ଜିଲ୍ଲାର ପଡିଆ ଥାନା ଅଞ୍ଚଳର ଜଣେ ଯୁବକ ଫେସବୁକରେ କୋରୋନା ଜିହାଦ ନାମକ ଏକ ପୋଷ୍ଟ କରିଥିଲେ । ଯାହାକି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବୁଝା ଯିବା ସହ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରୁଥିଲା । ଏହି ଘଟଣା ପ୍ରକାଶ ପାଇବା ପରେ ପଡିଆ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Trending Photos
ମାଲକାନଗିରି: ରାଜ୍ୟରେ କ୍ରମାଗତ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଅନ୍ୟପଟେ କିଛି ଲୋକ କୋରୋନାକୁ ନେଇ ଗୁଜବ ସୃଷ୍ଟି କରିଥିବାର ନଜରକୁ ଆସୁଛି । ଆଜି ରାଜ୍ୟରୁ ବିଭିନ୍ନ ସ୍ଥାନରୁ ଏପରି ଘଟଣା ସାମ୍ନାକୁ ଆସିଛି । ଅନ୍ୟପକ୍ଷେ ପୋଲିସ ଗୁଜବ ସୃଷ୍ଟିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାରେ ଲାଗିଛି । ଏହି କ୍ରମରେ ଆଜି ଅର୍ଥାତ ଶୁକ୍ରବାର ମାଲକାନଗିରିରେ କୋରୋନା ସମ୍ପର୍କିତ ମିଥ୍ୟା ଗୁଜବ ସୃଷ୍ଟି କରି ଜଣେ ଯୁବକ ଗିରଫ ହୋଇଛି ।
ସୂଚନା ମୁତାବକ, ଜିଲ୍ଲାର ପଡିଆ ଥାନା ଅଞ୍ଚଳର ଜଣେ ଯୁବକ ଫେସବୁକରେ କୋରୋନା ଜିହାଦ ନାମକ ଏକ ପୋଷ୍ଟ କରିଥିଲେ । ଯାହାକି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ବୁଝା ଯିବା ସହ ଲୋକଙ୍କ ମଧ୍ୟରେ ଗୁଜବ ସୃଷ୍ଟି କରୁଥିଲା । ଏହି ଘଟଣା ପ୍ରକାଶ ପାଇବା ପରେ ପଡିଆ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ମାଲକାନଗିରି ପୋଲିସ ପକ୍ଷରୁ ମିଥ୍ୟ ଗୁଜବ ସୃଷ୍ଟି ନକରିବା ପାଇଁ ଅପିଲ କରାଯାଇଛି ।
ଅନ୍ୟପଟେ ଏପରି ଅନ୍ୟ ଖବର କେନ୍ଦୁଝରରୁ ଆସିଛି । ଏଠାରେ କୋରୋନାକୁ ନେଇ ମିଥ୍ୟା ଖବର ସୋସିଆଲ ମିଡିଆରେ ପୋଷ୍ଟ କରିବା ଅଭିଯୋଗରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି । କେନ୍ଦୁଝର ଟାଉନ ପୋଲିସ ମୁଖ୍ୟ ଅଭିଯୁକ୍ତ ମାନସ ମହାନ୍ତ, ଓ ଜିତୁ ପ୍ରଧାନ ସହ ଆଉ 2 ଜଣ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ।