Marriage broken for rasgulla:ରସଗୋଲାକୁ ନେଇ ବର-କନ୍ୟାଙ୍କ ମଧ୍ୟରେ ଝଗଡ଼ା,ଭାଙ୍ଗିଗଲା ବାହାଘର
ରସଗୋଲା ପାଇଁ ଭାଙ୍ଗିଲା ବାହାଘର। ବେଦିରେ ପଡିସାରଥିଲା ହାତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବେ ବୋଲି ଶପଥ ମଧ୍ୟ ନେଇସାରିଥିଲେ। କିନ୍ତୁ କିଛି କ୍ଷଣରେ ବଦଳି ଯାଇଥିଲା ପରିସ୍ଥିତି ଭାଙ୍ଗିଗଲା ବାହାଘର। ସାତ ଜନ୍ମର ସମ୍ପର୍କ ମଧ୍ୟରେ ପଡିଯାଇଥିଲା ଫାଟ।
Marriage broken for rasgulla: ରସଗୋଲା ପାଇଁ ଭାଙ୍ଗିଲା ବାହାଘର। ବେଦିରେ ପଡିସାରଥିଲା ହାତଗଣ୍ଠି। ହୋମ ନିଆଁକୁ ସାକ୍ଷୀ ରଖି ସାତଜନ୍ମର ସାଥି ହେବେ ବୋଲି ଶପଥ ମଧ୍ୟ ନେଇସାରିଥିଲେ। କିନ୍ତୁ କିଛି କ୍ଷଣରେ ବଦଳି ଯାଇଥିଲା ପରିସ୍ଥିତି ଭାଙ୍ଗିଗଲା ବାହାଘର। ସାତ ଜନ୍ମର ସମ୍ପର୍କ ମଧ୍ୟରେ ପଡିଯାଇଥିଲା ଫାଟ। ନୂଆ ଜୀବନ ଆରମ୍ଭ କରିବା ପୂର୍ବରୁ ଅଲଗା ହୋଇଗଲେ ନବ ବିବାହିତା। କେବଳ ଗୋଟିଏ ରସଗଲା ପାଇଁ ହେଲା ଏତେ ନାଟ।ଏଭଳି ଏକ ଅଜବ ଘଟଣା ଦେଖିବାକୁ ମିଳିଛି ହରିୟାଣାରରେ। ସୂଚନା ଅନୁଯାୟୀ ନିଜାମପୁରର ଝିଅ ସହ ରେୱାଡୀ ଲାଲା ଗାଁର ଜଣେ ଯୁବକଙ୍କ ସହ ବିବାହ ଠିକ୍ ହୋଇଥିଲା । ଏହି ବିବାହରେ ଉଭୟ ପରିବାର ବହୁତ ଖୁସି ଥିଲେ। ବୈଦିକ ରୀତିନୀତି ଅନୁସାରେ ବର କନ୍ୟାଙ୍କ ବିବାହ ହୋଇଥିଲା। ଅଗ୍ନିଙ୍କୁ ସାକ୍ଷୀ ରଖି ସେମାନେ ସାତ ଜୀବନ ପାଇଁ ଏକାଠି ରହିବାକୁ ଶପଥ ନେଲେ। ଏହାପରେ ଗୁରୁଜନଙ୍କ ଆଶୀର୍ବାଦ ନେଇ ସେମାନେ ଖାଇବାକୁ ବସିଲେ। ଏହି ସମୟରେ, ରସଗୋଲାକୁ ନେଇ ବର କନ୍ୟାଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା।
ଘଟଣାଟା ଥିଲା ଯେ, ଜଣଙ୍କୁ ରସଗୋଲା ବହୁତ ପସନ୍ଦ ଥିବା ବେଳେ ଅନ୍ୟ ଜଣଙ୍କୁ ରସଗୋଲାରୁ ଆଲର୍ଜି ଥିଲା। ଏହାକୁ ନେଇ ମଣ୍ଡପରେ ବର କନ୍ୟାଙ୍କ ମଧ୍ୟରେ ମତଭେଦ ଦେଖାଗଲା। ପରେ ଉଭୟ ସେଠାରେ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ । ସେଠାରେ ଉପସ୍ଥିତ ଥିବା ଲୋକ କିଛି ବୁଝିବା ଆଗରୁ ଉଭୟ ଅଲଗା ହୋଇସାରିଥିଲେ।
କେବଳ ରସଗୋଲା ପାଇଁ ଏହି ସମସ୍ୟା ଉପୁଜିନଥିଲା। ଝିଅ ପକ୍ଷକୁ ଯୌତୁକ ମାଗିବାରୁ ଏହି ସମ୍ପର୍କ ଭାଙ୍ଗିଥିବା ଅଭିଯୋଗ ହୋଇଛି । ତା’ପରେ ଏହାର ସମାଧାନ ପାଇଁ ପୋଲିସ ଡକାଯାଇଥିଲା। ପୋଲିସ ଏବଂ ୧୧ ପଞ୍ଚାୟତର ମୁଖିଆ ବସି ଏହାର ସମାଧାନର ବାଟ ବାହାର କରିଥିଲେ । ପଞ୍ଚାୟତର ନିଷ୍ପତ୍ତି ନିଆଯାଇଥିଲା ଯେ,, କୌଣସି ଚାପ ପକାଇ ଉଭୟଙ୍କୁ ଏକାଠି ରଖିଲେ ସେମାନେ କଦାପି ଖୁସୁରେ ରହିବେ ନାହିଁ। ତେଣୁ ସେମାନଙ୍କୁ ଅଲଗା ହୋଇଯିବା ଭଲ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହାସହ ବର ପକ୍ଷକୁ ଜୋରିମାନା ଦେବା ପାଇଁ କୁହାଯାଇଥିଲା।
ବରପକ୍ଷକୁ କ୍ଷତିପୁରଣ ଭାବେ ୪୦ ଲକ୍ଷ ଟଙ୍କା ଫେରାଇବାକୁ କୁହାଯାଇଥିଲା । ବରପକ୍ଷ ଟଙ୍କା ଫେରାଇବାକୁ ରାଜି ହେବା ପରେ ମାମଲା ଥଣ୍ଡା ପଡିଥିଲା । ବାହାଘର ଭାଙ୍ଗିଥିଲା ଓ ବର ନିଜ ଘରକୁ ଫେରିଯାଇଥିଲା ।