Advertisement
Article Detail0/zeeodisha/odisha692204
Zee OdishaMayurbhanjକୁକୁଡାଜୁଡି ଜଙ୍ଗଲରେ ୫ ଟିକିଆ ହାତୀପଲ, ଆକ୍ରମଣରେ ଜଣଙ୍କ ମୃତ୍ୟୁ

କୁକୁଡାଜୁଡି ଜଙ୍ଗଲରେ ୫ ଟିକିଆ ହାତୀପଲ, ଆକ୍ରମଣରେ ଜଣଙ୍କ ମୃତ୍ୟୁ

ଯାହା ଜଣାପଡ଼ିଛି, ଆଜି ଭୋରରୁ ମୃତକ ଚତୁର୍ଭୁଜ ଶୌଚ ହେବା ପାଇଁ ଯାଇଥିଲେ । ତେବେ ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । 

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ପ୍ରିୟବ୍ରତ ମିଶ୍ର, ବାରିପଦା: ମୟୂରଭଞ୍ଜରେ ହାତୀ ଆକ୍ରମଣ । ବାରିପଦା ସଦର ଥାନା ଅନ୍ତର୍ଗତ କୁକୁଡାଜୁଡି ଜଙ୍ଗଲ ନିକଟ ଗାଁ ଗୁଡ଼ିକରେ ହାତୀ ଉପଦ୍ରବ କରୁଛନ୍ତି । ଆଜି ଭୋରରୁ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଏହି ଅଞ୍ଚଳର ଚତୁର୍ଭୁଜ ନାୟକ(୬୦) । ୫ ଟିକିଆ ହାତୀପଲ ଦେଉଳୀ ରେଞ୍ଜରୁ ଏହି ଅଞ୍ଚଳକୁ ପଳାଇ ଆସିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ବନ ବିଭାଗ କର୍ମଚାରୀ ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । 

ଯାହା ଜଣାପଡ଼ିଛି, ଆଜି ଭୋରରୁ ମୃତକ ଚତୁର୍ଭୁଜ ଶୌଚ ହେବା ପାଇଁ ଯାଇଥିଲେ । ତେବେ ଏହି ସମୟରେ ସେ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଗାଁ ଲୋକ ବହୁ ଖୋଜା ଖୋଜି ପରେ ଶେଷରେ ସ୍ଥାନୀୟ ଜଙ୍ଗଲରୁ ତାଙ୍କର ମୃତଦେହ ମିଳିଥିଲା । ମୃତଦେହର ପାରିପାଶ୍ୱିକ ଅବସ୍ଥା ଦେଖି ଏହା ହାତୀ ଆକ୍ରମଣ ବୋଲି ଜଣାପଡ଼ିଛି । ପୋଲିସ ପହଞ୍ଚ ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । 

fallback

Add Zee News as a Preferred Source

ବନ ବିଭାଗର କହିବା କଥା ହେଲା, ଏବେ ଏକ ହାତୀପଲ ଦେଉଳୀ ରେଞ୍ଜରୁ ଏହି ଅଞ୍ଚଳକୁ ପଲାଇ ଆସିଛନ୍ତି । ଏହି ହାତୀପଲରେ ୨ ହାତୀ ଛୁଆ, ୨ ମାଇ ହାତୀ ଏବଂ ଏକ ଦନ୍ତା ହାତୀ ରହିଛି । ଏନେଇ ରାସଗୋବିନ୍ଦପୁର ଡେପୁଟୀ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ବେହେରା ସୂଚନା ଦେଇଛନ୍ତି । 

About the Author