Live Now

Odisha News Live Updates:ଲେଜର ସ୍କାନିଂରୁ ଜଣାପଡ଼ିଲା ରତ୍ନଭଣ୍ଡାର କାନ୍ଥରେ ଫାଟ ! ପଢନ୍ତୁ ଆଉ କିଛି ଖବର

ଜୀ ଓଡ଼ିଶା ନ୍ୟୁଜର ଲାଇଭ ବ୍ଲଗକୁ ଆପଣଙ୍କୁ ସ୍ୱାଗତ। ଏଠାରେ ଆପଣ ଦିନ ତମାମର ଅପଡେଟ୍ ଖବର ପାଇପାରିବେ। ରାଜନୀତି ଠାରୁ ଆରମ୍ଭ କରି ଖେଳ ଖବର ପର୍ଯ୍ୟନ୍ତ, ତଥା ସାଧାରଣ ଜୀବନ ସହିତ ଜଡ଼ିତ ସମସ୍ତ ଖବରକୁ ଆପଣଙ୍କ ନିକଟରେ ପହଞ୍ଚାଇବାକୁ ଏହା ଆମର ଏକ ପ୍ରୟାସ। ଟିକିନିଖି ଖବର ଅପଡେଟ୍ ପାଇଁ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଅଧିକ ଅପଡେଟ୍

Odisha News Live Updates:ଲେଜର ସ୍କାନିଂରୁ ଜଣାପଡ଼ିଲା ରତ୍ନଭଣ୍ଡାର କାନ୍ଥରେ ଫାଟ ! ପଢନ୍ତୁ ଆଉ କିଛି ଖବର
29 February 2024 10:24 PM (IST)

 ...

 

ଆଜି ଦିନ ତମାମ ରାଜ୍ୟ ତଥା ଦେଶରେ ଘଟିଯାଇଛି ଅନେକ ଛୋଟ ବଡ଼ ଘଟଣା। ଆସନ୍ତୁ ସଂକ୍ଷେପରେ ସେହି ଖବର ଉପରେ ପକାଇବା ନଜର।  

ପଢନ୍ତୁ ପୁରା ଖବର

29 February 2024 09:19 PM (IST)

ଫ୍ଲାଏଓଭର ପାଇଁ ଉଡିଲା ବିଏମସି ମଜାକ; ଜାଣନ୍ତୁ ପୁରା ଘଟଣାକ୍ରମ ...

ଫ୍ଲାଏଓଭର ପାଇଁ ଉଡିଲା ବିଏମସି ମଜାକ; ଜାଣନ୍ତୁ ପୁରା ଘଟଣାକ୍ରମ 
ପୁଣି ଥରେ ନିଜର କାରନାମା ପାଇଁ ଚର୍ଚ୍ଚାକୁ ଆସିଛି ବ୍ରିହାନ ମୁମ୍ବାଇ ମହାନଗର ନିଗମ। କେବେଳ ବିଏମସି ନୁହେଁ ଇଞ୍ଜିନିୟରଂ ଦକ୍ଷତା ଉପରେ ପ୍ରଶ୍ନ ଉଠିବାରେ ଲାଗିଛି। ସୋସିଆଲ ମିଡିଆ ଦୁନିଆରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଛି। କେବଳ ସେତିକି ନୁହେଁ ଏହାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଠାରେ ଆମେ ଆପଣଙ୍କ ମାୟାନଗରୀ ମୁମ୍ବାଇ ସ୍ଥିତ ପ୍ରସିଦ୍ଧ ଗୋଖଲେ ବ୍ରିଜ୍ ଏବଂ ବାର୍ଫିୱାଲା ଫ୍ଲାଏଓଭର ବିଷୟରେ କହୁଛୁ। ଏହି ଦୁଇ ବ୍ରିଜ ମଧ୍ୟରେ ଭୁଲ ଆଲାଇନମେଣ୍ଟ ପରିଚାଳନା ପାଇଁ ବିଏମସି ଏବେ ସମାଲୋଚନାର ଶୀକାର ହୋଇଛି। ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଏହି ଦୁଇଟି ପୋଲକୁ ପରସ୍ପର ସହ ଯୋଡ଼ିବା ଏବେ ବିଏମସି ପାଇଁ କାଠିକାର ପାଠ ହୋଇଯାଇଛି। ଉଭୟ ଫ୍ଲାଏଓଭର ବ୍ରିଜ ମଧ୍ୟରେ ପ୍ରାୟ ୬ ଫୁଟ ଲମ୍ବାର ଏକ ଭୂଲମ୍ବ ବ୍ୟବଧାନ ରହିଛି। 

ପଢନ୍ତୁ ପୁରା ଖବର

 

29 February 2024 08:33 PM (IST)

Odisha AMA Bank Scheme: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ...

Odisha AMA Bank Scheme: ଆଜି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟରେ ୨୮୮ ବ୍ଲକର ୨୦୦୦ ଗ୍ରାମ ପଞ୍ଚାୟତରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ‘ଆମ ବ୍ୟାଙ୍କ’ର ଶୁଭାରମ୍ଭ କରିଛନ୍ତି। ସୂଚନାଯୋଗ୍ୟ ଯେ ଓଡିଶାର ୬,୭୯୮ଟି ଗ୍ରାମ ପଞ୍ଚାୟତଟି ମଧ୍ୟରୁ ୪୩୭୩ଟି ପଞ୍ଚାୟତରେ ବ୍ୟାଙ୍କ ଶାଖା ନ ଥିଲା। ୨୦୨୩ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୭୫୦ ଟି ‘ଆମ ବ୍ୟାଙ୍କ’ ଖୋଲିଥିଲା। ପର୍ଯ୍ୟାୟକ୍ରମେ ରାଜ୍ୟର ଅବଶିଷ୍ଟ ସମସ୍ତ ପଞ୍ଚାୟତରେ ‘ଆମ ବ୍ୟାଙ୍କ’ ସୁବିଧା ମିଳିବ। 

29 February 2024 07:45 PM (IST)

India GDP data Q3 FY24: ଅକ୍ଟୋବର-ଡିସେମ୍ବର ଅର୍ଥାତ୍ ତୃତୀୟ ତ୍ରୈମାସିକରେ ଦେଶର...

India GDP data Q3 FY24: ଅକ୍ଟୋବର-ଡିସେମ୍ବର ଅର୍ଥାତ୍ ତୃତୀୟ ତ୍ରୈମାସିକରେ ଦେଶର ଅର୍ଥନୀତିର ଗତି ଉତ୍କୃଷ୍ଟ ରହିଛି। ଅନେକ ଦେଶରେ ବିମୁଦ୍ରାକରଣର ଭୟ ମଧ୍ୟରେ ଏହି ସମୟ ମଧ୍ୟରେ ଭାରତୀୟ ଅର୍ଥନୀତି ୮.୪ ପ୍ରତିଶତ ବେଗରେ ବୃଦ୍ଧି ପାଇଛି। ଗୁରୁବାର ଦିନ ପରିସଂଖ୍ୟାନ ମନ୍ତ୍ରଣାଳୟ ୨୦୨୩-୨୪ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ପାଇଁ ଜିଡିପି ଆକଳନ ପ୍ରକାଶ କରିଛି। ପଢ଼ନ୍ତୁ ପୂରା ଖବର...

29 February 2024 07:26 PM (IST)

କିପରି କାମ କରିବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ବିକ୍ରମାଦିତ୍ୟ? ଯିଏ କହିବ ୩୦ ଘଣ୍ଟାର ସମୟ...

କିପରି କାମ କରିବ ବିଶ୍ୱର ପ୍ରଥମ ବୈଦିକ ଘଣ୍ଟା ବିକ୍ରମାଦିତ୍ୟ? ଯିଏ କହିବ ୩୦ ଘଣ୍ଟାର ସମୟ
 ଚଳିତ ବର୍ଷର ଫେବୃଆରୀ ୨୯ ତାରିଖ ଏକ ବିଶେଷ ଦିନ ହେବାକୁ ଯାଉଛି। ଏହି ଦିନ ଦେଶ ତଥା ସମଗ୍ର ବିଶ୍ୱ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ୨୦୨୪ ଫେବୃଆରୀ ୨୯ ତାରିଖ ଗୁରୁବାର  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାବା ମହାକାଳଙ୍କ ନଗରୀ କୁହାଯାଉଥିବା ଉଜ୍ୱୈନ ଠାରେ ବିକ୍ରମାଦିତ୍ୟ ବୈଦିକ ଘଣ୍ଟା ଏବଂ ଏହାର ଡିଜିଟାଲ ଆପ୍ ସଂସ୍କରଣକୁ ଉଦଘାଟନ କରିବେ। ଏହି ଘଣ୍ଟା ମଧ୍ୟ ପ୍ରଦେଶର ଉଜ୍ୱୈନ ଜିଲ୍ଲାରେ ସ୍ଥାପିତ ହେବାକୁ ଯାଉଛି। ଯାହାର ଉଚ୍ଚତା ହେଉଛି ପ୍ରାୟ ୮୫ ଫୁଟ। ଏନେଇ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ରାଜଧାନୀ ଭୋପାଳ ଠାରୁ ଯୋଗଦେବେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ। 

ପଢନ୍ତୁ ପୁରା ଖବର

 

29 February 2024 07:00 PM (IST)

Odisha News Live: କ୍ୟାପିଟାଲ ହସ୍ପିଟାଲକୁ ଇଲେକଟ୍ରିକ ଯାନ ପ୍ରଦାନ...

Odisha News Live: କ୍ୟାପିଟାଲ ହସ୍ପିଟାଲକୁ ଇଲେକଟ୍ରିକ ଯାନ ପ୍ରଦାନ
ଓଡିଶା ରାଜ୍ୟ ପଣ୍ୟାଗାର ନିଗମ ଏହାର କର୍ପୋରେଟ୍ ସାମାଜିକ ଦାୟିତ୍ୱ ପାଣ୍ଠିରୁ କ୍ୟାପିଟାଲ ହସ୍ପିଟାଲ ଭୁବନେଶ୍ୱର କୁ ୧୧ ଲକ୍ଷ ୯୦ହଜାର ଟଙ୍କା ମୂଲ୍ୟର ଏକ ୧୦ ସିଟ ବିଶିଷ୍ଟ ଇଲେକଟ୍ରିକ ଯାନ ପ୍ରଦାନ କରିଛି । ହସ୍ପିଟାଲ କ୍ୟାମ୍ପସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏହି ଯାନଟିକୁ କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକଙ୍କୁ ପ୍ରଦାନ କରିଛନ୍ତି ।

29 February 2024 06:30 PM (IST)

odisha news live: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା...

odisha news live: ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା
ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଦରମା। ମାସିକ ପାରିଶ୍ରମିକ ୭ ହଜାର ୫ଶହରୁ ୧୦ହଜାରକୁ ବୃଦ୍ଧି କଲେ ରାଜ୍ୟ ସରକାର। ସେହିପରି ମିନି ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ୫ ହଜାର ୩୭୫ରୁ ୭ ହଜାର ୨୫୦କୁ ବୃଦ୍ଧି କରିଛନ୍ତି ସରକାର। ଅଙ୍ଗନବାଡ଼ି ସହାୟିକାଙ୍କ ଦରମା ୩ ହଜାର ୭୫୦ରୁ ବଢ଼ି ୫ ହଜାର ଟଙ୍କା ହୋଇଛି। ୨୦୨୩ ଅକ୍ଟୋବର ପହିଲାରୁ ପିଛିଲା ଭାବେ ଲାଗୁ ହେବ। ରାଜ୍ୟ ସରକାର ବର୍ଷକୁ ଖର୍ଚ୍ଚ କରିବେ ୩୫୦ କୋଟି ଟଙ୍କା। ଏହି ଗୁରୁତ୍ବପୂଣ୍ଣର୍ ନିଷ୍ପତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

29 February 2024 06:15 PM (IST)

Odisha News Live: କେନ୍ଦ୍ର କ୍ୟାବିନେଟ୍ ବୈଠକ: ପିଏମ୍ ସୂର୍ଯ୍ୟ ଯୋଜନାକୁ ସବୁଜ ସଂକେତ...

