ମାଲକାନଗିରି ପାଇଁ ନୂତନ କୋଭିଡ ନିୟମ ଜାରି କଲେ ଜିଲ୍ଲାପାଳ

ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମାଲକାନଗିରିରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭୩ ପଜିଟିଭ ମାମଲା ସାମ୍ନାକୁ ଆସିଛି । 

ମାଲକାନଗିରି ପାଇଁ ନୂତନ କୋଭିଡ ନିୟମ ଜାରି କଲେ ଜିଲ୍ଲାପାଳ

ମାଲକାନଗିରି: ଜିଲ୍ଲାରେ କ୍ରମାଗତ କୋରୋନା ସଂକ୍ରମିତ ମାମଲା ବଢ଼ି ବଢ଼ି ଚାଲିଛି । ଏହି ସମୟରେ ମାଲକାନଗିରି ଜିଲ୍ଲାପାଳ ନୂତନ କୋଭିଡ ନିୟମ ଜାରି କରିଛନ୍ତି । ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ନିମନ୍ତେ ଏହି ନିୟମ ଜାରି ହୋଇଛି । ନୂତନ ନିୟମ ଅନୁଯାୟୀ କୌଣସି ସରକାରୀ କର୍ମଚାରୀ ଜିଲ୍ଲା ବାହାରକୁ ଗଲେ ଜିଲ୍ଲାପାଳଙ୍କ ଅନୁମତି ନେବେ ।

ଏହାସହ ବାହାରୁ ଜିଲ୍ଲାକୁ ଆସିଲେ ୧୪ ଦିନ କ୍ୱାରେଣ୍ଟିନରେ ରହିବା ସହ ଏହି କ୍ୱାରେଣ୍ଟିନ ଅବଧିକୁ ସରକାରୀ ଛୁଟି ଦେଖାଇ ପାରିବେ ନାହିଁ କର୍ମଚାରୀ । କ୍ୱାରେଣ୍ଟିନର ୧୪ ଦିନ କର୍ମଚାରୀଙ୍କ ନିଜସ୍ୱ ଛୁଟି ଭାବେ ମନା ଯିବ ବୋଲି ଜିଲ୍ଲାପାଳ ବିଜ୍ଞପ୍ତ ଜାରି କରିଛନ୍ତି ।

ଅନ୍ୟପକ୍ଷେ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୭୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ମାଲକାନଗିରିରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୭୩ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ଜିଲ୍ଲାରେ ବର୍ତ୍ତମାନ ଯାଏ ୨ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଯାଏ ଜିଲ୍ଲାରେ ୪୦୧ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ୩୬୭ ସକ୍ରିୟ କୋରୋନା ମାମଲା ରହିଛି ।