ମଦ ମାଂସରେ ଭାସୁଛି ଶିମିଳିପାଳ

ଶିମିଳିପାଳ ଜାତୀୟ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଚାଲିଛି ବେଧଡକ ମଦ ମାଂସ କାରବାର । ସବୁ ପ୍ରମାଣ ଥାଇ ମଧ୍ୟ ଚୁପ୍ ବସିଛି ବନ ବିଭାଗ।ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳର ନିଷିଦ୍ଧାଞ୍ଚଳକୁ ମାଂସ ଓ ମଦ ନେବାକୁ ବାରଣ ଥିଲା ବେଳେ ଭିତରେ ମାଂସ ଓ ମଦ କିପରି ଭାବେ ବିକ୍ରି ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜୀ ଓଡ଼ିଶାର ଷ୍ଟିଂ ଅପରେସନରେ ପଦାକୁ ଆସିଲା ସତ୍ୟ ।

ମଦ ମାଂସରେ ଭାସୁଛି ଶିମିଳିପାଳ
ଫାଇଲ ଫଟୋ

ମୟୂରଭଞ୍ଜ: ଶିମିଳିପାଳ ଜାତୀୟ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଚାଲିଛି ବେଧଡକ ମଦ ମାଂସ କାରବାର । ସବୁ ପ୍ରମାଣ ଥାଇ ମଧ୍ୟ ଚୁପ୍ ବସିଛି ବନ ବିଭାଗ।ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳର ନିଷିଦ୍ଧାଞ୍ଚଳକୁ ମାଂସ ଓ ମଦ ନେବାକୁ ବାରଣ ଥିଲା ବେଳେ ଭିତରେ ମାଂସ ଓ ମଦ କିପରି ଭାବେ ବିକ୍ରି ହେଉଛି ତାକୁ ନେଇ ଉଠିଛି ପ୍ରଶ୍ନ । ଜୀ ଓଡ଼ିଶାର ଷ୍ଟିଂ ଅପରେସନରେ ପଦାକୁ ଆସିଲା ସତ୍ୟ ।

ମୟୂରଭଞ୍ଜ ସ୍ଥିତ ଶିମିଳିପାଳ ଜାତୀୟ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ଚାଲିଛି ମଦ ମାଂସ କାରବାର । ଶିମିଳିପାଳ କୋର ଏରିଆରେ ଥିବା ବରେହୀପାଣି ଅଞ୍ଚଳର । ଯାହା ବରେହିପାଣି ୱାଟର ଫଲ ଠାରୁ ପ୍ରାୟ ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ । ଯେଉଁଠାରେ ରହିଛି ଦୁଇଟି ଢ଼ାବା । ସେହି ଢ଼ାବା ସମ୍ମୁଖରେ ଖୋଲା ଖୋଲି ଭାବେ ବିକ୍ରି ହେଉଛି ମାଂସ ଓ ମଦ । ଷ୍ଟିଙ୍ଗ ଅପରେସନ ଜରିଆରେ ଘଟଣାର ଖୁଲାସା କରିଛି ଜୀ ଓଡିଶା ।

ଗୋଟିଏ ପଟେ ପର୍ଯ୍ୟଟକଙ୍କୁ ଏହି ଅଞ୍ଚଳକୁ ମାଂସ ଓ ମଦ ନନେବା ପାଇଁ କଡା ନିର୍ଦ୍ଦେଶ ରହିଛି । ଏହି ଅଞ୍ଚଳକୁ ଯିବା ପାଇଁ ଚାରୋଟି ଫାଟକ ଦେଇ ଯିବାକୁ ପଡେ । ଏହି ଫାଟକଗୁଡିକରେ ପର୍ଯ୍ୟଟକଙ୍କ ପାଇଁ କଡାକଡି ଚେକିଂର ବ୍ୟବସ୍ଥା ମଧ୍ୟ ରହିଛି । ହେଲେ କିପରି ୪ଟି ଫାଟକକୁ ଅତିକ୍ରମ କରି ମଦ ମାଂସ ଭିତରକୁ ଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଆମ ଟିମ ପହଞ୍ଚି ଥିଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଉପନିର୍ଦ୍ଦେଶକଙ୍କ ପାଖରେ । ସେ ମଧ୍ୟ ଘଟଣାକୁ ସ୍ୱୀକାର କରିଛନ୍ତି । ଘଟଣାର ତଦନ୍ତ କରିବା ସହ ଫାଟକରେ ଚେକିଂକୁ କଡାକଡି କରିବାକୁ ସାଧାରଣରେ ଦାବି ହୋଇଛି ।