Odisha News Live: କେନ୍ଦ୍ର କ୍ୟାବିନେଟ୍ ବୈଠକ: ପିଏମ୍ ସୂର୍ଯ୍ୟ ଯୋଜନାକୁ ସବୁଜ ସଂକେତ
କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ କେନ୍ଦ୍ର କ୍ୟାବିନେଟ ବୈଠକରେ ପିଏମ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାକୁ ଅନୁମୋଦନ ମିଳିଛି । ଏହି ଯୋଜନା ଅଧୀନରେ ୧ କୋଟି ପରିବାରକୁ ୩୦୦ ୟୁନିଟ୍ ମାଗଣା ବିଜୁଳି ମିଳିବ ଏବଂ ମାଗଣା ବିଜୁଳି ସହିତ ବାର୍ଷିକ ୧୫,୦୦୦ ଟଙ୍କା ସଞ୍ଚୟ ହେବ। ଫେବୃଆରୀ ୧୩ରେ ପ୍ରଧାନମନ୍ତ୍ରୀ ମୋଦୀ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏଥିରେ ପ୍ରତି ପରିବାର ପାଇଁ ୨ କିଲୋୱାଟ୍ ପର୍ଯ୍ୟନ୍ତ ରୁଫ୍ ଟପ୍ ସୋଲାର ପ୍ଲାଣ୍ଟର ମୂଲ୍ୟ ୧୪୫,୦୦୦ ଟଙ୍କା ହେବ। ଏଥିରେ ସରକାର ୭୮,୦୦୦ ଟଙ୍କା ସବସିଡି ଦେବେ।

 

29 February 2024 06:05 PM (IST)

ଗିରଫଦାରୀ ପରେ ଦଳରୁ ବିଦା ହେଲା ଶାହଜହାଁ ଶେଖ...

ଗିରଫଦାରୀ ପରେ ଦଳରୁ ବିଦା ହେଲା ଶାହଜହାଁ ଶେଖ
ବେଶ କିଛି ଦିନର ଛକାପଞ୍ଝା ପରେ ଗୁରବାର ସକାଳେ ଗିରଫ ହୋଇଥିଲା ସନ୍ଦେଶଖାଲି ମାମଲାର ମୁଖ୍ୟ ଅଭିଯୁକ୍ତ ଶାହଜହାଁ ଶେଖ। ଗୁରୁବାର ଗିରଫ ହେବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଶାହଜହାଁ ଶେଖକୁ ଦଳରୁ ବହିଷ୍କାର କରିଛନ୍ତି। ଶାହଜହାଁ ଶେଖ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାକୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ତାକୁ ଗିରଫ କରାଯିବାର କିଛି ଘଣ୍ଟା ପରେ ଦଳରୁ ବିଦା ହୋଇଛି ଶାହଜହାଁ ଶେଖ। ଏହି ନିଲମ୍ବନ ସମ୍ପର୍କରେ ଟିଏମସି ନେତା ଡେରେକ ଓ’ବ୍ରାଏନ୍ ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଯେ ଶାହଜହାଁ ଶେଖକୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରାଯାଇଛି।

ପଢନ୍ତୁ ପୁରା ଖବର

29 February 2024 05:30 PM (IST)

Odisha News Live: ଭାଷଣ ଦେଉଦେଉ କାନ୍ଦିଲେ କମଲନାଥ...

Odisha News Live: ଭାଷଣ ଦେଉଦେଉ କାନ୍ଦିଲେ କମଲନାଥ
ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଛିନ୍ଦୱାରାର ଆଦିବାସୀ ବହୁଳ ଅଞ୍ଚଳ ହରଇରେ ପହଞ୍ଚିଛନ୍ତି। ଜିଲ୍ଲାର ଚୌରାଇ ବିଧାନସଭାର ଚାନ୍ଦଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ଭାଷଣ ଦେଉଦେଉ ସେ କାନ୍ଦି ପକାଇ ଥିବା ଦେଖିବାକୁ ମିଳିଛି। ମଞ୍ଚରେ କମଲନାଥ କହିଥିଲେ ଆପଣମାନେ ମତେ ଦଳରୁ ବାହାର କରିବାକୁ ଚାହୁଁଛନ୍ତି ? ଏହା ହୁଏତ ଆପଣଙ୍କ ଇଛା ହୋଇଥାଇପାରେ। ମୁଁ ଏନେଇ ଆପଣମାନଙ୍କୁ କିଛି କହିବାକୁ ଚାହେଁନାହିଁ। ବିଜେପି ଜୋରଦାର ପ୍ରଚାର କରୁଛି। କିନ୍ତୁ ସେଥିପାଇଁ ଭୟ କରିବାର ନାହିଁ। ଏସବୁ କରି ବିଜେପି ଆମକୁ ଦିଗଭ୍ରଷ୍ଟ କରି ଉତ୍ତେଜିତ କରିବାକୁ ଚାହୁଁଛି। କଂଗ୍ରେସ ବିରୋଧରେ ବିଭିନ୍ନ ପ୍ରକାର ଗୁଜବ ପ୍ରଚାର କରୁଛି। କମଲନାଥ ବିଜେପିରେ ଯୋଗଦେବାକୁ ଯାଉଥିବା ପ୍ରଚାର ବିଜେପି କରିଛି।

29 February 2024 05:15 PM (IST)

Odisha News Live: ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି...

Odisha News Live: ଉତ୍କଳ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେଲେ ରାଷ୍ଟ୍ରପତି 
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ବିଶ୍ବବିଦ୍ୟାଳୟ ଦୀକ୍ଷାନ୍ତ ଭବନରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ। ବିଶ୍ୱବିଦ୍ୟାଳୟ କୁଳାଧିପତି ତଥା ରାଜ୍ୟପାଳ ରଘୁବର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବରେ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇଛନ୍ତି।

29 February 2024 05:00 PM (IST)

Odisha News Live: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ, ୨୦ ହଜାର ଟଙ୍କା ଜରିମାନା...

Odisha News Live: ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲଦଣ୍ଡ, ୨୦ ହଜାର ଟଙ୍କା ଜରିମାନା
ନାବାଳିକା ଯୌନ ନିର୍ଯାତନା ମାମଲାରେ ଭଦ୍ରକ ସ୍ୱତନ୍ତ୍ର ଫାଷ୍ଟ ଟ୍ରାକ କୋର୍ଟ ମିନତୀ ପଣ୍ଡା ଆଜି ଧାମନଗର ଥାନା ଭଗିବିନ୍ଧା ଗ୍ରାମର ରମେଶ କୁଣ୍ଡୁଙ୍କ ପୁତ୍ର ତଥା ଦୁଷ୍କର୍ମକାରୀକୁ ମୋହନ କୁମାରକୁ ୨୦ବର୍ଷ ସଶ୍ରମ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ପୁନଶ୍ଚ ୬ ମାସ କାରାଦଣ୍ଡ ଭୋଗିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ଜଣାଯାଏ ୨୦୨୨ ମସିହା ଜାନୁଆରି ମାସ ୧୩ ତାରିଖ  ସନ୍ଧ୍ୟା ସମୟରେ  ଧାମନଗର ଥାନା ଭଗିବିନ୍ଧା ଗ୍ରାମର ଜନୈକ ନାବାଳିକାକୁ ସେହି ଗ୍ରାମର ମୋହନ କୁଣ୍ଡୁ (୩୪ ବର୍ଷ) କୁରକୁରେ ଓ ଚକଲେଟ ଦେଇ ରେବ ନଦୀ କୂଳକୁ ନେଇ ଦୁଷ୍କର୍ମ କରିଥିଲା। ଏ କଥା କାହାରିକୁ କହିଲେ ଜୀବନରୁ ମାରି ଶେଷ କରିଦେବାକୁ ଧମକ ଦେଇଥିଲା। ବିଳମ୍ବିତ ରାତିରେ ନାବାଳିକା ଜଣଙ୍କ କାନ୍ଦିକାନ୍ଦି ନିଜ ମା’ ପାଖରେ ସମସ୍ତ ବିଷୟ କହିଥିଲା।

29 February 2024 04:45 PM (IST)

Odisha News Live: ତାଇଓ୍ବାନ ନିକଟରେ ଚୀନର ୧୯ ଲଢୁଆ ବିମାନ...

Odisha News Live: ତାଇଓ୍ବାନ ନିକଟରେ ଚୀନର ୧୯ ଲଢୁଆ ବିମାନ
ତାଇୱାନ ପୁଣି ଥରେ ନିଜ ସୀମାନ୍ତ ଅଞ୍ଚଳରେ ଚୀନର ୧୯ଟି ସାମରିକ ବିମାନ ଏବଂ ୭ଟି ନୌସେନା ଜାହାଜ ଠାବ କରିଛି। ଏହା ଫଳରେ ତାଇଓ୍ବାନ ଦ୍ବୀପ ଅଂଚଳରେ ପୁଣି ଥରେ ଉତ୍ତେଜନା ସୃଷ୍ଟି ହୋଇଛି। ତାଇଓ୍ଵାନର ଜାତୀୟ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ଆଜି ସକାଳ ୬ଟା ବେଳେ ତାଇୱାନ ଚାରିପାଖରେ କାର୍ଯ୍ୟରତ ୧୯ଟି ପିଏଲଏ ବିମାନ ଏବଂ ୭ଟି ପିଏଲଏ ଜାହାଜ ଠାବ କରାଯାଇଛି। ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ତାଇୱାନ ସୀମା ନିକଟରେ ଚୀନର ଲଢୁଆ ବିମାନ ଠାବ କରାଯାଇଛି । 

29 February 2024 04:30 PM (IST)

Odisha News Live: ଏୟାର ଇଣ୍ଡିଆ ଦେବ ୩୦ ଲକ୍ଷ ଫାଇନ୍...

