ଖୋଲିଲା ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ତେବେ ବର୍ତ୍ତମାନ ଏକ ସପ୍ତାହ ପରେ ପ୍ରାୟ ସମସ୍ତ କର୍ମଚାରୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସମ୍ପୂର୍ଣ୍ଣ ମେଡିକାଲକୁ ସାନିଟାଇଜ କରିବା ସହ ଆଜିଠାରୁ ବହିର୍ବିଭାଗକୁ ଖୋଲିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି ।

ଖୋଲିଲା ମାଲକାନଗିରିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

ମାଲକାନଗିରି: ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗ ଆଜିଠାରୁ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ମାଲକାନଗିରି ଜିଲ୍ଲାପାଳ । ଦୀର୍ଘ ଏକ ସପ୍ତାହ ଧରି ମୁଖ୍ୟ ଚିକିତ୍ସାଳୟର ବହିର୍ବିଭାଗର ସମସ୍ତ ୱାର୍ଡ ବନ୍ଦ ଥିଲା । ମେଡ଼ିକାଲ ମଧ୍ୟରୁ ଜଣେ କୋରୋନା ଅକ୍ରାନ୍ତ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ ଏହି ବନ୍ଦ ନିମନ୍ତେ ଆଦେଶ ଦେବା ସହ ମେଡ଼ିକାଲର ପ୍ରାୟ 40 ଜଣ କର୍ମଚାରୀଙ୍କୁ ସଂଗରୋଧରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ବର୍ତ୍ତମାନ ଏକ ସପ୍ତାହ ପରେ ପ୍ରାୟ ସମସ୍ତ କର୍ମଚାରୀଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ଆସିବା ପରେ ସମ୍ପୂର୍ଣ୍ଣ ମେଡିକାଲକୁ ସାନିଟାଇଜ କରିବା ସହ ଆଜିଠାରୁ ବହିର୍ବିଭାଗକୁ ଖୋଲିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି । ମେଡିକାଲ ବନ୍ଦ ଥିବାରୁ ଜିଲ୍ଲାର ଅନେକ ଲୋକେ ନାନା ଅସୁବିଧାର ସମ୍ମୁଖୀନ ମଧ୍ୟ ହୋଇଥିଲେ । ତେବେ ବର୍ତ୍ତମାନ ଜିଲ୍ଲାବାସୀଙ୍କ ଏହି ସମସ୍ୟା ଦୂର ହୋଇଛି