ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କୋରୋନା ସଂକ୍ରମିତ ଫେରାର

ବର୍ତ୍ତମାନ ଆକ୍ରାନ୍ତ ବ୍ୟକ୍ତି ଚମ୍ପଟ ମାରିବାର ୩୦ ଘଣ୍ଟାରୁ ଉର୍ଦ୍ଧ ସମୟ ହୋଇଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ଯେହେତୁ ସେ କୋରୋନା ଆକ୍ରାନ୍ତ ତେଣୁ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି ।

ନବରଙ୍ଗପୁର କୋଭିଡ ହସ୍ପିଟାଲରୁ କୋରୋନା ସଂକ୍ରମିତ ଫେରାର

ନବରଙ୍ଗପୁର: ଜିଲ୍ଲାର କୋଭିଡ ହସ୍ପିଟାଲର କାନ୍ଥ ଡେଇଁ ଜଣେ କେରୋନା ଆକ୍ରାନ୍ତ ଗତକାଲି(ରବିବାର) ସକାଳୁ ଚମ୍ପଟ ମାରିଛନ୍ତି । ଏହାର ସୂଚନା ନବରଙ୍ଗପୁର ଜିଲ୍ଲାପାଳ ଡକ୍ଟର ଅଜିତ କୁମାର ମିଶ୍ର ଦେଇଛନ୍ତି । ଯାହାକୁ ନବରଙ୍ଗପୁର ପୋଲିସ ବର୍ତ୍ତମାନ ପର୍ଯ୍ୟନ୍ତ ଧରିବାରେ ବିଫଳ ହୋଇଛି ।

ଅନ୍ୟପକ୍ଷେ ଫେରାର କୋରୋନା ସଂକ୍ରମିତ ଜଣକ ଉମରକୋଟ ଅଞ୍ଚଳର ବୋଲି ଜଣାପଡ଼ିଛି । ଜୁନ୍ ୩ରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଜିଲ୍ଲା ପ୍ରଶାସନ ନବରଙ୍ଗପୁର ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଚିକିତ୍ସା ଜାରି ଥିଲା । ଗତକାଲି ପ୍ରତିଦିନିଆ ରୁଟିନ ଅନୁଯାୟୀ ସକାଳେ ୫.୫୦ ମିନିଟରେ ତାଙ୍କ ଚେକଅପ କରାଯାଇଥିଲା । ପରେ ସକାଳ ପ୍ରାୟ ୭ଟା ସମୟରେ ପ୍ରାତଃ ଭଜନ ପ୍ରଦାନ କରିବା ସମୟରେ ସେ କୋଭିଡ ହସ୍ପିଟାଲରେ ନଥିବା ଦେଖିବାକୁ ପାଇଥିଲେ । ସେ ହସ୍ପିଟାଲର କାନ୍ଥ ଡେଇଁ କେଉଁଆଡେ ଚାଲିଯାଇଥିବା ଜାଣିବାକୁ ମିଳିଥିଲା । ପରବର୍ତ୍ତୀ ସମୟରେ ଜିଲ୍ଲା ପ୍ରଶାସନ ଜାଣିବା ପରେ କୋଭିଡ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ସନ୍ତୋଷ କୁମାର ନାଗ ଏ ସମ୍ବନ୍ଧରେ ନବରଙ୍ଗପୁର ଥାନାରେ FIR ରୁଜୁ କରିଥିଲେ ।

ବର୍ତ୍ତମାନ ଆକ୍ରାନ୍ତ ବ୍ୟକ୍ତି ଚମ୍ପଟ ମାରିବାର ୩୦ ଘଣ୍ଟାରୁ ଉର୍ଦ୍ଧ ସମୟ ହୋଇଯାଇଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ଯେହେତୁ ସେ କୋରୋନା ଆକ୍ରାନ୍ତ ତେଣୁ ଜିଲ୍ଲାବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ଏହାସହ ଶୀଘ୍ର ତାକୁ ଧରିବାକୁ ଦାବି କରୁଛନ୍ତି  ।