Odisha News Live: ଏୟାର ଇଣ୍ଡିଆ ଦେବ ୩୦ ଲକ୍ଷ ଫାଇନ୍
ଏୟାର ଇଣ୍ଡିଆ ଉପରେ ୩୦ ଲକ୍ଷ ଟଙ୍କାର ଫାଇନ। ଏହି ଫାଇନ୍ ଲଗାଇଛନ୍ତି ଡିଜିଏସ ବିମାନ ସେବା ପ୍ରଦାନକାରୀ ସଂସ୍ଥା। ଏୟାର ଇଣ୍ଡିଆରେ ହ୍ବିଲ ଚେୟାର ନଥିବାର ଆଇନ ଉଲ୍ଲଂଘନ କରିଥିଲା। ଯାହାର ଜରିମାନାରେ ଏହି ମୋଟା ଅଙ୍କର ଫାଇନ ଲଗାଇଛି ଡିଜିଏସ। ଏହା ପୂର୍ବରୁ କାରଣ ଦର୍ଶାଅ ନୋଟିସ ପଠାଯାଇଥିଲା। ୭ ଦିନ ଭିତରେ ଜବାବ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲା ଡିଜିଏସ। ଏହା ପରେ କର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

 

29 February 2024 04:15 PM (IST)

Odisha News Live: ସନ୍ଦେଶଖାଲି ମାମଲା: ଶେଖ ଶାହଜାହାଁକୁ ୬ ବର୍ଷ ପାଇଁ ନିଲମ୍ବିତ କଲା...

Odisha News Live: ସନ୍ଦେଶଖାଲି ମାମଲା: ଶେଖ ଶାହଜାହାଁକୁ ୬ ବର୍ଷ ପାଇଁ ନିଲମ୍ବିତ କଲା ଟିଏମସି
ଗତ କିଛି ଦିନ ଧରି ଫେରାର ଥିବା ଟିଏମସି ନେତା ଶେଖ ଶାହାଜାହାନଙ୍କୁ ଆଜି ପଶ୍ଚିମବଙ୍ଗ ପୁଲିସ ଗିରଫ କରିଛି। ତାଙ୍କୁ ଅଦାଲତରେ ହାଜର କରାଯାଇ ୧୦ ଦିନ ପାଇଁ ପୋଲିସ ହେପାଜତକୁ ପଠାଇ ଦିଆଯାଇଛି। ଏହା ପରେ ଏବେ ଶାହାଜାହାଁଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମସି) ବଡ କାର୍ଯ୍ୟାନୁଷ୍ଠାନ ନେଇଛି । ଦଳ ତାଙ୍କୁ ୬ ବର୍ଷ ପାଇଁ ନିଲମ୍ବିତ କରିଛି।

 

29 February 2024 04:00 PM (IST)

Top 10 News Today: ବିଜେପିରେ ଯୋଗଦେଲେ ପ୍ରଶାନ୍ତ, ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର...

Top 10 News Today: ବିଜେପିରେ ଯୋଗଦେଲେ ପ୍ରଶାନ୍ତ, ପଢି ନିଅନ୍ତୁ ଅପରାହ୍ଣର ୧୦ ବଡ଼ ଖବର। ଦେଖିନିଅନ୍ତୁ ପୂରା ରିପୋର୍ଟ...

 

29 February 2024 03:45 PM (IST)

Odisha News Live: ପଞ୍ଚମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା...

Odisha News Live: ପଞ୍ଚମ ଟେଷ୍ଟ ପାଇଁ ଭାରତୀୟ ଦଳ ଘୋଷଣା
ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଶେଷ ହେବାକୁ ଯାଉଛି। ଏହି ସିରିଜରେ ଭାରତୀୟ ଦଳ ୩-୧ ର ଅଗ୍ରଣୀ ରହିଛି ଏବଂ ବର୍ତ୍ତମାନ ଫାଇନାଲ ମ୍ୟାଚ୍ ୭ ମାର୍ଚ୍ଚରୁ ଧର୍ମଶାଳାରେ ଖେଳାଯିବ। ତେବେ ଏହି ମ୍ୟାଚ୍ ପୂର୍ବରୁ ଗୁରୁବାର ଦିନ ବିସିସିଆଇ ପଞ୍ଚମ ଟେଷ୍ଟ ଦଳ ସହ ଜଡିତ କିଛି ଗୁରୁତ୍ୱପୂର୍ଣ୍ଣ ଅପଡେଟ୍ ସେୟାର କରିଛି। ବୋର୍ଡ କହିଛି ଯେ ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲଙ୍କୁ ମଧ୍ୟ ପଞ୍ଚମ ଟେଷ୍ଟରୁ ବାଦ୍ ଦିଆଯାଇଥିବାବେଳେ ୱାଶିଂଟନ୍ ସୁନ୍ଦରଙ୍କୁ ମଧ୍ୟ ଦଳରୁ ରିଲିଜ୍ କରାଯାଇଛି। ଏଥି ସହ ରାଞ୍ଚି ଟେଷ୍ଟରେ ବିଶ୍ରାମ ନେଇଥିବା ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଦଳକୁ ଫେରିଛନ୍ତି। ପଢନ୍ତୁ ପୂରା ରିପୋର୍ଟ...

29 February 2024 03:30 PM (IST)

Odisha News Live: କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କିଙ୍କ ଜୀବନ !...

Odisha News Live: କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କିଙ୍କ ଜୀବନ !
କର୍କଟ ନେଲା ୨୮ବର୍ଷୀୟା ମିସ୍ ଇଣ୍ଡିଆ ତ୍ରିପୁରା ରିଙ୍କି ଚକମାଙ୍କ ଜୀବନ। ୨୦୧୭ରେ ସେ ମିସ୍ ଇଣ୍ଡିଆ ତ୍ରିପୁରା ଟାଇଟେଲ ଜିତିଥିଲେ। ଆଗକୁ ସେ ଅନେକ କାମ କରି ସଫଳ ହେବେ ବୋଲି ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କ ବାଟର କଣ୍ଟା ସାଜିଲା କର୍କଟ ରୋଗ। ଗତ ୨ବର୍ଷ ହେବ ସେ କର୍କଟ ରୋଗରେ ପୀଡ଼ିତ ଥିଲେ। ଫେବ୍ରୁଆରି ୨୨ରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ଏବେ ତାଙ୍କର ଦେହାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଛି।

29 February 2024 03:15 PM (IST)

Odisha News Live: ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ: ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ...

Odisha News Live: ୧୯୯୩ ମୁମ୍ବାଇ ସିରିଜ ବିସ୍ଫୋରଣ: ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ ନିର୍ଦ୍ଦୋଷରେ ଖଲାସ
୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ। ଆଜି ରାଜସ୍ଥାନର ଏକ ସ୍ପେଶାଲ କୋର୍ଟ ମୁଖ୍ୟ ଅଭିଯୁକ୍ତ ସୟଦ ଅବଦୁଲ କରିମକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ପ୍ରମାଣ ଅଭାବରୁ ଅବଦୁଲ ଦୋଷମୁକ୍ତ ହୋଇଥିବା ସୂଚନା ମିଳିଛ।

29 February 2024 03:00 PM (IST)

Odisha News Live: ସ୍କୁଟି-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ...

Odisha News Live: ସ୍କୁଟି-ବାଇକ୍‌ ମୁହାଁମୁହିଁ ଧକ୍କା, ଚାଲିଗଲା ୩ ଜୀବନ
ମୟୂରଭଞ୍ଜ ଜିଲ୍ଲା ଉଦଳା ରାସ୍ତାର ବାଲିଜୁଡା ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କୁଟି ଓ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ତିନି ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଦୁଇ ଜଣ ଗୁଡ଼ିଆଲବନ୍ଧର ହୋଇଥିବା ବେଳେ ଅନ୍ୟ ଜଣେ ଦଲକିଶୋଲ ଅଞ୍ଚଳର ବୋଲି ଜଣାପଡିଛି।

29 February 2024 02:30 PM (IST)

Odisha News Live: ଆଜି ସିବିଆଇରେ ହାଜର ହେବେନି ଅଖିଳେଶ!...

Odisha News Live: ଆଜି ସିବିଆଇରେ ହାଜର ହେବେନି ଅଖିଳେଶ!
ବେଆାଇନ୍ ଖଣି ଖନନ ମାମଲାରେ ଆଜି ସିବିଆାଇରେ ହାଜର ହେବେନି ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ । ଦଳ ପକ୍ଷରୁ ଏହି ସୂଚନା ଦିଆଯାଇଛି । ବେଆାଇନ୍ ଖଣି ଖନନ ମାମଲାରେ ଆଜି ହାଜର ହେବାକୁ ସିବିଆଇ ପକ୍ଷରୁ ଅଖିଳେଶଙ୍କୁ କୁହାଯାଇଥିଲା । ଦଳ ପକ୍ଷରୁ କୁହାଯାଇଛି ଲକ୍ଷ୍ନୌ ପାର୍ଟି ଅଫିସରେ ଏକ ମିଟିଂରେ ସାମିଲ ହେବେ ଅଖିଳେଶ । ତେଣୁ ସେ ଦିଲ୍ଲୀ ଯାଇପାରିବେନି । ଏହା ସହ ସମାଜବାଦୀ ପାର୍ଟିର ପ୍ରବକ୍ତା କହିଛନ୍ତି ଅଖିଳେଶ ଦିଲ୍ଲୀ ଯିବା ନେଇ ତାଙ୍କ ପାଖରେ କିଛି ଖବର ନାହିଁ । ସେ ଆଜି ଲକ୍ଷ୍ନୌ ପାର୍ଟି ଅଫିସରେ ଥିବା ଏକ ବୈଠକରେ ଯୋଗ ଦେବା ନେଇ ସୂଚନା ରହିଛି ।

29 February 2024 02:15 PM (IST)

Odisha News Live: ଆସିଲା ପିଏମ କିସାନର ୧୬ତମ କିସ୍ତି...

Odisha News Live: ଆସିଲା ପିଏମ କିସାନର ୧୬ତମ କିସ୍ତି
ହୋଲି ପୂର୍ବରୁ ଦେଶର ଚାଷୀ ଭାଇଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବଡ ଉପହାର । ପୂର୍ବ ମହାରାଷ୍ଟ୍ରର ବିଦର୍ଭ ଅନ୍ତର୍ଗତ ୟବତମାଳ ଜିଲ୍ଲାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ପିଏମ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ଧନରାଶୀ ବଣ୍ଟନ କରିଛନ୍ତି । ପିଏମ କିସାନ ଯୋଜନାର ୧୬ତମ କିସ୍ତି ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଛନ୍ତି ମୋଦୀ। ୨୧,୦୦୦କୋଟିରୁ ଅଧିକ ଟଙ୍କା ଚାଷୀ ଭାଇଙ୍କ ଆକାଉଣ୍ଟକୁ ଯାଇଛି । ୧୧କୋଟିରୁ ଅଧିକ ଚାଷୀଙ୍କ ପରିବାରକୁ ୩ ଲକ୍ଷ କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯାଇଛି।

29 February 2024 02:00 PM (IST)

Odisha News Live: ଜାଗା ମିଶନ ସହରର ଗରୀବ ଲୋକଙ୍କୁ ସଶକ୍ତ କରିଛି...

