ପ୍ଲାଜମା ଥେରାପି ପାଇଁ ସମୀକ୍ଷା ବୈଠକ

 ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

ପ୍ଲାଜମା ଥେରାପି ପାଇଁ ସମୀକ୍ଷା ବୈଠକ

ରାମଚନ୍ଦ୍ର ଦଳେଇ, ନବରଙ୍ଗପୁର: ଆଜି ଜଳ ସମ୍ପଦ ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ନବରଙ୍ଗପୁର ଜିଲ୍ଲା ଗସ୍ତ କରିଛନ୍ତି । ମାନ୍ୟବର ମନ୍ତ୍ରୀ ପ୍ରଥମେ କୋଭିଡ ହସ୍ପିଟାଲ ଗସ୍ତ କରିବା ପରେ ସ୍ଥାନୀୟ ମିସନ ଶକ୍ତି କକ୍ଷରେ ସାଂସଦ  ରମେଶ ଚନ୍ଦ୍ର ମାଝୀ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ମନୋହର ରନ୍ଧାରୀ, ସଦାଶିବ ମାଝୀ ସମେତ ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗଙ୍କ ସହ କେରୋନା ସଂକ୍ରମଣର ନିରାକରଣ ତଥା ପ୍ଲାଜମା ଥେରାପି କାର୍ଯ୍ୟକ୍ରମ ସମ୍ପର୍କରେ ଏକ ସମୀକ୍ଷା ବୈଠକ କରିଛନ୍ତି ।

ଜିଲ୍ଲାରେ ଦିନକୁ ଦିନ କୋରୋନା ପଜିଟିଭ ଅନବରତ ଭାବେ ବଢ଼ି ଚାଲି ଥିବାରୁ ଏହାକୁ ରୋକା ଯିବା ପାଇଁ ମନ୍ତ୍ରୀ ରଘୁ ନନ୍ଦନ ଦାସ ଜିଲ୍ଲାର ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ପଚାରି ବୁଝିଥିଲେ । ଜିଲ୍ଲାରେ ଥିବା ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଉନ୍ନତ ମାନର ଚୁଲା ମାନ୍ୟବର ମନ୍ତ୍ରୀ ପ୍ରଦାନ କରିଛନ୍ତି । ଜିଲ୍ଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୬୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୫୫ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ୧୧୩ ସକ୍ରିୟ କୋରୋନା ମାମଲା ରହିଛି ।