତୀୟ।
ସହଯୋଗୀ ଦେଶକୁ ସୂଚନା ଦେଲା ଭାରତ। ଆମେରିକା, ବ୍ରିଟେନ୍, ଋଷ, ୟୁଏଇକୁ ପାକିସ୍ତାନର ଆତଙ୍କବାଦୀ ଶିବିର ଉପରେ ଭାରତର ଆକ୍ରମଣ ପ୍ରସଙ୍ଗରେ ସବିଶେଷ ତଥ୍ୟ ପ୍ରଦାନ କଲା ଭାରତ।
ମଧ୍ୟରାତ୍ରୀରେ ପାକିସ୍ତାନର ୯ ଆତଙ୍କବାଦୀ ଶିବିର ଉପରେ ଲକ୍ଷ୍ୟ ଭିତ୍ତିକ ମିଶାଇଲ୍ ମାଡ଼ କରିଛି ଭାରତ । ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ଆନ୍ତର୍ଜାତିକ ସୀମାରେଖା ନିକଟରେ ଥିବା ପାକିସ୍ତାନ ପଞ୍ଜାବ ପ୍ରଦେଶର ମୁରିଦକେ ଏବଂ ବାହାବଳପୁର ଏବଂ ପାକିସ୍ତାନ ଅଧିକୃତ କଶ୍ମୀର ଅଞ୍ଚଳର କୋଟଲି ଓ ମୁଜାଫରବାଦଠାରେ ଏହି ଆକ୍ରମଣର ପ୍ରଭାବ ପଡ଼ିଛି।
Thank you

By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.
)
)
)
)
)
)
)