Odisha News Live: ଜାଗା ମିଶନ ସହରର ଗରୀବ ଲୋକଙ୍କୁ ସଶକ୍ତ କରିଛି
ରାଜ୍ୟର ସହର ବିକାଶ ଇତିହାସରେ ଆଜି ଏକ ନୂଆ ମାଇଲଷ୍ଟୋନ ସୃଷ୍ଟି ହୋଇଛି।  ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି 5T ଉପକ୍ରମରେ ସହରବାସୀଙ୍କ ନିମନ୍ତେ ଅନେକ ସୁବିଧା ଯଥା ପିଇବା ପାଣି ସୁବିଧା, Drink from Tap, Pavered Road, Sewerage System ଓ ଅନେକ ନାଗରିକ ସେବା ସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଓ ବିଜୁ ଆଦର୍ଶ କଲୋନୀ ଲୋକାର୍ପଣ କରିଛନ୍ତି।  ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସହର ହେଉଛି ଗୋଟିଏ ରାଜ୍ୟର ବିକାଶର ଦର୍ପଣ। ସମୃଦ୍ଧ ସହର ରାଜ୍ୟର ସମୃଦ୍ଧି ବିଷୟରେ ସୂଚନା ଦେଇଥାଏ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ 5T ଉପକ୍ରମରେ ହେଉଥିବା ଏହି ସବୁ ବିକାଶ କାର୍ଯ୍ୟକ୍ରମ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆଣିଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ସବୁ ପ୍ରକଳ୍ପ ଆମର ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାରେ ସହାୟକ ହେବ।

29 February 2024 01:42 PM (IST)

Crack In Ratna Bhandar Wall: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଚିନ୍ତା ପ୍ରକଟ...

Crack In Ratna Bhandar Wall: ପୁରୀ ଶ୍ରୀମନ୍ଦିର ରତ୍ନ ଭଣ୍ଡାରକୁ ନେଇ ଚିନ୍ତା ପ୍ରକଟ କରାଯାଉଥିବା ବେଳେ ଆସିଛି ଏକ ବଡ଼ ଖବର । ରତ୍ନଭଣ୍ଡାର ବାହାର କାନ୍ଥରେ ଫାଟ ଦେଖିବାକୁ ମିଳିଛି। ଫାଟ କାରଣରୁ ପାଣି ଜକଉଥିବା ଜଣାପଡ଼ିଛି। ନଭେମ୍ବର  ୨୮ ଓ ୨୯ ରେ ହୋଇଥିବା ଲେଜର ସ୍କାନିଂରୁ ଏହା ଜଣାପଡ଼ିଛି। ସୃଷ୍ଟି ହୋଇଥିବା ଫାଟରେ ପ୍ଲାଷ୍ଟରିଂ କାମ କରିବା ଆବଶ୍ୟକ ରହିଛି ବୋଲି ଏଏସଆଇ କହିଛି। ସେପଟେ ରତ୍ନଭଣ୍ଡାର ତଦାରଖ ପାଇଁ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ୍ ପଶାୟତଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି । ଏହି କମିଟି ରତ୍ନଭଣ୍ଡାରରେ ଥିବା ମହାପ୍ରଭୁଙ୍କ ଅଳଙ୍କାର ଏବଂ ବିଭିନ୍ନ ମୂଲ୍ୟବାନ ବସ୍ତୁର ତାଲିକା ପ୍ରସ୍ତୁତି କାର୍ୟ୍ୟ ତଦାରଖ କରିବେ । 

29 February 2024 01:34 PM (IST)

Puri Ratna Bhandar: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର(Puri Sri Mandira Ratna...

Puri Ratna Bhandar: ପୁରୀ ଶ୍ରୀମନ୍ଦିରର ରତ୍ନଭଣ୍ଡାର(Puri Sri Mandira Ratna Bhandar) ଯାଞ୍ଚ ପାଇଁ ସରକାର ଏକ ୧୩ ଜଣିଆ କମିଟି ଗଠନ କରିଛନ୍ତି।  ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଅରିଜିତ ପଶାୟତଙ୍କ ନେତୃତ୍ୱରେ ଏହି ଦଳ ରତ୍ନଭଣ୍ଡାର ଯାଞ୍ଚ ସମ୍ପର୍କିତ ଆବଶ୍ୟକ ନିଷ୍ପତ୍ତି ଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଆଜି ଏ ସମ୍ବନ୍ଧରେ ସୂଚନା ପ୍ରଦାନ କରାଯାଇଛି। ଏଥିରେ କୁହାଯାଇଛି ଯେ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାର ମୂଲ୍ୟବାନ୍  ବସ୍ତୁ  ଓ   ଅଳଙ୍କାର  ତାଲିକା  ପ୍ରସ୍ତୁତି ଏହି କମିଟି ଦ୍ୱାରା ସମ୍ପନ୍ନ ହେବ। ପଢନ୍ତୁ ପୂରା ଖବର...

29 February 2024 01:30 PM (IST)

Odisha News Live: ନିର୍ବାଚନ ଲଢିବେ ଅକ୍ଷୟ କୁମାର !...

Odisha News Live: ନିର୍ବାଚନ ଲଢିବେ ଅକ୍ଷୟ କୁମାର !
ନୂଆଦିଲ୍ଲୀରୁ ନର୍ବାଚନ ଲଢିପାରନ୍ତି ଖିଲାଡି କୁମାର। ଏବେ ବିଜେପି ଲୋକସଭା ଆସନକୁ ନେଇ ଜୋରଦାର୍ ଚର୍ଚ୍ଚା ହେଉଛି। ଆମ ଆଦମୀ ପାର୍ଟି ସହ କଂଗ୍ରେସର ମେଣ୍ଟ ପରେ ବିଜେପି ଏବେ ପ୍ରତିନିଧିଙ୍କ ନାଁ ସର୍ଟଲିଷ୍ଟ କରୁଛି। ପାର୍ଟିର ନେତାମାନେ ବିଭିନ୍ନ ରାଜ୍ୟରୁ ଆଶାୟୀ ଥିବା ଲୋକଙ୍କ ନାଁ ଏକାଠି କରୁଛି। ଏ ନେଇ ବହୁତ ବୈଠକ ବି ହୋଇଛି। ସମସ୍ତଙ୍କ ନାଁ ଫାଇନାଲ କରିବାକୁ ଆଜି ମିଟିଂ ହେବ। ଉତ୍ତର ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ଦିଲ୍ଲୀ ବିଜେପି ମୁଖ୍ୟ ବିରେନ୍ଦ୍ର ସଚ୍ଚଦେବ ଏବଂ ବାଂସୁରୀ ସ୍ବରାଜଙ୍କ ନାଁ ରହିଛି। ବାଂସୁରୀ ହେଉଛନ୍ତି ନୂର୍ବତନ ବୈଦେଶୀକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଝିଅ। ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାରଙ୍କ ନାଁ ବି ରେସରେ ରହିଛି। ଆଗାମୀ କିଛି ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇପାରେ।

29 February 2024 01:15 PM (IST)

Odisha News Live: ବୈଜୟନ୍ତ ପଣ୍ଡାଙ୍କୁ ୧୦୧ ଲୋକସଭା ଆସନ ଦାୟିତ୍ୱ...

Odisha News Live: ବୈଜୟନ୍ତ ପଣ୍ଡାଙ୍କୁ ୧୦୧ ଲୋକସଭା ଆସନ ଦାୟିତ୍ୱ
ବିଜେପିର ଆଜି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ । ଏହି ବୈଠକରେ ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ଦଳର ଟିକେଟ ଚୂଡ଼ାନ୍ତ ହୋଇପାରେ । ତେବେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ଉପରେ ଦଳ ଏଥର ଗୁରୁଦାୟିତ୍ୱ ଦେଇଛି । ବୈଜୟନ୍ତ ପଣ୍ଡାଙ୍କୁ ୧୦୧ ଲୋକସଭା ଆସନର ଦାୟିତ୍ୱ ମିଳିଛି। ଉତ୍ତର ପ୍ରଦେଶର ୮୦, ଆସାମର ୧୪ ଓ ଦିଲ୍ଲୀର ୭ ଲୋକସଭା ଆସନ ଦାୟିତ୍ୱ ବୈଜୟନ୍ତଙ୍କ ଉପରେ ନ୍ୟସ୍ତ କରାଯାଇଛି। ଏଥର ସାଧାରଣ ନିର୍ବାଚନରେ 'NDA ୪ଶହ ପାର' ଲକ୍ଷ୍ୟ ରଖିଥିବା ବେଳେ ବୈଜୟନ୍ତଙ୍କ ଦାୟିତ୍ୱରେ ସର୍ବାଧିକ ଆସନ ରହିଛି । ବିଜେପି ଦଳୀୟ ଇତିହାସରେ ଜଣେ ନେତାଙ୍କୁ ଏତେ ଆସନ ଦାୟିତ୍ୱ ମିଳିବା ପ୍ରଥମ ଘଟଣା।

 

29 February 2024 01:15 PM (IST)

Odisha News Live: ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି...

Odisha News Live: ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ମାର୍ଚ୍ଚ ୫ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଆସିବା ନେଇ ସହପ୍ରଭାରୀ ଲତା ଉସେଣ୍ଡି ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କର ଯାଜପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ଯାଜପୁରର ଚଣ୍ଡିଖୋଲରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି ।

29 February 2024 01:02 PM (IST)

FASTag KYC: ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆ (NHAI) ଆଜି ଅର୍ଥାତ୍ ଫେବୃଆରୀ ୨୯ରେ...

FASTag KYC: ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆ (NHAI) ଆଜି ଅର୍ଥାତ୍ ଫେବୃଆରୀ ୨୯ରେ FASTag KYC ବିବରଣୀ ଅଦ୍ୟତନ କରିବାର ସମୟସୀମା ଭାବରେ ସ୍ଥିର କରିଛି । ଏହି ସମୟସୀମା ପାଳନ ନକରିବା ଦ୍ୱାରା KYC ସୂଚନା ନିଷ୍କ୍ରିୟ କିମ୍ବା କଳା ତାଲିକାଭୁକ୍ତ କରାଯିବ। ସମାନ ଗାଡି ପାଇଁ ଏକାଧିକ FASTags ଦିଆଯାଉଥିବା ଏବଂ FASTags ସଠିକ୍ KYC ବିନା ଜାରି କରାଯାଉଥିବା ରିପୋର୍ଟର ଉତ୍ତରରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା ଆରବିଆଇର ଆବଶ୍ୟକତା ବିରୁଦ୍ଧରେ ଅଟେ । ଏହି ପଦକ୍ଷେପ ଦ୍ୱାରା HDFC ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ, ଏସବିଆଇ, ଆକ୍ସିସ୍ ବ୍ୟାଙ୍କ, ପିଏନବି ଭଳି ପ୍ରାଧିକୃତ କମ୍ପାନୀ ପ୍ରଭାବିତ ହେବେ।

29 February 2024 12:45 PM (IST)

Medicine Price down: କେନ୍ଦ୍ରରେ ନରେନ୍ଦ୍ର ମୋଦି (Narendra Modi) ସରକାରଙ୍କ...

