ଯାହା ଜଣାପଡ଼ିଛି, ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଝରୀଗାଁରୁ ଚନ୍ଦାହାଣ୍ଡି ଯିବା ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି ।
Trending Photos
)
ରାମଚନ୍ଦ୍ର ଦଳାଇ, ନବରଙ୍ଗପୁର: ଜିଲ୍ଲାର ଚନ୍ଦାହାଣ୍ଡି ଘାଟିରେ ପାଇପ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ । ଘାଟି ତଳକୁ ଖସି ପଡ଼ିଛି ଟ୍ରକ । ଟ୍ରକ ତଳେ ଡ୍ରାଇଭର ଓ ହେଲପର ଚାପି ହୋଇ ରହିଥିବା ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛନ୍ତି ।

ଯାହା ଜଣାପଡ଼ିଛି, ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଟ୍ରକଟି ଝରୀଗାଁରୁ ଚନ୍ଦାହାଣ୍ଡି ଯିବା ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି । ଝରୀଗାଁ ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛି । ତେବେ କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଛି, ସ୍ପଷ୍ଟ ହୋଇପାରିନାହିଁ ।