ରାଜ୍ୟର ସ୍ନାତ୍ତକ ଏବଂ ସ୍ନାତ୍ତୋକର ପରୀକ୍ଷା ଆୟୋଜନ କରିବା ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଆଲୋଚନା କରିବେ ମଧ୍ୟ ପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ |
Trending Photos
)
ଭୋପାଳ: ଦେଶରେ କୋରୋନା ମହାମାରୀର ମୁକାବିଲା ନେଇ ଲାଗୁ ହୋଇଥିଲା ଲକ ଡାଉନ | ଯାହାର ଫଳସ୍ୱରୂପ ଧର୍ମାନୁଷ୍ଠାନ, ଶିକ୍ଷାନୁଷ୍ଠାନ, ଦୋକାନ ବଜାର ଆଦି ସର୍ବସଧାରଣ ସ୍ଥାନକୁ ଯିବାଆସିବା କରିବା ଉପରେ କଟକଣା ଜାରି ହୋଇଥିଲା | ଲକ ଡାଉନ ବଦଳରେ ଏବେ ଦେଶରେ ଅନଲକ1 ଜାରି ହୋଇଛି | ଏହା ସହିତ ମାର୍କେଟ ଏବଂ ଧର୍ମାନୁଷ୍ଠାନ ଖୋଲିବାକୁ ସରକାରୀ ଅନୁମତି ମିଳିଛି |
ମାତ୍ର ଶିକ୍ଷାନୁଷ୍ଠାନକୁ ନେଇ ଜାରି ରହିଛି ସସପେନ୍ସ | ଏପରିକି ପରୀକ୍ଷା ଆୟୋଜନ କରିବାକୁ ନେଇ ସନ୍ଦେହ ଦେଖାଦେଇଛି | ଏଭଳି ପରିସ୍ଥିତିର ସମାଧାନ କରିବା ପାଇଁ ଆଗେଇ ଆସିଛନ୍ତି ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜୀ ଟଣ୍ଡନ | ଶିକ୍ଷା ବ୍ୟବସ୍ଥାକୁ ପୁନର୍ବାର ଟ୍ରାକକୁ ଫେରାଇ ଆଣିବା ପାଇଁ ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଏ ବାବଦରେ ଆଲୋଚନା କରିବେ ସେ |
ରାଜଭବନରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ କଲେଜ ପରୀକ୍ଷା ପାଇଁ ବ୍ୟବସ୍ଥା କରିବା ଉପରେ ସମୀକ୍ଷା କରାଯିବ | ଏହା ବ୍ୟତୀତ ପରୀକ୍ଷା ସମୟରେ ସମାଜିକ ଦୂରତା ରକ୍ଷା ଏବଂ କୋରୋନାରୁ ମୁକ୍ତି ପାଇବା ଲାଗି ନିଆଯିବାକୁ ଥିବା ପଦକ୍ଷେପ ବାବଦରେ ଆଲୋଚନା କରାଯିବ |
ଦେଶରେ ଆତଙ୍କ ଖେଳାଇଥିବା କୋରୋନା ତାଣ୍ଡବ ଯୋଗୁଁ ମଧ୍ୟପ୍ରଦେଶରେ ସ୍ନାତକ(ଗ୍ରାଜୁଏଟ) ଏବଂ ସ୍ନାତ୍ତୋକତର(ପୋଷ୍ଟଗ୍ରାଜୁଏଟ) ପରୀକ୍ଷା ବନ୍ଦ ରହିଛି | ଏହି ପରୀକ୍ଷା ଜୁନ ୨୯ ତାରିଖରୁ ଜୁଲାଇ ୩୧ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ | ପ୍ରାୟ ୪ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ | ବାକି ପରୀକ୍ଷା କୋରୋନା ଜନିତ ସ୍ଥିତି ସୁଧୁରିବା ପରେ ଅନୁଷ୍ଠିତ ହେବ | କୌଣସି ଛାତ୍ରଛାତ୍ରୀଙ୍କୁ ସାଧାରଣ ପ୍ରମୋସନ ଦିଆଯିବ ନାହିଁ | ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ହେବ |