Medicine Price down: କେନ୍ଦ୍ରରେ ନରେନ୍ଦ୍ର ମୋଦି (Narendra Modi) ସରକାରଙ୍କ ନିଷ୍ପତ୍ତିରୁ ଜନସାଧାରଣ ବହୁତ ଆରାମ ପାଇବାକୁ ଯାଉଛନ୍ତି। ନ୍ୟାସନାଲ ଫାର୍ମାସ୍ୟୁଟିକାଲ୍ ପ୍ରାଇସିଂ ଅଥରିଟି ବା (NPPA) ଔଷଧର କଳାବଜାରୀକୁ ରୋକିବା ପାଇଁ ମୋଟ ୬୯ଟି ସୂତ୍ରର ମୂଲ୍ୟ ସ୍ଥିର କରିଛି। ବର୍ତ୍ତମାନ ଏହି ଔଷଧଗୁଡିକ ଏକ ନିର୍ଦ୍ଦିଷ୍ଟ ମୂଲ୍ୟଠାରୁ ଅଧିକ ବିକ୍ରି ହୋଇପାରିବ ନାହିଁ । ଜାତୀୟ ଫାର୍ମାସ୍ୟୁଟିକାଲ୍ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣର ନୂତନ ବିଜ୍ଞପ୍ତି ଅନୁଯାୟୀ ବର୍ତ୍ତମାନ ୬୯ଟି ଔଷଧ ଶସ୍ତା ମୂଲ୍ୟରେ ଉପଲବ୍ଧ ହେବ। ପଢନ୍ତୁ ପୂରା ଖବର..

29 February 2024 12:39 PM (IST)

Vigilance Raid: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାଠାରେ ଥିବା ଇଏସ୍ଆାଇ ଚିକିତ୍ସାଳୟରେ...

Vigilance Raid: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାଠାରେ ଥିବା ଇଏସ୍ଆାଇ ଚିକିତ୍ସାଳୟରେ କାର୍ଯ୍ୟରତ ବରିଷ୍ଠ ସହାୟକ ଅଭିରାମ ସାହୁଙ୍କୁ ଭିଜିଲାନ୍ସ ଚଢ଼ଉ କରିଛି। ବିଲ୍‍ ପାସ୍‍ କରିବା ଲାଗି ସେ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଅବସ୍ଥାରେ ତାଙ୍କୁ ଧରିଛି ଭିଜିଲାନ୍ସ।  ଏହା ସହ ଦୁଇଟି ଅଲଗା ଅଲଗା ସ୍ଥାନରେ  ମଧ୍ୟ ଚଢ଼ାଉ ଜାରି ରହିଛି।

29 February 2024 12:30 PM (IST)

Prasanta Kumar Jagadev: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ଯୋଗ...

Prasanta Kumar Jagadev: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବିଜେପିରେ ଯୋଗ ଦେଇପାରନ୍ତି। ରାଜ୍ୟ କାର୍ଯ୍ୟାଳୟରେ ସେ ବିଜେପି ରାଜ୍ୟ ସଭାପତି, ଭୁବନେଶ୍ୱର ସାଂସଦ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଗହଣରେ ଦଳରେ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି। ସେଥିଲାଗି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ପ୍ରଶାନ୍ତ ସେପ୍ଟମ୍ବର୯ ୨୦୨୧ରେ ସେ ବିଜେପିରୁ ନିଲମ୍ବିତ ହୋଇଥିଲେ। ପୂର୍ବରୁ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ ବିଜେପିରେ ଯୋଗ ଦେଇଥିଲେ।

29 February 2024 12:25 PM (IST)

Akhilesh Yadav: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ ଜାରି କରିଛି।...

Akhilesh Yadav: ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କୁ ସିବିଆଇ ସମନ ଜାରି କରିଛି। ପାଞ୍ଚ ବର୍ଷ ତଳେ ହୋଇଥିବା ଅନୈତିକ ଖଣି ଦୁର୍ନୀତି ମାମଲାରେ ଅଖିଳେଶଙ୍କୁ କେନ୍ଦ୍ରୀୟ ଏଜେନ୍ସି ସମନ ଜାରି କରିଥିବା ଜଣାପଡ଼ିଛି। ବେନିୟମ୍‌ ଖଣି ଖନନକୁ ନେଇ ଅଖିଳେଶ ବିବାଦରେ ଛନ୍ଦି ହୋଇଥିବା ବେଳେ ପଚରା ଉଚରା କରିବା ପାଇଁ ଆଜି ଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ହାଜର ହେବାକୁ ଡାକିଛି ସିବିଆଇ।  ମାମଲାରେ ଅଖିଳେଶଙ୍କୁ ସାକ୍ଷ୍ୟ ଭାବେ ଉପସ୍ଥିତ ରହିବାକୁ କୁହାଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଉତ୍ତରପ୍ରଦେଶର ସମାଜବାଦୀ ପାର୍ଟିର ସରକାର ଥିବା ସମୟରେ ହମିରପୁରରେ ବଡ ଧରଣର ଖଣି ଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଥିଲା। ୨୦୧୯ ଜାନୁଆରି ୨ ତାରିଖରେ ସିବିଆଇ ୧୧ ଜଣ ଅଭିଯୁକ୍ତଙ୍କ ନାଁରେ ମାମଲା ରୁଜୁ କରିଥିଲା। 

29 February 2024 12:00 PM (IST)

ମାର୍ଚ୍ଚ ମାସରୁ ବଦଳିଯିବ ଏହି ସବୁ ନିୟମ। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା...

ମାର୍ଚ୍ଚ ମାସରୁ ବଦଳିଯିବ ଏହି ସବୁ ନିୟମ। ଲିଙ୍କରେ କ୍ଲିକ କରି ପଢନ୍ତୁ ପୂରା ରିପୋର୍ଟ

 

29 February 2024 11:48 AM (IST)

Pm Narendra Modi: କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶା ଆସୁଛନ୍ତି...

Pm Narendra Modi: କିଛି ଦିନର ବ୍ୟବଧାନ ପରେ ପୁଣି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତା ମାର୍ଚ୍ଚ ୫ ତାରିଖରେ ମୋଦୀ ପୁଣିଥରେ ଓଡିଶା ଆସୁଥିବା ନେଇ ସୂଚନା ମିଳିଛି । ଏହି ଗସ୍ତ ଅବସରରେ ମୋଦୀ ଚଣ୍ଡିଖୋଲରେ ଏକ ସାଧାରଣ ସଭା କରିବା ସହିତ କିଛି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ପ୍ରଧାନମନ୍ତ୍ରୀଙ୍କର ଗସ୍ତର କାର୍ଯ୍ୟସୂଚୀ ପ୍ରସ୍ତୁତ ହେଇନାହିଁ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ନିର୍ବାଚନ ସହ ପ୍ରଭାରୀ ଲତା ଉସେଣ୍ଡି । ଏହା ପୂର୍ବରୁ ଫେବ୍ରୁଆରୀ ୩ ତାରିଖରେ ଓଡିଶା ଆସିଥିଲେ ମୋଦୀ । ସମ୍ବଲପୁର ଗସ୍ତରେ ଆସି, ସେତେବେଳେ ୬୮ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଖାଲି ସେତିକି ନୁହେଁ, ସମ୍ବଲପୁର ଆଇଆଇଏମ୍ ସ୍ଥାୟୀର କ୍ୟାମ୍ପସର ମଧ୍ୟ ଲୋକାର୍ପଣ କରିଥିଲେ ମୋଦି। 

29 February 2024 11:14 AM (IST)

Bhopal Road Accident: ଘାଟିରେ ଓଲଟିଗଲା ପିକଅପ୍ ଭ୍ୟାନ୍ । ଏହି ମର୍ମନ୍ତୁଦ ସଡ଼କ...

Bhopal Road Accident: ଘାଟିରେ ଓଲଟିଗଲା ପିକଅପ୍ ଭ୍ୟାନ୍ । ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଘଟଣାସ୍ଥଳରେ ହିଁ ୧୪ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୧ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଭୟଙ୍କର ଦୁର୍ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହପୁରା ଥାନା ଅଧିନ ଦିନ୍ଦୋରୀରେ । ଗତକାଲି ରାତିରେ ହୋଇଥିବା ଏହି ଦୁର୍ଘଟଣାରେ ମୃତକ ତଥା ଗୁରୁତରଙ୍କ ପରିଚୟ ମିଳିପାରିନାହିଁ । ଏହି ସବୁ ଲୋକେ ଏକ ପିକଅପ୍ ଭ୍ୟାନରେ ଶାଦଖିଆ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିବା ବେଳେ ଗାଡ଼ି ଦ୍ରୁତ ଗତିରେ ଥିଲା । ହଠାତ ଘାଟିରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇ ବସିଲେ । ଏବଂ ଗାଡ଼ିଟି ବଡ଼ଝର ଘାଟିରେ ଓଲଟି ପଡ଼ିଥିଲା ।

29 February 2024 10:45 AM (IST)

Odisha News Live: ହିମାଚଳରେ ରାଜନୈତିକ ଅସ୍ଥିରତା; ସଙ୍କଟରେ ସୁଖୁ ସରକାର...

Odisha News Live: ହିମାଚଳରେ ରାଜନୈତିକ ଅସ୍ଥିରତା; ସଙ୍କଟରେ ସୁଖୁ ସରକାର
ମାଚଳ ପ୍ରଦେଶରେ ରାଜନୈତିକ ଅସ୍ଥିରତା । ରାଜ୍ୟସଭା ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ ଏବଂ ଗତକାଲି ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ଇସ୍ତଫା ଦେବା ପରେ ମାତ୍ର ୧୪ ମାସର ପୁରୁଣା ସୁଖବିନ୍ଦର ସିଂ ସୁଖୁ ସରକାର ସଙ୍କଟରେ। ସରକାର ବଞ୍ଚାଇବାକୁ କଂଗ୍ରେସ ଦଳ ଦୁଇ ଜଣ ପର୍ଯ୍ୟବେକ୍ଷକ ଡି.କେ. ଶିବକୁମାର ଏବଂ ଭୂପିନ୍ଦର ସିଂ ହୁଡାଙ୍କୁ ସିମଲା ପଠାଇଛି। ଆଜି ଦୁଇ ପର୍ଯ୍ୟବେକ୍ଷକ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ରିପୋର୍ଟ ଦେବେ। ରାଜ୍ୟସଭାରେ କ୍ରସ୍ ଭୋଟିଂ ପରେ କଂଗ୍ରେସର କିଛି ବିଧାୟକ ବିଜେପିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ବଢ଼ିଛି। ୩ ଜଣ ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିରେ ମିଶିବା ନେଇ ଚର୍ଚ୍ଚା ହେଉଛି। ବିରୋଧୀ ଦଳ ବିଜେପି, ରାଜ୍ୟପାଳଙ୍କୁ ଭେଟି ସୁଖବିନ୍ଦର ସିଂ ସୁଖୁ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି।

29 February 2024 10:30 AM (IST)

Odisha News Live: ଆଜି କେନ୍ଦୁଝର ଯିବେ ରାଷ୍ଟ୍ରପତି...

Odisha News Live: ଆଜି କେନ୍ଦୁଝର ଯିବେ ରାଷ୍ଟ୍ରପତି
୪ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଗତକାଲି ମୟୂରଭଂଜ ଜିଲ୍ଲା ଯାଇଥିବାବେଳେ ଆଜି ମହାମହିମଙ୍କର କେନ୍ଦୁଝର ଜିଲ୍ଲାରେ କାର୍ଯ୍ୟକ୍ରମ ରହିଛି । ଆଜି କେନ୍ଦୁଝର ଯାଇ ଗୋନାସିକା କଦଳୀବାଡ଼ି ଗାଁର ଆଦିମ ଅଧିବାସୀ ସଦସ୍ୟଙ୍କୁ ଭେଟିବେ । ପରେ ଧରଣୀଧର ୟୁନିଭର୍ସିଟିର ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ଧରଣୀଧର ୟୁନିଭର୍ସିଟିରେ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

29 February 2024 10:13 AM (IST)

Puri Jagannath Temple: ଗୁରୁବାର ବସିବ ପରିଚାଳନା କମିଟି ବୈଠକ (Srimandir Managing...

Puri Jagannath Temple: ଗୁରୁବାର ବସିବ ପରିଚାଳନା କମିଟି ବୈଠକ (Srimandir Managing Committee Meeting) । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ଯକ୍ଷତାରେ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ନୂତନ ଶ୍ରୀମନ୍ଦିର ପ୍ରଶାସନ ଅଫିସ ନିର୍ମାଣ, ଶ୍ରୀ ଜଗନ୍ନାଥ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ , ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ ।ଖବର ଅନୁଯାୟୀ, ରତ୍ନଭଣ୍ତାରର (Ratna Bhandar) ବାହାର ପଟ ଲେଜର ସ୍କାନିଂର (Laser Scanning) ରିପୋର୍ଟ ASI ତରଫରୁ ଉପସ୍ଥାପିତ କରାଯିବା ସହ ମରାମତି ସମ୍ପର୍କରେ ଆଲୋଚନା ହେବ । ଶ୍ରୀମନ୍ଦିରର ଆଲୋକୀକରଣ ଓ ପ୍ରମୋଦ ଉଦ୍ୟାନର ବିକାଶ ଉପରେ ମଧ୍ଯ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ଶ୍ରୀମନ୍ଦିର ଉତ୍ତରଦ୍ବାର ଗୁମୁଟ ତଳ ଭାଗରେ ଥିବା ଆଗରୁ ଜଣାପଡ଼ିଥିଲା । ଘଟଣାର ଅନୁଧ୍ୟାନ କରାଯାଇଛି ୨ ଓ ୪ ଦିନ ଭିତରେ ପଥର ବଦଳାଇ ଦିଆଯିବା ନେଇ ପୁରୀ ସର୍କଲର ASI ଅଧୀକ୍ଷକ ସୂଚନା ଦେଇଛନ୍ତି ।

29 February 2024 09:35 AM (IST)

DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ଠିକଣା ବଦଳିଲା...

DSP ସ୍ତରରେ ଅଦଳବଦଳ, ୨୦ ଜଣ ପୁଲିସ ଅଧିକାରୀଙ୍କ ଠିକଣା ବଦଳିଲା
ଭାରତର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ସରକାରଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜ୍ୟ ପୁଲିସ ବୋର୍ଡ ଡିଏସ୍ପିକ ଏବଂ ଅତିରିକ୍ତ ଏସ୍ପିଶ ସ୍ତରର ଅଧିକାରୀଙ୍କ ଭିତରେ ଏକ ଅଦଳବଦଳ କରିଛନ୍ତି। ଏହାଦ୍ୱାରା ୨୦ ଜଣ ପୁଲିସ ଅଧିକାରୀଙ୍କ ଠିକଣା ବଦଳିଛି। ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଏହି ସମସ୍ତ ଅଧିକାରୀ ଓଡ଼ିଶା ପୁଲିସ ସେବାର ବରିଷ୍ଠ ଅଧିକାରୀ ଭାବେ ପରିଚିତ। 

29 February 2024 08:51 AM (IST)

Odisha Crime: କ୍ରୋଧ ଆଗରେ ବଳି ପଡ଼ିଛି ସମ୍ପର୍କ। ରାଗି ଯାଇ ଭାଇ ଭୁଲିଗଲା ଭାଇକୁ।...

Odisha Crime: କ୍ରୋଧ ଆଗରେ ବଳି ପଡ଼ିଛି ସମ୍ପର୍କ। ରାଗି ଯାଇ ଭାଇ ଭୁଲିଗଲା ଭାଇକୁ। ପ୍ରେମ ଓ ପାରିବାରିକ କଳହକୁ ନେଇ ମାଉସୀ ପୁଅ ଭାଇକୁ ଭୁଜାଲି ମାରିଲା ଭାଇ। ଏଭଳି ଏକ ଘଟଣା ଗତ ସୋମବାର ଦିନ GMU ପଛ ପଟ ରାସ୍ତାରେ ଘଟିଛି। ସେଦିନ ସମୟ ୧୧ ଟା ପାଖାପାଖି ସେଇ ରାସ୍ତା ଦେଇ ରାଜେନ୍ଦ୍ର ମେହେର ନାମକ ଜଣେ ଯୁବକ ଯାଉଥିବା ବେଳେ ତାଙ୍କ ମାଉସୀ ପୁଅ ଭାଇ ବଲାଙ୍ଗିର( Balangir)ଜିଲ୍ଲା ଦାନୀ ପାଲିର ଶ୍ରବଣ ରୋହିଦାସ ଓ ତାର ଦୁଇ ସାଙ୍ଗ ଚନ୍ଦ୍ରକାନ୍ତ ରୋହିଦାସ ଓ ଆଉ ଜଣେ ନାବାଳକ ମିଶି ତାଙ୍କ ଛାତିକୁ ଭୁଜାଲି ସାହାଯ୍ୟରେ ଆକ୍ରମଣ କରିଥିଲେ। ଆହୁରି ପଢ଼ନ୍ତୁ..

29 February 2024 08:50 AM (IST)

SHG Group: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ନୀତି ଗ୍ରହଣ...

SHG Group: ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ପ୍ରଦାନରେ ପାତର ଅନ୍ତର ନୀତି ଗ୍ରହଣ କରାଯାଇଥିବା ଅଭିଯୋଗ ଆଣିଛି ବିଜେପି ମହିଳା ମୋର୍ଚ୍ଚା।ପୁରୀ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ସ୍ଥାନୀୟ ଟାଉନ ହଲ ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲା। ମହିଳା ମୋର୍ଚ୍ଚାର କର୍ମୀ ମାନେ ଅଫିସ ଭିତରକୁ ପ୍ରବେଶ କରିବା ସମୟରେ ପୋଲିସ ସେମାନଙ୍କୁ ଭିତରକୁ ପ୍ରବେଶ କରାଇ ଦେଇନଥିଲା। ଏହାପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିତରକୁ ଧସେଇ ପଶିଲେ ଶତାଧିକ ମହିଳା।ମହିଳା ମୋର୍ଚ୍ଚାର ଅଭିଯୋଗ ମିଶନ ଶକ୍ତିରେ ସାମିଲ ହୋଇଥିବା ମହିଳା ସ୍ଵଂୟ ସହାୟକ ଗୋଷ୍ଠୀକୁ ପ୍ରଧାନମନ୍ତ୍ରୀ କଲ୍ୟାଣ ଯୋଜନାରେ ଦିଆଯାଉଥିବା ସହାୟତା ରାଶି ପ୍ରଦାନ କରାଯାଉନାହିଁ।ସାଧାରଣ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀ ଏହି ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି।ବିଜେଡି ଦଳକୁ ସମର୍ଥନ କରୁଥିବା ମିଶନ ଶକ୍ତି ତଥା ମହିଳା ମହାସଂଘର ସ୍ଵଂୟ ସହାୟକ ଗୋଷ୍ଠୀକୁ ଋଣ ପ୍ରଦାନ ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଯାଉଛି। ଋଣ ତଥା ଅନ୍ୟାନ୍ୟ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ କୌଣସି ରାଜନୀତି ହେବା ଉଚିତ ନୁହେଁ।ସବୁ ସ୍ଵଂୟ ସହାୟକ ଗୋଷ୍ଠୀକୁ ସମାନ ଦୃଷ୍ଟିରେ ଦେଖିବାକୁ ଦାବି କରିଛି ମହିଳା ମୋର୍ଚ୍ଚା। ଆହୁରି ପଢ଼ନ୍ତୁ..

29 February 2024 08:32 AM (IST)

Weather Report: ...

Weather Report: 
ବର୍ତ୍ତମାନ ରାଜଧାନୀ ଦିଲ୍ଲୀ ସମେତ ଦେଶର ଅନେକ ରାଜ୍ୟରେ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ପାଗ ବଦଳୁଛି। ସକାଳ ଓ ରାତିରେ ଥଣ୍ଡା ଅନୁଭୂତ ହେଉଥିବାବେଳେ ଦିନ ବେଳା ସୂର୍ଯ୍ୟଙ୍କ ଉତ୍ତାପ ଅନୁଭୂତ ହେଉଛି। ଅନେକ ସ୍ଥାନରେ ବର୍ଷା ମଧ୍ୟ ହୋଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନେକ ରାଜ୍ୟରେ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ ମଧ୍ୟ କରିଛି। ଆସନ୍ତା ପାଞ୍ଚ ଦିନ ମଧ୍ୟରେ ଦିଲ୍ଲୀ, ଉତ୍ତରପ୍ରଦେଶ(UP), ପଞ୍ଜାବ(Panjab), ମଧ୍ୟପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ପଶ୍ଚିମବଙ୍ଗ ଏବଂ ଓଡିଶାର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଇଏମଡିର ସୂଚନା ଅନୁସାରେ ଉତ୍ତର-ପୂର୍ବ ଇରାନ ଏବଂ ଏହାର ଆଖପାଖ ଅଞ୍ଚଳରେ ପାଗକୁ ଦେଖିଲେ ମାର୍ଚ୍ଚ ୧ ରୁ ମାର୍ଚ୍ଚ ୩ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତର ସମତଳ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି। ଏହି ଅବଧି ମଧ୍ୟରେ ପ୍ରବଳ ପବନ ଏବଂ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ପ୍ରବଳ ପବନ ସହ ବର୍ଷା ହେବାର ଆଶଙ୍କା ରହିଛି। ମାର୍ଚ୍ଚ ୨  ତାରିଖ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ, ଉତ୍ତରପ୍ରଦେଶ ଏବଂ ପଞ୍ଜାବରେ କୁଆପଥର ମାଡ ମଧ୍ୟ ଦେଖିବାକୁ ମିଳିପାରେ। ଏହା ବ୍ୟତୀତ ପଶ୍ଚିମ ହିମାଳୟ ଅଞ୍ଚଳରେ ଫେବୃଆରୀ ୨୯ ରୁ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ତୁଷାରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଆହୁରି ପଢ଼ନ୍ତୁ...

