Advertisement
Article Detail0/zeeodisha/odisha696327
Zee OdishaMayurbhanjମିଳିଲାନି ସାମାଜିକ ସ୍ୱୀକୃତି, ରଜରେ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ମିଳିଲାନି ସାମାଜିକ ସ୍ୱୀକୃତି, ରଜରେ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ

ମୟୂରଭଞ୍ଜ ତିରିଂ ଥାନା ଅଧିନ ଗିତିଲତା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁ ନିକଟସ୍ଥ ଡୁଙ୍ଗୁରିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ମିଶ୍ର, ବାରିପଦା: ରଜରେ ଆତ୍ମହତ୍ୟା କଲେ ପ୍ରେମୀ ଯୁଗଳ । ବିବାହ ପାଇଁ ସାମାଜିକ ସ୍ୱୀକୃତି ନମିଳିବାରୁ ଶେଷରେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । ରଜରେ ଝିଅଟିଏ ସଜେଇ ହେବାରେ ବ୍ୟସ୍ତ ଥିବା ବେଳେ ଏଠି ପ୍ରେମିକ ସହ ବେକରେ ରସି ଲଗାଇ ଆତ୍ମହତ୍ୟା କରିଛି ପ୍ରେମିକା ! ମୟୂରଭଞ୍ଜ ତିରିଂ ଥାନା ଅଧିନ ଗିତିଲତା ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଗାଁ ନିକଟସ୍ଥ ଡୁଙ୍ଗୁରିରୁ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । 

ଯାହା ଜଣାପଡ଼ିଛି, ମୃତ ପ୍ରେମୀ ଯୁଗଳ ହେଲେ ଗାଁର ରାମେଶ୍ୱର ପାତ୍ର ଓ ସାବିତ୍ରୀ ନାଏକ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ରହିଥିଲା ! ତେବେ ଉଭୟ ଭିନ୍ନ ଜାତିର ହୋଇଥିବାରୁ ସାମାଜିକ ସ୍ୱୀକୃତି ମିଳିନଥିଲା । ସେମିତିରେ ବି ମୃତ ଯୁବକ ଜଣକ ବିବାହିତ ଥିଲେ । ତେଣୁ ଝିଅ ଘର ଲୋକ ବିବାଦ ପାଇଁ ରାଜି ହୋଇନଥିଲେ । 

କେବଳ ଏତିକି ନୁହେଁ, ପୂର୍ବରୁ ଏନେଇ ଗାଁରେ ବୈଠକ ମଧ୍ୟ ବସିଥିଲା । ଏପରକି ଏ ମାମଲା ଥାନାରେ ପହଞ୍ଚିଥିଲା । ଯୁବକ ଜଣକ ଗାଁରେ ରହୁଥିବା ବେଳେ ଯୁବତୀ ଝାଡ଼ଖଣ୍ଡର  ଜାମସେଦପୁରରେ ରହୁଥିଲେ । ତେବେ ଆଜି ଉଭୟଙ୍କ ମୃତଦେହ ଗାଁ ଡୁଙ୍ଗୁରିରୁ ଉଦ୍ଧାର ହୋଇଛି । ପ୍ରେମରେ ସାମାଜିକ ସ୍ୱୀକୃତି ନମିଳିବାରୁ ସେମାନେ ଏଭଳି ଚରମ ନିଷ୍ପତ୍ତି ନେଇଥିବା କୁହାଯାଉଛି । 

Add Zee News as a Preferred Source

ଅନ୍ୟପଟେ ଘଟଣାସ୍ଥଳରେ ତିରିଂ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଉଭୟଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । 

About the Author