29 February 2024 08:18 AM (IST)

President Droupadi Murmu Odisha Visit Day 2 ...

President Droupadi Murmu Odisha Visit Day 2 
ଆଜି ରାଷ୍ଟ୍ରପତି ଦ୍ରୌପତି ମୁର୍ମୁଙ୍କ (Droupadi Murmu) ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ବୁଧବାର ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ପହଁଞ୍ଚିଲେ ମହାମହିମ । ତେବେ ଗସ୍ତର ଦ୍ବିତୀୟ ଦିନରେ ରାଷ୍ଟ୍ରପତି କେନ୍ଦୁଝର ଯିବେ ।ଖବର ଅନୁଯାୟୀ, ଗୁରୁବାର ସକାଳ ୯ଟା ୧୫ ମିନିଟ୍ ରେ ରାଇରଙ୍ଗପୁର ଇରିଗେସନ୍ ଗେଷ୍ଟ ହାଉସରୁ ଦାଣ୍ଡପୋଷ ହେଲିପ୍ୟାଡ ବାହାରିବେ ରାଷ୍ଟ୍ରପତି । ବାୟୁସେନାର ଆଇଏଏମଏଫ ଏମଆଇ-୧୭ ଜରିଆରେ କେନ୍ଦୁଝର (keonjhar)  ରାଇସୁଆଁ ଅଭିମୁଖେ ଯାତ୍ରା କରିବେ । ପୂର୍ବାହ୍ନ ୧୦ଟା ୫୦ ମିନିଟରେ ରାଇସୁଆଁରେ ପହଞ୍ଚିବା ପରେ ସଡକ ପଥରେ ଗୋନାସିକା ଯିବେ ।  ମଧ୍ଯାହ୍ନ ୧୨ଟାରେ କଦଳୀବାଡ଼ି ଗାଁରେ ପହଁଞ୍ଚି ସେଠାର ଆଦିମ ଅଧିବାସୀ ସମ୍ପ୍ରଦାୟର ଲୋକଙ୍କ ସହ ଭେଟିବା ନେଇ କାର୍ଯ୍ୟକ୍ରମ ରହିଛି । ଏହାପରେ ରାଷ୍ଟ୍ରପତି ଗୁପ୍ତଗଙ୍ଗା ଓ ବ୍ରହ୍ମଶ୍ବର ମନ୍ଦିର ପରିଦର୍ଶନ କରିବେ । ଆହୁରି ପଢ଼ନ୍ତୁ...

29 February 2024 08:07 AM (IST)

EC Notice to Odisha: ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ଅଡ଼ୁଆାରେ...

EC Notice to Odisha: ସରକାରୀ ବିଜ୍ଞାପନରେ ଦଳୀୟ ଚିହ୍ନ ବ୍ୟବହାରକୁ ନେଇ ଅଡ଼ୁଆାରେ ପଡ଼ିଛନ୍ତି ରାଜ୍ୟ ସରକାର। ନିର୍ବାଚନ କମିଶନ ଏହାକୁ ଗୁରୁତ୍ୱ ଦେଇ ଉଭୟ ବିଜୁ ଜନତା ଦଳ ଏବଂ ରାଜ୍ୟ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି। ମାର୍ଚ୍ଚ ୨ ତାରିଖ ସୁଦ୍ଧା ସ୍ପଷ୍ଟୀକରଣ ଦେବାକୁ କୁହାଯାଇଛି। ଆଗକୁ ନିର୍ବାଚନ ଅଛି। ଆଚରଣ ବିଧି ଲାଗୁ ଘୋଷଣା କରାଯାଇ ନାହିଁ। ହେଲେ ସରକାର ଏହି ସମୟରେ ଲୋକଙ୍କ ମନରେ ବସିବା ଲାଗି ସରକାରୀ ଯୋଜନାରେ ଦଳୀୟ ଚିହ୍ନ ଲଗାଇ ତାହାକୁ ବିଭିନ୍ନ ହୋର୍ଡିଂ, ଟିଭି, ପୋଷ୍ଟର, ଖବରକାଗଜ ବିଜ୍ଞାପନରେ ପ୍ରକାଶ କରୁଥିବା ଅଭିଯୋଗ ହୋଇଛି।

29 February 2024 07:51 AM (IST)

୩୦ବର୍ଷ ପରେ ମୁକ୍ତ ହେଲେ ଅଭିଯୁକ୍ତ...

୩୦ବର୍ଷ ପରେ ମୁକ୍ତ ହେଲେ ଅଭିଯୁକ୍ତ
ତିରିଶ ବର୍ଷ ଦଣ୍ଡ ପାଇବା ପରେ ନିର୍ଦ୍ଦୋଷରେ ମୁକ୍ତ ହୋଇଛନ୍ତି ଜୀବନର ଅପରାହ୍ଣରେ ଉପନୀତ ହୋଇଥିବା ଜଣେ ଅଭିଯୁକ୍ତ ମନୋଜ ମିଶ୍ର। ୧୯୯୩ର ଏକ ମାମଲାକୁ ମାତ୍ର ୧୦ ମିନିଟରେ ଶୁଣାଣି କରି ସୁପ୍ରିମ୍ କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। କୋର୍ଟ କହିଛନ୍ତି, ‘ଫୌଜଦାରୀ ବିଚାର ବ୍ୟବସ୍ଥା ସ୍ୱୟଂ ଏକ ଦଣ୍ଡ, ଯାହା ଏହି ଘଟଣାରେ ସାବ୍ୟସ୍ତ ହୋଇଛି’। ଏହି ଦଣ୍ଡ ଭୋଗ କରିଥିବା ମନୋଜ ମିଶ୍ର। ନିଜ ପତ୍ନୀଙ୍କୁ ଆତ୍ମହତ୍ୟାରେ ସହଯୋଗ କରିଥିବା ବା ଉସ୍କା ଇଥିବା ବୋଲି ଅଭିଯୋଗ ହୋଇଥିଲା। ଆଇସିପିର ଧାରା ୩୦୬ ବଳରେ ତାଙ୍କ ବିରୁଦ୍ଧରେ ୧୯୯୩ ମସିହାରେ ମାମଲା ରୁଜ୍ଜୁ ହୋଇଥିଲା। ଯାହାର ସମସ୍ତ ଯନ୍ତ୍ରଣା ମନୋଜ ଭୋଗ କରିଛନ୍ତି ବୋଲି କୋର୍ଟ ଅନୁଭବ କରିଛନ୍ତି। ‘ଜଣେ ପତି ବା ତାଙ୍କ ପରିବାରବର୍ଗ ବ୍ୟବସାୟ ଲାଗି ପତ୍ନୀଙ୍କଠାରୁ ଅର୍ଥ ମାଗିବା କୌଣସି ନିର୍ଯାତନା ଭାବେ ଗ୍ରହଣ କରାଯିବ ନାହିଁ। ଆତ୍ମହତ୍ୟା ପଛରେ ତାଙ୍କ ମାନସିକତା ପ୍ରମାଣ ହେବା ଆବଶ୍ୟକ’ ବୋଲି ଶୀର୍ଷ ନ୍ୟାୟାଳୟ କହିଛନ୍ତି। ୨୦୦୮ ମସିହାରେ ପଞ୍ଜାବ-ହରିୟାଣା ହାଇକୋର୍ଟ ସମ୍ପୃକ୍ତ ମାମଲାରେ ମନୋଜଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। 

29 February 2024 07:41 AM (IST)

Diplomacy in PDS rice:...

Diplomacy in PDS rice:

ପିଡିଏସ୍‍ ଚାଉଳକୁ ନେଇ ଆନ୍ତର୍ଜାତିକ ଝଡ଼ ସୃଷ୍ଟି ହୋଇଛି। ଭାରତ ପିଡିଏସ୍‍ ଦ୍ୱାରା କିଣାଯାଉଥିବା ‘ରିଆତି ଚାଉଳ’କୁ ନେଇ ରପ୍ତାନୀ ବଜାରକୁ ଅକ୍ତିଆର କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି ଥାଇଲାଣ୍ଡ। ବିଶ୍ୱ ବାଣିଜ୍ୟ ସଂଗଠନ (ଡବ୍ଲୁଟିଓ)ରେ ଥାଇଲାଣ୍ଡ ଭାରତ ବିରୁଦ୍ଧରେ ଅଭିଯୋଗ କରିବାରୁ ଭାରତୀୟ କୂଟନୀତିଜ୍ଞ ଏହି ଦକ୍ଷିଣ ପୂର୍ବ ରାଷ୍ଟ୍ରର ପ୍ରତିନିଧି ଥିବା କିଛି ବୈଠକରେ ଯୋଗ ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

29 February 2024 07:33 AM (IST)

ମୁସଲିମ କନ୍‍ଫରେନ୍ସ  ବ୍ୟାନ...

ମୁସଲିମ କନ୍‍ଫରେନ୍ସ  ବ୍ୟାନ
ଜମ୍ମୁ କଶ୍ମୀର ମୁସଲିମ କନ୍‍ଫରେନ୍ସର ଦୁଇ ଗୋଷ୍ଠୀକୁ ଭାରତ ସରକାର ନିଷିଦ୍ଧାଦେଶ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଏହି ଦୁଇ ସଂଗଠନକୁ ବେଆଇନ ଘୋଷଣା କରାଯାଇଛି। ହାଜି ଗୁଲାମ ନବୀ ସାମ୍ଜିର ଏବଂ ମସରତ ଆଲାମ ଭଟ୍ଟଙ୍କ ଦ୍ୱାରା ଏହି ଦୁଇ ସଂଗଠନ ପରିଚାଳିତ ହେଉଥିଲା। ଏମାନଙ୍କ ଉପରେ ଆତଙ୍କବାଦୀଙ୍କ ସହ ସମ୍ପର୍କ, ଆତଙ୍କୀ ପାଣ୍ଠି ସଂଗ୍ରହ, ନିର୍ବାଚନକୁ ବର୍ଜନ କରିବା ଲାଗି ଆହ୍ୱାନ ଦେବ ଆହ୍ୱାେନ ଦେବା ଆଦି ଅଭିଯୋଗ ରହିଛି।

29 February 2024 07:25 AM (IST)

ନବୀନଙ୍କଠୁ ଅଶ୍ୱିନୀ, ଧର୍ମେନ୍ଦ୍ର ଶକ୍ତିଶାଳୀ...

ନବୀନଙ୍କଠୁ ଅଶ୍ୱିନୀ, ଧର୍ମେନ୍ଦ୍ର ଶକ୍ତିଶାଳୀ
ଯେଉଁ ନବୀନ ପଟ୍ଟନାୟକଙ୍କ ସହଯୋଗରେ ସେ ନିଜର ସାଂସଦ ପଦବୀ ବଜାୟ ରଖିପାରିଲେ ତାଙ୍କଠୁ ବି ସେ ଶକ୍ତିଶାଳୀ ସାବ୍ୟସ୍ତ ହୋଇଛନ୍ତି। ଇଣ୍ଡିଆନ୍‍ ଏକ୍ସପ୍ରେସ୍‍ ପକ୍ଷରୁ ପ୍ରକାଶିତ ଶକ୍ତିଶାଳୀ ୧୦୦ ତାଲିକାରେ ନବୀନଙ୍କଠୁ ଢେର ଉପରେ ରହିଛନ୍ତି ଅଶ୍ୱିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ। ରେଳ ଏବଂ ଆଇଟି ମନ୍ତ୍ରୀ ଶ୍ରୀ ବୈଷ୍ଣବଙ୍କୁ ଏହି ତାଲିକାରେ ୧୩ତମ  ସ୍ଥାନ ମିଳିଥିବା ବେଳେ ୩୩ ତମ ସ୍ଥାନରେ ରହିଛନ୍ତି ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଏହି ତାଲିକାରେ ୫୨ତମ ସ୍ଥାନ ମିଳିଛି। ଏପରିକି ତାଙ୍କ ସ୍ଥାନ ମମତା ବାନାର୍ଜୀଙ୍କଠାରୁ ବି ତଳକୁ ଖସି ଆସିଛି। 

29 February 2024 07:16 AM (IST)

ସମ୍ବିଧାନରେ ଯୋଡ଼ା ହେବ ନୂଆ ଅଧ୍ୟାୟ:...

ସମ୍ବିଧାନରେ ଯୋଡ଼ା ହେବ ନୂଆ ଅଧ୍ୟାୟ:
ଏକ ଦେଶ ଏକ ନିର୍ବାଚନ ପ୍ରସଙ୍ଗକୁ ଆଗକୁ ନେବାକୁ ହେଲେ ସମ୍ବିଧାନରେ ଏକ ନୂଆ ଅଧ୍ୟାୟ ଯୋଡ଼ିବାକୁ ହେବ। ଏଥିଲାଗି ଆଇନ ଆୟୋଗ ଏକ ସ୍ୱତନ୍ତ୍ର ଅଧ୍ୟାୟ ପ୍ରସ୍ତୁତ କରିଛନ୍ତି। ଏହି ଅଧ୍ୟାୟରେ ସରକାର ନିର୍ଦ୍ଧାରିତ ୫ ବର୍ଷରେ ଭାଙ୍ଗିଲେ କ’ଣ ହେବ ସେ ବିଷୟରେ ଉଲ୍ଲଖ ରହିଛି। ଏବେ ସମ୍ବିଧାନର ୧୫ତମ ଭାଗ ନିର୍ବାଚନ ପ୍ରସଙ୍ଗକୁ ସ୍ପଷ୍ଟ କରୁଛି। ଏଥିରେ ନତର୍ବାଚନ କମିଶନଙ୍କ କ୍ଷମତା ଏବଂ ନିର୍ବାଚନ ପ୍ରକ୍ରିୟା ବିଷୟରେ ଉଲ୍ଲେଖ ରହିଛି।

29 February 2024 07:09 AM (IST)

ସରକାରୀ ସମ୍ପତ୍ତି ନଷ୍ଟ କଲେ ଭିସା, ପାସପୋର୍ଟ ହେବ ବାତିଲ...

ସରକାରୀ ସମ୍ପତ୍ତି ନଷ୍ଟ କଲେ ଭିସା, ପାସପୋର୍ଟ ହେବ ବାତିଲ
କୃଷକ ଆନ୍ଦୋଳନରେ ଉତ୍ତଜନା, ହିଂସା ସୃଷ୍ଟି କରି  ସରକାରୀ ସମ୍ପତ୍ତି ନଷ୍ଟ କରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଶକ୍ତ ହୋଇଛି ହରିୟାଣା ପୁଲିସ। ଏହିଭଳି ନେତା ବା କର୍ମୀଙ୍କ ପାସ୍ପୋକର୍ଟ ଓ ଭିସା ବାତିଲ କରିବାକୁ ପାଇଁ ପୁଲିସ ନିଷ୍ପତ୍ତି ନେଇଛି। ପଞ୍ଜାବ ହରିୟାଣା ସୀମାରେ ଘଟୁଥିବା ଏଭଳି ହିଂସାକୁ ରୋକିବା ଲାଗି ପୁଲିସ କଠୋର ହୋଇଛି। ପୁଲିସ କହିଛି ପଞ୍ଜାବରୁ ଏହିଭଳି କିଛି ବ୍ୟକ୍ତି କୃଷକ ସଂଗଠନ ନାଁରେ ହରିୟାଣା ଆସି ହିଂସାତ୍ମକ ଆଚରଣରେ ଲିପ୍ତ ରହିଛନ୍ତି।

29 February 2024 06:58 AM (IST)

Weather Update:...

Weather Update:

ଗୁରୁବାର ରାଜ୍ୟର ୫ଟି ଜିଲ୍ଲାରେ ବର୍ଷା (Rain) ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଖାସ୍ କରି ନୂଆପଡ଼ା, କଳାହାଣ୍ତି , ନବରଙ୍ଗପୁର, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କିଛି ସ୍ଥାନରେ ବର୍ଷା ନେଇ ସମ୍ଭାବନା  ରହିଛି । ତେବେ ଏହାପରଠାରୁ ପାଗ ପ୍ରାୟତଃ ଶୁଣିଲା ରହିବ ବୋଲି ପାଣିପାଗ ବିଭାଗ (Bhubaneswar Meteorological Department) ପକ୍ଷରୁ ଆକଳନ କରାଯାଇଛି ।ସୂଚନାଯୋଗ୍ୟ, ଆନ୍ଧ୍ର ଉପକୂଳରେ ଏକ ଗୁରୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ରାଜ୍ୟକୁ ଜଳୀୟ ବାଷ୍ପ ପ୍ରବେଶ କରୁଥିବାରୁ ପାଗ ମେଘୁଆ ରହିବା ସହ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ ତଳେ ରହୁଛି । ତେବେ ଆସନ୍ତା ମାର୍ଚ୍ଚ ୨ ତାରିଖରୁ ବାୟୁ ପ୍ରବାହର ଦିଗ ପରିବର୍ତ୍ତନ ହେବା ସହ ତାତି ବଢିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରୀ ସେଲସିୟସ୍ ରହିବ । ତେବେ ଏହାପରେ ମାର୍ଚ୍ଚ ୭ରୁ ତାପମାତ୍ରା ଆହୁରି ବଢିବା ସହ ୩୮ ଡିଗ୍ରୀ ସେଲସିୟସ୍ ଛୁଇଁବ ବୋଲି ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆଗାମୀ ୩ରୁ ୪ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ଆହୁରି ପଢ଼ନ୍ତୁ..

29 February 2024 06:52 AM (IST)

ଦୁଇରୁ ଅଧିକ ଛୁଆ ଥିଲେ ସରକାରୀ ଚାକିରି ମନା:...

ଦୁଇରୁ ଅଧିକ ଛୁଆ ଥିଲେ ସରକାରୀ ଚାକିରି ମନା:
ପଞ୍ଚାୟତ ନିର୍ବାଚନରେ ଲାଗୁ ହେଉଥିବା ନିୟମ ସରକାରୀ ଚାକିରିରେ ମଧ୍ୟ ଲାଗୁ ହେବାକୁ ଯାଉଛି। ଅର୍ଥାତ୍‍ ଦୁଇରୁ ଅଧିକ ଛୁଆ ଥିଲେ ସରକାରୀ ଚାକିରି ମିଳିବ ନାହିଁ।  ଏପରିକି  ସୁପ୍ରିମକୋର୍ଟ ଏହାକୁ ଅନୁମୋଦନ ବି କରିଛନ୍ତି। ଏକ ମାମଲାର ବିଚାର କରି ସୁପ୍ରିମ୍କୋଲର୍ଟ ରାଜସ୍ଥାନ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଆଇନକୁ ସମ୍ମାନ ଦେଇ ଦୁଇରୁ ଅଧିକ ଛୁଆ ଥିବା ଜଣେ ଆବେଦନକାରୀଙ୍କ ନିବେଦନକୁ ଖାରଜ କରିଛନ୍ତି। ଜଣେ ପୂର୍ବତନ ସୈନିକ ରାଜସ୍ଥାନ ପୁଲିସରେ କନଷ୍ଟବଳ ଭାବେ ନିଯୁକ୍ତ ହେବା ଲାଗି ଆବେଦନ କରିଥିଲେ। ତାହାର ବିଚାର କରି ସୁପ୍ରିମ୍‍ କୋର୍ଟ ରାଜସ୍ଥାନ ସରକାରଙ୍କ ୨୦୦୧ ମସିହା ଆଇନକୁ ଉଲ୍ଲେଖ କରି  ତାଙ୍କ ଆବେଦନକୁ ଖାରଜ କରିଛନ୍ତି।

29 February 2024 06:45 AM (IST)

 ଡବ୍ଲୁଟିଓରେ ଥାଇଲାଣ୍ଡକୁ ଭାରତର ବର୍ଜନ:  ...

 ଡବ୍ଲୁଟିଓରେ ଥାଇଲାଣ୍ଡକୁ ଭାରତର ବର୍ଜନ:  

ପିଡିଏସ୍‍ ଚାଉଳକୁ ନେଇ ଆନ୍ତର୍ଜାତିକ ଝଡ଼ ସୃଷ୍ଟି ହୋଇଛି। ଭାରତ ପିଡିଏସ୍‍ ଦ୍ୱାରା କିଣାଯାଉଥିବା ‘ରିଆତି ଚାଉଳ’କୁ ନେଇ ରପ୍ତାନୀ ବଜାରକୁ ଅକ୍ତିଆର କରିବାକୁ ଚାହୁଁଛି ବୋଲି ଅଭିଯୋଗ କରିଛି ଥାଇଲାଣ୍ଡ। ବିଶ୍ୱ ବାଣିଜ୍ୟ ସଂଗଠନ ( ଡବ୍ଲୁଟିଓ)ରେ ଥାଇଲାଣ୍ଡ ଭାରତ ବିରୁଦ୍ଧରେ ଅଭିଯୋଗ କରିବାରୁ ଭାରତୀୟ କୂଟନୀତିଜ୍ଞ ଏହି ଦକ୍ଷିଣ ପୂର୍ବ ରାଷ୍ଟ୍ରର ପ୍ରତିନିଧି ଥିବା କିଛି ବୈଠକରେ ଯୋଗ ଦେବାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।

Add Zee News as a Preferred Source

About the Author